Posted inଖେଳ

ଆଇପିଏଲ୍‌-୧୪: ବିଗ୍‌ ହିଟରଙ୍କ ଲଢେଇ

ମୁମ୍ବାଇ,୧୨।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ସୋମବାର ବିଗ୍‌ ହିଟରମାନଙ୍କ ଲଢେଇ ଦେଖିବାକୁ ମିଳିବ। ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଦୁଇ କିପର ବ୍ୟାଟ୍ସମ୍ୟାନଙ୍କ ନେତୃତ୍ୱରେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ପରସ୍ପରକୁ ଭେଟିବେ। ଲୋକେଶ ରାହୁଲଙ୍କ ପଞ୍ଜାବ ଓ ସଞ୍ଜୁ ସାମସନଙ୍କ ନେତୃତ୍ୱରେ ରାଜସ୍ଥାନ ବିଜୟରୁ ଏଥର ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟ ରହିଛନ୍ତି।
ରାଜସ୍ଥାନ ତାରକା ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କ ଉପରେ ଅତ୍ୟଧିକ ଭାବେ ନିର୍ଭରଶୀଳ ରହିବ। ଷ୍ଟୋକ୍ସ ବ୍ୟାଟିଂରେ ଦମ୍‌ ଦେଖାଇବାକୁ ପ୍ରୟାସ କରିବେ। ସେହିପରି ଅନ୍ୟତମ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜୋଶ ବଟଲର ଓ ନୂଆ ଅଧିନାୟକ ନିଯୁକ୍ତ ହୋଇଥିବା ପ୍ରତିଭାସମ୍ପନ୍ନ ସଞ୍ଜୁ ସାମସନ ପ୍ରତିପକ୍ଷ ଦଳରେ ଏଥର ନିଶ୍ଚୟ କିଛି କରିଦେଖାଇବାକୁ ଚାହିଁବେ। ରାଜସ୍ଥାନ ରୟାଲ୍ସ ପାଇଁ ବଟଲର ଓ ଯୁବ ପ୍ରତିଭାସମ୍ପନ୍ନ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲ ଇନିଂସ ଓପନ କରିବେ। ସାମସନ କିପର ଓ ବ୍ୟାଟ୍ସମ୍ୟାନ ହିସାବରେ ଓ ନେତୃତ୍ୱ ଦୃଷ୍ଟିକୋଣରୁ ନିଜର ଦକ୍ଷତା ପ୍ରମାଣ କରିବାକୁ ଚାହିଁବେ। ସେହିପରି ମିଡିଲ ଅର୍ଡରରେ ଷ୍ଟୋକ୍ସ ନିଜର ଦାୟିତ୍ୱ ସମ୍ଭାଳିବେ। ବଟଲର, ଜୟସ୍ବାଲ, ସାମସନ ଓ ଷ୍ଟୋକ୍ସଙ୍କୁ ଅଟକାଇବା ପଞ୍ଜାବ ପାଇଁ କଷ୍ଟକର ହେବ। ପୁଣି ରାଜସ୍ଥାନ ଦଳରେ କେତେଜଣ ପ୍ରତିଭାସମ୍ପନ୍ନ ଅଲରାଉଣ୍ଡର ରହିଛନ୍ତି। ଶିବମ ଦୁବେ, ଶ୍ରେୟାସ ଗୋପାଲ, ରାହୁଲ ଟଓ୍ବୋଟିଆ, ରିଆନ ପରାଗ ଓ ଲିଆମ ଲିଭିଂଷ୍ଟୋନ ଦଳ ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବେ। ଗୋପାଲ, ଟଓ୍ବୋଟିଆ ଓ ପରାଗ ଲେଗ୍‌ ସ୍ପିନ ବୋଲିଂ କରନ୍ତି। ଦୁଇ ସ୍ପିନରଙ୍କୁ ନେଇ ରାଜସ୍ଥାନ ପଡିଆକୁ ଓହ୍ଲାଇବ କି ନା ତାହା ଦେଖିବାକୁ ବାକି ରହିଲା। ଟଓ୍ବୋଟିଆ ଓ ଦୁବେ ବଲକୁ ବାଉଣ୍ଡାରୀ ବାହାରକୁ ପଠାଇବାର କ୍ଷମତା ରଖନ୍ତି। ଅନ୍ତିମ ଏକାଦଶରେ ଏହି ଦୁଇ ଖେଳାଳି ସ୍ଥାନ ପାଇବେ ବୋଲି ଆଶା କରାଯାଉଛି। ତାରକା ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଇଞ୍ଜୁରି କାରଣରୁ କେତୋଟି ମ୍ୟାଚ୍‌ ନ ଖେଳିପାରନ୍ତି। ୧୬.୨୫ କୋଟି ଟଙ୍କାରେ ଦଳରେ ସାମିଲ ହୋଇଥିବା ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର କ୍ରିସ୍‌ ମୋରିସ୍‌ ନିଜ ଦାମ୍‌ର ଯଥାର୍ଥାତା ପ୍ରତିପାଦନ କରିବା ସହ ରାଜସ୍ଥାନକୁ ଜିତାଇବାକୁ ଚାହିଁବେ। କେବଳ ୪ଜଣ ଖେଳାଳି ଅନ୍ତିମ ଏକାଦଶରେ ସାମିଲ ହେବେ। ତେଣୁ ଦଳରେ ସନ୍ତୁଳନ ପାଇଁ ରାଜସ୍ଥାନ ଟିକିଏ ସମସ୍ୟାରେ ପଡିବେ। ତେଣୁ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନ କିମ୍ବା ଜୟଦେବ ଉନାଡକଟ, କାର୍ତ୍ତିକ ତ୍ୟାଗୀ କିମ୍ବା ଚେତନ ସାକାରିଆଙ୍କ ମଧ୍ୟ ଜଣକୁ ଖେଳାଯିବ। ଅଭିଜ୍ଞତା ଦୃଷ୍ଟିକୋଣରୁ ଉନାଡକଟ ଖେଳିବା ନିଶ୍ଚିତ ମନେ ହେଉଛି।
ଅପରପକ୍ଷରେ ପଞ୍ଜାବ ଦଳ ମଧ୍ୟ ଆଦୌ ପଛରେ ପଡିନାହିଁ। ଲୋକେଶ ରାହୁଲ , ମୟଙ୍କ ଅଗ୍ରଓ୍ବାଲ ଓ କ୍ରିସ୍‌ ଗେଲଙ୍କ ଭଳି ହାର୍ଡ ହିଟର ଦଳରେ ରହିଛନ୍ତି। ଏହି ୩ ଖେଳାଳି ଗତ ସଂସ୍କରଣରେ ଭଲ ପ୍ରଦର୍ଶନ କରିଥିଲେ। ରାହୁଲ ୬୭୦ ଓ ମୟଙ୍କ ୪୨୪ ରନ ସଂଗ୍ରହ କରିଥିଲେ। ରାହୁଲ ଓ ମୟଙ୍କ ଇନିଂସ ଗତଥର ଭଳି ଇନିଂସ ଓପନ୍‌ କରିବେ। ଟି୨୦ରେ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିବେଚିତ ହେଉଥିବା ଇଂଲଣ୍ଡ ଡାଓ୍ବିଡ ମଲାନ, ହାର୍ଡ ହିଟିଂ ତାମିଲନାଡୁ ବ୍ୟାଟ୍ସମ୍ୟାନ ଏମ୍‌. ଶାହରୁଖ ଖାଁ ଓ ଓ୍ବେଷ୍ଟଇଣ୍ଡିଜର ନିକୋଲ୍ସ ପୁରନ ମଧ୍ୟ ଦଳରେ ରହିଛନ୍ତି। ତେଣୁ ଦଳ ପାଇଁ ଏକାଧିକ ବିକଳ୍ପ ରହିଛି। କିନ୍ତୁ ଦଳରେ କାହାକୁ ଖେଳାଯିବ ଓ ପ୍ରକୃତ ସନ୍ତୁଳନ ପାଇଁ ମ୍ୟାନେଜମେଣ୍ଟ ଉପଯୁକ୍ତ ଖେଳାଳିଙ୍କୁ ଖେଳାଇବ ବୋଲି ଆଶା କରାଯାଉଛି। ଦୀପକ ହୁଦା ଓ ସର୍ଫରାଜ ଖାଁଙ୍କୁ ପଛରେ ପକାଇ ଶାହାରୁଖ ଦଳରେ ସାମିଲ ହେବେ ଓ ଫିନିଶର ଭୂମିକା ଗ୍ରହଣ କରିବାର ସମ୍ଭାବନା ରହିଛି। ବୋଲିଂରେ ମହମ୍ମଦ ସାମି ପଞ୍ଜାବ ବୋଲିଂର ନେତୃତ୍ୱ ନେବେ। ଗତ ସଂସ୍କରଣରେ ସାମି ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ। ସେହିପରି ବିଗ୍‌ବାସ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଥିବା ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଝେ ରିଚାର୍ଡସନ ଓ ରିଲେ ମେରେଡିଥଙ୍କ ସମେତ କ୍ରିସ୍‌ ଜୋର୍ଡାନ ମଧ୍ୟ ଦଳରେ ରହିଛନ୍ତି। ସାମିଙ୍କ ସହ ନୂଆ ବଲରେ ଏମାନଙ୍କ ମଧ୍ୟରୁ କିଏ ବୋଲିଂ କରିବ ତାହା ଦେଖିବାକୁ ବାକି ରହିଲା। ସ୍ପିନର ଭାବେ ପଞ୍ଜାବ ପକ୍ଷରୁ ମୁରୁଗାନ ଅଶ୍ୱିନ ଓ ରବି ବିଷ୍ଣୋଇ ରାଜସ୍ଥାନକୁ ସମସ୍ୟାରେ ପକାଇବେ।
ରାଜସ୍ଥାନ ରୟାଲ୍ସ ଦଳ:
ସଞ୍ଜୁ ସାମ୍‌ସନ (ଅଧିନାୟକ/ ଉଇକେଟକିପର), ଜୋଶ ବଟଲର (ଉଇକେଟକିପର), ବେନ୍‌ ଷ୍ଟୋକ୍ସ, ଯଶସ୍ବୀ ଜୟସ୍ବାଲ, ମନନ ଭୋରା, ଅନୁଜ ରାଓ୍ବତ, ରିୟାନ ପରାଗ, ଡେଭିଡ୍‌ ମିଲର, ରାହୁଲ ଟଓ୍ବୋଟିଆ, ମହିପାଲ ଲୋମରର, ଶ୍ରେୟାସ ଗୋପାଲ, ମୟଙ୍କ ମାର୍କଣ୍ଡେ, ଜୋଫ୍ରା ଆର୍ଚର, ଆଣ୍ଡ୍ୟୁ ଟାଏ, ଜୟଦେବ ଉନାଡକଟ, କାର୍ତ୍ତିକ ତ୍ୟାଗୀ, ଶିବମ ଦୁବେ, କ୍ରିସ୍‌ ମୋରିସ, ମୁସ୍ତାଫିଜୁର ରହମାନ, ଚେତନ ସାକାରିୟା, କେଜି କାରିଆପ୍ପା, ଲିଆମ ଲିଭିଂଷ୍ଟୋନ୍‌, କୁଲଦୀବ ଯାଦବ ଓ ଆକାଶ ସିଂ।
ପଞ୍ଜାବ କିଙ୍ଗ୍ସ ଦଳ:
ଲୋକେଶ ରାହୁଲ (ଅଧିନାୟକ/ଉଇକେଟକିପର), ମୟଙ୍କ ଅଗ୍ରଓ୍ବାଲ, କ୍ରିସ୍‌ ଗେଲ୍‌, ମନଦୀପ ସିଂ, ପ୍ରବ୍ସିିମରନ ସିଂ, ନିକୋଲାସ ପୁରାନ (ଉଇକେଟକିପର), ସର୍ଫରାଜ ଖାନ୍‌, ଦୀପକ ହୁଦା, ମୁରୁଗାନ ଅଶ୍ୱିନ, ରବି ବିଷ୍ଣୋଇ, ହରପ୍ରୀତ ବ୍ରାର୍‌, ମହମ୍ମଦ ସାମି, ଆକାଶଦୀପ ସିଂ, ଇଶାନ ପୋରେଲ, ଦର୍ଶନ ନାଲକାଣ୍ଡେ, କ୍ରିସ୍‌ ଜୋର୍ଡାନ, ଡାଓ୍ବିଡ ମାଲାନ, ଝେ ରିଚାର୍ଡସନ, ଶାହରୁଖ ଖାନ୍‌, ରିଲେ ମର୍ଡିଥ୍‌, ମୋଇସେସ୍‌ ହେନରିକ୍‌, ଜଲଜ ସାକ୍ସେନା, ଉତ୍କର୍ଷ ସିଂ, ଫାବିଏନ୍‌ ଆଲେନ୍‌ ଓ ସୌରଭ କୁମାର।
ମ୍ୟାଚ୍‌ ଆରମ୍ଭ: ସନ୍ଧ୍ୟା ୭.୩୦
ସ୍ଥାନ: ଓ୍ବାଙ୍ଖଡେ ଷ୍ଟାଡିୟମ, ମୁମ୍ବାଇ
ପ୍ରସାରଣ: ଷ୍ଟାର ସ୍ପୋଟ୍ସ ନେଟଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri