Posted inଫୁରସତ

ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ: ମହାମାରୀ ଆମ ପାଇଁ ଚ୍ୟାଲେଞ୍ଜ

ଦେଢ଼ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା କରୋନା ମହାମାରୀ ସାରା ବିଶ୍ୱକୁ ତ୍ରସ୍ତ କରିଦେଇଛି। ଆରମ୍ଭରୁ ବରିଷ୍ଠ ନାଗରିକମାନେ କରୋନାରେ ଅଧିକ ଆକ୍ରାନ୍ତ ହୋଇଥିଲେ। ଏହା ସେମାନଙ୍କ ପାଇଁ ଥିଲା ଏକ ଚ୍ୟାଲେଞ୍ଜ। ମହାମାରୀକୁ ମୁକାବିଲା ସହ ଏବେ ସୁସ୍ଥ ଜୀବନ ବିତାଉଥିବା କେତେଜଣ ବରିଷ୍ଠ ନାଗରିକଙ୍କ ମତାମତକୁ ନେଇ ଉପସ୍ଥାପନା..

ଔଷଧ ସେବନ ସହ କଟକଣା ମାନିଛି
କରୋନା ମହାମାରୀରେ ବରିଷ୍ଠ ନାଗରିକମାନେ ବିଶେଷଭାବେ ପ୍ରଭାବିତ ହୋଇଥିଲେ। ମୁଁ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଥିଲି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ କରିବା ସହ କଟକଣା ମାନିବା ଦ୍ୱାରା ସମ୍ପୂର୍ଣ୍ଣ ରୂପେ ଆରୋଗ୍ୟ ହୋଇ ପାରିଛି। ଜଣେ ବରିଷ୍ଠ ନାଗରିକ ଭାବେ କହିବି ଯେ, ଏହି ସମୟରେ ଶ୍ୱାସପ୍ରଶ୍ୱାସ ସରଳ କରିବା ପାଇଁ ଗରମ ପାଣି ବାମ୍ଫ ନେବା ସହ ଦିନକୁ ୩ରୁ ୪ଥର ଲୁଣପାଣି କୁଳି କରିବା, ସୁଷମ ଖାଦ୍ୟ ଗ୍ରହଣ, ପ୍ରଚୁର ପାଣି ପିଇବା ଦରକାର।
– ପୁଷ୍ପଲତା ମହାନ୍ତି, ବରିଷ୍ଠ ନାଗରିକ
ସତର୍କ ରହିବାକୁ ପଡୁଛି
କରୋନା ପାଇଁ ଟିକେ ସତର୍କ ରହିବାକୁ ପଡୁଛି। ଦୁଇଟିଯାକ କୋଭିଡ୍‌ ଟିକା ନେଇ ସାରିଥିଲେ ମଧ୍ୟ ମୋ ସ୍ବାସ୍ଥ୍ୟ ପ୍ରତି ବେଶ୍‌ ସଚେତନ। ସବୁଦିନ ସକାଳୁ ଉଠି ଚାଲିବା ସହ ବ୍ୟାୟାମ କରେ। ସେହିପରି ଥଣ୍ଡା କିମ୍ବା ବାସି ଖାଦ୍ୟଠାରୁ ଦୂରେଇ ରୁହେ। ବାହାରକୁ ଗଲେ କରୋନାର ସମସ୍ତ ଗାଇଡ୍‌ଲାଇନ୍‌ ପାଳନ କରୁଛି।
– କେ. ଭୀମରାଜୁ ପାତ୍ର, ବରିଷ୍ଠ ନାଗରିକ
ସ୍ବାସ୍ଥ୍ୟ ପ୍ରତି ସଚେତନ ରହିଆସିଛି
କରୋନାର ପ୍ରଥମ ଲହର ସମୟରେ ମୁଁ ବହୁତ ଡରି ଯାଇଥିଲି। ଯଦି କିଛି କାମ ପାଇଁ ନିହାତି ବାହାରକୁ ଯିବାକୁ ପଡୁଥିଲା, ତେବେ ସରକାରଙ୍କ ସମସ୍ତ କୋଭିଡ୍‌ ଗାଇଡ୍‌ ଲାଇନ ପାଳନ କରୁଥିଲି। ଘରକୁ ଆସିବା ପରେ ପିନ୍ଧିଥିବା ସମସ୍ତ ଲୁଗାପଟା ଡେଟଲରେ ଧୋଇଦିଏ। ଥଣ୍ଡା ଜିନିଷଠାରୁ ଦୂରେଇ ରହୁଥିଲି। ଏହାସହ ନିୟମିତ ଯୋଗ ଏବଂ ପ୍ରାଣାୟାମ କରେ। ସ୍ବାସ୍ଥ୍ୟ ପ୍ରତି ସଚେତନ ଥିବାରୁ ମତେ ମହାମାରୀ ଛୁଇଁ ନାହିଁ।
– ରେଣୁବାଳା ପୃଷ୍ଟି, ଅବସରପ୍ରାପ୍ତ ଅଧ୍ୟାପିକା
ଦିନକୁ ଘଣ୍ଟାଏ ବ୍ୟାୟାମ କରୁଛି
କରୋନାରୁ ବର୍ତ୍ତିବା ପାଇଁ ସମସ୍ତ କୋଭିଡ୍‌ ନିୟମ ମାନିବା ଲାଗି ଚେଷ୍ଟା ଚଳାଇ ଆସିଛି। ଅତି ଆବଶ୍ୟକ ନ ହେଲେ ଘରୁ ବାହାରୁ ନାହିଁ। ନିଜ ସ୍ବାସ୍ଥ୍ୟର ଯତ୍ନ ପାଇଁ ସୁଷମ ଖାଦ୍ୟ ଖାଇବା ସହ ଗରମ ପାଣି ପିଉଛି। ଏଥିସହ ପ୍ରତିଦିନ ୧ଘଣ୍ଟା ବ୍ୟାୟାମ କରୁଛି।
– ରସାନନ୍ଦ ସ୍ବାଇଁ, ଅବସରପ୍ରାପ୍ତ ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର

ଅଭିଜ୍ଞତାର ଗନ୍ତାଘର

ଜୀବନରେ ଅଭିଜ୍ଞତା ହାସଲ ଗୁରୁତ୍ୱପୂର୍ଣ୍ଣ। ଏହା ମଣିଷକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ସହ ତା’ର ସମାଧାନର ବାଟ ବତାଇଥାଏ। ବୟସ ବଢ଼ିବା ସହିତ ଅଭିଜ୍ଞତା ବୃଦ୍ଧି ପାଏ। କେବଳ ଅଧିକ ପାଠ ପଢ଼ିଲେ ଯେ ଅଭିଜ୍ଞତା ବଢ଼ିଯାଏ, ସେଭଳି ଧାରଣା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ନୁହେଁ। ବରିଷ୍ଠ ନାଗରିକ ଜୀବନକାଳ ମଧ୍ୟରେ ବହୁ ସମସ୍ୟା ସହିତ ପ୍ରାକୃତିକ ବିପର୍ଯ୍ୟୟର ମଧ୍ୟ ସାମ୍ନା କରିଥାନ୍ତି। ସେସବୁର ସମାଧାନ କିପରି କରାଯାଇପାରିବ, ତାହାର କାଇଦା ସେମାନଙ୍କୁ ବି ଜଣାଥାଏ। ତେଣୁ ବରିଷ୍ଠ ନାଗରିକଙ୍କୁ ଅଭିଜ୍ଞତାର ଗନ୍ତାଘର କହିଲେ ଅତ୍ୟୁକ୍ତି ହେବ ନାହିଁ।
ସମ୍ପ୍ରତି ପୃଥିବୀରେ ୯୦୦ ନିୟୁତରୁ ଊର୍ଦ୍ଧ୍ୱ ଲୋକଙ୍କ ବୟସ ୬୦ ବର୍ଷରୁ ଅଧିକ। ୨୦୫୦ ବେଳକୁ ଏହି ସଂଖ୍ୟା ୨୦୦ କୋଟିରେ ପହଞ୍ଚିବ, ଯାହାକି ପୃଥିବୀ ଜନସଂଖ୍ୟାର ୨୨% ହେବ ବୋଲି ଆକଳନ କରାଯାଇଛି।
ବରିଷ୍ଠ ନାଗରିକଙ୍କ ସୁରକ୍ଷା ଏବଂ ସେମାନଙ୍କ ବହୁବିଧ ସମସ୍ୟାର ନିରାକରଣକୁ ଦୃଷ୍ଟିରେ ରଖି ମିଳିତ ଜାତିସଂଘ ପକ୍ଷରୁ ୧୯୯୦ ଡିସେମ୍ବର ୧୪ରେ ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ପ୍ରସ୍ତାବ ଅନୁସାରେ ପ୍ରତିବର୍ଷ ଅକ୍ଟୋବର ୧କୁ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଭାବେ ପାଳନ କରାଯିବାକୁ କୁହାଯାଇଥିଲା। ୧୯୯୧ ଅକ୍ଟୋବର ୧ରେ ପ୍ରଥମ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଥିଲା। ଏହି ଦିବସ ପାଳନ ଅବସରରେ ବରିଷ୍ଠ ନାଗରିକଙ୍କ ପ୍ରତି ସମ୍ମାନ ଏବଂ ସେମାନଙ୍କ ସମସ୍ୟାର ସମାଧାନ ଲାଗି ଉଦ୍ୟମ କ୍ଷେତ୍ରରେ ସଚେତନତା ସୃଷ୍ଟି କରାଯାଇଥାଏ।

ଉପସ୍ଥାପନା: ବନ୍ଦନା ସେଠୀ


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri