ଆନ୍ଦୋଳନକୁ ଅନ୍ତର୍ଜାତୀୟ ସମର୍ଥନ

ଓ୍ବାଶିଂଟନ/ଓଟାଓ୍ବା/ଲଣ୍ଡନ, ୬।୧୨:କେନ୍ଦ୍ରର ବିବାଦୀୟ କୃଷି ଆଇନକୁ ବିରୋଧ କରି ଭାରତରେ ୧୦ ଦିନ ହେଲା କୃଷକମାନେ ଆନ୍ଦୋଳନ ଜାରି ରଖିଥିବାବେଳେ ଶନିବାର ସରକାରଙ୍କ ସହ ଚାଷୀ ସଂଗଠନଗୁଡ଼ିକର ପଞ୍ଚମ ପର୍ଯ୍ୟାୟ ଆଲୋଚନା ବିନା ନିଷ୍କର୍ଷରେ ଶେଷ ହୋଇଛି। ଆଇନ ପ୍ରତ୍ୟାହାର ଦାବିରେ କୃଷକମାନେ ଅଟଳ ରହିବାରୁ ବୁଧବାର ପୁଣି ଥରେ ଆଲୋଚନା କରିବାକୁ ନିଷ୍ପତ୍ତି ହୋଇଛି। ଦିଲ୍ଲୀ ସୀମାରେ ଆନ୍ଦୋଳନକାରୀଙ୍କ ସଂଖ୍ୟା ବଢ଼ୁଥିବାବେଳେ ସେମାନଙ୍କ ସମର୍ଥନରେ ବିଭିନ୍ନ ଦଳ ଓ ସଂଗଠନ ଆଗେଇ ଆସିଛନ୍ତି। କେବଳ ଦେଶ ଭିତରେ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ସମର୍ଥନ ହାସଲ କରିଛି ଚାଷୀ ଆନ୍ଦୋଳନ । କୌଣସି ଦାବି ପୂରଣ ପାଇଁ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିବା ଜନସାଧାରଣଙ୍କ ଅଧିକାର। ସରକାର ସେମାନଙ୍କୁ ଏଥିପାଇଁ ଅନୁମତି ଦେବା ଆବଶ୍ୟକ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ କହିଛନ୍ତି। ଭାରତରେ କୃଷକ ଆନ୍ଦୋଳନକୁ ନେଇ ପ୍ରଶ୍ନ ହେବାରୁ ଗୁଟେରେସ୍‌ଙ୍କ ମୁଖପାତ୍ର ଷ୍ଟିଫେନ୍‌ ଡୁଜାରିକ୍‌ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି
ସେହିପରି ବ୍ରିଟେନରେ ବିଭିନ୍ନ ଦଳର ୩୬ ଜଣ ଏମ୍‌ପି କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ଲେବର ପାର୍ଟି ନେତା ତନ୍‌ମନ୍‌ଜିତ ସିଂ ଧେସିଙ୍କ ନେତୃତ୍ୱରେ ଏହି ଏମ୍‌ପିମାନେ ଆନ୍ଦୋଳନକୁ ସମର୍ଥନ କରିବା ସହ ବ୍ରିଟିଶ ବହିର୍ବ୍ୟାପାର ସଚିବ ଡୋମିନିକ୍‌ ରାବ୍‌ ନୂଆଦିଲ୍ଲୀ ନିକଟରେ ଉକ୍ତ ପ୍ରସଙ୍ଗ ଉଠାଇବାକୁ ଦାବି କରିଛନ୍ତି। ଭାରତ ସରକାର କାର୍ଯ୍ୟକାରୀ କରିଥିବା ନୂଆ ଆଇନ କୃଷକ ଓ କୃଷି ଉପରେ ନିର୍ଭରଶୀଳ ଲୋକଙ୍କୁ ଶୋଷଣ କରିବ। ଏହା ବିରୋଧରେ ଭାରତ ଉପରେ ଚାପ ପକାଇବାକୁ ବ୍ରିଟେନର ଏମ୍‌ପିମାନେ କହିଛନ୍ତି। ପଞ୍ଜାବ ଓ ବିଦେଶରେ ଥିବା ଶିଖ୍‌ କୃଷକମାନଙ୍କ ସମର୍ଥନରେ ବହିର୍ବ୍ୟାପାର ସଚିବ ଭାରତ ସରକାରଙ୍କ ସହ ଆଲୋଚନା କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ଗତ ମାସରେ ଅନେକ ଏମ୍‌ପି ଲଣ୍ଡନସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ନୂଆ କୃଷି ଆଇନର ପ୍ରଭାବ ସମ୍ପର୍କରେ ଲେଖିଥିଲେ।
ପୂର୍ବରୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୁ କୃଷକ ଆନ୍ଦୋଳନକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହାକୁ ନେଇ ନୂଆଦିଲ୍ଲୀ ଅସନ୍ତୋଷ ବ୍ୟକ୍ତ କରିବା ସହ ଭାରତର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ନ ପୂରାଇବାକୁ କାନାଡା ରାଷ୍ଟ୍ରଦୂତଙ୍କୁ ସମନ କରି ଜଣାଇଥିଲା। ଚେତାବନୀ ସତ୍ତ୍ୱେ ଟ୍ରୁଡୁ ଶନିବାର ପୁଣିଥରେ କୃଷକ ଆନ୍ଦୋଳନକୁ ନେଇ ମନ୍ତବ୍ୟ ଦେଇଛନ୍ତି। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଅଧିକାର ପାଇଁ ସେ ସବୁବେଳେ ସ୍ବର ଉତ୍ତୋଳନ କରିବେ। ଶାନ୍ତିପୂର୍ଣ୍ଣ ବିକ୍ଷୋଭ ବିଶ୍ୱର ଯେକୌଣସି ସ୍ଥାନରେ ହୋଇଛି, କାନାଡା ତାହା ପଛରେ ଛିଡ଼ା ହୋଇଛି ବୋଲି ଟ୍ରୁଡୁ କହିଛନ୍ତି।
କାନାଡା ପ୍ରଧାନମନ୍ତ୍ରୀଙ୍କୁ ବ୍ରିଟେନ ନେତାମାନେ ସମର୍ଥନ କରିବା ଆବଶ୍ୟକ ବୋଲି ଇତିମଧ୍ୟରେ ବ୍ରିଟେନର ଶିଖ୍‌ ପରିଷଦ ଦାବି କରିଛି। କୃଷକ ଆନ୍ଦୋଳନକୁ ଚପାଇଦେବା ପାଇଁ ଭାରତ ସରକାର ମାନବାଧିକାରର ଉଲ୍ଲଂଘନ କରିଛନ୍ତି। ଏହାକୁ ସମସ୍ତେ ବିରୋଧ କରିବା ଉଚିତ ବୋଲି ଶିଖ୍‌ ପରିଷଦ ଟୁଇଟ୍‌ କରିଛି।
ଅନ୍ୟପକ୍ଷରେ ଦିଲ୍ଲୀରେ ଚାଷୀ ଆନ୍ଦୋଳନକୁ ନେଇ ବିଭିନ୍ନ ମନ୍ତବ୍ୟ ଦେଉଥିବା ବିଦେଶୀ ନେତାମାନେ ଭୁଲ୍‌ ସୂଚନା ପାଇଛନ୍ତି ବୋଲି ଭାରତ କହିଛି। ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହା ଅଭ୍ୟନ୍ତରୀଣ ବ୍ୟାପାର ହୋଇଥିବାବେଳେ ବିଦେଶୀ ନେତାମାନଙ୍କ ମନ୍ତବ୍ୟ ନିରାଧାର ବୋଲି ନୂଆଦିଲ୍ଲୀ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri