Posted inଫୁରସତ

ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ: ମହାମାରୀ ଆମ ପାଇଁ ଚ୍ୟାଲେଞ୍ଜ

ଦେଢ଼ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା କରୋନା ମହାମାରୀ ସାରା ବିଶ୍ୱକୁ ତ୍ରସ୍ତ କରିଦେଇଛି। ଆରମ୍ଭରୁ ବରିଷ୍ଠ ନାଗରିକମାନେ କରୋନାରେ ଅଧିକ ଆକ୍ରାନ୍ତ ହୋଇଥିଲେ। ଏହା ସେମାନଙ୍କ ପାଇଁ ଥିଲା ଏକ ଚ୍ୟାଲେଞ୍ଜ। ମହାମାରୀକୁ ମୁକାବିଲା ସହ ଏବେ ସୁସ୍ଥ ଜୀବନ ବିତାଉଥିବା କେତେଜଣ ବରିଷ୍ଠ ନାଗରିକଙ୍କ ମତାମତକୁ ନେଇ ଉପସ୍ଥାପନା..

ଔଷଧ ସେବନ ସହ କଟକଣା ମାନିଛି
କରୋନା ମହାମାରୀରେ ବରିଷ୍ଠ ନାଗରିକମାନେ ବିଶେଷଭାବେ ପ୍ରଭାବିତ ହୋଇଥିଲେ। ମୁଁ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଥିଲି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ କରିବା ସହ କଟକଣା ମାନିବା ଦ୍ୱାରା ସମ୍ପୂର୍ଣ୍ଣ ରୂପେ ଆରୋଗ୍ୟ ହୋଇ ପାରିଛି। ଜଣେ ବରିଷ୍ଠ ନାଗରିକ ଭାବେ କହିବି ଯେ, ଏହି ସମୟରେ ଶ୍ୱାସପ୍ରଶ୍ୱାସ ସରଳ କରିବା ପାଇଁ ଗରମ ପାଣି ବାମ୍ଫ ନେବା ସହ ଦିନକୁ ୩ରୁ ୪ଥର ଲୁଣପାଣି କୁଳି କରିବା, ସୁଷମ ଖାଦ୍ୟ ଗ୍ରହଣ, ପ୍ରଚୁର ପାଣି ପିଇବା ଦରକାର।
– ପୁଷ୍ପଲତା ମହାନ୍ତି, ବରିଷ୍ଠ ନାଗରିକ
ସତର୍କ ରହିବାକୁ ପଡୁଛି
କରୋନା ପାଇଁ ଟିକେ ସତର୍କ ରହିବାକୁ ପଡୁଛି। ଦୁଇଟିଯାକ କୋଭିଡ୍‌ ଟିକା ନେଇ ସାରିଥିଲେ ମଧ୍ୟ ମୋ ସ୍ବାସ୍ଥ୍ୟ ପ୍ରତି ବେଶ୍‌ ସଚେତନ। ସବୁଦିନ ସକାଳୁ ଉଠି ଚାଲିବା ସହ ବ୍ୟାୟାମ କରେ। ସେହିପରି ଥଣ୍ଡା କିମ୍ବା ବାସି ଖାଦ୍ୟଠାରୁ ଦୂରେଇ ରୁହେ। ବାହାରକୁ ଗଲେ କରୋନାର ସମସ୍ତ ଗାଇଡ୍‌ଲାଇନ୍‌ ପାଳନ କରୁଛି।
– କେ. ଭୀମରାଜୁ ପାତ୍ର, ବରିଷ୍ଠ ନାଗରିକ
ସ୍ବାସ୍ଥ୍ୟ ପ୍ରତି ସଚେତନ ରହିଆସିଛି
କରୋନାର ପ୍ରଥମ ଲହର ସମୟରେ ମୁଁ ବହୁତ ଡରି ଯାଇଥିଲି। ଯଦି କିଛି କାମ ପାଇଁ ନିହାତି ବାହାରକୁ ଯିବାକୁ ପଡୁଥିଲା, ତେବେ ସରକାରଙ୍କ ସମସ୍ତ କୋଭିଡ୍‌ ଗାଇଡ୍‌ ଲାଇନ ପାଳନ କରୁଥିଲି। ଘରକୁ ଆସିବା ପରେ ପିନ୍ଧିଥିବା ସମସ୍ତ ଲୁଗାପଟା ଡେଟଲରେ ଧୋଇଦିଏ। ଥଣ୍ଡା ଜିନିଷଠାରୁ ଦୂରେଇ ରହୁଥିଲି। ଏହାସହ ନିୟମିତ ଯୋଗ ଏବଂ ପ୍ରାଣାୟାମ କରେ। ସ୍ବାସ୍ଥ୍ୟ ପ୍ରତି ସଚେତନ ଥିବାରୁ ମତେ ମହାମାରୀ ଛୁଇଁ ନାହିଁ।
– ରେଣୁବାଳା ପୃଷ୍ଟି, ଅବସରପ୍ରାପ୍ତ ଅଧ୍ୟାପିକା
ଦିନକୁ ଘଣ୍ଟାଏ ବ୍ୟାୟାମ କରୁଛି
କରୋନାରୁ ବର୍ତ୍ତିବା ପାଇଁ ସମସ୍ତ କୋଭିଡ୍‌ ନିୟମ ମାନିବା ଲାଗି ଚେଷ୍ଟା ଚଳାଇ ଆସିଛି। ଅତି ଆବଶ୍ୟକ ନ ହେଲେ ଘରୁ ବାହାରୁ ନାହିଁ। ନିଜ ସ୍ବାସ୍ଥ୍ୟର ଯତ୍ନ ପାଇଁ ସୁଷମ ଖାଦ୍ୟ ଖାଇବା ସହ ଗରମ ପାଣି ପିଉଛି। ଏଥିସହ ପ୍ରତିଦିନ ୧ଘଣ୍ଟା ବ୍ୟାୟାମ କରୁଛି।
– ରସାନନ୍ଦ ସ୍ବାଇଁ, ଅବସରପ୍ରାପ୍ତ ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର

ଅଭିଜ୍ଞତାର ଗନ୍ତାଘର

ଜୀବନରେ ଅଭିଜ୍ଞତା ହାସଲ ଗୁରୁତ୍ୱପୂର୍ଣ୍ଣ। ଏହା ମଣିଷକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ସହ ତା’ର ସମାଧାନର ବାଟ ବତାଇଥାଏ। ବୟସ ବଢ଼ିବା ସହିତ ଅଭିଜ୍ଞତା ବୃଦ୍ଧି ପାଏ। କେବଳ ଅଧିକ ପାଠ ପଢ଼ିଲେ ଯେ ଅଭିଜ୍ଞତା ବଢ଼ିଯାଏ, ସେଭଳି ଧାରଣା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ନୁହେଁ। ବରିଷ୍ଠ ନାଗରିକ ଜୀବନକାଳ ମଧ୍ୟରେ ବହୁ ସମସ୍ୟା ସହିତ ପ୍ରାକୃତିକ ବିପର୍ଯ୍ୟୟର ମଧ୍ୟ ସାମ୍ନା କରିଥାନ୍ତି। ସେସବୁର ସମାଧାନ କିପରି କରାଯାଇପାରିବ, ତାହାର କାଇଦା ସେମାନଙ୍କୁ ବି ଜଣାଥାଏ। ତେଣୁ ବରିଷ୍ଠ ନାଗରିକଙ୍କୁ ଅଭିଜ୍ଞତାର ଗନ୍ତାଘର କହିଲେ ଅତ୍ୟୁକ୍ତି ହେବ ନାହିଁ।
ସମ୍ପ୍ରତି ପୃଥିବୀରେ ୯୦୦ ନିୟୁତରୁ ଊର୍ଦ୍ଧ୍ୱ ଲୋକଙ୍କ ବୟସ ୬୦ ବର୍ଷରୁ ଅଧିକ। ୨୦୫୦ ବେଳକୁ ଏହି ସଂଖ୍ୟା ୨୦୦ କୋଟିରେ ପହଞ୍ଚିବ, ଯାହାକି ପୃଥିବୀ ଜନସଂଖ୍ୟାର ୨୨% ହେବ ବୋଲି ଆକଳନ କରାଯାଇଛି।
ବରିଷ୍ଠ ନାଗରିକଙ୍କ ସୁରକ୍ଷା ଏବଂ ସେମାନଙ୍କ ବହୁବିଧ ସମସ୍ୟାର ନିରାକରଣକୁ ଦୃଷ୍ଟିରେ ରଖି ମିଳିତ ଜାତିସଂଘ ପକ୍ଷରୁ ୧୯୯୦ ଡିସେମ୍ବର ୧୪ରେ ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ପ୍ରସ୍ତାବ ଅନୁସାରେ ପ୍ରତିବର୍ଷ ଅକ୍ଟୋବର ୧କୁ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଭାବେ ପାଳନ କରାଯିବାକୁ କୁହାଯାଇଥିଲା। ୧୯୯୧ ଅକ୍ଟୋବର ୧ରେ ପ୍ରଥମ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଥିଲା। ଏହି ଦିବସ ପାଳନ ଅବସରରେ ବରିଷ୍ଠ ନାଗରିକଙ୍କ ପ୍ରତି ସମ୍ମାନ ଏବଂ ସେମାନଙ୍କ ସମସ୍ୟାର ସମାଧାନ ଲାଗି ଉଦ୍ୟମ କ୍ଷେତ୍ରରେ ସଚେତନତା ସୃଷ୍ଟି କରାଯାଇଥାଏ।

ଉପସ୍ଥାପନା: ବନ୍ଦନା ସେଠୀ


Enter your email to get our daily news in your inbox.

All Right Reserved By Dharitri.Com

VRS ପାଇଁ ଆବେଦନ କଲେ ଓଡ଼ିଶାର ସିଇଓ ଆର୍.ଏସ୍. ଗୋପାଳନ୍‌: ଜୋର୍‌ ଧରିଲା ଚର୍ଚ୍ଚା…

ଭୁବନେଶ୍ୱର,୧ା୧୦: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର୍. ଏସ୍. ଗୋପାଳନ୍‌ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର (VRS) ପାଇଁ ଆବେଦନ କରିଛନ୍ତି। ୨୦୦୧ ବ୍ୟାଚ୍‌ର ଏହି…

ସରକାରଙ୍କ ବଡ଼ ଘୋଷଣା! ଏଣିକି ୫ କିଲୋ ଗ୍ୟାସ ସିଲିଣ୍ଡରରେ ମିଳିବ ସବ୍‌ସିଡି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୧।୧୦: ଦେଶରେ ଘରୋଇ LPGର ବଢ଼ୁଥିବା ଦର ଯୋଗୁ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ ଉପରେ ଚାପ ବଢ଼ିଛି। ଯଦି ଆପଣଙ୍କ ରୋଷେଇ ଘରେ…

ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଝଟକା: ଆଜିଠାରୁ ମହଙ୍ଗା ହେଲା AC, TV ଓ ଫ୍ରିଜ୍‌! ଜାଣନ୍ତୁ କିଣାକିଣି ଉପରେ କେତେ ପଡ଼ିବ…

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଗ୍ରାହକଙ୍କ ପକେଟ୍‌ ଉପରେ ଚାପ ପଡ଼ିବାକୁ ଯାଉଛି। ଅକ୍ଟୋବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ AC, LED TV,…

ବସ୍‌କୁ ଧକ୍କାଦେଲା ଟ୍ରକ୍‌, ପରେ ସ୍କୁଟି ଉପରେ ଚଢ଼ିଗଲା ବସ୍‌, ଆଉ ତା’ ପରେ…

ଛତ୍ରପୁର,୧ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଭାଗ୍ୟଲକ୍ଷ୍ମୀ ନଗର ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଗୁରୁବାର ଏକ ଅଭାବନୀୟ ସିରିଜ ଦୁର୍ଘଟଣା ଘଟି…

ବକେୟା ଚାଲାଣ ଥିଲେ ସାବଧାନ! ସୁପ୍ରିମକୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ, ଜାଣନ୍ତୁ କେଉଁ କେଉଁ ସେବା ହେବ ବନ୍ଦ

ନୂଆଦିଲ୍ଲୀ, ୧।୧୦: ଆପଣଙ୍କ ଗାଡ଼ିରେ ଦୀର୍ଘଦିନ ଧରି ଇ-ଚାଲାଣ ବକେୟା ରହିଛି କି? ତେବେ ଏହାକୁ ଅଣଦେଖା କରିବା ମହଙ୍ଗା ପଡ଼ିପାରେ। ଟ୍ରାଫିକ ଜରିମାନା ଆଦାୟକୁ ନେଇ…

ଶେଷ ମିନିଟ୍‌ରେ ଗୋଲ୍, ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ ହକି ସେମିଫାଇନାଲରେ ପାକିସ୍ତାନକୁ ରୋମାଞ୍ଚକର ଢଙ୍ଗରେ ପରାସ୍ତ କରିଛି ଭାରତ । ଗୁରୁବାର (୧ ଅକ୍ଟୋବର) ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ…

୪ ବଡ଼ ଗ୍ରହ ପରିବର୍ତ୍ତନ: ଆଜିଠୁ କର୍କଟ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର

ଭୁବନେଶ୍ୱର: ଅକ୍ଟୋବର ମାସରେ ଅନେକ ଗ୍ରହଙ୍କ ଚଳନ ଓ ରାଶି ପରିବର୍ତ୍ତନ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗ୍ରହ ପରିବର୍ତ୍ତନର ପ୍ରଭାବ କିଛି ରାଶିର ଲୋକଙ୍କ…

ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓଙ୍କୁ ସସ୍‌ପେଣ୍ଡ କରି…

ଚାନ୍ଦବାଲି,୧ା୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ରଙ୍କ ବିରୋଧରେ ରାଜ୍ୟ ସରକାର ନେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ ନିୟମ ଭଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?