ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ନବୀନ

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): ଆସନ୍ତା ଜାନୁୟାରୀ ୧୩ରୁ ୨୯ ଯାଏ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ହକି ବିଶ୍ବକପ୍‌ ଅନୁଷ୍ଠିତ ହେବ। ସେଥିପାଇଁ ରାଜ୍ୟ ସରକରାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋରସୋର ଚାଲିଛି। ଦ୍ବିତୀୟ ଥର ପାଇଁ ଓଡ଼ିଶା ଏହି ବିଶ୍ବକପ୍‌ ଆୟୋଜନ କରୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରୁଛନ୍ତି। ଏହି କ୍ରମରେ ମଙ୍ଗଳବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ନିମନ୍ତ୍ରଣ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଶିବରାଜ ସିଂ ଚୌହାନଙ୍କୁ ନିମନ୍ତ୍ରଣପତ୍ର ଦେଇଛନ୍ତି। ସେ ଭୋପାଳରେ ସ୍ବତନ୍ତ୍ର ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣପତ୍ର ସହ ହକି ଜର୍ସି ଓ ରୁପାର ଅଶୋକ ଚକ୍ର ପ୍ରଦାନ କରିଛନ୍ତି। ନବୀନଙ୍କ ନିମନ୍ତ୍ରଣ ସାଦରରେ ଗ୍ରହଣ କରିବା ସହ ନିମନ୍ତ୍ରଣ ପାଇଁ ଶିବରାଜ ସିଂ ଚୌହ୍ବାନ ଧନ୍ୟବାଦ ଜଣାଇଛନ୍ତି। ଯଥାସମ୍ଭବ ଓଡ଼ିଶା ଆସି ହକି ବିଶ୍ୱକପ୍‌ରେ ସାମିଲ ହେବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବଢ଼ିଲା ଡ୍ୟାନ୍ସ ବାର୍‌ ଅଡ଼ୁଆ

ଭୁବନେଶ୍ୱର,୩ା୧୦(ବ୍ୟୁରୋ): ଭୁବନେଶ୍ୱରରେ ପୁଣି ଖୋଲିବାକୁ ଆଶା ବାନ୍ଧିଥିବା ଡ୍ୟାନ୍ସ ବାର୍‌ ପାଇଁ ଏକ ବଡ଼ ଝଟକା ଲାଗିଛି। ବାର୍‌ଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍‌ ନ...

ପହଁରା ଶିଖିବାକୁ ଯାଇଥିଲେ: ବାତ ଯୋଗୁ ସୁଇମିଂ ପୁଲ୍‌ରେ ଯୁବକଙ୍କ ଜୀବନ କଲା

ଭୁବନେଶ୍ୱର, ୪।୬(ବ୍ୟୁରୋ): ଭୁବନେଶ୍ୱର କ୍ଲବ୍‌ ସୁଇମିଂପୁଲ୍‌ରେ ବୁଡ଼ି ମଙ୍ଗଳବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଡୁମ୍‌ଡ଼ୁମା ଅଞ୍ଚଳର ଦୀପକ ସାହୁ(୧୮)। ପ୍ରକାଶ ଯେ,...

ରେଳ ଚଳାଚଳ ଉପରେ ପଡ଼ିଲାନି ବିଶେଷ ପ୍ରଭାବ: ଅଧଘଣ୍ଟାରୁ ଦୁଇ ଘଣ୍ଟା ବିଳମ୍ବରେ ଚାଲିଲା ଟ୍ରେନ୍‌

ଭୁବନେଶ୍ୱର, ୮ା୧(ବ୍ୟୁରୋ): ବୁଧବାର ବାମପନ୍ଥୀ ଦଳ ଓ ଶ୍ରମିକ ସଂଗଠନ ପକ୍ଷରୁ ବନ୍ଦ ଡାକରା ରେଳ ଚଳାଚଳ ଉପରେ ବିଶେଷ ପ୍ରଭାବ ପକାଇନି। ପୂର୍ବତଟ ରେଳପଥରେ...

ଶିଳାନ୍ୟାସକୁ ୨ବର୍ଷ ବିତିଲା: ଅନିଶ୍ଚିତତାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ

ପୁରୀ ଅଫିସ,୧୮।୧୦: ସତ୍ୟବାଦୀର ବକୁଳବନରେ ପ୍ରସ୍ତାବିତ ଓଡ଼ିଆ ବିଶ୍ୱବିଦ୍ୟାଳୟର ଭାଗ୍ୟ ଫିଟୁ ନାହିଁ। ପଞ୍ଚସଖା ଓଡ଼ିଆ ନବଜାଗରଣର ଯେଉଁ ସ୍ବପ୍ନ ଦେଖିଥିଲେ ତାହା ପୂରଣ ହୋଇପାରୁ...

ଶିକ୍ଷା ବିଭାଗ ସତର୍କ ଅଛି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଦେଶରେ କରୋନା ସଂକ୍ରମଣ ବଢ଼ିବା ପରେ ଓଡ଼ିଶାରେ ଛନକା ପଶିଛି। ରାଜ୍ୟରେ କୋଭିଡ୍‌ ନିୟମ କଡ଼ାକଡି ମାନିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିବାବେଳେ ଏସ୍‌ଆର୍‌ସି ଏନେଇ...

ଉତ୍ପାଦିତ ଚାରାକୁ ଜଙ୍ଗଲରେ ଫୋପାଡ଼ି ଦେଲେ

ନୂଆଗାଁ,୧୭।୬ (ଡି.ଏନ.ଏ.): ନୟାଗଡ଼ ବନଖଣ୍ଡ ମହୀପୁର ବନ ବିଭାଗର ପ୍ରତି କ୍ଷେତ୍ରରେ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। ସେହିଭଳି ଚାରା ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଦୁର୍ନୀତି...

ବ୍ୟବସାୟୀଙ୍କୁ ଅପହରଣ ଉଦ୍ୟମ ବେଳେ ସିରିଜ ଦୁର୍ଘଟଣା: ପୋଲିସ ପହଞ୍ଚିବା ପୂର୍ବରୁ ଅପହରଣକାରୀ ଫେରାର; ୨ କାର୍‌, ବନ୍ଧୁକ ସହ ମାରଣାସ୍ତ୍ର ଜବତ

ଭୁବନେଶ୍ୱର,୮।୬(ବ୍ୟୁରୋ): ସ୍ଥାନୀୟ ନୟାପଲ୍ଲୀ ଥାନା ସିଆର୍‌ପି ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ବ୍ୟବସାୟୀଙ୍କୁ ଅପହରଣ ଉଦ୍ୟମ ପଣ୍ଡ ହୋଇଛି। କେତେଜଣ ଦୁର୍ବୃତ୍ତ ଦୁଇଟି...

ଭାଜପା ଗଡ଼କୁ ବିଜେଡିର ଦଖଲ ଉଦ୍ୟମ

ନୟାଗଡ଼ ଅଫିସ,୧୦।୨: ଗୋତିସାହି, ହରିହରପୁର, ମଗରବନ୍ଧ, ପଞ୍ଚରିଡ଼ାମାନପୁର, ଶରଣକୁଳ, ସୋଲପଟା, ଗୋଡ଼ିପଲ୍ଲୀ ପଞ୍ଚାୟତକୁ ନେଇ ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକର ୩ନଂ. ଜୋନ୍‌ ଗଠିତ ।...

Advertisement
Archives

Model This Week