ନିବେଶକଙ୍କ କ୍ଷତି ୨.୨୨ ଲକ୍ଷ କୋଟି

ମୁମ୍ବାଇ: ଗତ କିଛିଦିନ ଧରି ଦେଶର ପୁଞ୍ଜିବଜାରରେ କାରବାର ବଢ଼ି ଚାଲିଥିଲା। ବୁଧବାର ଏଥିରେ ଝଟକା ଲାଗିଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) କାରବାର ଖସିଥିବା ନଜରକୁ ଆସିଛି। ଫଳରେ ନିବେଶକ ୨.୨୨ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି। ୩୦ ଶେୟାର ବିଶିଷ୍ଟ ସେନ୍‌ସେକ୍ସ ୬୯୫ ପଏଣ୍ଟ (୧.୫୬%) ଖସିଛି। ବ୍ୟାଙ୍କିଙ୍ଗ୍‌, ରିୟଲିଟି, ଫାର୍ମା ଏବଂ ଆଇଟି କ୍ଷେତ୍ରର ଷ୍ଟକ୍‌ କାରବାର ବୁଧବାର ପ୍ରଭାବିତ ହୋଇଥିବା ଜଣାପଡିଛି। ସେନ୍‌ସେକ୍ସ ୧.୫୬% ଖସିବା ଯୋଗୁ ଏହା ୪୩,୮୨୮ ପଏଣ୍ଟ ସ୍ତରକୁ ଖସିଆସିଛି। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ନିଫ୍ଟି କାରବାର ୧୯୭ ପଏଣ୍ଟ (୧.୫୧%) ନିମ୍ନରେ ରହି ୧୨,୮୫୮ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି।
କେବଳ ଓଏନ୍‌ଜିସି ଏବଂ ପାଓ୍ବାର ଗ୍ରୀଡ୍‌ ଭଲ କାରବାର ହାସଲ କରିଛନ୍ତି। ଏନ୍‌ଏସ୍‌ଇ ପ୍ଲାଟ୍‌ଫର୍ମରେ ରିୟଲିଟି ଫାର୍ମା ଏବଂ ଘରୋଇ ବ୍ୟାଙ୍କ ଏବଂ ବ୍ୟାଙ୍କ ଶେୟାର କାରବାର ପ୍ରାୟ ୨.୨୫% ହ୍ରାସ ହୋଇଛି। ବଜାର ବିଶେଷଜ୍ଞଙ୍କ ମୁତାବକ, କରୋନା ଭାକ୍ସିନ ଆଶା ଏବଂ ବିଦେଶୀ ନିବେଶକଙ୍କ ମଧ୍ୟରେ ଉତ୍ସାହ ଯୋଗୁ ଭାରତୀୟ ଶେୟାର ବଜାର କାରବାର ବେଶ୍‌ ଉନ୍ନତ ହେଉଥିଲା। ମାତ୍ର ଦିନର ଦ୍ୱିତୀୟ ଭାଗରେ ନିବେଶକ ପ୍ରଫିଟ ବୁକିଂ କରିବା ଯୋଗୁ ବଜାରରେ ଅଚାନକ ହ୍ରାସ ପରିଲକ୍ଷିତ ହୋଇଛି। ସ୍ବଳ୍ପ ମିଆଦୀ ଭିତ୍ତିରେ ପ୍ରଫିଟ ବୁକିଂ ଘଟଣା ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ବିଶେଷଜ୍ଞ କହିଛନ୍ତି।
ଅପରପକ୍ଷରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ବାଇଡେନ୍‌ଙ୍କ ଟ୍ରାଞ୍ଜିଶନ ଖବର ଆସିବା ପରେ ଆମେରିକାର ଶେୟାର ବଜାର ରେକର୍ଡ ସ୍ତରରେ ବନ୍ଦ ହୋଇଛି। ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାଇଡେନ୍‌ଙ୍କୁ ଶୀଘ୍ର କ୍ଷମତା ହସ୍ତାନ୍ତର କରିବେ ବୋଲି ଜଣାପଡିଛି। ଏହି ଖବର ଆସିବା ପରେ ଓ୍ବାଲ୍‌ଷ୍ଟ୍ରିଟ୍‌ର ପ୍ରମୁଖ ସୂଚକାଙ୍କରେ କାରବାର ବେଶ୍‌ ଉନ୍ନତ ରହିଛି। ବ୍ଲୁ ଚିପ୍‌ ଡାଉ ରେକର୍ଡ ଉଚ୍ଚ ସ୍ତରରେ ରହିଛି। ସେହିଭଳି ଏସ୍‌ଆଣ୍ଡପିର ସମସ୍ତ ୧୧ ସୂଚକାଙ୍କ ଊର୍ଦ୍ଧ୍ୱଗାମୀ ରହିଛି। ଏହି ସମୟରେ ଟେସ୍‌ଲା କମ୍ପାନୀର ଶେୟାର କାରବାର ୩.୩% ବୃଦ୍ଧି ହୋଇଥିବା ନଜରକୁ ଆସିଛି। ୟୁଏସ୍‌ ଶେୟାର ବଜାରରେ ବ୍ୟାଙ୍କ, ଶକ୍ତି ଏବଂ ଶିଳ୍ପ କ୍ଷେତ୍ର ଶେୟାର କାରବାର ଉନ୍ନତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୨.୫ ବିଲିୟନ ଡଲାର ଛୁଇଁବ ଓଟିଟି ବଜାର

ମୁମ୍ବାଇ, ୧୯।୭: ବର୍ଷ ୨୦୨୧ରେ ଭାରତର ଭିଡିଓ ଓଟିଟି ବଜାର ୧.୫ ବିଲିୟନ ଡଲାର ରହିଛି। ଏହା ୨୦୩୦ ବେଳକୁ ୧୨.୫ ବିଲିୟନ ଡଲାର ଛୁଇଁପାରେ।...

ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ଆକର୍ଷଣୀୟ ଅଫର

ଭୁବନେଶ୍ୱର,୨୦।୯: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ଚଳିତ ବର୍ଷ ଦୁର୍ଗା ପୂଜା ପାଇଁ ଆକର୍ଷଣୀୟ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

କାନାରା ବ୍ୟାଙ୍କ ପକ୍ଷରୁ ସହାୟତା

ଭୁବନେଶ୍ୱର,୩। ୫: କୋଭିଡ-୧୯କୁ ଧ୍ୟାନରେ ରଖି କାନାରା ବ୍ୟାଙ୍କ ପକ୍ଷରୁ ବିଭିନ୍ନ ସତର୍କତା ପଦକ୍ଷେପ ହାତକୁ ନିଆଯାଇଛି। ବ୍ୟାଙ୍କର ଗ୍ରାହକ ଏବଂ କର୍ମଚାରୀଙ୍କୁ ମାସ୍କ ପିନ୍ଧିବା,...

୫ ଲକ୍ଷ କୋଟି ଡଲାର ଅର୍ଥନୀତି ;ଲକ୍ଷ୍ୟ ପୂରଣ ଲାଗି ଆବଶ୍ୟକ୯% ଅଭିବୃଦ୍ଧି

ନୂଆଦିଲ୍ଲୀ,୫-୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଅର୍ଥନୀତିକୁ ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ତେବେ ଏଥିପାଇଁ କ୍ରମାଗତ ୯ ପ୍ରତିଶତ...

ସେବାରେ ଗ୍ରାହକ ସନ୍ତୁଷ୍ଟ: ଶ୍ଳୋକ ସେନ

କୋଭିଡ୍‌ ପରଠାରୁ ଗାଡ଼ି ବ୍ୟବସାୟ ନାନା ସମସ୍ୟା ମଧ୍ୟ ଦେଇ ଗତିକରୁଛି। ଏପରିକି ଯାନବାହନ ଉତ୍ପାଦନ କମିଯାଇଥିବାବେଳେ ନିର୍ମାଣ ଲାଗି ଆବଶ୍ୟକ ଉପକରଣର ଦର ବୃଦ୍ଧି...

ଟାଟାର ହାତ ଛାଡିପାରେ ଏୟାର ଏସିଆ

ନୂଆଦିଲ୍ଲୀ,୨୨।୬: ବଜେଟରେ ବିମାନ ସେବା ଯୋଗାଣ କରୁଥିବା ମାଲେସିଆ ଭିତ୍ତିକ କମ୍ପାନୀ ଏୟାର ଏସିଆ ବରହାଦ ଲାଗି ଭାରତ ଏବଂ ଜାପାନ ଏକ ବାହ୍ୟ ଅଞ୍ଚଳ...

ଏସିଆର ଧନୀ ତାଲିକାରେ ତଳକୁ ଖସିଲେ ଗୌତମ ଆଦାନୀ

ନୂଆଦିଲ୍ଲୀ,୫।୬: ଆଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଆଦାନୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଗୌତମ ଆଦାନୀ ଏବେ ଧନୀ ତାଲିକାରେ କିଛି ପଛକୁ...

ରାଜ୍ୟଗୁଡ଼ିକ ଲାଗି ଋଣ ସୀମା ୫%କୁ ବଢ଼ିଲା

ନୂଆଦିଲ୍ଲୀ,୧୮।୫: କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ଲାଗି ଋଣ ସୀମାକୁ ରବିବାର ୩%ରୁ ୫% ବଢ଼ାଇଛନ୍ତି। ଏହାଦ୍ୱାରା ରାଜ୍ୟଗୁଡିକ ୨୦୨୦-୨୧ରେ ସେମାନଙ୍କ ମୋଟ ରାଜ୍ୟ ଜିଡିପିର ୫%...

Advertisement
Archives

Model This Week