ସମସ୍ୟା, ସଚେତନତା ଓ ସାମର୍ଥ୍ୟ

ମୌସୁମୀ ପରିଡ଼ା

ଆମ ଦେଶ ଏକମାତ୍ର ରାଷ୍ଟ୍ର ଯେଉଁଠି ବିଭିନ୍ନ ଧର୍ମାବଲମ୍ବୀମାନେ ସମାନ ସୁବିଧା ଉପଭୋଗ କରନ୍ତି। ସ୍ଥଳବିଶେଷରେ ମୁଷ୍ଟିମେୟଙ୍କ ପାଇଁ ଅଧିକ ସୁବିଧା ସୁଯୋଗ ଉପଲବ୍ଧ କରାଯାଏ। ଏ ପ୍ରକାରର ବୈଷମ୍ୟ ମାନସିକତାରେ ତାରତମ୍ୟ ଆଣେ। ମାନସିକତାରେ ତାରତମ୍ୟ ଘଟିଲେ ମତଭେଦ ହୁଏ। ମତଭେଦରୁ ରାଗ, ଦ୍ୱେଷ, ହିଂସା ଓ ରକ୍ତପାତ ଘଟୁଛି ଏବଂ ବିଭିନ୍ନତା ଭିତରର ଏକତା ଖାଲି ଗୋଟେ ସ୍ଲୋଗାନ୍‌ ହୋଇ ରହିଯାଇଛି। ଭୋକ, ଲୁହ, ରାଗ, ବାତ୍ସଲ୍ୟର ପରିଭାଷା ବଦଳିନି। ବଦଳିଯାଇଛି ଚରିତ୍ର। ରାଜନୀତିକ ପାଣିପାଗ ଆମ ଭିତରର ସଚ୍ଚୋଟତା, ସମ୍ବେଦନଶୀଳତା, ସ୍ବାଭିମାନ, ସମ୍ପର୍କକୁ ରୁଗ୍‌ଣ କରିଦେଇଛି। କେବେ ଜାତି, ଧର୍ମ ନାଁରେ ତ କେବେ ଆର୍ଥତ୍କ ବିଷମତା ଆଳରେ, କେବେ ସରକାରୀ ଚାକିରିଆ ହିସାବରେ ତ କେବେ ଖଟିକିଆ ଦିନମଜୁରିଆ ହିସାବରେ ଏମିତି କେତେ ବିଭେଦ, କେତେ ପାଚେରି। ଲୋକମାନେ ନିଜ ସୁବିଧାଠୁ ଅଧିକ ହାତେଇବା ଲାଳସାରେ ଅନ୍ୟକୁ ଦୋଷୀ ସାବ୍ୟସ୍ତ କରୁଛନ୍ତି। ହିଂସା, ଈର୍ଷା ଓ ବିଦ୍ୱେଷ ଦ୍ୱାରା ଅନ୍ୟକୁ କଷ୍ଟ ଦେଇ ଆମତ୍ତୃପ୍ତି ପାଉଛନ୍ତି। ଆମେ ଅକ୍ଷମ ଭାବେ ଚାହିଁବସିଛୁ ଅନ୍ୟ ହାତଟେକାକୁ! ଆମର ସମସ୍ୟା କ’ଣ ଆମକୁ ଜଣାନାହିଁ। ଅଥଚ ସମାଧାନର ରାସ୍ତା ଖୋଜୁଛେ।
୧୯୪୫ ମସିହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଗୋଟେ ଚିତ୍ର ଏବେ ଖୁବ୍‌ ଭାଇରାଲ୍‌ ହୋଇଛି। ଆମେରିକାର ଫଟୋଗ୍ରାଫର୍‌ ଜୋ ଓଡୋନେଲ୍‌ ଦ୍ୱିତୀୟ ବିଶ୍ୱଯୁଦ୍ଧବେଳେ ନାଗାସାକୀରେ ଯେତେବେଳେ ପରମାଣୁ ବୋମା ପଡ଼ିଥିଲା ସେତେବେଳର ଉଠେଇଥିବା ଫଟୋଟିକୁ ଦେଖିଲେ ଆବେଗରେ ଭିଜିଯାଏ ମନ। ଆଠ ନଅ ବର୍ଷର ପିଲାଟିଏ ତା’ କୁନି ଭାଇର ଶବକୁ ପିଠିରେ ବାନ୍ଧି ସମାଧି ପାଇଁ ଲାଇନ୍‌ରେ ଛିଡ଼ା ହୋଇଛି। ଫଟୋଗ୍ରାଫର୍‌ଙ୍କ ଅନୁସାରେ ପିଲାଟିର ଆଖିରେ ଲୁହ ନ ଥିଲା, କାନ୍ଦିବନି ବୋଲି ଦାନ୍ତରେ ବାରମ୍ବାର କାମୁଡି ଧରୁଥିଲା ଓଠକୁ। ଓଠରେ କ୍ଷତ ସୃଷ୍ଟି ହୋଇ ରକ୍ତ ବି ବାହାରୁଥିଲା। ଯେତେବେଳେ ସମାଧିରେ କାମ କରୁଥିବା ଜଗୁଆଳି ତାକୁ କହିଲା- ଦିଅ, ତୁମ ପିଠିର ଭାରାକୁ ମୁଁ ବହନ କରୁଛି ସେତେବେଳେ ପିଲାଟି ନିର୍ଭୀକ ଭାବେ ଉତ୍ତର ଦେଲା- ଏ କୌଣସି ଜିନିଷପତ୍ର ବା ବୋଝ ନୁହଁ …ମୋ ଭାଇ! ଆଜି ମଧ୍ୟ ଜାପାନରେ ଏ ଫଟୋକୁ ଶକ୍ତି ବା ସାମର୍ଥ୍ୟର ପ୍ରତୀକ ଭାବେ ବିବେଚନା କରାଯାଏ।
ସାନଭାଇର ଶବକୁ ବଡ଼ ଭାଇ ଶ୍ରଦ୍ଧାରେ ପିଠିରେ ବାନ୍ଧିଦେଇଛି। ଧୈଯର୍‌ୟ ଶକ୍ତି ଓ ଶ୍ରଦ୍ଧାର ଅନୁପମ ଡୋରରେ ବନ୍ଧା ସେ ମହାର୍ଘ ସମ୍ପର୍କ ମୃତ୍ୟୁ ପରେ ମଧ୍ୟ ସରିଯାଇନାହିଁ। ଆଜିକାଲି କିନ୍ତୁ ଭାଇ ଭଗାରି। ସମ୍ପତ୍ତି ବାଡ଼ି ଆଗେ ରକ୍ତ ସମ୍ପର୍କ ତୁଚ୍ଛ। କେବେ ମରାମରି ହୋଇ ରକ୍ତାକ୍ତ ତ କେବେ କୋର୍ଟ କଚେରିଯାଏ ମାମଲା ଚାଲୁଛି। ଗୋଟିଏ ମାଆ ପେଟରୁ ଜନ୍ମ ହୋଇ ଏକା ଥାଳିରେ ଖାଇ ବଡ଼ ହେବା ପରେ ଅମୂଲ୍ୟ ରକ୍ତ ସମ୍ପର୍କକୁ ଭୁଲିଯାଆନ୍ତି ସାମାନ୍ୟ ସ୍ବାର୍ଥ ପାଇଁ! ଆମ ଭାରତୀୟ ସଂସ୍କୃତିରେ ବି କମ୍‌ ଉଦାହରଣ ନାହିଁ ଭ୍ରାତୃପ୍ରେମର। ଶ୍ରୀରାମଚନ୍ଦ୍ର ଓ ତାଙ୍କ ତିନିଭାଇଙ୍କ ମଧ୍ୟରେ ଥିବା ଅତୁଟ ସମ୍ପର୍କ ଯାହା ଶେଷଯାଏଁ ବଦଳିନାହିଁ।
ଆମ ଦେଶ ସାଧୁସନ୍ଥମାନଙ୍କ ଦେଶ। ତ୍ୟାଗପୂତ ଜୀବନଧାରା ଭିତରେ ସେମାନେ ଆମକୁ ଅଜସ୍ର ଦାନ ଦେଇଯାଇଛନ୍ତି। ତା’ର ଉଦାହରଣ ବେଦ ଉପନିଷଦ ଆଦି ବହୁମୂଲ୍ୟ ଗ୍ରନ୍ଥ, ଜୀବନକୁ ସୁଚାରୁ ରୂପେ ତୁଲାଇବାର ପଦ୍ଧତି। ଆମ ପ୍ରାଚୀନ ପରମ୍ପରାର ଚିକିସତ୍ା ପଦ୍ଧତିକୁ ଅନ୍ୟ ଦେଶମାନେ ଅନୁକରଣ କରନ୍ତି। ଏମିତି ଅନେକ କାହାଣୀ ଅଛି ଜୀବନକୁ ସତ୍‌ମାର୍ଗ ଆଡ଼କୁ ନେଇଯିବା ପାଇଁ। ବହୁତ ଉଦାହରଣ ରହିଛି ବ୍ୟକ୍ତିସତ୍ତାକୁ ଠିକ୍‌ ମାର୍ଗରେ ନିୟୋଜିତ କରିବା ପାଇଁ। ସମସ୍ୟାର ସମାଧାନ ପାଇଁ ମଧ୍ୟ ଅନେକ ବାଟ ରହିଛି ଆମ ପାଖେ। ଅଥଚ ସେସବୁ ପ୍ରଭାବହୀନ।
କେବଳ କ୍ଷମତା ଓ ପ୍ରତିପତ୍ତି ଯଦି ଜୀବନର ସବୁକିଛି ହୋଇଥାନ୍ତା, ତେବେ ରାମଚନ୍ଦ୍ର ବିମାତାଙ୍କ ଜିଦ୍‌ ରଖିବାକୁ ରାଜଗାଦି ତ୍ୟାଗ କରି ବନବାସୀ ହୋଇ ନ ଥାନ୍ତେ। ସତ୍‌ କାଯର୍‌ୟ ସମସ୍ତଙ୍କ ଦ୍ୱାରା ହୁଏନାହିଁ। ସମସ୍ୟାର ସମାଧାନ ପାଇଁ କେବେକେବେ ବହୁତ କିଛି ତ୍ୟାଗ କରିବାକୁ ହୁଏ। ସମାଧାନ ପାଇବାକୁ ସମସ୍ୟାର ମୂଳକୁ ଯିବାକୁ ପଡ଼ିଥାଏ। ବଡ଼ବଡ଼ ମୁନିଋଷିମାନଙ୍କୁ ଏଥିପାଇଁ ବହୁ କଷ୍ଟ କରିବାକୁ ପଡ଼ିଛି। ସେମାନେ ବୁଦ୍ଧି ଖଟେଇ ବିଭିନ୍ନ ସମାଧାନ ପାଇବା ପରେ ଉତ୍ତରପିଢି ପାଇଁ ସେସବୁ କୌଶଳ ଛାଡ଼ିଯାଇଛନ୍ତି।
ଥରେ ବୁଦ୍ଧ ଗୋଟେ ଦଉଡ଼ି ନେଇ ସେଥିରେ କିଛି ଗଣ୍ଠି ପକେଇଦେଲେ। ଶିଷ୍ୟମାନଙ୍କୁ ପଚାରିଲେ- କ’ଣ ପରିବର୍ତ୍ତନ ହୋଇଛି ଏ ଦଉଡ଼ିର? କିଏ କହିଲା- କିଛି ପରିବର୍ତ୍ତନ ହୋଇନାହିଁ, ଦଉଡ଼ି ସେହି ଦଉଡ଼ି ହୋଇ ଅଛି ତ ଆଉ କେହି କହିଲା- ମୌଳିକ ପରିବର୍ତ୍ତନ ନ ହେଲେ ମଧ୍ୟ ଗଣ୍ଠି ଦ୍ୱାରା ତା’ର ରୂପ ବଦଳିଛି। ବୁଦ୍ଧ ସେ ଦଉଡ଼ିର ଗଣ୍ଠି ଫିଟେଇବାକୁ ଯାଇ ତା’ର ଦୁଇ ପାର୍ଶ୍ୱକୁ ଜୋର୍‌ରେ ଟାଣିବାକୁ ଲାଗିଲେ, କିନ୍ତୁ ଦଉଡ଼ି ଫିଟିଲା ନାହିଁ। ତା’ ପରେ ସେ ଶିଷ୍ୟଙ୍କୁ ପଚାରିଲେ- ଦଉଡ଼ିର ଗଣ୍ଠି ଏପରି ଭାବେ ଫିଟୁନାହିଁ କାହିଁକି? ଶିଷ୍ୟ କହିଲା- ଗଣ୍ଠିକୁ ନିରୀକ୍ଷଣ ନ କରି ଭୁଲ୍‌ ଭାବେ ଦଉଡ଼ିକୁ ଟାଣିଲେ ଗଣ୍ଠି ତ ଫିଟିବନି ଅନ୍ୟଥା ଏହା ଆହୁରି ଶକ୍ତ ହୋଇଯିବ। ବୁଦ୍ଧ ଏହା ଶୁଣି କହିଲେ- ସମସ୍ୟା ମଧ୍ୟ ଠିକ୍‌ ସେହିପରି, ତା’ର ଉତ୍ସ, ପ୍ରଭେଦ ଓ କାରଣକୁ ନିରୀକ୍ଷଣ ନ କଲେ ସମାଧାନ ସଂଭବ ନୁହେଁ। ଅନ୍ୟଥା ଏହା ପୂର୍ବାପେକ୍ଷା ଶକ୍ତ ହେବା ସାର ହେବ।
ସମସ୍ୟା ଅନେକ କିନ୍ତୁ ସଚେତନତାର ଘୋର ଅଭାବ। ବହୁତ ଯୋଜନା ହେଉଛି କିନ୍ତୁ ଲୋକମାନଙ୍କ ପାଖରେ ସେ ଅପହଞ୍ଚ। ମେଧାର ଅଭାବ ନାହିଁ, କିନ୍ତୁ ନିଜକୁ ପ୍ରମାଣିତ କରିବାର ବିଶେଷ ସୁବିଧା ସୁଯୋଗ ନାହିଁ। ବୈଷୟିକ ଜ୍ଞାନକୌଶଳର ଅଭାବ, ପ୍ରାକୃତିକ ସଂପଦର ସୁରକ୍ଷା ଆଦିକୁ ଆମେ ଗୁରୁତ୍ୱ ଦେଉନାହିଁ। ସ୍ବାସ୍ଥ୍ୟ କିମ୍ବା ଶିକ୍ଷାବ୍ୟବସ୍ଥା ସୁଦୃଢ ନୁହେଁ।
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମତରେ ‘ଲୋକମାନଙ୍କୁ କିଛି ବି ମାଗଣା ଦିଅନାହିଁ ଶିକ୍ଷା, ସ୍ବାସ୍ଥ୍ୟସେବା ଓ ନ୍ୟାୟ ଛଡ଼ା। ଲୋକମାନେ କର୍ମଠ ହୁଅନ୍ତୁ, ଦେଶ ଉନ୍ନତି କରିବ’। ଆଉଥରେ ଚିକିତ୍ସାଳୟ ଉଦ୍‌ଘାଟନ କଲାବେଳେ କହିଥିଲେ ‘ଖାଲି ଚିକିତ୍ସାଳୟ ଗଢ଼ିଦେଲେ ହେବନି ଲୋକ ସଚେତନ ନ ହେଲେ ଏସବୁର ମୂଲ୍ୟ ନାହିଁ’। କାରଣ ଆମ ଦେଶର ବହୁଲୋକ ସ୍ବାସ୍ଥ୍ୟ ସଚେତନ ନୁହନ୍ତି। ବାସ୍ତବରେ ଜନସାଧାରଣ ମୂଳ ସମସ୍ୟାକୁ ସେ ଠିକ୍‌ ଚିହ୍ନିଥିଲେ। ଲୋକମାନେ ସିନା ସ୍ବାସ୍ଥ୍ୟ ସଚେତନ ନୁହନ୍ତି କିନ୍ତୁ ବିଭିନ୍ନ ଯୋଜନା ବିଷୟରେ ଖବର ରଖନ୍ତି।
ପ୍ରକୃତରେ ଲୋକେ ଆରାମରେ ଯେତିକି ଖର୍ଚ୍ଚ କରନ୍ତି, ସ୍ବାସ୍ଥ୍ୟ ପାଇଁ ତା’ର ଦଶ ଭାଗରୁ ଗୋଟେ ଭାଗ ବି ଖର୍ଚ୍ଚ କରିବାକୁ ଅମଙ୍ଗ ହୁଅନ୍ତି। ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ାହୋଇ ସ୍ବାସ୍ଥ୍ୟ ପରୀକ୍ଷା କଲାବେଳକୁ ଆଉକିଛି ରୋଗ ଫ୍ରିରେ ନେଇଆସନ୍ତି। କାରଣ ସେମାନଙ୍କୁ ସବୁ ଜିନିଷ ଖୁବ୍‌ ସହଜ ଓ ଶସ୍ତାରେ ମିଳିବା ଦରକାର। ସେ ଉପାୟରେ ଜୀବନ ବିପନ୍ନ ହେଉ ପଛେ। ମଣିଷ ସଚେତନ ଓ ସାବଧାନ ହେଲେ ସିନା ସମସ୍ୟା ମୁକ୍ତ ହେବ। କିନ୍ତୁ ସମସ୍ୟାକୁ ନ ବୁଝିଲେ ନିରାକରଣ ଅସମ୍ଭବ। ଆମକୁ ମଧ୍ୟ ସେହିପରି ସମସ୍ୟାର ମୂଳକୁ ଯାଇ ସମାଧାନର ପନ୍ଥା ଖୋଜିବାକୁ ପଡ଼ିବ। ନ ହେଲେ ଏହା କର୍କଟ ରୋଗ ପରି ମାରାମତ୍କ ପାଲଟିଯିବ।
ସେହିପରି ଆମର ସାମର୍ଥ୍ୟ ମଧ୍ୟ ଅସୀମ। କିନ୍ତୁ ଆମେ ନିଜକୁ ସଙ୍କୁଚିତ କରିନେଇଛେ ନିଜ ସ୍ବାର୍ଥ ପାଇଁ। ସୁକାର୍ଯ୍ୟରେ ଆମ ସାମର୍ଥ୍ୟକୁ ନିୟୋଜିତ ନ କରି ଅସତ୍‌ ଉପାୟରେ ବିନିଯୋଗ କରୁଛେ। ଭୁଲିଯାଇଛେ ଆମେମାନେ ଗୋଟେ ଲେଖାଁ ଅମୃତର ଧାର। ଜୀବନ ବଦଳରେ ବିଷ ହୋଇ ସଞ୍ଚରିଯିବା ଆମର ଲକ୍ଷ୍ୟ ନୁହେଁ।
ମୋ: ୯୪୩୭୩୧୭୦୨୬


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?