Posted inଜାତୀୟ

କେସିଆର୍‌ଙ୍କ ଦଳ ପାଇଁ କାମ କରିବ ଆଇପିଏସି

ଗୁଆହାଟୀ,୨୫।୪: ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗଦେବା ଲାଗି କଥାବାର୍ତ୍ତା ଚାଲିଥିବାବେଳେ ସେପଟେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌)ଙ୍କ ଦଳ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ସହ ତାଙ୍କ ରାଜନୈତିକ ପରାମର୍ଶଦାତା ଟିମ୍‌ ଆଇପିଏସି (ଇଣ୍ଡିଆନ ପଲିଟିକାଲ ଆକ୍ସନ କମିଟି) ଚୁକ୍ତି ସ୍ବାକ୍ଷର କରିଛି। ୨୦୨୩ ତେଲଙ୍ଗାନା ବିଧାନସଭା ନିର୍ବାଚନରେ ଟିଆର୍‌ଏସ୍‌କୁ ଜିତାଇବା ଲାଗି ଆଇପିଏସି କାର୍ଯ୍ୟ କରିବ। ତେବେ ପ୍ରଶାନ୍ତ କିଶୋର ରଣନୀତି ପ୍ରସ୍ତୁତିରେ ସାମିଲ ହୋଇ ନ ପାରନ୍ତି। ସେ ନିର୍ବାଚନୀ ରଣନୀତିକାର ଭାବେ ଆଉ କାର୍ଯ୍ୟ କରିବେ ନାହିଁ ବୋଲି କିଛିଦିନ ପୂର୍ବରୁ ଘୋଷଣା କରିଥିଲେ।
ଦେଶର ସର୍ବପୁରାତନ ଦଳ କଂଗ୍ରେସକୁ ସୁଦୃଢ଼ କରାଇବା ଲାଗି ପ୍ରଶାନ୍ତ କିଶୋର କାର୍ଯ୍ୟଯୋଜନା ପ୍ରଦାନ କରିଛନ୍ତି। ସେ ଖୁବ୍‌ଶୀଘ୍ର ଦଳରେ ସାମିଲ ହେବା ନେଇ ସୂଚନା ମିଳିଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏନେଇ ଦଳର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା ଚଳାଇଛନ୍ତି। ମେ’ ୨ ସୁଦ୍ଧା ନିଷ୍ପତ୍ତି ଜଣାଇବା ଲାଗି ପ୍ରଶାନ୍ତ କିଶୋର କଂଗ୍ରେସକୁ ସମୟ ଦେଇଥିବା ଜଣାପଡ଼ିଛି। ବିଭିନ୍ନ ରାଜ୍ୟରେ କଂଗ୍ରେସ ସହ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା କରୁଥିତ୍ବା ଦଳଗୁଡ଼ିକୁ ପ୍ରଶାନ୍ତ କିଶୋର ରାଜନୈତିକ ପରାମର୍ଶ ଦେଉଥିଲେ। ସେଥିପାଇଁ କଂଗ୍ରେସରେ ତାଙ୍କର ଯୋଗଦାନକୁ କେତେଜଣ ବରିଷ୍ଠ ନେତା ବିରୋଧ କରୁଥିତ୍ବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧମାକା କରିବେ ସଲମାନ: ସାରା ବିଶ୍ୱରେ ପକାଇବ ପ୍ରଭାବ

ବଲିଉଡର ‘ସୁଲତାନ’ ସଲମାନ ଖାନ୍‌ ଧମାକା କରିବାକୁ ଯାଉଛନ୍ତି। ପ୍ରଖ୍ୟାତ ନିର୍ଦ୍ଦେଶକ ଯୋଡ଼ି ରାଜ ଏବଂ ଡିକେଙ୍କ ସହ ମିଶି ସେ ମନୋରଞ୍ଜନ ଶିଳ୍ପରେ ଏକ ନୂତନ…

ତାମିଲନାଡୁରେ ଲାଗିବ ରାଷ୍ଟ୍ରପତି ଶାସନ? ବିଜୟଙ୍କ ବଢିଲା ଟେନଶନ

ଚେନ୍ନାଇ,୬।୫: ତାମିଲନାଡୁର ସମଗ୍ର ରାଜନୈତିକ ଦୃଶ୍ୟପଟ ପରିବର୍ତ୍ତନ ହୋଇଛି। ଥାଲାପଥି ବିଜୟଙ୍କ ଦଳ, ଟିଭିକେର ବିଜୟ ପ୍ରାୟ ଛଅ ଦଶନ୍ଧି ଧରି ରାଜ୍ୟରେ ରହିଥିବା ରାଜନୈତିକ ସମୀକରଣକୁ…

ତାମିଲନାଡୁରେ ବିଜୟଙ୍କ ଦଖଲ ପରେ ପବନ କଲ୍ୟାଣଙ୍କ ବଡ଼ ବୟାନ, ମାଟିରେ ମିଶିଯିବ…ରାଜନୀତିରେ ଝଡ

ଚେନ୍ନାଇ,୬।୫: ତାମିଲନାଡୁର ରାଜନୈତିକ ଦୃଶ୍ୟପଟରେ, ବିଧାନସଭା ନିର୍ୱାଚନର ଫଳାଫଳ ପରେ ବୟାନବାଜିର ଏକ ଝଡ଼ ତୀବ୍ର ହୋଇଛି। ଏହି ପରିପ୍ରେକ୍ଷୀରେ, ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଏବଂ ଜନସେନା…

ଇସ୍ତଫା ନ ଦେବା ଉପରେ ଗିରଫ ହେବେ ମମତା ବାନାର୍ଜୀ, କ’ଣ କହୁଛି ଭାରତର ନିୟମ…

କୋଲକାତା,୬।୫: ପଶ୍ଚିମବଙ୍ଗ ରାଜନୀତି ଏପରି ଏକ ମୋଡ଼ ନେଇଛି ଯାହା ବହୁତ କମ ଲୋକ କଳ୍ପନା କରିପାରନ୍ତି। ୨୦୨୬ ନିର୍ବାଚନ ଫଳାଫଳ ରାଜ୍ୟର କ୍ଷମତା ଦୃଶ୍ୟପଟକୁ ସ୍ପଷ୍ଟ…

ଏହି ଦିନ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜୟ! ସାମ୍‌ନାକୁ ଆସିଲା ତାରିଖ

ଚେନ୍ନାଇ,୬।୫: ତାମିଲନାଡୁ ନିର୍ବାଚନରେ ବିପୁଳ ବିଜୟ ପରେ ଥଲାପଥି ବିଜୟ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ଅଛି। ନବନିର୍ବାଚିତ ଟିଭିକେ ଦଳର ବିଧାୟକମାନେ ମଙ୍ଗଳବାର ଦିନ ବୈଠକ କରିଥିଲେ…

ଜନଆକ୍ରୋଶ ସମାବେଶରେ ହଜାର ହଜାର ମହିଳା ହେଲେ ଏକଜୁଟ୍‌

ହାଟଡିହୀ,୬ା୫(ଶୁଭକାନ୍ତ ନାୟକ): ଭାଜପା ତରଫରୁ କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ୩୭ ନଂ ଜୋନ୍‌ରେ ଜନଆକ୍ରୋଶ ମହିଳା ସମାବେଶ ବୁଧବାର ଅନୁଷ୍ଠିତ ହୋଇଛି।…

ଜନଗଣନାରେ ସାମିଲ ହେଲେ ଜିଲାପାଳ

ଭବାନୀପାଟଣା,୬ା୫(ଉତ୍ତମ କୁମାର ଦାଶ)-ରାଜ୍ୟରେ ଗତ ଏପ୍ରିଲ ୧୫ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହୋଇଛି। ଆସନ୍ତା ୧୬ ତାରିଖରେ ଏହା ଶେଷ ହେବ। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି…

ତାମିଲନାଡୁରେ ଭାଙ୍ଗିଲା କଂଗ୍ରେସ-ଡିଏମକେ ମେଣ୍ଟ, ନୂତନ ସରକାର ଗଠନ ପାଇଁ ବିଜୟଙ୍କ ସହ ହାତ ମିଳାଇଲେ ରାହୁଲ

ଚେନ୍ନାଇ,୬।୫: ତାମିଲନାଡୁରେ ନୂତନ ସରକାର ଗଠନ ପାଇଁ ବିଜୟଙ୍କ ଟିଭିକେକୁ ସମର୍ଥନ ଜଣାଇ କଂଗ୍ରେସ ବୁଧବାର ରାଜ୍ୟରେ ଡିଏମକେ ସହିତ ଦୀର୍ଘକାଳୀନ ମେଣ୍ଟ ଭାଙ୍ଗି ଦେଇଛି। କଂଗ୍ରେସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri