Posted inଖେଳ

ଆଇପିଏଲ୍‌- ୧୪: ହାଇଦ୍ରାବାଦ ବିପକ୍ଷରେ ଚେନ୍ନାଇ ଫେଭରାଇଟ୍‌

ନୂଆଦିଲ୍ଲୀ,୨୮।୪(ପି.ଟି.): ରିଦିମ୍‌କୁ ଫେରିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୩ତମ ମ୍ୟାଚ୍‌ରେ ଡେଭିଡ୍‌ ଓ୍ବାର୍ନରଙ୍କ ନେତୃତ୍ୱାଧୀନ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ। ସ୍ଥାନୀୟ ଅରୁଣ ଜେଟ୍‌ଲି ଷ୍ଟାଡିୟମରେ ବୁଧବାର ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଚେନ୍ନାଇ ଫେଭରାଇଟ୍‌ ମନେହେଉଛି। ସଂଘର୍ଷରତ ହାଇଦ୍ରାବାଦ ଗତ ମ୍ୟାଚ୍‌ରେ ସୁପର ଓଭରରେ ଦିଲ୍ଲୀ ଡେୟାର ଡେଭିଲ୍ସଠାରୁ ପରାସ୍ତ ହୋଇ ଅଳ୍ପକେ ବଜୟରୁ ବଞ୍ଚିତ ହୋଇଥିଲା। ପ୍ରତ୍ୟାବର୍ତ୍ତନ କରିବାକୁ ହାଇଦ୍ରାବାଦ ପ୍ରୟାସ ନିଶ୍ଚିତ କରିବ।
ପ୍ରଥମ ମ୍ୟାଚ୍‌ର ପରାଜୟ ପରେ ଚେନ୍ନାଇ ପୂରା ଦମ୍‌ରେ ପ୍ରତ୍ୟାବର୍ତ୍ତନ କରି କ୍ରମାଗତ ୪ଟି ମ୍ୟାଚ୍‌ରେ ବିଜୟୀ ହୋଇ ପୂରା ଫର୍ମରେ ରହିଛି। ଚେନ୍ନାଇ ଏହି ମୁମେଣ୍ଟମ ଓ ବିଜୟଧାରା ବଜାୟ ରଖିବାକୁ ଚାହିଁବ। ପୂର୍ବରୁ ୩ଥର ଚାମ୍ପିୟନ ହୋଇଥିବା ଚେନ୍ନାଇ ଗତ ସଂସ୍କରଣରେ ନିହାତି ମାମୁଲି ପ୍ରଦର୍ଶନ କରି ଆଇପିଏଲ୍‌ ଇତିହାସରେ ପ୍ରଥମଥର ପାଇଁ ପ୍ଲେ ଅଫ୍‌ରେ ପ୍ରବେଶ କରିବାରୁ ବଞ୍ଚିତ ହୋଇଥିଲା। ଦଳ ଏଥର ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ଭଲ ପ୍ରଦର୍ଶନ କରିଛି। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ପ୍ରେରଣାଦାୟୀ ପ୍ରଦର୍ଶନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ରବିବାର ଖେଳାଯାଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍‌ରେ ସେ ଅନ୍ତିମ ଓଭରରେ ହର୍ଶଲ ପଟେଲଙ୍କୁ ନିର୍ମମ ପ୍ରହାର କରି ଦଳକୁ ବଡ଼ ସ୍କୋର ପ୍ରଦାନ କରିଥିଲେ। ବ୍ୟାଟିଂରେ ଦମ୍‌ ଦେଖାଇବା ସହ ସେ ଉଚ୍ଚକୋଟୀର ସ୍ପିନ ବୋଲିଂ କରି ୩ଟି ମୂଲ୍ୟବାନ ଉଇକେଟ ମଧ୍ୟ ଅକ୍ତିଆର କରିଥିଲେ। ଦୁଇ ଓପନର ଋତୁରାଜ ଗାଏକ୍ୱାଡ଼ ଓ ଫାଫ୍‌ ଡୁପ୍ଲେସି ଫର୍ମ ଫେରିପାଇଛନ୍ତି। ସେହିପରି ମିଡ୍‌ଲ ଅର୍ଡରରେ ସୁରେଶ ରାଇନା ଓ ଅମ୍ବାତି ରାୟୁଡୁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି। ହାଇଦ୍ରାବାଦ ତରଫରୁ ସ୍ପିନର ରସିଦ ଖାଁ ଉଚ୍ଚକୋଟୀର ବୋଲିଂ କରୁଥିଲେ ମଧ୍ୟ ଅନ୍ୟମାନେ ସେତେଟା ପ୍ରଭାବୀ ହୋଇପାରିନାହାନ୍ତି ଓ ଏକଥା ଚେନ୍ନାଇ ବ୍ୟାଟ୍ସମ୍ୟାନ ହୃଦୟଙ୍ଗମ କରିଛନ୍ତି।
ଅନ୍ୟପଟେ ହାଇଦ୍ରାବାଦ୍‌ ଅଧିନାୟକ ଡେଭିଡ୍‌ ଓ୍ବାର୍ନର, ଅଭିଜ୍ଞ କେନ୍‌ ଓ୍ବିଲିୟମସନ, ଓପନର ଜନି ବେୟାରଷ୍ଟୋ ଓ ରସିଦଙ୍କ ଉପରେ ଅତ୍ୟଧିକ ଭାବେ ନିର୍ଭରଶୀଳ ହୋଇପଡିଛି। ବ୍ୟାଟ୍ସମ୍ୟାନଙ୍କ ଅସ୍ଥିର ପ୍ରଦର୍ଶନ ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ଚିନ୍ତା ସୃଷ୍ଟି କରିଛି। ଟପ୍‌ଅର୍ଡର ଉପରେ ଅତ୍ୟଧିକ ନିର୍ଭର କରିବା ମଧ୍ୟ ଦଳ ପାଇଁ ଶୁଭ ସଙ୍କେତ ନୁହଁ। ନିଜେ ଓ୍ବାର୍ନର ମଧ୍ୟ ଶ୍ରେଷ୍ଠ ଫର୍ମରେ ରହିନାହାନ୍ତି। ଚେନ୍ନାଇ ଦ୍ରୁତ ବୋଲର ଦୀପକ ଚହର ଏବେ ଜବରଦସ୍ତ ଫର୍ମରେ ରହିଥିବାରୁ ତାଙ୍କୁ କିଭଳି ସାମ୍ନା କରାଯିବ ସେ ନେଇ ଓ୍ବାର୍ନର ଯୋଜନା ପ୍ରସ୍ତୁତ କରିଥିବେ। ଚହରଙ୍କୁ ବାଦ୍‌ ଦେଲେ ଅଲରାଉଣ୍ଡର ଜାଡେଜା, ଅଭିଜ୍ଞ ସ୍ପିନର ଇମ୍ରାନ ତାହିର ଓ ସାମ କୁରାନଙ୍କୁ ନେଇ ଚେନ୍ନାଇ ବୋଲିଂ ବିଭାଗ ବେଶ୍‌ ଦୃଢ଼ ମନେହେଉଛି।
ଓ୍ବାର୍ନର, ବେୟାରଷ୍ଟୋ ଓ ଓ୍ବିଲିୟମସନଙ୍କ ମଧ୍ୟରୁ ଜଣେ କେହି ବଡ଼ ସ୍କୋର କଲେ ଓ ମିଡ୍‌ଲ ଅର୍ଡର ବ୍ୟାଟ୍ସମ୍ୟାନ ସଫଳ ହେଲେ ହାଇଦ୍ରାବାଦ ବଡ଼ ସ୍କୋର ହାସଲ କରିବ ଓ ଚେନ୍ନାଇ ଚ୍ୟାଲେଞ୍ଜ କରିବ। ହାଇଦ୍ରାବାଦ ବୋଲିଂ ବିଭାଗ ମଧ୍ୟ ଆଶାନୁରୂପ ପ୍ରଦର୍ଶନ କରିପାରିନାହିଁ। ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ପ୍ରଦର୍ଶନରେ ସ୍ଥିରତା ରହିନାହିଁ। ପୁଣି ୟର୍କର ସ୍ପେଶାଲିଷ୍ଟ ଟି. ନଟରାଜନ ଇଞ୍ଜୁରି କାରଣରୁ ବାଦ୍‌ ପଡିବାରୁ ଦଳର ସମସ୍ୟାକୁ ଦ୍ୱିଗୁଣିତ କରିଛି। ସୀମିତ ସମ୍ବଳରେ ହାଇଦ୍ରାବାଦ କିପର ବିଜୟଧାରାକୁ ଫେରିବ ସେ ନେଇ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।
ଚେନ୍ନାଇ ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀଠାରୁ ୭ ଉଇକେଟରେ ପରାସ୍ତ ହୋଇଥିଲା। ତେବେ ଏହାପରେ ଚେନ୍ନାଇ ପଞ୍ଜାବ କିଙ୍ଗ୍ସକୁ ୬ ଉଇକେଟରେ, ରାଜସ୍ଥାନ ରୟାଲ୍ସକୁ ୪୫ ରନରେ, କୋଲକାତା ନାଇଟ ରାଇଡର୍ସକୁ ୧୮ ରନରେ ଓ ଶେଷରେ ବାଙ୍ଗାଲୋରକୁ ୬୯ ରନରେ ପରାସ୍ତ କରିଛି। ଚେନ୍ନାଇ ୪ ବିଜୟ ଓ ୧ ପରାଜୟ ସହ ୮ ପଏଣ୍ଟ ହାସଲ କରି ତାଲିକା ଶୀର୍ଷରେ ରହିଛି। ଅନ୍ୟପଟେ ହାଇଦ୍ରାବାଦ ଠିକ୍‌ ଓଲଟା ପ୍ରଦର୍ଶନ କରିଛି। ୫ ମ୍ୟାଚ୍‌ ଖେଳି ୧ ବିଜୟ, ୪ ପରାଜୟ ସହ ୨ ପଏଣ୍ଟ ପାଇ ତାଲିକାର ସର୍ବନିମ୍ନ ଅଷ୍ଟମ ସ୍ଥାନରେ ରହିଛି। ହାଇଦ୍ରାବାଦ କୋଲକାତାଠାରୁ ୧୦ ରନରେ ପ୍ରଥମେ ପରାସ୍ତ ହୋଇଥିଲା। ଏହାପରେ ବାଙ୍ଗାଲୋରଠାରୁ ୬ ରନରେ, ମୁମ୍ବାଇ ଇଣ୍ଡିଆନ୍ସଠାରୁ ୧୩ ରନରେ ପରାସ୍ତ ହୋଇଥିଲା। ତେବେ ଚତୁର୍ଥ ମ୍ୟାଚ୍‌ରେ ହାଇଦ୍ରାବାଦ ୯ ଉଇକେଟରେ ପଞ୍ଜାବ କିଙ୍ଗ୍ସକୁ ହରାଇଥିଲା। ଶେଷରେ ଦଳ ଟାଇ ମ୍ୟାଚ୍‌ରେ ଦିଲ୍ଲୀଠାରୁ ସୁପର ଓଭରରେ ପରାସ୍ତ ହୋଇଥିଲା।
ଚେନ୍ନାଇ ସୁପର କିଙ୍ଗ୍ସ ଦଳ:
ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ/ଉଇକେଟ କିପର), ସୁରେଶ ରାଇନା, ଅମ୍ବାତି ରାୟୁଡୁ, କେ.ଏମ. ଆସିଫ୍‌, ଦୀପକ ଚହର, ଡ୍ବେନ ବ୍ରାଭୋ, ଫାଫା ଡୁପ୍ଲେସି, ଇମ୍ରାନ ତାହିର, ଏନ୍‌. ଜଗଦୀଶନ, କର୍ନ ଶର୍ମା, ଲୁନ୍‌ଗି ଏନ୍‌ଗିଡି, ମିଚେଲ ସାଣ୍ଟନର, ରବୀନ୍ଦ୍ର ଜାଡେଜା, ଋତୁରାଜ ଗାଏକ୍ୱାଡ, ଶାର୍ଦ୍ଦୁଳ ଠାକୁର, ସାମ କୁରାନ, ଆର, ସାଇ କିଶୋର, ମୋଇନ ଅଲି, କେ. ଗୋଥାମ, ଚେତେଶ୍ୱର ପୂଜାରା, ହରିଶଙ୍କର ରେଡ୍ଡୀ, ଭଗତ ବର୍ମା, ସି. ହାରି ନିଶାନ୍ତ।
ହାଇଦ୍ରାବାଦ ଦଳ:
ଡେଭିଡ ଓ୍ବାର୍ନର (ଅଧିନାୟକ), କେନ୍‌ ଓ୍ବିଲିୟମସନ, ବିରାଟ ସିଂ, ମନୀଷ ପାଣ୍ଡେ, ପ୍ରିୟମ ଗର୍ଗ, ରିଦ୍ଧିମାନ ଶାହ, ଜନି ବେୟାରଷ୍ଟୋ, ଜାସନ ରୟ, ଶ୍ରୀବତ୍ସ ଗୋସ୍ବାମୀ, ବିଜୟ ଶଙ୍କର, ମହମ୍ମଦ ନବି, କେଦାର ଯାଦବ, ଜେ. ସୁଚିତ, ଜାସନ ହୋଲ୍ଡର, ଅଭିଷେକ ଶର୍ମା, ରସିଦ ଖାଁ, ଟି. ନଟରାଜନ, ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ, ସିଦ୍ଧାର୍ଥ କାଉଲ, ବାସିଲ ଥମ୍ପି, ଅବଦୁଲ ସମଦ, ଶାହାବାଜ ନଦିମ ଓ ମୁଜିବ- ଉର ରହମାନ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୁକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୁକ ଯୁବତୀ(୨୧)ଙ୍କୁ…

ବସ୍‌ ମାଲିକ ସଂଘର ପୂର୍ବତନ ସମ୍ପାଦକଙ୍କ ପରଲୋକ, ଝୁରୁଛନ୍ତି ଅଞ୍ଚଳବାସୀ

ଭଞ୍ଜନଗର,୩୦ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ଘରୋଇ ବସ୍‌ ମାଲିକ ସଂଘ ଭଞ୍ଜନଗରର ପୂର୍ବତନ ସମ୍ପାଦକ ତଥା ବର୍ତ୍ତମାନର ଉପସଭାପତି ସୁବାସ ଚନ୍ଦ୍ର ଦିହୁଡିଙ୍କର ରବିବାର ଅପରାହ୍ନରେ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri