ଆନ୍ଦୋଳନକୁ ଅନ୍ତର୍ଜାତୀୟ ସମର୍ଥନ

ଓ୍ବାଶିଂଟନ/ଓଟାଓ୍ବା/ଲଣ୍ଡନ, ୬।୧୨:କେନ୍ଦ୍ରର ବିବାଦୀୟ କୃଷି ଆଇନକୁ ବିରୋଧ କରି ଭାରତରେ ୧୦ ଦିନ ହେଲା କୃଷକମାନେ ଆନ୍ଦୋଳନ ଜାରି ରଖିଥିବାବେଳେ ଶନିବାର ସରକାରଙ୍କ ସହ ଚାଷୀ ସଂଗଠନଗୁଡ଼ିକର ପଞ୍ଚମ ପର୍ଯ୍ୟାୟ ଆଲୋଚନା ବିନା ନିଷ୍କର୍ଷରେ ଶେଷ ହୋଇଛି। ଆଇନ ପ୍ରତ୍ୟାହାର ଦାବିରେ କୃଷକମାନେ ଅଟଳ ରହିବାରୁ ବୁଧବାର ପୁଣି ଥରେ ଆଲୋଚନା କରିବାକୁ ନିଷ୍ପତ୍ତି ହୋଇଛି। ଦିଲ୍ଲୀ ସୀମାରେ ଆନ୍ଦୋଳନକାରୀଙ୍କ ସଂଖ୍ୟା ବଢ଼ୁଥିବାବେଳେ ସେମାନଙ୍କ ସମର୍ଥନରେ ବିଭିନ୍ନ ଦଳ ଓ ସଂଗଠନ ଆଗେଇ ଆସିଛନ୍ତି। କେବଳ ଦେଶ ଭିତରେ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ସମର୍ଥନ ହାସଲ କରିଛି ଚାଷୀ ଆନ୍ଦୋଳନ । କୌଣସି ଦାବି ପୂରଣ ପାଇଁ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିବା ଜନସାଧାରଣଙ୍କ ଅଧିକାର। ସରକାର ସେମାନଙ୍କୁ ଏଥିପାଇଁ ଅନୁମତି ଦେବା ଆବଶ୍ୟକ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ କହିଛନ୍ତି। ଭାରତରେ କୃଷକ ଆନ୍ଦୋଳନକୁ ନେଇ ପ୍ରଶ୍ନ ହେବାରୁ ଗୁଟେରେସ୍‌ଙ୍କ ମୁଖପାତ୍ର ଷ୍ଟିଫେନ୍‌ ଡୁଜାରିକ୍‌ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି
ସେହିପରି ବ୍ରିଟେନରେ ବିଭିନ୍ନ ଦଳର ୩୬ ଜଣ ଏମ୍‌ପି କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ଲେବର ପାର୍ଟି ନେତା ତନ୍‌ମନ୍‌ଜିତ ସିଂ ଧେସିଙ୍କ ନେତୃତ୍ୱରେ ଏହି ଏମ୍‌ପିମାନେ ଆନ୍ଦୋଳନକୁ ସମର୍ଥନ କରିବା ସହ ବ୍ରିଟିଶ ବହିର୍ବ୍ୟାପାର ସଚିବ ଡୋମିନିକ୍‌ ରାବ୍‌ ନୂଆଦିଲ୍ଲୀ ନିକଟରେ ଉକ୍ତ ପ୍ରସଙ୍ଗ ଉଠାଇବାକୁ ଦାବି କରିଛନ୍ତି। ଭାରତ ସରକାର କାର୍ଯ୍ୟକାରୀ କରିଥିବା ନୂଆ ଆଇନ କୃଷକ ଓ କୃଷି ଉପରେ ନିର୍ଭରଶୀଳ ଲୋକଙ୍କୁ ଶୋଷଣ କରିବ। ଏହା ବିରୋଧରେ ଭାରତ ଉପରେ ଚାପ ପକାଇବାକୁ ବ୍ରିଟେନର ଏମ୍‌ପିମାନେ କହିଛନ୍ତି। ପଞ୍ଜାବ ଓ ବିଦେଶରେ ଥିବା ଶିଖ୍‌ କୃଷକମାନଙ୍କ ସମର୍ଥନରେ ବହିର୍ବ୍ୟାପାର ସଚିବ ଭାରତ ସରକାରଙ୍କ ସହ ଆଲୋଚନା କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ଗତ ମାସରେ ଅନେକ ଏମ୍‌ପି ଲଣ୍ଡନସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ନୂଆ କୃଷି ଆଇନର ପ୍ରଭାବ ସମ୍ପର୍କରେ ଲେଖିଥିଲେ।
ପୂର୍ବରୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୁ କୃଷକ ଆନ୍ଦୋଳନକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହାକୁ ନେଇ ନୂଆଦିଲ୍ଲୀ ଅସନ୍ତୋଷ ବ୍ୟକ୍ତ କରିବା ସହ ଭାରତର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ନ ପୂରାଇବାକୁ କାନାଡା ରାଷ୍ଟ୍ରଦୂତଙ୍କୁ ସମନ କରି ଜଣାଇଥିଲା। ଚେତାବନୀ ସତ୍ତ୍ୱେ ଟ୍ରୁଡୁ ଶନିବାର ପୁଣିଥରେ କୃଷକ ଆନ୍ଦୋଳନକୁ ନେଇ ମନ୍ତବ୍ୟ ଦେଇଛନ୍ତି। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଅଧିକାର ପାଇଁ ସେ ସବୁବେଳେ ସ୍ବର ଉତ୍ତୋଳନ କରିବେ। ଶାନ୍ତିପୂର୍ଣ୍ଣ ବିକ୍ଷୋଭ ବିଶ୍ୱର ଯେକୌଣସି ସ୍ଥାନରେ ହୋଇଛି, କାନାଡା ତାହା ପଛରେ ଛିଡ଼ା ହୋଇଛି ବୋଲି ଟ୍ରୁଡୁ କହିଛନ୍ତି।
କାନାଡା ପ୍ରଧାନମନ୍ତ୍ରୀଙ୍କୁ ବ୍ରିଟେନ ନେତାମାନେ ସମର୍ଥନ କରିବା ଆବଶ୍ୟକ ବୋଲି ଇତିମଧ୍ୟରେ ବ୍ରିଟେନର ଶିଖ୍‌ ପରିଷଦ ଦାବି କରିଛି। କୃଷକ ଆନ୍ଦୋଳନକୁ ଚପାଇଦେବା ପାଇଁ ଭାରତ ସରକାର ମାନବାଧିକାରର ଉଲ୍ଲଂଘନ କରିଛନ୍ତି। ଏହାକୁ ସମସ୍ତେ ବିରୋଧ କରିବା ଉଚିତ ବୋଲି ଶିଖ୍‌ ପରିଷଦ ଟୁଇଟ୍‌ କରିଛି।
ଅନ୍ୟପକ୍ଷରେ ଦିଲ୍ଲୀରେ ଚାଷୀ ଆନ୍ଦୋଳନକୁ ନେଇ ବିଭିନ୍ନ ମନ୍ତବ୍ୟ ଦେଉଥିବା ବିଦେଶୀ ନେତାମାନେ ଭୁଲ୍‌ ସୂଚନା ପାଇଛନ୍ତି ବୋଲି ଭାରତ କହିଛି। ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହା ଅଭ୍ୟନ୍ତରୀଣ ବ୍ୟାପାର ହୋଇଥିବାବେଳେ ବିଦେଶୀ ନେତାମାନଙ୍କ ମନ୍ତବ୍ୟ ନିରାଧାର ବୋଲି ନୂଆଦିଲ୍ଲୀ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?