ଗାଁ ପାଣ୍ଠିରୁ ରାସ୍ତା ନିର୍ମାଣ କଲେ ବୁଡ୍ରିଙ୍ଗବାସୀ

ଆର.ଉଦୟଗିର,୧୮ା୫(ଡି.ଏନ.ଏ.): ଜିଲା ଓ ବ୍ଲକ ପ୍ରଶାସନକୁ ଗୁହାରି କରି ନିରାଶ ହେଲେ, ଶେଷରେ ଗ୍ରାମର ହିତ ପାଇଁ ଗ୍ରାମ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ ଗ୍ରାମବାସୀ। ଏଭଳି ଏକ ଚିତ୍ର ଦେଖିବା ପାଇଁ ମିଳିଛି ଗଜପତି ଜିଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ମୋହନା ବ୍ଲକ କର୍ଚ୍ଚବାଡ଼ି ପଞ୍ଚାୟତର ବୁଡ୍ରିଙ୍ଗ୍‌ ଗ୍ରାମରେ। ୨୦୨୨-୨୩ ଆର୍ଥିକ ବର୍ଷରେ ଲେଖାରୀପଟା ଗ୍ରାମଠାରୁ ବୁଡ୍ରିଙ୍ଗ୍‌ ଗ୍ରାମ ଦେଇ ଡେଙ୍ଗାସଖାଲ ଯାଏ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ହୋଇଥିଲା। ଉକ୍ତ ରାସ୍ତା ଦେଇ ପ୍ରତିଦିନ ଶହ ଶହ ଯାନବାହନ ଯାତାୟାତ କରେ। ମୋହନା ସହରକୁ ଯିବା ପାଇଁ ମୋହନା ବ୍ଲକ ସମେତ ଆର. ଉଦୟଗିରି ବ୍ଲକର କିଛି ଗ୍ରାମର ଲୋକ ମଧ୍ୟ ଉକ୍ତ ରାସ୍ତା ଉପରେ ନିର୍ଭର କରନ୍ତି। କିନ୍ତୁ ଗ୍ରାମ ମଧ୍ୟଭାଗ ଦେଇ ରାସ୍ତାଟି ଯାଇଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ହୋଇଥାନ୍ତି ଗ୍ରାମର ଜନସାଧାରଣ। ବିଶେଷ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ସ୍କୁଲ ଏବଂ ଅଙ୍ଗନୱାଡିକୁ ପାଠ ପଢିବା ପାଇଁ ଯାଉଥିବା ଛୋଟ ଛୋଟ ଛାତ୍ରୀଛାତ୍ର। ତେଣୁ ଗ୍ରାମ ମଧ୍ୟଦେଇ ଯାଇଥିବା ରାସ୍ତାକୁ ଗ୍ରାମର ସ୍କୁଲ ପଛ ଭାଗରୁ ନେଇ ଗ୍ରାମ ବାହାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ରାସ୍ତାରେ ସଂଯୋଗ କରିବା ପାଇଁ ଗ୍ରାମବାସୀ ଦାବି କରିଥିଲେ। ଫଳରେ ଗ୍ରାମ ମଧ୍ୟରେ ଲୋକେ ସୁବିଧାରେ ଯା ଆସ କରିପାରିବେ ଏବଂ ଗ୍ରାମ ମଧ୍ୟରେ ହେଉଥିବା ଦୁର୍ଘଟଣାକୁ ମଧ୍ୟ ରୋକାଯାଇପାରିବ। ଏ ନେଇ ଜିଲାପାଳଙ୍କଠାରୁ ଆରମ୍ଭ କରି ମୋହନା ଗ୍ରାମ୍ୟ ନିର୍ମାଣ ବିଭାଗ ନିକଟରେ ଲୋକେ ଅଭିଯୋଗ କରିଥିଲେ, କିନ୍ତୁ କୌଣସି ସୁଫଳ ମିଳି ନ ଥିଲା। ଫଳରେ ବାଧ୍ୟ ହୋଇ ଲୋକେ ଗ୍ରାମ ବୈଠକ କରି ନିଜ ଗ୍ରାମ ପାଣ୍ଠିରେ ଗଚ୍ଛିତ ଅର୍ଥ ରାଶିରୁ ରାସ୍ତା ନିର୍ମାଣ କରିବା ଆରମ୍ଭ କରିଛନ୍ତି ଗ୍ରାମର ମୁଖିଆ ଭଗବାନ ନାୟକ, ଅଧିକାରୀ କପିଳ ନାୟକ, କୋଷାଧ୍ୟକ୍ଷ ଫିଲିଫ ନାୟକ, ପେଦ୍ର ବେହେରା, ଅମିତ କୁମାର ବେହେରା, କୁଳକାନ୍ତ ନାୟକ, ରାଧାକାନ୍ତ ନାୟକ, ଖ୍ରୀଷ୍ଟଚନ୍ଦ୍ର ନାୟକ, ପ୍ରକାଶ ଚନ୍ଦ୍ର ନାୟକ, ଦୟାନିଧି ନାୟକ, ଦେବରାଜ ନାୟକ ପ୍ରମୁଖ ଗ୍ରାମବାସୀ। ଜେସିବିରେ ପାହାଡ଼ କାଟି ଲୋକେ ରାସ୍ତା ନିର୍ମାଣ କରିବା ସହ ଉକ୍ତ ରାସ୍ତାକୁ ଗ୍ରାମ ବାହାରେ ସଂଯୋଗ କରିବେ। ଫଳରେ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ଲୋକେ ଯାତାୟାତ କରିବା ସହ ଗ୍ରାମବାସୀଙ୍କ ମଧ୍ୟ ସମସ୍ୟାର ସମାଧାନ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri