Posted inଜାତୀୟ

ଅଗଷ୍ଟ ୧୪ ସୁଦ୍ଧା ତଦନ୍ତ ସାର

ନୂଆଦିଲ୍ଲୀ,୧୮ା୫: ଆଦାନୀ ଗ୍ରୁପ୍‌ ବିରୋଧରେ ଆଗତ ଷ୍ଟକ୍ସ ହେରଫେର ଦୁର୍ନୀତିର ତଦନ୍ତ ଶେଷ କରିବା ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)କୁ ସୁପ୍ରିମକୋର୍ଟ ଅଗଷ୍ଟ ୧୪ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ଏଥିସହ ଅପ୍‌ଡେଟେଡ୍‌ ଷ୍ଟାଟସ୍‌ ରିପୋର୍ଟ ଦାଖଲ ପାଇଁ ମଧ୍ୟ ବଜାର ନିୟନ୍ତ୍ରକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଗତ ଜାନୁୟାରୀ ୨୪ରେ ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍‌ ବିରୋଧରେ ଆମେରିକାର ଆକ୍ଟିଭିଷ୍ଟ ଇନ୍‌ଭେଷ୍ଟର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ସାଂଘାତିକ ଅଭିଯୋଗ ଅଣାଯାଇଥିଲା। ହିଣ୍ଡେନ୍‌ବର୍ଗ ନିଜ ଓ୍ବେବ୍‌ସାଇଟ୍‌ରେ ପ୍ରକାଶିତ ଅନୁସନ୍ଧାନମୂଳକ ରିପୋର୍ଟରେ ଉଲ୍ଲେଖ କରିଥିଲା ଯେ, ଆଦାନୀ ଗ୍ରୁପ୍‌ ନିଜ ଷ୍ଟକ୍ସ ଓ ଆକାଉଣ୍ଟରେ ଦଶନ୍ଧି ଧରି ୧୭.୮ ଟ୍ରିଲିୟନ୍‌ ବା ଲକ୍ଷ କୋଟି ଟଙ୍କା (୨୧୮ ବିଲିୟନ୍‌ ଆମେରିକୀୟ ଡଲାର) ହେରଫେର କରିଛି। ଏହି ତଥ୍ୟ ପ୍ରଘଟ ହେବା ପରେ ଭାରତୀୟ ପୁଞ୍ଜିବଜାର ଦୋହଲିଯାଇଥିଲା। ଏହାର ପ୍ରଭାବରେ ଆଦାନୀଙ୍କ ସମ୍ପତ୍ତି ମୂଲ୍ୟ ମଧ୍ୟ ଲଗାତର ଭାବେ ହ୍ରାସ ପାଇଥିଲା। ଆଦାନୀ ଗ୍ରୁପ୍‌ ଅଧୀନରେ ଥିବା ବ୍ୟବସାୟିକ ସଂସ୍ଥାଗୁଡ଼ିକର ଶେୟାର ମୂଲ୍ୟ ରେକର୍ଡ ପରିମାଣରେ ହ୍ରାସ ପାଇଥିବାରୁ ନିବେଶକମାନେ ବହୁ କୋଟି ଟଙ୍କା ହରାଇ ଚିନ୍ତାରେ ପଡ଼ିଥିଲେ। ନିବେଶକଙ୍କ ସ୍ବାର୍ଥ ରକ୍ଷା ଲାଗି ନିୟମ ପ୍ରଣୟନ ଏବଂ ଆଦାନୀ ଗ୍ରୁପ୍‌ର ତଦନ୍ତ ମାର୍ଚ୍ଚ ସୁଦ୍ଧା ଶେଷ କରିବା ପାଇଁ ସୁପ୍ରିମକୋର୍ଟ ସେବିକୁ ସମୟ ଦେଇଥିଲେ। କିନ୍ତୁ ସେବି ନିର୍ଦ୍ଧାରିତ ସମୟରେ ତଦନ୍ତ ଶେଷ କରି ନ ପାରି ଆଉ ୬ ମାସ ସମୟ ମାଗିଥିଲା। ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଜଷ୍ଟିସ୍‌ (ଅବସରପ୍ରାପ୍ତ) ଏ.ଏମ୍‌. ସାପ୍ରେ ବିଶେଷଜ୍ଞ କମିଟିକୁ ଉକ୍ତ ରିପୋର୍ଟ କପି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେବି ପକ୍ଷରୁ ମାମଲା ପରିଚାଳନା କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଖଣ୍ଡପୀଠଙ୍କୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ତଦନ୍ତ ସମ୍ପୂର୍ଣ୍ଣ କରିବାକୁ ସମୟ ମାଗିଥିଲେ। କିନ୍ତୁ ଖଣ୍ଡପୀଠ କହିଥିଲେ, ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୟ ଦିଆଯାଇପାରିବ ନାହିଁ। ଯଦି କିଛି ପ୍ରକୃତ ଅସୁବିଧା ଅଛି, ଆମକୁ ଜଣାନ୍ତୁ।

କେବଳ ଜେପିସି ସତ ପଦାକୁ ଆଣିବ: କଂଗ୍ରେସ

ସୁପ୍ରିମକୋର୍ଟ ଆଦାନୀ-ହିଣ୍ଡେନ୍‌ବର୍ଗ ବିବାଦର ତଦନ୍ତ ସମ୍ପର୍କିତ ଅପ୍‌ଡେଟେଡ୍‌ ଷ୍ଟାଟସ୍‌ ରିପୋର୍ଟ ଅଗଷ୍ଟରେ ଦାଖଲ କରିବାକୁ ସେବିକୁ ନିର୍ଦ୍ଦେଶ ଦେଇଥିବାବେଳେ କଂଗ୍ରେସ ଏହାକୁ ନାପସନ୍ଦ କରିଛି। ସୁପ୍ରିମକୋର୍ଟ ତତ୍ତ୍ୱାବଧାନରେ ଚାଲିଥିବା ତଦନ୍ତ ସୀମିତ। ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା ଏହାର ତଦନ୍ତ କରାଗଲେ ସବୁ ସତ ପଦାକୁ ଆସିବ ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି।
ଜୟରାମ ଏକାଧିକ ଟୁଇଟ୍‌ କରି କହିଛନ୍ତି, ସେବି ତଦନ୍ତ ସାରିବାକୁ ୬ ମାସ ମାଗିଛି। ସମ୍ପୂର୍ଣ୍ଣ ସମୀକ୍ଷା ଶେଷ କରିବାକୁ ୧୫ ମାସ ଲାଗିବ। ସୁପ୍ରିମକୋର୍ଟ ୩ ମାସ ଅବଧି ବୃଦ୍ଧି କରିଛନ୍ତି। କେବଳ ଜେପିସି ତଦନ୍ତ ଜରିଆରେ ମୋଦାନୀ (ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି + ଶିଳ୍ପପତି ଗୌତମ ଆଦାନୀ) ପିପିପି (ପଲିଟିକାଲ୍‌-ପ୍ରାଇଭେଟ୍‌ ପାର୍ଟନରଶିପ୍‌) ଦୁର୍ନୀତିର ତଦନ୍ତ ପର୍ଦ୍ଦାଫାଶ ହୋଇପାରିବ। ଦେଶର ସର୍ବବୃହତ୍‌ ବୀମା କମ୍ପାନୀ ଏଲ୍‌ଆଇସି ଗତବର୍ଷ ଆଜିର ଦିନରେ ଷ୍ଟକ୍‌ ମାର୍କେଟରେ ତାଲିକାଭୁକ୍ତ ହୋଇଥିଲା। ସେତେବେଳେ ଏହାର ମାର୍କେଟ କ୍ୟାପିଟାଲାଇଜେଶନ୍‌ ୫.୪୮ ଲକ୍ଷ କୋଟି ଟଙ୍କା ଥିବାବେଳେ ବର୍ତ୍ତମାନ ତାହା ୩.୫୯ ଲକ୍ଷ କୋଟି ଟଙ୍କାକୁ ଖସିଯାଇଛି, ଯାହାକି ୩୫%। ଏହି ହ୍ରାସ ପାଇଁ ମୋଦାନୀ ଦାୟୀ। ଇତିମଧ୍ୟରେ ଅନେକ ଲକ୍ଷ ବୀମାଧାରୀଙ୍କୁ ଆର୍ଥତ୍କ ଝଟ୍‌କା ଲାଗିଛି ବୋଲି ଜୟରାମ କହିଛନ୍ତି। ଏଲ୍‌ଆଇସି ଶେୟାର ମାର୍କେଟରେ ତାଲିକାଭୁକ୍ତ ହେବା ପରଠୁ ୧.୯ ଲକ୍ଷ କୋଟି ଟଙ୍କା ହରାଇଥିବା ନେଇ ପ୍ରକାଶିତ ଏକ ମିଡିଆ ରିପୋର୍ଟକୁ ସେ ଉକ୍ତ ଟୁଇଟ୍‌ରେ ଟ୍ୟାଗ୍‌ କରିଛନ୍ତି। ଅନ୍ୟପକ୍ଷେ ଆଦାନୀ ଗ୍ରୁପ୍‌ରେ ଏଲ୍‌ଆଇସିର ନିବେଶ ୧%ରୁ କମ୍‌ ଥିବାରୁ ଶେୟାରହୋଲ୍ଡର୍ସଙ୍କ ପାଇଁ ଚିନ୍ତାର କାରଣ ନାହିଁ ବୋଲି ଭାଜପା ଆଇଟି ବିଭାଗ ମୁଖ୍ୟ ଅମିତ ମାଲବ୍ୟ ଏହାର ଜବାବରେ ଟୁଇଟ୍‌ କରିଛନ୍ତି। ପ୍ରକାଶ ଯେ, ଆଦାନୀ ଗ୍ରୁପ୍‌ ଦୁର୍ନୀତିର ତଦନ୍ତ ଜେପିସି ଦ୍ୱାରା କରାଯାଉ ବୋଲି କଂଗ୍ରେସ ଦାବି କରିଆସୁଛି। ହିଣ୍ଡେନ୍‌ବର୍ଗ ରିସର୍ଚ୍ଚର ଉକ୍ତ ଅଭିଯୋଗକୁ ଆଦାନୀ ଗ୍ରୁପ୍‌ ଖଣ୍ଡନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

୧୦ ଦିନରେ ୩ ସ୍ଥାନରେ ବଡ଼ଧରଣର ଲୁଟ୍‌କୁ ନେଇ ଖେଳିଗଲା ଆତଙ୍କ: ସିସିଟିଭି ଲଗାଇବାକୁ ପରାମର୍ଶ ଦେଲେ ଏସଡିପିଓ

ଦାରିଙ୍ଗବାଡି, ୩ ।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ଲୁଟେରା ମାତିଛନ୍ତି । ୧୦ ଦିନ ମଧ୍ୟରେ ୩ଟି…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଲାଗୁ ହେଲା ପେଟ୍ରୋଲ-ଡିଜେଲର ନୂଆ ଦାମ୍‌

ନୂଆଦିଲ୍ଲୀ,୩।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲର ଦର ଏବଂ ତେଲ କମ୍ପାନୀଗୁଡ଼ିକର ରୋଜଗାରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ରପ୍ତାନି ଉପରେ ଲାଗୁ…

ଭାଜପା ହାରିବାର ୫ ବଡ଼ କାରଣ, ଜାଣନ୍ତୁ…

ପାଟନା,୩।୮: ପାଟନାର ବାଙ୍କିପୁର ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ଆସିସାରିଛି ଏବଂ ଏଠାରେ ୩୦ ବର୍ଷର ରେକର୍ଡ ଭାଙ୍ଗିଯାଇଛି। ଜନ ସୁରାଜ ପାର୍ଟିର ସଂସ୍ଥାପକ ତଥା…

ପିକେଙ୍କ ବିଜୟଠୁ ଭାଜପାର ପରାଜୟ କାହିଁକି ଚର୍ଚ୍ଚାରେ? ବାଙ୍କୀପୁର ଫଳାଫଳର ପ୍ରଭାବ ପଡ଼ିବ ଦିଲ୍ଲୀ ଗାଦି ଉପରେ!

ପାଟନା,୩।୮: ବାଙ୍କୀପୁରରେ ପ୍ରଶାନ୍ତ କିଶୋରଙ୍କ ବିଜୟ ରାଜନୀତିରେ ଏକ ନୂଆ କୌତୂହଳ ସୃଷ୍ଟି କରିଛି। ଆଜି ସକାଳ ପର୍ଯ୍ୟନ୍ତ ଯେଉଁ ବାଙ୍କୀପୁର ବିଧାନସଭା ଆସନକୁ ଭାଜପାର ଦୁର୍ଗ…

ପ୍ରଶାନ୍ତ କିଶୋରଙ୍କୁ ଜିତାଇଦେଲେ Gen-Z? ହେଲା ବଡ଼ ଖୁଲାସା…

ପାଟନା,୩।୮: ପାଟନାର ହାଇ-ପ୍ରୋଫାଇଲ୍ ବାଙ୍କୀପୁର ବିଧାନସଭା ଆସନରେ ଜନ ସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର ୧୯,୩୨୪ ଭୋଟ୍‌ରେ ବିଜୟ ହାସଲ କରିଛନ୍ତି। ୩୨ ରାଉଣ୍ଡ ଗଣତିରେ…

ରାଗିକି ଇସ୍ତଫା ଦେଲେ ୨ ବିଧାୟକ

ବେଙ୍ଗାଲୁରୁ,୩।୮: କର୍ନାଟକରେ କଂଗ୍ରେସ ସରକାରଙ୍କ କ୍ୟାବିନେଟ ବିସ୍ତାରକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଥିବାବେଳେ ନୂତନ ଭାବରେ ପ୍ରକାଶିତ ମନ୍ତ୍ରୀ ତାଲିକା ସେହି ବିଧାୟକମାନଙ୍କୁ ନିରାଶ କରିଛି…

ଝାଡ଼ଖଣ୍ଡର ‘ସୋନମ ୱାଙ୍ଗଚୁକ୍’! ଜାଣନ୍ତୁ କିଏ ଏହି ଦେବେନ୍ଦ୍ର ମାହାତୋ, ଯିଏ ଛାତ୍ରଙ୍କ ହକ୍‌ ପାଇଁ ଆମରଣ ଅନଶନରେ…

ନୂଆଦିଲ୍ଲୀ,୩।୮: ନିଟ୍ (NEET) ପେପର ଲିକ୍‌କୁ ନେଇ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ କିଛିଟା ପ୍ରଶମିତ ହୋଇଥିଲେ ବି ଝାଡ଼ଖଣ୍ଡରେ ଏବେ ବି ନିଆଁ ଜଳୁଛି, ଆଉ ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri