Posted inଖେଳ

ଆଇପିଏଲ୍‌-୧୪: କୋଲକାତା ବିପକ୍ଷରେ ଚେନ୍ନାଇ ଫେଭରାଇଟ୍‌

ମୁମ୍ବାଇ,୨୧।୪(ପି.ଟି.): ପ୍ରଥମ ମ୍ୟାଚ୍‌ର ପରାଜୟ ପରେ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ କ୍ରମାଗତ ଦୁଇଟି ବିଜୟ ହାସଲ କରି ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଚେନ୍ନାଇ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ସଂଘର୍ଷ କରୁଥିବା କୋଲକାତା ନାଇଟ ରାଇଡର୍ସକୁ ଭେଟିବ। ବୁଧବାର ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍‌ରେ ଚେନ୍ନାଇ ହ୍ୟାଟ୍ରିକ ବିଜୟ ହାସଲ କରିବାକୁ ଚେଷ୍ଟା କରିବ।
ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ଗତ ସଂସ୍କରଣରେ ଚେନ୍ନାଇ ନିହାତି ମାମୁଲି ପ୍ରଦର୍ଶନ କରି ପ୍ରଥମଥର ପାଇଁ ପ୍ଲେ-ଅଫ୍‌ରେ ପ୍ରବେଶ କରିବାରେ ବିଫଳ ହୋଇଥିଲା। ଏଥର କିନ୍ତୁ ଚେନ୍ନାଇ ତା’ର ପ୍ରଥମ ମ୍ୟାଚ୍‌ରେ ଗତ ଥରର ରନର୍ସଅପ୍‌ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ସମ୍ପୂର୍ଣ୍ଣ ଏକପାଖିଆ ମ୍ୟାଚ୍‌ରେ ୭ ଉଇକେଟରେ ପରାସ୍ତ ହୋଇଥିଲା। ତେବେ ଏହାପରେ ନିଜ ସମ୍ବଳର ସଦ୍‌ଉପଯୋଗ କରି ବ୍ୟାଟିଂ ଫ୍ରେଣ୍ଡଲି ଓ୍ବାଙ୍ଖଡେ ଷ୍ଟାଡିୟମରେ ଦମ୍‌ଦାର ପ୍ରଦର୍ଶନ କରି କ୍ରମାଗତ ଦୁଇଟି ମ୍ୟାଚରେ ବିଜୟୀ ହୋଇଛି। ଦ୍ୱିତୀୟ ମ୍ୟାଚ୍‌ରେ ଚେନ୍ନାଇ ୨୬ଟି ବଲ୍‌ ବାକି ରଖି ୬ ଉଇକେଟରେ ୧୦୭ ରନର ବିଜୟ ଲକ୍ଷ୍ୟକୁ ଚେଜ୍‌ କରିବା ସହ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ବିଜୟୀ ହୋଇଥିଲା। ସେହିପିର ତୃତୀୟ ମୁକାବିଲାରେ ଚେନ୍ନାଇ ୪୫ ରନରେ ରାଜସ୍ଥାନକୁ ହରାଇଥିଲା। ଡାହାଣହାତୀ ଦ୍ରୁତ ବୋଲର ଦୀପକ ଚହର କଞ୍ଜୁସ ବୋଲିଂ କରି ୧୩ ରନ ଦେଇ ୪ ଉଇକେଟ ଅକ୍ତିଆର କରି ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ସେହିପରି ମୋଇନ ଅଲି ଓ ଫାଫ୍‌ ଡୁପ୍ଲେସି ଦମ୍‌ଦାର ବ୍ୟାଟିଂ କରି ଚେନ୍ନାଇକୁ ଜିତାଇଥିଲେ। ମୋଇନ ଗତ ୩ଟି ମ୍ୟାଚ୍‌ରେ ବ୍ୟାଟିଂରେ ଉପଯୋଗୀ ପ୍ରଦର୍ଶନ କରିଛନ୍ତି। ଦିଲ୍ଲୀ ବିପକ୍ଷରେ ୨୪ ବଲରୁ ୩୬, ପଞ୍ଜାବ ବିପକ୍ଷରେ ୩୧ ବଲରୁ ୪୬ ଓ ରାଜସ୍ଥାନ ବିପକ୍ଷରେ ୨୦ ବଲରୁ ୨୬ ରନକରି ମୋଇନ ଦଳକୁ ସହାୟତା ପ୍ରଦାନ କରିଛନ୍ତି। ନିଜ ଅଫ୍‌ ସ୍ପିନ୍‌ରେ ମଧ୍ୟ ସେ ପ୍ରତିପକ୍ଷ ଦଳକୁ ସମସ୍ୟାରେ ପକାଇ ଧୋନୀଙ୍କ ବିଶ୍ୱାସଭାଜନ ହୋଇଛନ୍ତି। ପ୍ରତିକୂଳ ପରିସ୍ଥିତିରେ ଧୋନୀ ଚତୁରତାର ସହ ମୋଇନଙ୍କୁ ବ୍ୟବହାର କରିଛନ୍ତି। ଯୁବ ଅଲରାଉଣ୍ଡର ସାମ କୁରାନ ଉଭୟ ବ୍ୟାଟ୍‌ ଓ ବଲ୍‌ରେ ନିଣ୍ଣାୟକ ପ୍ରଦର୍ଶନ କରି ଚେନ୍ନାଇ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି।
ଅପରପକ୍ଷରେ ଇଅନ ମୋର୍ଗାନଙ୍କ ନେତୃତ୍ୱାଧୀନ କୋଲକାତା କ୍ରମାଗତ ଦୁଇଟି ପରାଜୟ ପରେ ଓ୍ବାଙ୍ଖଡେରେ ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଛି। ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ବିଜୟ ଅଭିଯାନ ଆରମ୍ଭ କରିଥିବା କୋଲକାତା ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରଠାରୁ ପରାସ୍ତ ହୋଇଥିଲା। ଏହି ଦୁଇଟି ପରାଜୟ ଅପ୍ରତ୍ୟାଶିତ ଥିଲା। ସୁବିଧାଜନକ ସ୍ଥିତିରେ ରହି ବିଜୟର ହକ୍‌ଦାର ଥିଲେ ମଧ୍ୟ କୋଲକାତା ଭଲ ଆରମ୍ଭକୁ ବିଜୟରେ ପରିଣତ କରିବାରେ ବିଫଳ ହୋଇଥିଲା। ବାଙ୍ଗାଲୋର ବିପକ୍ଷରେ ସ୍ପିନର ବରୁଣ ଚକ୍ରବର୍ତ୍ତୀ ବିରାଟ କୋହଲି ଓ ରଜତ ପଟଦାରଙ୍କୁ ଆଉଟ କରି ୯ ରନ ଦେଇ ୨ ଉଇକେଟ ଅକ୍ତିଆର କରିଥିଲେ ମଧ୍ୟ ମୋର୍ଗାନ ତାଙ୍କୁ ସୁଯୋଗ ନ ଦେଇ ଶକିବ ଅଲ ହାସନକୁ ବୋଲିଂ ଦେଇଥିଲେ। ଫଳରେ ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଓ ଏବି ଡିଭିଲର୍ସ ବିସ୍ଫୋରକ ବ୍ୟାଟିଂ କରି କୋଲକାତାକୁ ହରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ବୋଲିଂ ପରିବର୍ତ୍ତନରେ ମୋର୍ଗାନ ପରିପକ୍ୱତା ଦେଖାଇପାରି ନ ଥିଲେ। ବାଙ୍ଗାଲୋରଠାରୁ ୩୮ ରନର ପରାଜୟ ପରେ ମୁଖ୍ୟ କୋଚ୍‌ ବ୍ରେଣ୍ଡନ ମ୍ୟାକୁଲମ ଏବେ କୋଲକାତା ଦଳରେ ବଡ଼ ଧରଣର ପରିବର୍ତ୍ତନ କରିବେ ବୋଲି ସୂଚନା ଦେଇଛନ୍ତି। ଚେନ୍ନାଇ ଓପନର ଋତୁରାଜ ଗାଏକ୍ୱାଡ ୩ଟି ମ୍ୟାଚ୍‌ରେ ଯଥାକ୍ରମେ ୫,୫ ଓ ୧୦ ରନ ସଂଗ୍ରହ କରି ଆଉଟ ହୋଇଛନ୍ତି। ଏବେ ଧୋନୀ ତାଙ୍କୁ ଆଉ ଅଧିକ ସୁଯୋଗ ଦେଉଛନ୍ତି କି ନାହିଁ ତାହା ଏହି ମ୍ୟାଚ୍‌ରେ ଜଣାପଡିବ। ଅବଶ୍ୟ ଧୋନୀ ତାଙ୍କ ଦଳରେ ପରିବର୍ତ୍ତନ କରିବାକୁ ପସନ୍ଦ କରନ୍ତି ନାହିଁ। ସମସ୍ୟାରେ ଥିବା କୋଲକାତା ବିପକ୍ଷରେ ଚେନ୍ନାଇ ଫେଭରାଇଟ୍‌ ମନେହେଉଛି।
ଚେନ୍ନାଇ ସୁପର କିଙ୍ଗ୍ସ ଦଳ:
ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ/ଉଇକେଟ କିପର), ସୁରେଶ ରାଇନା, ଅମ୍ବାତ୍ତି ରାୟୁଡୁ, କେ.ଏମ୍‌. ଆସିଫ୍‌, ଦୀପକ ଚହର, ଡ୍ବେନ ବ୍ରାଭୋ, ଫାଫ ଡୁପ୍ଲେସି, ଇମ୍ରାନ ତାହିର, ଏନ୍‌. ଜଗଦୀଶନ, କର୍ନ ଶର୍ମା, ଲୁନ୍‌ଗି ଏନ୍‌ଗିଡି, ମିଚେଲ ସାଣ୍ଟନର, ରବୀନ୍ଦ୍ର ଜାଡେଜା, ଋତୁରାଜ ଗାଏକ୍ୱାଡ, ଶାର୍ଦ୍ଦୁଳ ଠାକୁର, ସାମ କୁରାନ, ଆର. ସାଇ କିଶୋର, ମୋଇନ ଅଲି, କେ. ଗୋଥାମ, ଚେତେଶ୍ୱର ପୂଜାରା, ହରିଶଙ୍କର ରେଡ୍ଡୀ, ଭଗତ ବର୍ମା, ସି. ହାରି ନିଶାନ୍ତ।
କୋଲକାତା ନାଇଟ୍‌ ରାଇଡର୍ସ ଦଳ:
ଇଅନ ମୋର୍ଗାନ (ଅଧିନାୟକ), ଦୀନେଶ କାର୍ତ୍ତିକ, ଶୁବମନ ଗିଲ, ନୀତୀଶ ରାଣା, ଟିମ୍‌ ସିଫର୍ଟ, ରିଙ୍କୁ ସିଂ, ଆନ୍ଦ୍ରେ ରସେଲ, ସୁନୀଲ ନାରିନ, କୁଲଦୀପ ଯାଦବ, ଶିବମ ମାଭି, ଲୋକି ଫର୍ଗୁଶନ, ପ୍ୟାଟ୍‌ କୁମିନ୍ସ, କମଳେଶ ନାଗରକୋଟି, ସନ୍ଦୀପ ଓ୍ବାରିୟର, ପ୍ରସିଦ୍ଧ କ୍ରିଷ୍ଣା, ରାହୁଲ ତ୍ରିପାଠୀ, ବରୁଣ ଚକ୍ରବର୍ତ୍ତୀ, ସାକିବ ଅଲ ହାସନ, ଶେଲଡନ ଜ୍ୟାକଶନ, ବୈଭବ ଆରୋରା, ହରଭଜନ ସିଂ, କରୁନା ନାୟାର, ବେନ୍‌ କଟିଂ, ଭେଙ୍କଟେଶ ଆୟାର ଓ ପବନ ନେଗୀ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri