ସମସ୍ୟା, ସଚେତନତା ଓ ସାମର୍ଥ୍ୟ

ମୌସୁମୀ ପରିଡ଼ା

ଆମ ଦେଶ ଏକମାତ୍ର ରାଷ୍ଟ୍ର ଯେଉଁଠି ବିଭିନ୍ନ ଧର୍ମାବଲମ୍ବୀମାନେ ସମାନ ସୁବିଧା ଉପଭୋଗ କରନ୍ତି। ସ୍ଥଳବିଶେଷରେ ମୁଷ୍ଟିମେୟଙ୍କ ପାଇଁ ଅଧିକ ସୁବିଧା ସୁଯୋଗ ଉପଲବ୍ଧ କରାଯାଏ। ଏ ପ୍ରକାରର ବୈଷମ୍ୟ ମାନସିକତାରେ ତାରତମ୍ୟ ଆଣେ। ମାନସିକତାରେ ତାରତମ୍ୟ ଘଟିଲେ ମତଭେଦ ହୁଏ। ମତଭେଦରୁ ରାଗ, ଦ୍ୱେଷ, ହିଂସା ଓ ରକ୍ତପାତ ଘଟୁଛି ଏବଂ ବିଭିନ୍ନତା ଭିତରର ଏକତା ଖାଲି ଗୋଟେ ସ୍ଲୋଗାନ୍‌ ହୋଇ ରହିଯାଇଛି। ଭୋକ, ଲୁହ, ରାଗ, ବାତ୍ସଲ୍ୟର ପରିଭାଷା ବଦଳିନି। ବଦଳିଯାଇଛି ଚରିତ୍ର। ରାଜନୀତିକ ପାଣିପାଗ ଆମ ଭିତରର ସଚ୍ଚୋଟତା, ସମ୍ବେଦନଶୀଳତା, ସ୍ବାଭିମାନ, ସମ୍ପର୍କକୁ ରୁଗ୍‌ଣ କରିଦେଇଛି। କେବେ ଜାତି, ଧର୍ମ ନାଁରେ ତ କେବେ ଆର୍ଥତ୍କ ବିଷମତା ଆଳରେ, କେବେ ସରକାରୀ ଚାକିରିଆ ହିସାବରେ ତ କେବେ ଖଟିକିଆ ଦିନମଜୁରିଆ ହିସାବରେ ଏମିତି କେତେ ବିଭେଦ, କେତେ ପାଚେରି। ଲୋକମାନେ ନିଜ ସୁବିଧାଠୁ ଅଧିକ ହାତେଇବା ଲାଳସାରେ ଅନ୍ୟକୁ ଦୋଷୀ ସାବ୍ୟସ୍ତ କରୁଛନ୍ତି। ହିଂସା, ଈର୍ଷା ଓ ବିଦ୍ୱେଷ ଦ୍ୱାରା ଅନ୍ୟକୁ କଷ୍ଟ ଦେଇ ଆମତ୍ତୃପ୍ତି ପାଉଛନ୍ତି। ଆମେ ଅକ୍ଷମ ଭାବେ ଚାହିଁବସିଛୁ ଅନ୍ୟ ହାତଟେକାକୁ! ଆମର ସମସ୍ୟା କ’ଣ ଆମକୁ ଜଣାନାହିଁ। ଅଥଚ ସମାଧାନର ରାସ୍ତା ଖୋଜୁଛେ।
୧୯୪୫ ମସିହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଗୋଟେ ଚିତ୍ର ଏବେ ଖୁବ୍‌ ଭାଇରାଲ୍‌ ହୋଇଛି। ଆମେରିକାର ଫଟୋଗ୍ରାଫର୍‌ ଜୋ ଓଡୋନେଲ୍‌ ଦ୍ୱିତୀୟ ବିଶ୍ୱଯୁଦ୍ଧବେଳେ ନାଗାସାକୀରେ ଯେତେବେଳେ ପରମାଣୁ ବୋମା ପଡ଼ିଥିଲା ସେତେବେଳର ଉଠେଇଥିବା ଫଟୋଟିକୁ ଦେଖିଲେ ଆବେଗରେ ଭିଜିଯାଏ ମନ। ଆଠ ନଅ ବର୍ଷର ପିଲାଟିଏ ତା’ କୁନି ଭାଇର ଶବକୁ ପିଠିରେ ବାନ୍ଧି ସମାଧି ପାଇଁ ଲାଇନ୍‌ରେ ଛିଡ଼ା ହୋଇଛି। ଫଟୋଗ୍ରାଫର୍‌ଙ୍କ ଅନୁସାରେ ପିଲାଟିର ଆଖିରେ ଲୁହ ନ ଥିଲା, କାନ୍ଦିବନି ବୋଲି ଦାନ୍ତରେ ବାରମ୍ବାର କାମୁଡି ଧରୁଥିଲା ଓଠକୁ। ଓଠରେ କ୍ଷତ ସୃଷ୍ଟି ହୋଇ ରକ୍ତ ବି ବାହାରୁଥିଲା। ଯେତେବେଳେ ସମାଧିରେ କାମ କରୁଥିବା ଜଗୁଆଳି ତାକୁ କହିଲା- ଦିଅ, ତୁମ ପିଠିର ଭାରାକୁ ମୁଁ ବହନ କରୁଛି ସେତେବେଳେ ପିଲାଟି ନିର୍ଭୀକ ଭାବେ ଉତ୍ତର ଦେଲା- ଏ କୌଣସି ଜିନିଷପତ୍ର ବା ବୋଝ ନୁହଁ …ମୋ ଭାଇ! ଆଜି ମଧ୍ୟ ଜାପାନରେ ଏ ଫଟୋକୁ ଶକ୍ତି ବା ସାମର୍ଥ୍ୟର ପ୍ରତୀକ ଭାବେ ବିବେଚନା କରାଯାଏ।
ସାନଭାଇର ଶବକୁ ବଡ଼ ଭାଇ ଶ୍ରଦ୍ଧାରେ ପିଠିରେ ବାନ୍ଧିଦେଇଛି। ଧୈଯର୍‌ୟ ଶକ୍ତି ଓ ଶ୍ରଦ୍ଧାର ଅନୁପମ ଡୋରରେ ବନ୍ଧା ସେ ମହାର୍ଘ ସମ୍ପର୍କ ମୃତ୍ୟୁ ପରେ ମଧ୍ୟ ସରିଯାଇନାହିଁ। ଆଜିକାଲି କିନ୍ତୁ ଭାଇ ଭଗାରି। ସମ୍ପତ୍ତି ବାଡ଼ି ଆଗେ ରକ୍ତ ସମ୍ପର୍କ ତୁଚ୍ଛ। କେବେ ମରାମରି ହୋଇ ରକ୍ତାକ୍ତ ତ କେବେ କୋର୍ଟ କଚେରିଯାଏ ମାମଲା ଚାଲୁଛି। ଗୋଟିଏ ମାଆ ପେଟରୁ ଜନ୍ମ ହୋଇ ଏକା ଥାଳିରେ ଖାଇ ବଡ଼ ହେବା ପରେ ଅମୂଲ୍ୟ ରକ୍ତ ସମ୍ପର୍କକୁ ଭୁଲିଯାଆନ୍ତି ସାମାନ୍ୟ ସ୍ବାର୍ଥ ପାଇଁ! ଆମ ଭାରତୀୟ ସଂସ୍କୃତିରେ ବି କମ୍‌ ଉଦାହରଣ ନାହିଁ ଭ୍ରାତୃପ୍ରେମର। ଶ୍ରୀରାମଚନ୍ଦ୍ର ଓ ତାଙ୍କ ତିନିଭାଇଙ୍କ ମଧ୍ୟରେ ଥିବା ଅତୁଟ ସମ୍ପର୍କ ଯାହା ଶେଷଯାଏଁ ବଦଳିନାହିଁ।
ଆମ ଦେଶ ସାଧୁସନ୍ଥମାନଙ୍କ ଦେଶ। ତ୍ୟାଗପୂତ ଜୀବନଧାରା ଭିତରେ ସେମାନେ ଆମକୁ ଅଜସ୍ର ଦାନ ଦେଇଯାଇଛନ୍ତି। ତା’ର ଉଦାହରଣ ବେଦ ଉପନିଷଦ ଆଦି ବହୁମୂଲ୍ୟ ଗ୍ରନ୍ଥ, ଜୀବନକୁ ସୁଚାରୁ ରୂପେ ତୁଲାଇବାର ପଦ୍ଧତି। ଆମ ପ୍ରାଚୀନ ପରମ୍ପରାର ଚିକିସତ୍ା ପଦ୍ଧତିକୁ ଅନ୍ୟ ଦେଶମାନେ ଅନୁକରଣ କରନ୍ତି। ଏମିତି ଅନେକ କାହାଣୀ ଅଛି ଜୀବନକୁ ସତ୍‌ମାର୍ଗ ଆଡ଼କୁ ନେଇଯିବା ପାଇଁ। ବହୁତ ଉଦାହରଣ ରହିଛି ବ୍ୟକ୍ତିସତ୍ତାକୁ ଠିକ୍‌ ମାର୍ଗରେ ନିୟୋଜିତ କରିବା ପାଇଁ। ସମସ୍ୟାର ସମାଧାନ ପାଇଁ ମଧ୍ୟ ଅନେକ ବାଟ ରହିଛି ଆମ ପାଖେ। ଅଥଚ ସେସବୁ ପ୍ରଭାବହୀନ।
କେବଳ କ୍ଷମତା ଓ ପ୍ରତିପତ୍ତି ଯଦି ଜୀବନର ସବୁକିଛି ହୋଇଥାନ୍ତା, ତେବେ ରାମଚନ୍ଦ୍ର ବିମାତାଙ୍କ ଜିଦ୍‌ ରଖିବାକୁ ରାଜଗାଦି ତ୍ୟାଗ କରି ବନବାସୀ ହୋଇ ନ ଥାନ୍ତେ। ସତ୍‌ କାଯର୍‌ୟ ସମସ୍ତଙ୍କ ଦ୍ୱାରା ହୁଏନାହିଁ। ସମସ୍ୟାର ସମାଧାନ ପାଇଁ କେବେକେବେ ବହୁତ କିଛି ତ୍ୟାଗ କରିବାକୁ ହୁଏ। ସମାଧାନ ପାଇବାକୁ ସମସ୍ୟାର ମୂଳକୁ ଯିବାକୁ ପଡ଼ିଥାଏ। ବଡ଼ବଡ଼ ମୁନିଋଷିମାନଙ୍କୁ ଏଥିପାଇଁ ବହୁ କଷ୍ଟ କରିବାକୁ ପଡ଼ିଛି। ସେମାନେ ବୁଦ୍ଧି ଖଟେଇ ବିଭିନ୍ନ ସମାଧାନ ପାଇବା ପରେ ଉତ୍ତରପିଢି ପାଇଁ ସେସବୁ କୌଶଳ ଛାଡ଼ିଯାଇଛନ୍ତି।
ଥରେ ବୁଦ୍ଧ ଗୋଟେ ଦଉଡ଼ି ନେଇ ସେଥିରେ କିଛି ଗଣ୍ଠି ପକେଇଦେଲେ। ଶିଷ୍ୟମାନଙ୍କୁ ପଚାରିଲେ- କ’ଣ ପରିବର୍ତ୍ତନ ହୋଇଛି ଏ ଦଉଡ଼ିର? କିଏ କହିଲା- କିଛି ପରିବର୍ତ୍ତନ ହୋଇନାହିଁ, ଦଉଡ଼ି ସେହି ଦଉଡ଼ି ହୋଇ ଅଛି ତ ଆଉ କେହି କହିଲା- ମୌଳିକ ପରିବର୍ତ୍ତନ ନ ହେଲେ ମଧ୍ୟ ଗଣ୍ଠି ଦ୍ୱାରା ତା’ର ରୂପ ବଦଳିଛି। ବୁଦ୍ଧ ସେ ଦଉଡ଼ିର ଗଣ୍ଠି ଫିଟେଇବାକୁ ଯାଇ ତା’ର ଦୁଇ ପାର୍ଶ୍ୱକୁ ଜୋର୍‌ରେ ଟାଣିବାକୁ ଲାଗିଲେ, କିନ୍ତୁ ଦଉଡ଼ି ଫିଟିଲା ନାହିଁ। ତା’ ପରେ ସେ ଶିଷ୍ୟଙ୍କୁ ପଚାରିଲେ- ଦଉଡ଼ିର ଗଣ୍ଠି ଏପରି ଭାବେ ଫିଟୁନାହିଁ କାହିଁକି? ଶିଷ୍ୟ କହିଲା- ଗଣ୍ଠିକୁ ନିରୀକ୍ଷଣ ନ କରି ଭୁଲ୍‌ ଭାବେ ଦଉଡ଼ିକୁ ଟାଣିଲେ ଗଣ୍ଠି ତ ଫିଟିବନି ଅନ୍ୟଥା ଏହା ଆହୁରି ଶକ୍ତ ହୋଇଯିବ। ବୁଦ୍ଧ ଏହା ଶୁଣି କହିଲେ- ସମସ୍ୟା ମଧ୍ୟ ଠିକ୍‌ ସେହିପରି, ତା’ର ଉତ୍ସ, ପ୍ରଭେଦ ଓ କାରଣକୁ ନିରୀକ୍ଷଣ ନ କଲେ ସମାଧାନ ସଂଭବ ନୁହେଁ। ଅନ୍ୟଥା ଏହା ପୂର୍ବାପେକ୍ଷା ଶକ୍ତ ହେବା ସାର ହେବ।
ସମସ୍ୟା ଅନେକ କିନ୍ତୁ ସଚେତନତାର ଘୋର ଅଭାବ। ବହୁତ ଯୋଜନା ହେଉଛି କିନ୍ତୁ ଲୋକମାନଙ୍କ ପାଖରେ ସେ ଅପହଞ୍ଚ। ମେଧାର ଅଭାବ ନାହିଁ, କିନ୍ତୁ ନିଜକୁ ପ୍ରମାଣିତ କରିବାର ବିଶେଷ ସୁବିଧା ସୁଯୋଗ ନାହିଁ। ବୈଷୟିକ ଜ୍ଞାନକୌଶଳର ଅଭାବ, ପ୍ରାକୃତିକ ସଂପଦର ସୁରକ୍ଷା ଆଦିକୁ ଆମେ ଗୁରୁତ୍ୱ ଦେଉନାହିଁ। ସ୍ବାସ୍ଥ୍ୟ କିମ୍ବା ଶିକ୍ଷାବ୍ୟବସ୍ଥା ସୁଦୃଢ ନୁହେଁ।
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମତରେ ‘ଲୋକମାନଙ୍କୁ କିଛି ବି ମାଗଣା ଦିଅନାହିଁ ଶିକ୍ଷା, ସ୍ବାସ୍ଥ୍ୟସେବା ଓ ନ୍ୟାୟ ଛଡ଼ା। ଲୋକମାନେ କର୍ମଠ ହୁଅନ୍ତୁ, ଦେଶ ଉନ୍ନତି କରିବ’। ଆଉଥରେ ଚିକିତ୍ସାଳୟ ଉଦ୍‌ଘାଟନ କଲାବେଳେ କହିଥିଲେ ‘ଖାଲି ଚିକିତ୍ସାଳୟ ଗଢ଼ିଦେଲେ ହେବନି ଲୋକ ସଚେତନ ନ ହେଲେ ଏସବୁର ମୂଲ୍ୟ ନାହିଁ’। କାରଣ ଆମ ଦେଶର ବହୁଲୋକ ସ୍ବାସ୍ଥ୍ୟ ସଚେତନ ନୁହନ୍ତି। ବାସ୍ତବରେ ଜନସାଧାରଣ ମୂଳ ସମସ୍ୟାକୁ ସେ ଠିକ୍‌ ଚିହ୍ନିଥିଲେ। ଲୋକମାନେ ସିନା ସ୍ବାସ୍ଥ୍ୟ ସଚେତନ ନୁହନ୍ତି କିନ୍ତୁ ବିଭିନ୍ନ ଯୋଜନା ବିଷୟରେ ଖବର ରଖନ୍ତି।
ପ୍ରକୃତରେ ଲୋକେ ଆରାମରେ ଯେତିକି ଖର୍ଚ୍ଚ କରନ୍ତି, ସ୍ବାସ୍ଥ୍ୟ ପାଇଁ ତା’ର ଦଶ ଭାଗରୁ ଗୋଟେ ଭାଗ ବି ଖର୍ଚ୍ଚ କରିବାକୁ ଅମଙ୍ଗ ହୁଅନ୍ତି। ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ାହୋଇ ସ୍ବାସ୍ଥ୍ୟ ପରୀକ୍ଷା କଲାବେଳକୁ ଆଉକିଛି ରୋଗ ଫ୍ରିରେ ନେଇଆସନ୍ତି। କାରଣ ସେମାନଙ୍କୁ ସବୁ ଜିନିଷ ଖୁବ୍‌ ସହଜ ଓ ଶସ୍ତାରେ ମିଳିବା ଦରକାର। ସେ ଉପାୟରେ ଜୀବନ ବିପନ୍ନ ହେଉ ପଛେ। ମଣିଷ ସଚେତନ ଓ ସାବଧାନ ହେଲେ ସିନା ସମସ୍ୟା ମୁକ୍ତ ହେବ। କିନ୍ତୁ ସମସ୍ୟାକୁ ନ ବୁଝିଲେ ନିରାକରଣ ଅସମ୍ଭବ। ଆମକୁ ମଧ୍ୟ ସେହିପରି ସମସ୍ୟାର ମୂଳକୁ ଯାଇ ସମାଧାନର ପନ୍ଥା ଖୋଜିବାକୁ ପଡ଼ିବ। ନ ହେଲେ ଏହା କର୍କଟ ରୋଗ ପରି ମାରାମତ୍କ ପାଲଟିଯିବ।
ସେହିପରି ଆମର ସାମର୍ଥ୍ୟ ମଧ୍ୟ ଅସୀମ। କିନ୍ତୁ ଆମେ ନିଜକୁ ସଙ୍କୁଚିତ କରିନେଇଛେ ନିଜ ସ୍ବାର୍ଥ ପାଇଁ। ସୁକାର୍ଯ୍ୟରେ ଆମ ସାମର୍ଥ୍ୟକୁ ନିୟୋଜିତ ନ କରି ଅସତ୍‌ ଉପାୟରେ ବିନିଯୋଗ କରୁଛେ। ଭୁଲିଯାଇଛେ ଆମେମାନେ ଗୋଟେ ଲେଖାଁ ଅମୃତର ଧାର। ଜୀବନ ବଦଳରେ ବିଷ ହୋଇ ସଞ୍ଚରିଯିବା ଆମର ଲକ୍ଷ୍ୟ ନୁହେଁ।
ମୋ: ୯୪୩୭୩୧୭୦୨୬


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri