Posted inଜାତୀୟ

୧୪ ଦିନର ଟ୍ରାଭେଲ ହିଷ୍ଟ୍ରି ଦାଖଲ କରିବେ ଅନ୍ତର୍ଜାତୀୟ ଯାତ୍ରୀ

ନୂଆଦିଲ୍ଲୀ, ୨୮।୧୧: ଅନ୍ତର୍ଜାତୀୟ ବିମାନ ଯାତ୍ରା ଲାଗି କେନ୍ଦ୍ର ସରକାର ରବିବାର ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି। ଡିସେମ୍ବର ୧ରୁ ଏହି ସଂଶୋଧିତ ଗାଇଡ୍‌ଲାଇନ ଲାଗୁ ହେବ। ଏଥିରେ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ୧୪ ଦିନର ଟ୍ରାଭେଲ ହିଷ୍ଟ୍ରି (ଯାତ୍ରା ବିବରଣୀ) ଦାଖଲ କରିବା ବାଧ୍ୟତାମୂଳକ କରାଯାଇଛି। ଏଥିସହିତ ସେମାନଙ୍କୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଅପ୍‌ଲୋଡ୍‌ କରିବାକୁ କୁହାଯାଇଛି। ଓମିକ୍ରନ୍‌ ଭାରିଆଣ୍ଟ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସଂଶୋଧିତ ଗାଇଡ୍‌ଲାଇନ ଜାରି ହୋଇଛି। ଉକ୍ତ ଗାଇଡ୍‌ଲାଇନ ଅନୁଯାୟୀ ଯାତ୍ରୀମାନଙ୍କୁ ଅନ୍‌ଲାଇନ ଏୟାର ସୁବିଧା ପୋର୍ଟାଲରେ ଏକ ସ୍ବଘୋଷଣାନାମା ଫର୍ମ ପୂରଣ କରିବାକୁ ହେବ। ଏଥିରେ ଯାତ୍ରୀଙ୍କ ବିଗତ ଦୁଇ ସପ୍ତାହର ଭ୍ରମଣ ବିବରଣୀ ସହ ଆର୍‌ଟି-ପିସିଆର୍‌ ନେଗେଟିଭ୍‌ ସାର୍ଟିଫିକେଟ ଅପ୍‌ଲୋଡ୍‌ କରିବାକୁ ପଡ଼ିବ। ବିମାନ ଯାତ୍ରା କରିବାର ୭୨ ଘଣ୍ଟା ପୂର୍ବରୁ ଏହା କରିବାକୁ କୁହାଯାଇଛି। କୋଭିଡ୍‌ ରିପୋର୍ଟରେ ଜାଲିଆତି ହୋଇଥିବା ଜଣାପଡ଼ିଲେ ଯାତ୍ରୀଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ କରାଯିବ।

ନୂଆ ଭାରିଆଣ୍ଟ ଭୟ ରହିଥିବା ୧୨ଟି ଦେଶର ଯାତ୍ରୀଙ୍କୁ ଅଧିକ ସତର୍କ ହେବା ଲାଗି କୁହାଯାଇଛି। ସେମାନେ ବିମାନ ବନ୍ଦରରେ ପହଞ୍ଚତ୍ବା ପରେ କୋଭିଡ୍‌ ପରୀକ୍ଷା କରାଯିବ। ପରୀକ୍ଷା ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ ବିମାନ ବନ୍ଦରରେ ଅପେକ୍ଷା କରିବାକୁ ପଡ଼ିବ। ରିପୋର୍ଟ ନେଗେଟିଭ୍‌ ଆସିଲେ ସେମାନଙ୍କୁ ୭ ଦିନ ହୋମ୍‌ କ୍ୱାରାଣ୍ଟାଇନରେ ରହିବାକୁ ଓ ଅଷ୍ଟମ ଦିନରେ ପୁଣି ଥରେ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯିବ। ଦ୍ୱିତୀୟ ଥର ନେଗେଟିଭ୍‌ ଆସିବା ପରେ ମଧ୍ୟ ସେମାନେ ଆଉ ୭ ଦିନ ସତର୍କ ରହିବେ। ଅନ୍ୟପକ୍ଷରେ ଯାତ୍ରୀଙ୍କଠାରେ କୋଭିଡ୍‌ ଲକ୍ଷଣ ଦେଖାଦେଲେ ସେମାନଙ୍କୁ ତତ୍କାଳ ଆଇସୋଲେଶନରେ ରଖାଯିବା ସହ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯିବ। କୋଭିଡ୍‌ ପଜିଟିଭ୍‌ ହୋଇଥିଲେ ଜିନୋମ ସିକ୍ୱେନ୍ସିଂ ପାଇଁ ନମୁନା ଲାବରେଟୋରିକୁ ପଠାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ନିକଟତମ ଅଧିକାରୀଙ୍କ ଘରେ ଇଡି ଚଢାଉ

ରାୟପୁର,୧୧।୧୦: ଛତିଶଗଡରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମଙ୍ଗଳବାର ସକାଳ ୭ଟାରୁ କାର୍ଯ୍ୟାନୁଷ୍ଠାନ ଚାଲିଛି। ୧୨ରୁ ଅଧିକ ସ୍ଥାନରେ ଇଡି ଦଳ...

ହାଇକମାଣ୍ଡଙ୍କୁ ପ୍ରଶ୍ନ କଲେ ସିବଲ

ନୂଆଦିଲ୍ଲୀ,୨୯ ।୯: ପଞ୍ଜାବ କଂଗ୍ରେସରେ ଚାଲିଥିବା ସଂଘର୍ଷକୁ ନେଇ ଏବେ ସାରା ଦେଶରେ କଂଗ୍ରେସ ପାର୍ଟି ଚିନ୍ତାରେ ପଡିଯାଇଛି । ଏହାକୁ ନେଇ କଂଗ୍ରେସର ବରିଷ୍ଠ...

୪ ଲଶ୍କର ସହାୟକ ଗିରଫ…

ଶ୍ରୀନଗର,୨୪।୨ : ଜମ୍ମୁ-କଶ୍ମୀରର ବାରମୁଳା ଏବଂ ଶୋପିଆନ ଜିଲାରୁ ଲଶ୍କର-ଇ-ତୋଏବା ଆତଙ୍କବାଦୀଙ୍କ ଚାରିଜଣ ସହାୟକଙ୍କୁ ସୁରକ୍ଷା ବାହିନୀ ଗିରଫ କରିଛନ୍ତିି। ପୋଲିସ ମୁଖପାତ୍ର କହିଛନ୍ତି ଯେ...

ଟି.ଏସ୍‌. ସିଂଦେଓ ହେଲେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୨୯ା୬: ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବିରୋଧୀ ଭାବେ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ତଥା ସ୍ବାସ୍ଥ୍ୟମନ୍ତ୍ରୀ ଟି.ଏସ୍‌. ସିଂଦେଓଙ୍କୁ...

ମରାଠା ସଂରକ୍ଷଣ ବୈଧ, ୧୩%ରେ ସୀମିତ ରଖାଯାଉ: ବମ୍ବେ ହାଇକୋର୍ଟ

ମୁମ୍ବାଇ,୨୮।୬(ପି.ଟି.):ସରକାରୀ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ମରାଠା ସମ୍ପ୍ରଦାୟ ଲାଗି ସ୍ଥାନ ସଂରକ୍ଷଣ ଦାବିର ସାମ୍ବିଧାନିକ ବୈଧତା ରହିଛି ବୋଲି ଗୁରୁବାର ବମ୍ବେ ହାଇକୋର୍ଟ କହିଛନ୍ତି।...

ଶରଦ ପାୱାରଙ୍କୁ ଭେଟିଲେ ମମତା, ରାଷ୍ଟ୍ରପତି ନିର୍ବାଚନକୁ ନେଇ ହେଲା ଆଲୋଚନା

ନୂଆଦିଲ୍ଲୀ,୧୪ ।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଦିଲ୍ଲୀରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଉଭୟ...

ପଞ୍ଜାବ ସରକାରରେ ଏକମାତ୍ର ମହିଳା ମନ୍ତ୍ରୀ ନିର୍ବାଚନ ପ୍ରଚାର ସମୟରେ କରୁଥିଲେ ଜନତାଙ୍କ ସେବା

ଚଣ୍ଡିଗଡ଼,୧୯ ।୩: ପଞ୍ଜାବ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରେ ରହିଛନ୍ତି ଏକମାତ୍ର ମହିଳା ମନ୍ତ୍ରୀ ଡାକ୍ତର ବଲଜିତ କୌର । ବଲଜିତ ପେଶାରେ ଜଣେ ଡାକ୍ତର ହୋଇଥିବା...

ଫେଲ୍‌ ମାରିଲା ପୁଲଓ୍ବାମା ଭଳି ଆତଙ୍କବାଦୀ ଆକ୍ରମଣ

ଜମ୍ମୁ,୨୮।୫: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା। ପୁଲଓ୍ବାମା ଭଳି ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରି ଦିଆଯାଇଛି। ପୁଲଓ୍ବାମା ଜିଲା ଅବିଗୁଣ୍ଡ...

Advertisement
Archives

Model This Week