ଏଇ ଭାରତରେ

ଚାଷ କରି ଅଧିକ ଆୟ କରିବାଠାରୁ ପ୍ରାଣୀଙ୍କ ଜୀବନ ଅଧିକ ମୂଲ୍ୟବାନ୍‌ ସାବ୍ୟସ୍ତ ହୋଇଛି ଜଣେ କୃଷକଙ୍କ ପାଇଁ। ଏହି କୃଷକ ଜଣକ ହେଉଛନ୍ତି ତାମିଲନାଡୁର ଆର୍‌. ଗୁରୁସ୍ବାମୀ। ପୁଡୁପାଲାୟାମ ଗଁାରେ ତାଙ୍କ ଘର। ସେ ହରିଣଙ୍କ ସୁରକ୍ଷା ଲାଗି ୫୦ ଏକର ପୈତୃକ ଜମି ଛାଡ଼ି ଦେଇଛନ୍ତି। ୨୦ ବର୍ଷ ହେବ ହରିଣଙ୍କ ପାଇଁ ଏହି ଜମି ଏକ ସୁରକ୍ଷିତ ସ୍ବର୍ଗ ହୋଇପାରିଛି। ନିକଟସ୍ଥ ଜଙ୍ଗଲରେ ଖାଦ୍ୟ ଓ ଜଳର ଅଭାବ ରହିଥିବାବେଳେ ଗୁରୁସ୍ବାମୀଙ୍କ ଜମିରେ ସେମାନେ ସୁରକ୍ଷିତ ଭାବେ ବିଚରଣ କରିବା ସହ ଖାଦ୍ୟ ଓ ପାଣି ପାଉଛନ୍ତି। ସେହି ଜମିରେ ଦୁଇଟିି ପୋଖରୀ ମଧ୍ୟ ଖୋଳିଛନ୍ତି। ସେଠାରେ ପ୍ରାୟ ୧,୮୦୦ ହରିଣ ରହିଛନ୍ତି। ୧୯୯୮ରେ ସେ ପ୍ରଥମେ ତାଙ୍କ ଜମିରେ ହରିଣ ଘାସ ଖାଉଥିତ୍ବା ଦେଖିବା ପରେ ସେହି ଜମିକୁ ଉତ୍ସର୍ଗ କରିବାକୁ ନିଷ୍ପତ୍ତି ନେଇଥିଲେ। କେବଳ ଏତିକି ନୁହେଁ, ହରିଣ ଶିକାର କରୁଥିବା ଲୋକଙ୍କୁ ଦଣ୍ଡ ଦେବା ଲାଗି ସେ ସ୍ଥାନୀୟ ପ୍ରଶାସନର ସହଯୋଗ ନେଉଛନ୍ତି। ପ୍ରଶାସନ ତରଫରୁ ହରିଣଙ୍କୁ ଜଗିବାର ବ୍ୟବସ୍ଥା ମଧ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେ ନୀରବ

ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ କରିଛନ୍ତି। ଏହି ଯୁଦ୍ଧରେ ବିଶ୍ୱର ଅନ୍ୟ ଦେଶ ପରି ଭାରତ ମଧ୍ୟ ନକାରାତ୍ମକ ଭାବରେ ପ୍ରଭାବିତ ହୋଇଛି। ପ୍ରକୃତରେ ଇରାନୀୟଙ୍କୁ ଛାଡ଼ି…

ଭୋଗୁଥିବା ସ୍ବପ୍ନ

ମଣିଷ ସ୍ବପ୍ନ ତ ଦେଖେ କିନ୍ତୁ ସବୁ ସ୍ବପ୍ନ ସତ ହୁଏନା। ଅନେକ ସ୍ବପ୍ନ ଅଧୁରା ରହେ। ଆଉ କିଛି ସ୍ବପ୍ନ ପୂରଣ ହୁଏ ସତ। ସ୍ବପ୍ନ…

ମନମୁଖି ଛଟେଇ

କିଛିଦିନ ତଳେ ସକାଳେ ଓରାକଲ କମ୍ପାନୀ କୌଣସି ପୂର୍ବ ଆଲୋଚନା ନ କରି ବା ସୂଚନା ବା ଚେତାବନୀ ନ ଦେଇ ସ୍ବୟଂଚାଳିତ ଇ-ମେଲ୍‌ରେ ଏକା ଥରକେ…

ନିର୍ଦ୍ଦେଶରେ ଦ୍ୱନ୍ଦ୍ୱ

ଯଦି ଆପଣ ଭାବୁଛନ୍ତି ଯେ ଦିଲ୍ଲୀରେ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ଦ୍ୱନ୍ଦ୍ୱାତ୍ମକ ଥିଲା ତାହା ନୁହେଁ, ଏବେ ତାମିଲନାଡୁରେ ସମାନ ପ୍ରକାର କାହାଣୀ ଦେଖିବାକୁ ମିଳିିଛି;…

କେଜାଣି କାହାର

ରାସ୍ତାରେ ନୋଟ୍‌ ଭର୍ତ୍ତି ହୋଇଥିବା ପର୍ସଟିଏ ପଡ଼ିିଥିବାର ଦେଖି ଜଣେ ପଥଚାରୀ ଭାବିଲେ ଏହି ପର୍ସଟି କାହାର କେଜାଣି, ଆହା! କିଏ ସେହି ଦୁର୍ଭାଗା ଯାହାଙ୍କ ପକେଟ୍‌ରୁ…

ଅନ୍ତରୀକ୍ଷ ସ୍ବପ୍ନ ଓ ମାନବୀୟ ଦାୟିତ୍ୱ

ପୃଥିବୀ ହେଉଛି ଜୀବଜଗତର ଏକ ମାତ୍ର ବାସଗୃହ’,ଏହା କେବଳ ଗୋଟିଏ ବୈଜ୍ଞାନିକ ସତ୍ୟ ନୁହେଁ, ବରଂ ମାନବ ସଭ୍ୟତା ପାଇଁ ଗୋଟିଏ ନୀତିଗତ ଦିଗ୍‌ଦର୍ଶକ। ତଥାପି, ଆଧୁନିକ…

ଆତ୍ମଘାତୀ ରଣନୀତି

ଓରୋବୋରୋସ ହେଉଛି ଏକ ପୁରାତନ ସାପର ଛବି, ଯେଉଁଥିରେ ତାହା ନିଜ ଲାଞ୍ଜକୁ ଭକ୍ଷଣ କରୁଛି। ଏହି ଛବି ଆତ୍ମଘାତୀ ରଣନୀତିର ସଙ୍କେତ ଦେଇଆସିଛି। ଏହା ଆମେରିକା…

ବୈଦିକ ସମାଜର ସ୍ୱରୂପ

ଖ୍ରୀଷ୍ଟପୂର୍ୱ ୧୫୦୦ରୁ ୧୦୦୦ ମଧ୍ୟରେ ସିନ୍ଧୁନଦୀର ଉପନଦୀ ସପ୍ତ-ସିନ୍ଧୁ କୂଳରେ ବୈଦିକ ଲୋକେ ବସବାସ କରୁଥିଲେ, ଯାହା ଏବେ ପଞ୍ଜାବ ନାମରେ ଜଣାଶୁଣା। ଏହା ହେଉଛି ଋକ୍‌-ବୈଦିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri