ଉଲଗ୍ନ ଲୋଭ

ଭାରତୀୟ ଚିନ୍ତାଧାରାରେ ମଣିଷ ଜୀବନର ୪ ଅବସ୍ଥା ବିଷୟରେ କୁହାଯାଇଛି। ସେଗୁଡ଼ିକ ହେଲା-ବ୍ରହ୍ମଚର୍ଯ୍ୟ, ଗୃହସ୍ଥ, ବାନପ୍ରସ୍ଥ ଏବଂ ସନ୍ନ୍ୟାସ। ଏଥିରୁ ପ୍ରଥମ ବ୍ରହ୍ମଚର୍ଯ୍ୟ ଓ ଶେଷ ତଥା ଚତୁର୍ଥ ସନ୍ନ୍ୟାସ ସ୍ଥିତିରେ ମଣିଷ ତା’ର ଲୋଭ ଓ ଅହଂଭାବ ପରିତ୍ୟାଗ କରିବା ପାଇଁ ସୁଯୋଗ ପାଇଥାଏ। ସେହି ସୁଯୋଗର ସଦୁପଯୋଗ କଲେ ଜୀବନର ବାକିଅଂଶ ସୁଖ ଓ ଶାନ୍ତିରେ ବିତିଥାଏ। ‘ଅତ୍ୟଧିକ ଲୋଭ ଆଣିଦିଏ ଅତ୍ୟଧିକ ଆଶାନ୍ତି’ ବୋଲି ବିଭିନ୍ନ ଧର୍ମଗୁରୁମାନେ କହିଥାଆନ୍ତି। ମଣିଷର ଲୋଭ ଅସରନ୍ତି ବୋଲି ସମସ୍ତେ ଜାଣିଛନ୍ତି। ତେବେ ‘ସଭ୍ୟ’ ସମାଜରେ ବଞ୍ଚୁଥିବା ବ୍ୟକ୍ତି ସେହି ଲୋଭକୁ ସଫଳତାର ସହିତ ଘୋଡ଼ାଇ ଦେଇପାରେ ବୋଲି ତାଙ୍କୁ ‘ଭଦ୍ର’ ଆଖ୍ୟା ଦିଆଯାଏ। ଯେବେ ଲୋଭ ଉଲଗ୍ନ ହୋଇ କୌଣସି କାର୍ଯ୍ୟ କରେ ସେତେବେଳେ ତାହା ଅପରାଧ ଆଡ଼କୁ ଢଳିଯାଇଥାଏ ବୋଲି ବୁଝାପଡ଼େ। ଅର୍ଥ ଲୋଭ, ସମ୍ପତ୍ତି ଲୋଭ, କାମ ଲୋଭ କୌଣସି ବ୍ୟକ୍ତିବିଶେଷ ପାଖରେ ସୀମିତ ନୁହେଁ। କେତେକ ବ୍ୟକ୍ତି ଏହି ଲୋଭକୁ ସଚେତନତାର ସହିତ କାର୍ଯ୍ୟକାରୀ କରାନ୍ତି। ସେଥିପାଇଁ ସେମାନେ ଆଇନକୁ ଭାଙ୍ଗନ୍ତି ନାହିଁ। ଆହୁରି ଅନେକେ ଏଭଳି ଅଛନ୍ତି, ଯେଉଁମାନେ ଲୋଭ ଦ୍ୱାରା ପରିଚାଳିତ ହୋଇ କୌଣସି ଚିନ୍ତା କରନ୍ତି ନାହିଁ। ସେହି ଗୋଷ୍ଠୀ ବା ମଣିଷଜାତିର ଉକ୍ତ ବର୍ଗ ଲୋଭରେ ହତ୍ୟା, ବଳାତ୍କାର ଭଳି ଅନେକ ଅପରାଧ କିମ୍ବା ଅସାମାଜିକ କାର୍ଯ୍ୟ ବାରମ୍ବାର କରିଥାଆନ୍ତି।
ନିକଟରେ ମିଳିଥିବା ଖବର ଅନୁଯାୟୀ, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (ସିଜେଆଇ) ଭାବେ ୮ ନଭେମ୍ବର ୨୦୨୨ରେ ଅବସର ନେଇଥିବା ଉଦୟ ଉମେଶ ଲଲିତଙ୍କ ବାସଭବନରେ ୨୮ ଜଣ ପିଅନ ଓ ସହାୟକ ଏବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ରାଷ୍ଟ୍ରପତି ଭବନ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଛାଡ଼ିଦେଲେ ଅନ୍ୟ କୌଣସି ସାମ୍ବିଧାନିକ ପଦବୀରେ ଏତେ ସଂଖ୍ୟକ ପିଅନ ଓ ସହାୟକ ବାସଭବନରେ ରହିବାର ବ୍ୟବସ୍ଥା ନାହିଁ। ଲଲିତ ୪୯ତମ ପ୍ରଧାନ ବିଚାରପତି ଭାବେ ଅଗଷ୍ଟ ୨୭ରୁ ନଭେମ୍ବର ୮ ପର୍ଯ୍ୟନ୍ତ ମାତ୍ର ୭୪ ଦିନ ପାଇଁ ଦାୟିତ୍ୱରେ ଥିଲେ। ସେତେବେଳେ ତାଙ୍କ ୧୯ ଆକବର ରୋଡ୍‌ ସରକାରୀ ବାସଭବନରେ ୪୦ ଜଣ ତଳିଆ କର୍ମଚାରୀ କାର୍ଯ୍ୟ କରୁଥିଲେ। ନିୟମ ଦେଖିଲେ ଜଣେ ପ୍ରଧାନ ବିଚାରପତି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୧୨ରୁ ୧୫ ଜଣ ପିଅନ ଓ ସହାୟକଙ୍କୁ ରଖିପାରିବେ ଏବଂ ଅବସର ପରେ ସେମାନଙ୍କ ସଂଖ୍ୟା ୨ରୁ ୩ ରହିବା କଥା।
ଚଳିତବର୍ଷ ଅଗଷ୍ଟରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟ ବିଚାରପତି ନିୟମ, ୧୯୫୯ରେ ସଂଶୋଧନ ଆଣିଥିଲେ। ସେଥିରେ ଉଲ୍ଲେଖ କରାଯାଇଥିଲା ଯେ ଅବସରପ୍ରାପ୍ତ ସିଜେଆଇଙ୍କୁ ୬ ମାସ ସକାଶେ ଭଡ଼ାମୁକ୍ତ ଟାଇପ୍‌-୭ ବାସଭବନ ଯୋଗାଇ ଦିଆଯାଇପାରିବ। ସେହି ଅନୁଯାୟୀ ଦେଖିଲେ ଶାହାଜାହାନ ରୋଡ୍‌ର ଏକ ବଙ୍ଗଳା ଲଲିତଙ୍କୁ ଯଚାଯାଇଥିଲା। କିନ୍ତୁ ସମ୍ପୃକ୍ତ କୋଠା ଖରାପ ଅବସ୍ଥାରେ ରହିଥିବା ଦର୍ଶାଇ ସେ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଲଲିତଙ୍କ ପରେ ସିଜେଆଇ ଡି. ଓ୍ବାଇ. ଚନ୍ଦ୍ରଚୂଡ଼ ୧୯ ଆକବର ରୋଡ୍‌ ବାସଭବନରେ ରହିବେ ବୋଲି ସରକାରୀ ଭାବେ କୁହାଯାଇଥିଲା। ତେଣୁ ଲଲିତଙ୍କୁ ୧୭ ସଫଦରଜଙ୍ଗ ରୋଡ୍‌ରେ ଏକ ଘର ଦିଆଯାଇଛି। ଏବେ ତାହା ମରାମତି କରାଯାଉଥିବାରୁ ସେ ଆସନ୍ତା ନୂଆବର୍ଷରେ ଘର ବଦଳାଇବେ ବୋଲି ଜଣାପଡ଼ିଛି।
ଉପରଲିଖିତ ଘଟଣାକୁ ଦେଖିଲେ ସମ୍ଭ୍ରାନ୍ତ ବର୍ଗଙ୍କ ଲାଗି ସରକାରୀ ସ୍ତରରେ ସବୁ ନିୟମକୁ ଜଳାଞ୍ଜଳି ଦିଆଯାଉଛି। ଜଣେ ପ୍ରଧାନ ବିଚାରପତି ହୋଇଥିବା ବ୍ୟକ୍ତି ଚାକିରିକାଳ ମଧ୍ୟରେ ଅନେକ ମାମଲାର ସମାଧାନ କରିଥାଆନ୍ତି। ତାଙ୍କୁ ନ୍ୟାୟମୂର୍ତ୍ତି କୁହାଯାଉଥିବାରୁ ତାଙ୍କର ସାମାଜିକ ଦାୟିତ୍ୱବୋଧ ଅଧିକ ରହିବା କଥା। କିନ୍ତୁ ଅବସର ପରେ ବଙ୍ଗଳାକୁ ମାଡ଼ିବସିବା ଓ ତଳିଆ କର୍ମଚାରୀଙ୍କୁ ବ୍ୟକ୍ତିଗତ ଚାକର ଭାବେ ଖଟାଇବାର ଚରିତ୍ର କେବଳ ଲଳିତଙ୍କ ପାଖରେ ସୀମିତ ନୁହେଁ। ସେହି ମିଥ୍ୟା ଜଗତରେ ଅଧିକ କିଛିଦିନ ରହିବାର ଲୋଭ ଅନେକ ଉଚ୍ଚପାହ୍ୟା ଅବସରପ୍ରାପ୍ତ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଫିସରଙ୍କ ସମେତ ପୂର୍ବତନ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କୁ ଗ୍ରାସ କରିଥାଏ। କେତେକେ ଚାକିରି ଯିବାର ଦୀର୍ଘ ମାସ ଯାଏ ସରକାରୀ ବାସଭବନ ଛାଡ଼ି ନ ଥାଆନ୍ତି। ବହୁ ଦୃଷ୍ଟାନ୍ତ ରହିଛି ଯେଉଁଥିରେ ଦେଖିବାକୁ ମିଳେ ଯେ, ପଦବୀ ଯିବା ପରେ ସରକାରୀ ବାସଭବନକୁ ଅକ୍ତିଆର କରିଥିବା ବ୍ୟକ୍ତିଙ୍କ ବିରୋଧରେ କରଦାତାଙ୍କ ଅର୍ଥ ବ୍ୟବହାର କରାଯିବା ସହିତ ପୋଲିସ ଲଗାଇ ସେମାନଙ୍କୁ ବିଦା କରିବାକୁ ପଡ଼ିଥାଏ। ଏଭଳି ବେଲଜ୍ଜା ଲୋକଙ୍କ ତାଲିକା ଅତ୍ୟନ୍ତ ଲମ୍ବା।
ଭାରତ ସରକାରଙ୍କ ଦୁର୍ବଳ ଅର୍ଥନୈତିକ ନୀତି ଯୋଗୁ ଦେଶ ଏବେ ଘୋର ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ବିଗତ ୬ ମାସରେ ୫ ଥର ରେପୋ ରେଟ୍‌ ବଢ଼ାଇ ଗୃହଋଣ ନେଇଥିବା ବ୍ୟକ୍ତିଙ୍କ ଉପରେ ବାରମ୍ବାର ସୁଧ କଷି ଚାଲିଛିି। ଏହାଦ୍ୱାରା ସ୍ବଳ୍ପ ଓ ମଧ୍ୟମ ଆୟକାରୀ ବର୍ଗ ଶୋଷିତ ହେଉଛନ୍ତି। ଏଥିସହିତ ଆୟକରଦାତା ଏବଂ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଦେଉଥିବା ପ୍ରତ୍ୟେକ ନାଗରିକଙ୍କ ଅର୍ଥ ସରକାରୀ କାର୍ଯ୍ୟରେ ବ୍ୟୟ କରାଯାଉଛି। ଏହାର ଅନେକ ଭାଗ ଚାକିରିଆଙ୍କ ଦରମା ଓ ସୁବିଧା ବାବଦକୁ ମଧ୍ୟ ବ୍ୟୟ ହେଉଛି। ଏହା ସତ୍ତ୍ୱେ ଅବସର ପରେ ସେମାନଙ୍କ ଲାଗି ଅଧିକ ସୁବିଧା ଦିଆଯିବା ରାଷ୍ଟ୍ର କଲ୍ୟାଣର ପରିପନ୍ଥୀ ବୋଲି ଅଭିହିତ ହେବା ଉଚିତ। ହେଲେ କ୍ୱଚିତ୍‌ ବ୍ୟକ୍ତି ଏହି ବିଷୟକୁ ଆଲୋଚନା ଭିତରକୁ ଆଣୁଥିବାରୁ ବ୍ୟବସ୍ଥାରେ ପରିବର୍ତ୍ତନ ଆସିପାରୁ ନାହିଁ। ଏଥିପାଇଁ ବିଧିବଦ୍ଧ ପ୍ରତିବାଦ ଲୋଡ଼ା ପଡ଼ିଲାଣି।

ବହୁ ଦୃଷ୍ଟାନ୍ତ ରହିଛି ଯେଉଁଥିରେ ଦେଖିବାକୁ ମିଳେ ଯେ, ପଦବୀ ଯିବା ପରେ ସରକାରୀ ବାସଭବନକୁ ଅକ୍ତିଆର କରିଥିବା ବ୍ୟକ୍ତିଙ୍କ ବିରୋଧରେ କରଦାତାଙ୍କ ଅର୍ଥ ବ୍ୟବହାର କରାଯିବା ସହିତ ପୋଲିସ ଲଗାଇ ସେମାନଙ୍କୁ ବିଦା କରିବାକୁ ପଡ଼ିଥାଏ। ଏଭଳି ବେଲଜ୍ଜା ଲୋକଙ୍କ ତାଲିକା ଅତ୍ୟନ୍ତ ଲମ୍ବା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?