୨୦୨୩-୨୭ ହେବ ସବୁଠୁ ଉତ୍ତପ୍ତ: ଜାତିସଂଘ

ଜେନେଭା, ୧୮।୫: ଆହୁରି ବଢ଼ିବ ବୈଶ୍ୱିକ ତାପମାତ୍ରା। ସବୁଜ ଗୃହ ଗ୍ୟାସ୍‌, ଏଲ୍‌ ନିନୋ ପ୍ରଭାବରେ ଆସନ୍ତା ୫ ବର୍ଷ ସବୁଠୁ ଉତ୍ତପ୍ତ ଅବଧି ହେବ ବୋଲି ଜାତିସଂଘର ବିଶ୍ୱ ପାଣିପାଗ ଅର୍ଗାନାଇଜେଶନ୍‌ (ଡବ୍ଲ୍ୟୁଏମ୍‌ଓ) ପକ୍ଷରୁ ସତର୍କ କରାଯାଇଛି। ୨୦୨୩ରୁ ୨୭ ମଧ୍ୟରେ ତାତି ବୃଦ୍ଧି ପାଇବା ନେଇ ଦୁଇ-ତୃତୀୟାଂଶ ଆଶଙ୍କା ଥିବା ଡବ୍ଲ୍ୟୁଏମ୍‌ଓ କହିଛି।
ବୈଶ୍ୱିକ ତାପମାତ୍ରା ବୃଦ୍ଧିକୁ ନେଇ ବିଶେଷଜ୍ଞମାନଙ୍କ ଆକଳନ ଅନୁସାରେ ଆସନ୍ତା ୫ ବର୍ଷ (୨୦୨୩ରୁ-୨୭)ରୁ ଗୋଟିଏ ବର୍ଷରେ ତାତି ରେକର୍ଡ କରିବ। ରିପୋର୍ଟ ଅନୁଯାୟୀ ଆନୁଆଲ ଗ୍ଲୋବାଲ୍‌ ସର୍ଫେସ୍‌ ଟେମ୍ପରେଚର୍ସ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ପାଇବା ନେଇ ୬୬% ଆଶଙ୍କା ଥିବା କୁହାଯାଇଛି। ସେହିପରି ୨୦୨୩-୨୭ ମଧ୍ୟରେ ପ୍ରତିବର୍ଷ ତାପମାତ୍ରା ୧.୧ ଡିଗ୍ରୀ ସେଲ୍‌ସିୟସ୍‌ରୁ ୧.୮ ଡିଗ୍ରୀ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ବୃଦ୍ଧି ଘଟିବ। ପ୍ୟାରିସ୍‌ରେ ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଥିବାବେଳେ ବିଶ୍ୱରେ ସମାନ ସ୍ଥିତି ଉପୁଜିବ ନାହିଁ। କିନ୍ତୁ ସାଧାରଣ ଭାବେ ପ୍ରତିବର୍ଷ ଯେଉଁଭଳି ତାପମାତ୍ରା ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ଘଟୁଛି ସେ ଅନୁସାରେ ବୈଶ୍ୱିକ ତାପମାତ୍ରା ବୃଦ୍ଧି ପାଇବ ବୋଲି ଏଜେନ୍ସି ମୁଖ୍ୟ ପିଟରି ତଲାସ୍‌ କହିଛନ୍ତି।
ଆସନ୍ତା ମାସରେ ସମୁଦ୍ରପତ୍ତନରେ ଏଲ୍‌ ନିନୋ ସୃଷ୍ଟି ହେବାକୁ ଥିବାବେଳେ ଏହା ମନୁଷ୍ୟକୃତ ଜଳବାୟୁ ପରିବର୍ତ୍ତନ ସହ ମିଶି ତାପମାତ୍ରା ବୃଦ୍ଧି ଲାଗି ଇନ୍ଧନ ଯୋଗାଇବ। ଏହାର ପ୍ରଭାବ ସ୍ବାସ୍ଥ୍ୟ, ଖାଦ୍ୟ ସୁରକ୍ଷା, ଜଳ ପରିଚାଳନା ଏବଂ ପରିବେଶ ଉପରେ ପଡ଼ିବ, ଯେଉଁଥିଲାଗି ଆମକୁ ଆଗୁଆ ପ୍ରସ୍ତୁତ ରହିବାକୁ ପଡ଼ିବ। ବୈଶ୍ୱିକ ତାପମାତ୍ରା ବୃଦ୍ଧି ପାଇବା ନେଇ ସବୁଜଗୃହ ଗ୍ୟାସ୍‌ କାର୍ବନ୍‌ ଡାଇଅକ୍ସାଇଡ୍‌, ମିଥେନ୍‌ ଓ ନାଇଟ୍ରସ୍‌ ଅକ୍ସାଇଡ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଉଭୟ ସ୍ଥଳ ଓ ସମୁଦ୍ର ଭାଗର ତାପମାତ୍ରା ୧୯୬୦ରୁ କ୍ରମଶଃ ବୃଦ୍ଧିପାଇବାରେ ଲାଗିଛି। ସେହିପରି ୧୮୫୦ରୁ ୧୯୯୦ ମଧ୍ୟରେ ବୈଶ୍ୱିକ ତାପମାତ୍ରା ୧.୫ ଡିଗ୍ରୀ ସେଲ୍‌ସିଅସ୍‌ ବଢ଼ିଥିବାବେଳେ ୨୦୧୫ ପର୍ଯ୍ୟନ୍ତ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଇଥିବା କୁହାଯାଇଛି।
ବ୍ରିଟେନର ନ୍ୟାଶନାଲ ଓ୍ବେଦର ସର୍ଭିସ୍‌ ‘ମେଟ୍‌ ଅଫିସ୍‌’ ଜଳବାୟୁ ସମ୍ପର୍କରେ ବାର୍ଷିକ ଏବଂ ୧୦ ବର୍ଷିଆ ଆକଳନ କରିଥାଏ। ମେଟ୍‌ର ଆକଳନ ଅନୁସାରେ ୨୦୨୩ରୁ ୨୭ ଲଗାତର ୫ ବର୍ଷ ବୈଶ୍ୱିକ ତାପମାତ୍ରା ବୃଦ୍ଧି ପାଇବା ନେଇ ୩୨% ଆଶଙ୍କା ରହିଛି। ଆଲାସ୍କା, ଦକ୍ଷିଣ ଆଫ୍ରିକା, ଦକ୍ଷିଣ ଏସିଆ, ଅଷ୍ଟ୍ରେଲିଆର କିଛି ଅଞ୍ଚଳରେ ଚଳିତବର୍ଷ ସର୍ବାଧିକ ତାପମାତ୍ରା ଅନୁଭୂତ ହେବ। ସାରା ବିଶ୍ୱ ତାପମାତ୍ରା ବୃଦ୍ଧିଜନିତ ସମସ୍ୟା ଭୋଗୁଥିବାବେଳେ ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଅପେକ୍ଷାକୃତ ଥଣ୍ଡା ଅନୁଭୂତ ହେବ ବୋଲି ମେଟ୍‌ ଅଫିସ୍‌ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

୧୦ ଦିନରେ ୩ ସ୍ଥାନରେ ବଡ଼ଧରଣର ଲୁଟ୍‌କୁ ନେଇ ଖେଳିଗଲା ଆତଙ୍କ: ସିସିଟିଭି ଲଗାଇବାକୁ ପରାମର୍ଶ ଦେଲେ ଏସଡିପିଓ

ଦାରିଙ୍ଗବାଡି, ୩ ।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ଲୁଟେରା ମାତିଛନ୍ତି । ୧୦ ଦିନ ମଧ୍ୟରେ ୩ଟି…

ଭାଜପା ହାରିବାର ୫ ବଡ଼ କାରଣ, ଜାଣନ୍ତୁ…

ପାଟନା,୩।୮: ପାଟନାର ବାଙ୍କିପୁର ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ଆସିସାରିଛି ଏବଂ ଏଠାରେ ୩୦ ବର୍ଷର ରେକର୍ଡ ଭାଙ୍ଗିଯାଇଛି। ଜନ ସୁରାଜ ପାର୍ଟିର ସଂସ୍ଥାପକ ତଥା…

ପିକେଙ୍କ ବିଜୟଠୁ ଭାଜପାର ପରାଜୟ କାହିଁକି ଚର୍ଚ୍ଚାରେ? ବାଙ୍କୀପୁର ଫଳାଫଳର ପ୍ରଭାବ ପଡ଼ିବ ଦିଲ୍ଲୀ ଗାଦି ଉପରେ!

ପାଟନା,୩।୮: ବାଙ୍କୀପୁରରେ ପ୍ରଶାନ୍ତ କିଶୋରଙ୍କ ବିଜୟ ରାଜନୀତିରେ ଏକ ନୂଆ କୌତୂହଳ ସୃଷ୍ଟି କରିଛି। ଆଜି ସକାଳ ପର୍ଯ୍ୟନ୍ତ ଯେଉଁ ବାଙ୍କୀପୁର ବିଧାନସଭା ଆସନକୁ ଭାଜପାର ଦୁର୍ଗ…

ପ୍ରଶାନ୍ତ କିଶୋରଙ୍କୁ ଜିତାଇଦେଲେ Gen-Z? ହେଲା ବଡ଼ ଖୁଲାସା…

ପାଟନା,୩।୮: ପାଟନାର ହାଇ-ପ୍ରୋଫାଇଲ୍ ବାଙ୍କୀପୁର ବିଧାନସଭା ଆସନରେ ଜନ ସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର ୧୯,୩୨୪ ଭୋଟ୍‌ରେ ବିଜୟ ହାସଲ କରିଛନ୍ତି। ୩୨ ରାଉଣ୍ଡ ଗଣତିରେ…

ରାଗିକି ଇସ୍ତଫା ଦେଲେ ୨ ବିଧାୟକ

ବେଙ୍ଗାଲୁରୁ,୩।୮: କର୍ନାଟକରେ କଂଗ୍ରେସ ସରକାରଙ୍କ କ୍ୟାବିନେଟ ବିସ୍ତାରକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଥିବାବେଳେ ନୂତନ ଭାବରେ ପ୍ରକାଶିତ ମନ୍ତ୍ରୀ ତାଲିକା ସେହି ବିଧାୟକମାନଙ୍କୁ ନିରାଶ କରିଛି…

ମୋଦିଙ୍କଠାରୁ ଆରମ୍ଭ କରି ଷ୍ଟାଲିନ: ଯେତେବେଳେ ରାଜନୀତିର ଦିଗ୍ଗଜ ନେତାଙ୍କ ‘ଚାଣକ୍ୟ’ ସାଜିଥିଲେ ପ୍ରଶାନ୍ତ କିଶୋର; ଆଜି ଦିଲ୍ଲୀକୁ କଲେ ଥରହର

ନୂଆଦିଲ୍ଲୀ,୩।୮: ଯେତେବେଳେ ଚାଣକ୍ୟ ସାଜିଥିଲେ ପ୍ରଶାନ୍ତ କିଶୋର: ଦିନେ ପରଦା ପଛରେ ରହି ନିର୍ବାଚନୀ ରଣନୀତି ତିଆରି କରୁଥିବା ପ୍ରଶାନ୍ତ କିଶୋର (PK) ଆଜି ନିଜେ ରାଜନୀତିର…

EPFOକୁ ନେଇ ଆସିଲା ବଡ଼ ଖବର: ସରକାର ବଢାଇଲେ…

ନୂଆଦିଲ୍ଲୀ,୩।୮: ବହୁ ଦିନ ଧରି ବିଭିନ୍ନ କର୍ମଚାରୀ ସଂଗଠନଗୁଡ଼ିକ EPS ଦରମା ସୀମା ବୃଦ୍ଧି ଦାବିକୁ ଅର୍ଥ ମନ୍ତ୍ରଣାଳୟ ସମ୍ପ୍ରତି ଅନୁମୋଦନ କରିଛି। ଏହି ନିଷ୍ପତ୍ତି କର୍ମଚାରୀମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri