Posted inଫୁରସତ

ଅଦୃଶ୍ୟ ଘର; ଏହାକୁ ଦେଖି ପାରନ୍ତି ନାହିଁ ଲୋକେ…

ଘର ଅନେକଙ୍କ ପାଇଁ ରହିବା ଲାଗି ନିରାପଦ ସ୍ଥଳଟିଏ ହୋଇପାରେ। ହେଲେ କିଛି ଲୋକଙ୍କ ପାଇଁ ଏହା ଷ୍ଟାଟସ୍‌ର ପ୍ରତୀକ ବି ହୋଇଥାଏ। ଆଉ କେହି କେହି ତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ଓ ଚର୍ଚ୍ଚାରେ ରହିବା ଲାଗି ଭିନ୍ନ ତଥା ଅଜବ ଡିଜାଇନ୍‌ର ଘର ତିଆରି କରିଥାନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ଲଣ୍ଡନ, ରିଚମଣ୍ଡରେ ଥିବା ଏକ ଘର। ଏଇ ଘରଟି ରାସ୍ତା କଡରେ ରହିଛି। ହେଲେ ସେଇ ବାଟ ଦେଇ ଗଲାବେଳେ ଲୋକେ ଏହାକୁ ଦେଖି ପାରନ୍ତି ନାହିଁ। କାରଣ ଏକ ଅଦୃଶ୍ୟ ଘର ଅଟେ। ତେବେ ପ୍ରକୃତ କଥା ହେଉଛି ଏହି ଘରର ବାହାର ପଟ ବଡ ବଡ ଦର୍ପଣରେ ତିଆରି। ତେଣୁ ଏହାକୁ ବାହାର ଲୋକେ ହଠାତ୍‌ ଦେଖି ପାରନ୍ତି ନାହିଁ। ହେଲେ ଘର ଭିତରେ ଥିବା ଲୋକ ବାହାର ଲୋକଙ୍କୁ ବେଶ୍‌ ଭଲ ଭାବେ ଦେଖିପାରନ୍ତି। ଏହି ଘରକୁ ଡିଜାଇନ୍‌ କରିଛନ୍ତି ଆର୍କିଟେକ୍ଟ ଆଲେକ୍ସ ହ’।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ iPhone ଧରିଥିଲା କୁନି ପୁଅ, ବୋଟିଂ ସମୟରେ କରିଦେଲା ଏମିତି କାଣ୍ଡ, ୟୁଜର୍ସ ଦେଖି…

ପିଲାମାନଙ୍କ ଦୁଷ୍ଟାମୀର ଭିଡିଓ ପ୍ରତିଦିନ ସୋସିଆଲ ମିଡିଆରେ ଭାଇରାଲ ହୁଏ, କିନ୍ତୁ ଏଥର ଜଣେ କୁନି ପିଲା ଏମିତି କାରନାମା କରିଛି ଯାହା ୟୁଜର୍ସଙ୍କୁ ଚକିତ କରିଦେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri