ହୀରା ମୁଦି ଚୋରି ଘଟଣାର ଖୋଳତାଡ଼

ଅନୁଗୋଳ ଅଫିସ, ୨୩।୧୨: ଟ୍ରେନ୍‌ରୁ ଚୋରି ହୋଇଥିବା ହୀରା ମୁଦି, ମୋବାଇଲ, ୫୦ ହଜାର ଟଙ୍କାର ତଦନ୍ତ ପାଇଁ ବୁଧବାର ଅନୁଗୋଳ ଥାନାରେ ପହଞ୍ଚିଛି ଭୋପାଳ ପୋଲିସ। ସମ୍ବଲପୁରରେ ଦୋକାନ ଦେଇଥିବା ଅନୁଗୋଳ ଜିଲା ଜରଡ଼ା ଅଞ୍ଚଳର ଜଣେ ଯୁବକଙ୍କ ସିମ୍‌କାର୍ଡ ଉକ୍ତ ଚୋରି ମୋବାଇଲରେ ମାତ୍ର କେଇ ସେକେଣ୍ଟ ପାଇଁ ଆକ୍ଟିଭ୍‌ ହୋଇଥିବାରୁ ତାହାର ଖୋଳତାଡ଼ କରିବାକୁ ଭୋପାଳ ପୋଲିସ ଅନୁଗୋଳ ଆସିଛି। ସମ୍ପୃକ୍ତ ଯୁବକଙ୍କୁ ଥାନାକୁ ଡକାଯାଇ ପଚରାଉଚରା କରାଯାଇଛି।
ପ୍ରକାଶ ଯେ, ସେପ୍ଟେମ୍ବର ୨୪ ତାରିଖରେ ଭୋପାଳର ଜଣେ ମହିଳା ଇନ୍ଦ୍ରା ମହେଶ୍ୱରୀ ଟ୍ରେନ୍‌ରେ ଯାତ୍ରା କଲାବେଳେ ତାଙ୍କ ଭ୍ୟାନିଟି ଚୋରି ହୋଇଯାଇଥିଲା। ସେଥିରେ ହୀରା ମୁଦି ସହ ମୋବାଇଲ ଓ ଟଙ୍କା ଥିଲା। ଏ ନେଇ ସେ ଭୋପାଳ ଜିଆରପି ନିକଟରେ ଅଭିଯୋଗ କରିଥିଲେ। ଅନୁଗୋଳ ଜରଡ଼ାର ସମ୍ପୃକ୍ତ ଯୁବକ ସମ୍ବଲପୁର ରିଜର୍ଭ ପୋଲିସ କାର୍ଯ୍ୟାଳୟ ସମ୍ମୁଖରେ ଚା ଦୋକାନ ଦେଇଥିବାବେଳେ ତାଙ୍କ ସିମ୍‌ ଉକ୍ତ ମୋବାଇଲରେ କିଛି ସମୟ ପାଇଁ ଆକ୍ଟିଭ୍‌ ହୋଇଥିଲା। ଏ ସମ୍ପର୍କରେ ଦୋକାନୀ କହିଛନ୍ତି, ଜଣେ ବିସ୍କୁଟ ବ୍ୟବସାୟୀଙ୍କ ମୋବାଇଲ୍‌ କାମ କରୁ ନ ଥିବାରୁ ତାଙ୍କ ସିମ୍‌ ନେଇ ମୋବାଇଲରେ ପକାଇଥିଲେ। ଏହାପରେ ସିମ୍‌ ଦେଇ ଚାଲିଯାଇଥିଲେ। ତେବେ ଚୋରି ସମ୍ପର୍କରେ ସେ କିଛି ଜାଣି ନ ଥିବା ଦୋକାନୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଲଲହଡ଼ା-ବାଉଁଶଯୋଡ଼ା ବ୍ରିଜରେ ୫ ଫୁଟ ବନ୍ୟା ପାଣି

ଭୁବନେଶ୍ୱର,୨୮।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁ ପାଲଲହଡ଼ା-ବାଉଁଶଯୋଡ଼ା ନଦୀ ବ୍ରିଜ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri