Posted inଜାତୀୟ

ଅଗଷ୍ଟ ୧୪ ସୁଦ୍ଧା ତଦନ୍ତ ସାର

ନୂଆଦିଲ୍ଲୀ,୧୮ା୫: ଆଦାନୀ ଗ୍ରୁପ୍‌ ବିରୋଧରେ ଆଗତ ଷ୍ଟକ୍ସ ହେରଫେର ଦୁର୍ନୀତିର ତଦନ୍ତ ଶେଷ କରିବା ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)କୁ ସୁପ୍ରିମକୋର୍ଟ ଅଗଷ୍ଟ ୧୪ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ଏଥିସହ ଅପ୍‌ଡେଟେଡ୍‌ ଷ୍ଟାଟସ୍‌ ରିପୋର୍ଟ ଦାଖଲ ପାଇଁ ମଧ୍ୟ ବଜାର ନିୟନ୍ତ୍ରକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଗତ ଜାନୁୟାରୀ ୨୪ରେ ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍‌ ବିରୋଧରେ ଆମେରିକାର ଆକ୍ଟିଭିଷ୍ଟ ଇନ୍‌ଭେଷ୍ଟର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ସାଂଘାତିକ ଅଭିଯୋଗ ଅଣାଯାଇଥିଲା। ହିଣ୍ଡେନ୍‌ବର୍ଗ ନିଜ ଓ୍ବେବ୍‌ସାଇଟ୍‌ରେ ପ୍ରକାଶିତ ଅନୁସନ୍ଧାନମୂଳକ ରିପୋର୍ଟରେ ଉଲ୍ଲେଖ କରିଥିଲା ଯେ, ଆଦାନୀ ଗ୍ରୁପ୍‌ ନିଜ ଷ୍ଟକ୍ସ ଓ ଆକାଉଣ୍ଟରେ ଦଶନ୍ଧି ଧରି ୧୭.୮ ଟ୍ରିଲିୟନ୍‌ ବା ଲକ୍ଷ କୋଟି ଟଙ୍କା (୨୧୮ ବିଲିୟନ୍‌ ଆମେରିକୀୟ ଡଲାର) ହେରଫେର କରିଛି। ଏହି ତଥ୍ୟ ପ୍ରଘଟ ହେବା ପରେ ଭାରତୀୟ ପୁଞ୍ଜିବଜାର ଦୋହଲିଯାଇଥିଲା। ଏହାର ପ୍ରଭାବରେ ଆଦାନୀଙ୍କ ସମ୍ପତ୍ତି ମୂଲ୍ୟ ମଧ୍ୟ ଲଗାତର ଭାବେ ହ୍ରାସ ପାଇଥିଲା। ଆଦାନୀ ଗ୍ରୁପ୍‌ ଅଧୀନରେ ଥିବା ବ୍ୟବସାୟିକ ସଂସ୍ଥାଗୁଡ଼ିକର ଶେୟାର ମୂଲ୍ୟ ରେକର୍ଡ ପରିମାଣରେ ହ୍ରାସ ପାଇଥିବାରୁ ନିବେଶକମାନେ ବହୁ କୋଟି ଟଙ୍କା ହରାଇ ଚିନ୍ତାରେ ପଡ଼ିଥିଲେ। ନିବେଶକଙ୍କ ସ୍ବାର୍ଥ ରକ୍ଷା ଲାଗି ନିୟମ ପ୍ରଣୟନ ଏବଂ ଆଦାନୀ ଗ୍ରୁପ୍‌ର ତଦନ୍ତ ମାର୍ଚ୍ଚ ସୁଦ୍ଧା ଶେଷ କରିବା ପାଇଁ ସୁପ୍ରିମକୋର୍ଟ ସେବିକୁ ସମୟ ଦେଇଥିଲେ। କିନ୍ତୁ ସେବି ନିର୍ଦ୍ଧାରିତ ସମୟରେ ତଦନ୍ତ ଶେଷ କରି ନ ପାରି ଆଉ ୬ ମାସ ସମୟ ମାଗିଥିଲା। ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଜଷ୍ଟିସ୍‌ (ଅବସରପ୍ରାପ୍ତ) ଏ.ଏମ୍‌. ସାପ୍ରେ ବିଶେଷଜ୍ଞ କମିଟିକୁ ଉକ୍ତ ରିପୋର୍ଟ କପି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେବି ପକ୍ଷରୁ ମାମଲା ପରିଚାଳନା କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଖଣ୍ଡପୀଠଙ୍କୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ତଦନ୍ତ ସମ୍ପୂର୍ଣ୍ଣ କରିବାକୁ ସମୟ ମାଗିଥିଲେ। କିନ୍ତୁ ଖଣ୍ଡପୀଠ କହିଥିଲେ, ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୟ ଦିଆଯାଇପାରିବ ନାହିଁ। ଯଦି କିଛି ପ୍ରକୃତ ଅସୁବିଧା ଅଛି, ଆମକୁ ଜଣାନ୍ତୁ।

କେବଳ ଜେପିସି ସତ ପଦାକୁ ଆଣିବ: କଂଗ୍ରେସ

ସୁପ୍ରିମକୋର୍ଟ ଆଦାନୀ-ହିଣ୍ଡେନ୍‌ବର୍ଗ ବିବାଦର ତଦନ୍ତ ସମ୍ପର୍କିତ ଅପ୍‌ଡେଟେଡ୍‌ ଷ୍ଟାଟସ୍‌ ରିପୋର୍ଟ ଅଗଷ୍ଟରେ ଦାଖଲ କରିବାକୁ ସେବିକୁ ନିର୍ଦ୍ଦେଶ ଦେଇଥିବାବେଳେ କଂଗ୍ରେସ ଏହାକୁ ନାପସନ୍ଦ କରିଛି। ସୁପ୍ରିମକୋର୍ଟ ତତ୍ତ୍ୱାବଧାନରେ ଚାଲିଥିବା ତଦନ୍ତ ସୀମିତ। ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା ଏହାର ତଦନ୍ତ କରାଗଲେ ସବୁ ସତ ପଦାକୁ ଆସିବ ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି।
ଜୟରାମ ଏକାଧିକ ଟୁଇଟ୍‌ କରି କହିଛନ୍ତି, ସେବି ତଦନ୍ତ ସାରିବାକୁ ୬ ମାସ ମାଗିଛି। ସମ୍ପୂର୍ଣ୍ଣ ସମୀକ୍ଷା ଶେଷ କରିବାକୁ ୧୫ ମାସ ଲାଗିବ। ସୁପ୍ରିମକୋର୍ଟ ୩ ମାସ ଅବଧି ବୃଦ୍ଧି କରିଛନ୍ତି। କେବଳ ଜେପିସି ତଦନ୍ତ ଜରିଆରେ ମୋଦାନୀ (ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି + ଶିଳ୍ପପତି ଗୌତମ ଆଦାନୀ) ପିପିପି (ପଲିଟିକାଲ୍‌-ପ୍ରାଇଭେଟ୍‌ ପାର୍ଟନରଶିପ୍‌) ଦୁର୍ନୀତିର ତଦନ୍ତ ପର୍ଦ୍ଦାଫାଶ ହୋଇପାରିବ। ଦେଶର ସର୍ବବୃହତ୍‌ ବୀମା କମ୍ପାନୀ ଏଲ୍‌ଆଇସି ଗତବର୍ଷ ଆଜିର ଦିନରେ ଷ୍ଟକ୍‌ ମାର୍କେଟରେ ତାଲିକାଭୁକ୍ତ ହୋଇଥିଲା। ସେତେବେଳେ ଏହାର ମାର୍କେଟ କ୍ୟାପିଟାଲାଇଜେଶନ୍‌ ୫.୪୮ ଲକ୍ଷ କୋଟି ଟଙ୍କା ଥିବାବେଳେ ବର୍ତ୍ତମାନ ତାହା ୩.୫୯ ଲକ୍ଷ କୋଟି ଟଙ୍କାକୁ ଖସିଯାଇଛି, ଯାହାକି ୩୫%। ଏହି ହ୍ରାସ ପାଇଁ ମୋଦାନୀ ଦାୟୀ। ଇତିମଧ୍ୟରେ ଅନେକ ଲକ୍ଷ ବୀମାଧାରୀଙ୍କୁ ଆର୍ଥତ୍କ ଝଟ୍‌କା ଲାଗିଛି ବୋଲି ଜୟରାମ କହିଛନ୍ତି। ଏଲ୍‌ଆଇସି ଶେୟାର ମାର୍କେଟରେ ତାଲିକାଭୁକ୍ତ ହେବା ପରଠୁ ୧.୯ ଲକ୍ଷ କୋଟି ଟଙ୍କା ହରାଇଥିବା ନେଇ ପ୍ରକାଶିତ ଏକ ମିଡିଆ ରିପୋର୍ଟକୁ ସେ ଉକ୍ତ ଟୁଇଟ୍‌ରେ ଟ୍ୟାଗ୍‌ କରିଛନ୍ତି। ଅନ୍ୟପକ୍ଷେ ଆଦାନୀ ଗ୍ରୁପ୍‌ରେ ଏଲ୍‌ଆଇସିର ନିବେଶ ୧%ରୁ କମ୍‌ ଥିବାରୁ ଶେୟାରହୋଲ୍ଡର୍ସଙ୍କ ପାଇଁ ଚିନ୍ତାର କାରଣ ନାହିଁ ବୋଲି ଭାଜପା ଆଇଟି ବିଭାଗ ମୁଖ୍ୟ ଅମିତ ମାଲବ୍ୟ ଏହାର ଜବାବରେ ଟୁଇଟ୍‌ କରିଛନ୍ତି। ପ୍ରକାଶ ଯେ, ଆଦାନୀ ଗ୍ରୁପ୍‌ ଦୁର୍ନୀତିର ତଦନ୍ତ ଜେପିସି ଦ୍ୱାରା କରାଯାଉ ବୋଲି କଂଗ୍ରେସ ଦାବି କରିଆସୁଛି। ହିଣ୍ଡେନ୍‌ବର୍ଗ ରିସର୍ଚ୍ଚର ଉକ୍ତ ଅଭିଯୋଗକୁ ଆଦାନୀ ଗ୍ରୁପ୍‌ ଖଣ୍ଡନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାମ ନାମ ଧରି…

ସିର୍‌ସି/ନୂଆଦିଲ୍ଲୀ,୨୯ା୪:କେନ୍ଦ୍ରରେ କ୍ଷମତାସୀନ ଭାଜପା ଏଥର ମଧ୍ୟ ‘ରାମ ନାମ’ ଧରି ଲୋକ ସଭା ନିର୍ବାଚନ ବୈତରଣୀ ପାର ହେବାକୁ ଉଦ୍ୟମ ଚଳାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ...

ଭାରତ ମହାସାଗର ହେବ ସ୍ଥାୟୀ ଗ୍ରୀଷ୍ମ ଲହର ଅଞ୍ଚଳ

ନୂଆଦିଲ୍ଲୀ,୨୯ା୪ (ପି.ଟି.):ଭାରତରେ କିଛିଦିନ ହେଲା ଗ୍ରୀଷ୍ମ ଲହର ଜାରି ରହିଥିବାବେଳେ ଓଡ଼ିଶା ସମେତ କର୍ନାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କେରଳରେ ସର୍ବାଧିକ ତାପମାତ୍ରା ଅନୁଭୂତ ହେଉଛି।...

ଅଶ୍ଳୀଳ ଭିଡିଓ: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି ଫେରାର

ବେଙ୍ଗାଲୁରୁ,୨୯ା୪:ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ାଙ୍କ ନାତି ତଥା ହାସନ ଏମ୍‌ପି ପ୍ରଜ୍ୱଳ ରେଭନ୍ନାଙ୍କ କେତେକ ଅଶ୍ଳୀଳ ଭିଡିଓ...

ଆପ୍‌ର ପ୍ରଚାର ଗୀତକୁ ବ୍ୟାନ୍‌ କଲା ଇସି

ନୂଆଦିଲ୍ଲୀ,୨୮ା୪:ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଲୋକ ସଭା ପ୍ରଚାର ଗୀତ ଉପରେ ନିର୍ବାଚନ କମିଶନ (ଇସି) ପ୍ରତିବନ୍ଧ ଲଗାଇଛି। ଆପ୍‌ ଗୀତ ‘ଜେଲ କେ ଜବାବ...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଗିରଫ ହେଲେ ଭାଜପା ନେତା

ବିକାନେର,୨୮ା୪: ରାଜସ୍ଥାନରେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିକାନେରର ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଉସ୍‌ମାନ ଘନିଙ୍କୁ ଶନ୍ତି ଭଙ୍ଗ କରିବା ଅଭିଯୋଗରେ...

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା...

ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri