ସ୍ତ୍ରୀଙ୍କୁ ନିଶା ଦେଇ ବଳାତ୍କାର ପାଇଁ ‘ଅତିଥି ନିମନ୍ତ୍ରଣ’

ପ୍ୟାରିସ୍‌,୨୩ା୬: ଫ୍ରାନ୍ସର ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ସବୁଦିନ ରାତିରେ ନିଶା ଦେଉଥିଲେ। ସେ ତାଙ୍କୁ ବଳାତ୍କାର କରିବା ଲାଗି ଅନ୍ୟ ପୁରୁଷମାନଙ୍କୁ ନିମନ୍ତ୍ରଣ କରୁଥିଲେ। ମହିଳା ଜଣକ ଏନେଇ କିଛି ଜାଣିପାରୁ ନ ଥିଲେ। ୨୦୧୧ରୁ ୨୦୨୦ ପର୍ଯ୍ୟନ୍ତ ଏପରି ଚାଲିଥିଲା। ୧୦ ବର୍ଷ ମଧ୍ୟରେ ମହିଳାଙ୍କୁ କରାଯାଇଥିବା ବଳାତ୍କାରର ୯୨ଟି ମାମଲା ତଦନ୍ତକାରୀମାନେ ଜାଣିବାକୁ ପାଇଛନ୍ତି। ବଳାତ୍କାରୀମାନଙ୍କ ମଧ୍ୟରୁ ୫୧ ଜଣଙ୍କ ବୟସ ୨୬ରୁ ୭୩ ବର୍ଷ। ସେମାନଙ୍କୁ ଗିରଫ କରାଯାଇଥିବାବେଳେ ଅବଶିଷ୍ଟ ବଳାତ୍କାରୀମାନଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଳାଇଛି। ଫେରାର ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ଲେଖାଏ ଟ୍ରକ୍‌ ଡାଇଭର, ମ୍ୟୁନିସିପାଲ କାଉନ୍‌ସିଲର, ବ୍ୟାଙ୍କ ଆଇଟି କର୍ମଚାରୀ, ଜେଲ ସୁରକ୍ଷାକର୍ମୀ, ନର୍ସ ଓ ଖବରଦାତା ରହିଛନ୍ତି।
ଫ୍ରାନ୍ସର ମଜାନ୍‌ରେ ରହୁଥିବା ଡୋମିନିକ୍‌ ପି. ନିଜ ସ୍ତ୍ରୀଙ୍କ ଖାଦ୍ୟରେ ଚିନ୍ତା ନିବାରକ ଔଷଧ ଲୋରାଜେପାମ୍‌ ମିଶାଉଥିଲେ। ସ୍ତ୍ରୀ ଖାଇବା ପରେ ଶୋଇପଡ଼ୁଥିଲେ। ଏହା ଦେଖି ସେ ତଥାକଥିତ ଅତିଥିମାନଙ୍କୁ ନିଜ ଘରକୁ ଡକାଉଥିଲେ ସୁପ୍ତ ସ୍ତ୍ରୀଙ୍କ ସହ ଯୌନ ସମ୍ପର୍କ ରଖିବା ପାଇଁ। ‘ଅତିଥିମାନେ’ ତାଙ୍କୁ ବଳାତ୍କାର କରୁଥିବାବେଳେ ଡୋମିନିକ୍‌ ତା’ର ଭିଡିଓ ରେକର୍ଡିଂ କରି ଏକ ୟୁଏସ୍‌ବି ଡ୍ରାଇଭ୍‌ରେ ରଖୁଥିଲେ। ‘ଆବ୍ୟୁଜେସ୍‌’ ନାମକ ଉକ୍ତ ଫାଇଲକୁ ପୋଲିସ ଠାବ କରିଛି। ଅନେକ ‘ଅତିଥି’ ୨୦୧୧ରୁ ୨୦୨୦ ମଧ୍ୟରେ ବହୁବାର ବଳାତ୍କାର କରିଥିବା ତଦନ୍ତରୁ ଜଣାପଡ଼ିଛି।
ଡୋମିନିକ୍‌ ନିଜ ସ୍ତ୍ରୀଙ୍କୁ ୫୦ ବର୍ଷ ପାଇଁ ବିବାହ କରିଥିଲେ। ସେମାନଙ୍କ ୩ ସନ୍ତାନସନ୍ତତି ଅଛନ୍ତି। ସ୍ତ୍ରୀ ଯେପରି ନିଦରୁ ଉଠି ନ ପଡ଼ିବେ ସେଥିପାଇଁ ଡୋମିନିକ୍‌ ତମାଖୁ ସେବନ ଛାଡ଼ିଦେଇଥିଲେ ଏବଂ ପର୍ଫ୍ୟୁମ୍‌ ମଧ୍ୟ ବ୍ୟବହାର ମଧ୍ୟ କରୁ ନ ଥିଲେ। ଏପରି କି ହଠାତ୍‌ ତାପମାତ୍ରାରେ ପରିବର୍ତ୍ତନକୁ ଏଡ଼ାଇବା ପାଇଁ ସେ ଅତିଥିମାନଙ୍କୁ ଗରମ ପାଣିରେ ହାତ ଧୋଇବାକୁ ପ୍ରବର୍ତ୍ତାଉଥିଲେ। ପଡ଼ୋଶୀଙ୍କ ମଧ୍ୟରୁ କେହି ଯେପରି ସନ୍ଦେହ ନ କରିବେ ସେଥିପାଇଁ ନିକଟସ୍ଥ ଏକ ସ୍କୁଲରେ କାର୍‌ ଛାଡ଼ିଆସିବାକୁ ସେ କହୁଥିଲେ। ଗିରଫ ‘ଅତିଥି’ଙ୍କ ମଧ୍ୟରୁ ଅନେକେ କହିଛନ୍ତି, ଏହା ବଳାତ୍କାର ନୁହେଁ। କାରଣ ଯୌନ ସମ୍ପର୍କକୁ ନେଇ ମହିଳାଙ୍କ ଆପତ୍ତି ଥିବା ସେମାନେ ଜାଣି ନ ଥିଲେ। ମହିଳା ଜଣକ ଡିପ୍ରେସନ୍‌କୁ ଚାଲିଯିବା ପୂର୍ବରୁ ଡୋମିନିକ୍‌ଙ୍କୁ ଛାଡ଼ପତ୍ର ଦେବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

ରୁଷିକୁଲ୍ୟାରୁ କମୁଛି ଜଳସ୍ତର: ଟଳିଲା ବନ୍ୟା ଆଶଙ୍କା

ପୁରୁଷୋତ୍ତମପୁର, ୨୬।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି…

ପ୍ରଶାନ୍ତ କିଶୋରଙ୍କୁ ଜୋରଦାର ଝଟ୍‌କା: ପ୍ରାର୍ଥୀ ଘୋଷଣାର ୨୪ ଘଣ୍ଟାରେ…

ପାଟନା,୨୬।୯: ବିହାର ବିଧାନ ପରିଷଦ ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୁରଜକୁ ଝଟକା ଲାଗିଛି। ତିରହୁତ ଶିକ୍ଷକ ନିର୍ବାଚନମଣ୍ଡଳୀ ପାଇଁ ଦଳର ପ୍ରାର୍ଥୀ ଘୋଷଣା…

ଭଜନ କ୍ଲବିଂରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି: ରାମ ଭଜନରେ ବଜାଇଲେ ଡଫଲି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ…

ରାହୁଙ୍କ ଘରେ ଶୁକ୍ରଙ୍କ ପ୍ରବେଶ: ଆଜିଠୁ ଆରମ୍ଭ ହେଲା ୩ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ, ଧନ, ଐଶ୍ୱର୍ଯ୍ୟ ଏବଂ ଭୌତିକ ସୁଖ-ସୁବିଧାର କାରକ ଗ୍ରହ ଭାବେ ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ଶୁକ୍ରଙ୍କ ଶୁଭ…

ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି! ଜାଣନ୍ତୁ କେତେ ପ୍ରତିଶତ ବଢ଼ିବ DA

ନୂଆଦିଲ୍ଲୀ,୨୬।୯: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି କେନ୍ଦ୍ର ସରକାରୀ କର୍ମଚାରୀ (Central Government Employee) କିମ୍ବା ପେନସନଭୋଗୀ ଅଛନ୍ତି, ତେବେ ପାର୍ବଣ ଋତୁରେ ଆପଣଙ୍କ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?