Odisha Elections 2024

ବିହାରରୁ ଗିରଫ ହେଲେ ଆନ୍ତରାଜ୍ୟ ୩ଜଣିଆ ଅନଲାଇନ ଠକେଇ ଦଳ

କୋରପୁଟ,୨୯।୮(ଅମିତାଭ ବେହେରା ): ଗୁଗୁଲିରେ ବିଜ୍ଞାପନ ଦେଇ ଲକ୍ଷାଧିକ ଟଙ୍କା ଅନଲାଇନ ଠକେଇ କରୁଥିବା ୩ଜଣିଆ ଆନ୍ତ ରାଜ୍ୟ ଠକ ଦଳକୁ ଗିରଫ କରିଛି କୋରାପୁଟ ପୋଲିସ। ପୋଲିସ ଅଭିଯୁକ୍ତଙ୍କୁ ବିହାରରୁ ଗିରଫ କରିଛି। ମଙ୍ଗଳବାର ଥାନା ପରିସରରେ ଆୟୋଜିତ ଏକ ଖବରଦାତା ସମିଳନୀରେ ଏସ ଡି.ପି.ଓ ଶ୍ରାବଣୀ ନାୟକ ସୂଚନା ଦେଉଛନ୍ତି। ଶସ୍ତାରେ ସିମେଣ୍ଟ ଯୋଗାଇ ଦେବା ପାଇଁ କେତେଜଣ ଠକ ଗୁଗୁଲିରେ ବିଜ୍ଞାପନ ଦେଇଥିଲେ। ଏହି ବିଜ୍ଞାପନ ଦେଖି କୋରପୁଟ ସହରର ଜୈନିକ ବ୍ୟବସାୟୀ କଷ୍ଟମର କେୟାର ଏଜେଣ୍ଟଙ୍କ ୭୮୭୨୩୪୯୮୫୫ ନମ୍ବର ଫୋନ ଯୋଗେ ଯୋଗାଯୋଗ କରିଥିଲେ। ତେବେ ଏକ ଲକ୍ଷ ପଚାଶ ହଜାର ଟଙ୍କା ଅନଲାଇନରେ ଜମା କରିବାକୁ ଜଣାଇବା ପରେ ସମ୍ପୃକ୍ତ ବ୍ୟବସାୟୀ ଟଙ୍କା ପଠାଇ ଥିଲେ। କିଛିଦିନ ଧରି ସିମେଣ୍ଟ ନ ଆସିବାରୁ ବ୍ୟବସାୟୀ ଜଣଙ୍କ ଟାଉନ ଥାନାରେ ଗତ ଜୁନ ମାସ ୧୮ ତାରିଖ ଦିନ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଜିଲା ଆରକ୍ଷୀ ଅଧିକ୍ଷକ ଅନୁଭବ ସୋନକାରଙ୍କ ନିର୍ଦ୍ଦେଶ କ୍ରମେ ସାଇବର ଥାନାରେ ମାମଲା କରାଇ ତଦନ୍ତ କରାଯାଇଥିଲା। ତଦନ୍ତରେ ଜଣାପଡିଥିଲା କି, ଉକ୍ତ କଷ୍ଟମର କେୟାର ନମ୍ବରଟି ବିହାର ରାଜ୍ୟ ନଇଡା ଜିଲା, ୱାର୍ସଲ ଗଞ୍ଜ ଥାନା, ଚକପାଇ ଗ୍ରାମର। ତେବେ ଉକ୍ତ ଗ୍ରାମକୁ ଯିବା ପାଇଁ ଏସ ଆଇ ସିଦ୍ଧାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ କନେଷ୍ଟ ବଳ ରାକେଶ ପାଳ, ଶୁଣିଲିକୁମାର ଦାସ ଏବଂ ସନପତି ଗଦବାଙ୍କୁ ନେଇ ଏକ ଚାରିଜଣିଆ ଦଳ ବିହାର ଗସ୍ତ କରିଥିଲେ। ସେଠାରୁ ଭୋଳା ପ୍ରସାଦ (୪୬)ଗୌରବ କୁମାର (୨୩) ଏବଂ ବିକାଶ କୁମାର (୨୩)ଙ୍କୁ ଗିରଫ କରିଥିଲେ। ସେମାନଙ୍କ ଠାରୁ ନଗଦ ଏକଲ ପଚାଶ ହଜାର ଟଙ୍କା, ଗୋଟିଏ ଲାପଟପ ଓ ୧୪ ଟି ମୋବାଇଲ ଫୋନ ଜବତ କରିଥିଲେ। ମଙ୍ଗଳବାର ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସ ଡିପିଓ ପ୍ରକାଶ କରିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ସାଇବର ଥାନା ଅଧିକାରୀ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ସୁନ୍ଦରଗଡ଼ରୁ ଜବତ ହେଲା ୨ ଲକ୍ଷ ୪୨ ହଜାର ଟଙ୍କା

ସୁନ୍ଦରଗଡ଼,୧୮।୫: ସୁନ୍ଦରଗଡ଼ ଜିଲା ଭଷ୍ମା ଥାନା ଅଧୀନ କଇଁସରା ଗ୍ରାମରୁ ପୋଲିସ ୨ ଲକ୍ଷ ୪୨ ହଜାର ଟଙ୍କା ଜବତ କରିଛି। ଜବତ ଟଙ୍କା ସମ୍ପର୍କରେ...

ଏନକାଉଣ୍ଟରରେ ନକ୍ସଲ ନିହତ

ମାଲକାନଗିରି,୧୮।୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ପୋଲିସକୁ ମିଳିଛି ପୁଣି ସଫଳତା। ପୋଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ସୁକମା ଏସପି କିରଣ...

ଆୟୁଷ ଡାକ୍ତରରେ ଚାଲିଛି ସ୍ବାସ୍ଥ୍ୟସେବା

ଭଦ୍ରକ,୧୮ା୫(ସନାତନ ରାଉତ): ଭଦ୍ରକ ଜିଲା ବନ୍ତ ବ୍ଲକର ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଅଡ଼ାଳପଙ୍କ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଆୟୁଷ ଡାକ୍ତରରେ ସ୍ବାସ୍ଥ୍ୟସେବା ଚାଲିଛି।...

ଜାମୁସାହିରେ ପାଣି ପାଇଁ ହାହାକାର

ଓଡ଼ଗାଁ,୧୮ା୫(ଆଦର୍ଶ କୁମାର ପଟ୍ଟନାୟକ): କିଛିଦିନ ତଳେ ପାଣି ଯୋଗାଣକୁ ନେଇ ରଙ୍ଗଣିପାଟଣା ପଞ୍ଚାୟତ ଜାମୁସାହି ଗ୍ରାମବାସୀ ବିଦ୍ୟୁତ୍‌ କାର୍ଯ୍ୟାଳୟ ଘେରାଉ କରି ଲାଇନ୍‌ ସଂଯୋଗ ପାଇଁ...

ଦୁର୍ଦ୍ଦଶାରେ ଡେରାବିଶ ଆଦର୍ଶ ବିଦ୍ୟାଳୟ

ଡେରାବିଶ, ୧୮ା୫(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ପ୍ରତିଷ୍ଠା ହୋଇଥିବା ଆଦର୍ଶ ବିଦ୍ୟାଳୟର ଦୁର୍ଦ୍ଦଶାର ଅନ୍ତ ଘଟୁନାହିଁ। ୨୦୨୨ ମସିହାରେ...

ଟଙ୍କା ଭର୍ତ୍ତି ମନିପର୍ସ ଫେରାଇଲେ ମହିଳା

ରଘୁନାଥପୁର,୧୮ା୫(ରାଜେନ୍ଦ୍ର ନାରାୟଣ ସିଂହ):ପାଇଥିବା ମନିପର୍ସ ଫେରାଇ ସଚ୍ଚୋଟ ପଣିଆର ପରିଚୟ ଦେଇଛନ୍ତି ଜଣେ ମହିଳା। ସେ ହେଲେ ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ଗ୍ରାମର ଅହମ୍ମଦ ରାଜା...

୮୬୭ ବୁଥ୍‌ରେ ହେବ ୱେବ୍‌କାଷ୍ଟିଂ

କେନ୍ଦ୍ରାପଡ଼ା,୧୮ା୫(ଜଗନ୍ନାଥ ଧଳ): ଜୁନ୍‌ ୧ରେ ସାଧାରଣ ନିର୍ବାଚନର ମତଦାନ ପାଇଁ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ମୋଟ୍‌ ୧୪୪୫ ମଧ୍ୟରୁ...

ଦୋକାନ ଭିତରେ ପଶିଗଲା ବରଯାତ୍ରୀଙ୍କୁ ଧରି ଫେରୁଥିବା ଗାଡ଼ି

ଭବାନୀପାଟଣା,୧୮।୫(ଉତ୍ତମ କୁମାର ଦାଶ): ସଟର ଭାଙ୍ଗି ଦୋକାନ ଭିତରକୁ ପଶିଗଲା ସ୍କର୍ପିଓ। ଶୁକ୍ରବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲା ଧର୍ମଗଡଠାରେ ଦ୍ରୁତ ଗତିରେ ବରଯାତ୍ରୀଙ୍କୁ ଧରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri