ବିହାରରୁ ଗିରଫ ହେଲେ ଆନ୍ତରାଜ୍ୟ ୩ଜଣିଆ ଅନଲାଇନ ଠକେଇ ଦଳ

କୋରପୁଟ,୨୯।୮(ଅମିତାଭ ବେହେରା ): ଗୁଗୁଲିରେ ବିଜ୍ଞାପନ ଦେଇ ଲକ୍ଷାଧିକ ଟଙ୍କା ଅନଲାଇନ ଠକେଇ କରୁଥିବା ୩ଜଣିଆ ଆନ୍ତ ରାଜ୍ୟ ଠକ ଦଳକୁ ଗିରଫ କରିଛି କୋରାପୁଟ ପୋଲିସ। ପୋଲିସ ଅଭିଯୁକ୍ତଙ୍କୁ ବିହାରରୁ ଗିରଫ କରିଛି। ମଙ୍ଗଳବାର ଥାନା ପରିସରରେ ଆୟୋଜିତ ଏକ ଖବରଦାତା ସମିଳନୀରେ ଏସ ଡି.ପି.ଓ ଶ୍ରାବଣୀ ନାୟକ ସୂଚନା ଦେଉଛନ୍ତି। ଶସ୍ତାରେ ସିମେଣ୍ଟ ଯୋଗାଇ ଦେବା ପାଇଁ କେତେଜଣ ଠକ ଗୁଗୁଲିରେ ବିଜ୍ଞାପନ ଦେଇଥିଲେ। ଏହି ବିଜ୍ଞାପନ ଦେଖି କୋରପୁଟ ସହରର ଜୈନିକ ବ୍ୟବସାୟୀ କଷ୍ଟମର କେୟାର ଏଜେଣ୍ଟଙ୍କ ୭୮୭୨୩୪୯୮୫୫ ନମ୍ବର ଫୋନ ଯୋଗେ ଯୋଗାଯୋଗ କରିଥିଲେ। ତେବେ ଏକ ଲକ୍ଷ ପଚାଶ ହଜାର ଟଙ୍କା ଅନଲାଇନରେ ଜମା କରିବାକୁ ଜଣାଇବା ପରେ ସମ୍ପୃକ୍ତ ବ୍ୟବସାୟୀ ଟଙ୍କା ପଠାଇ ଥିଲେ। କିଛିଦିନ ଧରି ସିମେଣ୍ଟ ନ ଆସିବାରୁ ବ୍ୟବସାୟୀ ଜଣଙ୍କ ଟାଉନ ଥାନାରେ ଗତ ଜୁନ ମାସ ୧୮ ତାରିଖ ଦିନ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଜିଲା ଆରକ୍ଷୀ ଅଧିକ୍ଷକ ଅନୁଭବ ସୋନକାରଙ୍କ ନିର୍ଦ୍ଦେଶ କ୍ରମେ ସାଇବର ଥାନାରେ ମାମଲା କରାଇ ତଦନ୍ତ କରାଯାଇଥିଲା। ତଦନ୍ତରେ ଜଣାପଡିଥିଲା କି, ଉକ୍ତ କଷ୍ଟମର କେୟାର ନମ୍ବରଟି ବିହାର ରାଜ୍ୟ ନଇଡା ଜିଲା, ୱାର୍ସଲ ଗଞ୍ଜ ଥାନା, ଚକପାଇ ଗ୍ରାମର। ତେବେ ଉକ୍ତ ଗ୍ରାମକୁ ଯିବା ପାଇଁ ଏସ ଆଇ ସିଦ୍ଧାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ କନେଷ୍ଟ ବଳ ରାକେଶ ପାଳ, ଶୁଣିଲିକୁମାର ଦାସ ଏବଂ ସନପତି ଗଦବାଙ୍କୁ ନେଇ ଏକ ଚାରିଜଣିଆ ଦଳ ବିହାର ଗସ୍ତ କରିଥିଲେ। ସେଠାରୁ ଭୋଳା ପ୍ରସାଦ (୪୬)ଗୌରବ କୁମାର (୨୩) ଏବଂ ବିକାଶ କୁମାର (୨୩)ଙ୍କୁ ଗିରଫ କରିଥିଲେ। ସେମାନଙ୍କ ଠାରୁ ନଗଦ ଏକଲ ପଚାଶ ହଜାର ଟଙ୍କା, ଗୋଟିଏ ଲାପଟପ ଓ ୧୪ ଟି ମୋବାଇଲ ଫୋନ ଜବତ କରିଥିଲେ। ମଙ୍ଗଳବାର ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସ ଡିପିଓ ପ୍ରକାଶ କରିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ସାଇବର ଥାନା ଅଧିକାରୀ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri