୧୧ରୁ ନବମ ଅନ୍ତର୍ଜାତୀୟ ରେଡିଓ ମେଳା

ଭୁବନେଶ୍ୱର,୭।୨(ବ୍ୟୁରୋ):ଆସନ୍ତା ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ନବମ ଆଉଟ୍‌ରିଚ ଅନ୍ତର୍ଜାତୀୟ ରେଡିଓ ମେଳା ଭୁବନେଶ୍ୱରର ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହେବ। ଏହା ଏସିଆ ମହାଦେଶର ଏକମାତ୍ର ରେଡିଓ ମେଳା, ଯେଉଁଥିରେ ଦେଶର ଅନେକ ରେଡିଓ ପ୍ରସାରକ ଓ ରେଡିଓ ଷ୍ଟେଶନ ଯୋଗଦେବେ। ଏହି ଅବସରରେ ପ୍ରସାରଣ କ୍ଷେତ୍ରରେ ଉତ୍କର୍ଷ ପାଇଁ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନକୁ ସମ୍ମାନିତ କରାଯିବ। ମେଳାରେ ୩ହଜାରରୁ ଅଧିକ ପ୍ରକାର ପୁରୁଣା ରେଡିଓ, ପ୍ରସାରଣ ସାମଗ୍ରୀ, ହାମ୍‌ ରେଡିଓ ଓ ଗ୍ରାମଫୋନ ପ୍ରଦର୍ଶନ କରାଯିବ। ଫେବୃୟାରୀ ୧୩ରେ ବିଶ୍ୱ ରେଡିଓ ଦିବସକୁ ସ୍ମରଣୀୟ କରିବା ପାଇଁ ଆଉଟ୍‌ରିରିଚ୍‌ ପ୍ରତିବର୍ଷ ଏଭଳି ମେଳାର ଆୟୋଜନ କରୁଛି ବୋଲି ରେଡିଓ ମେଳାର ଆୟୋଜକ ସୁବ୍ରତ କୁମାର ପତି ସୋମବାର ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ମେଳାରେ ଜରୁରିକାଳୀନ ପରିସ୍ଥିତିରେ ରେଡିଓର ଭୂମିକାକୁ ପ୍ରଦର୍ଶିତ କରିବା ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓଏସ୍‌ଡିଏମ୍‌ଏ) ଏକ ସ୍ବତନ୍ତ୍ର ଷ୍ଟଲ ଖୋଲିବେ। ଦିଲ୍ଲୀର ବ୍ରଡକାଷ୍ଟ ଇଞ୍ଜିନିୟରିଂ କନ୍‌ସଲ୍‌ଟାଣ୍ଟସ ଇଣ୍ଡିଆ ଲିମିଟେଡ (ବିଇସି ଆଇଏଲ୍‌) ରେଡିଓ ଟ୍ରାନ୍ସମିଟର ଏବଂ ରେଡିଓ ଯନ୍ତ୍ରପାତି ପ୍ରଦର୍ଶନ କରିବେ।
ଏହି ଅବସରରେ ରେଡିଓ ଜକି ସଂଗ୍ରାମଙ୍କୁ ‘ଉପେନ୍ଦ୍ର କୁମାର ପାହାଡ଼ସିଂହ ମେମୋରିଆଲ ଆଓ୍ବାର୍ଡ’, କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କୁ ‘ଲାଇଫ୍‌ ଟାଇମ ଆଚିଭମେଣ୍ଟ ଆଓ୍ବାର୍ଡ’ ଏବଂ ଅବସରପ୍ରାପ୍ତ ଖବର ପାଠକ ରବି ଶତପଥୀଙ୍କୁ ‘ନଦିଆ ବିହାରୀ ସ୍ମୃତି ସମ୍ମାନ’ରେ ସମ୍ମାନିତ କରାଯିବ। ଚଣ୍ଡିଗଡ଼ର ରେଡ଼ିଓ ପଞ୍ଜାବକୁ ଚଳିତବର୍ଷ ଶ୍ରେଷ୍ଠ କମ୍ୟୁନିଟି ରେଡିଓ ଭାବରେ ସମ୍ମାନିତ କରାଯିବା ସହ ଜମୁ କଶ୍ମୀରର ରେଡିଓ ପିର ପଞ୍ଜଲକୁ ଜନ ସେବାରେ ରେଡିଓର ସର୍ବୋତ୍ତମ ବ୍ୟବହାର ପାଇଁ ସମ୍ମାନିତ କରାଯିବ। ଓଡ଼ିଶା ସରକାରଙ୍କ ସଂସ୍କୃତି ଭିଭାଗ ସହାୟତାରେ ମେଳାର ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ। ସ୍ବାଧୀନତା ଆନ୍ଦୋଳନରେ ରେଡିଓର ଯୋଗଦାନ ସମ୍ପର୍କିତ ଏକ ବିଷୟକୁ ନେଇ ରେଡିଓ ନାଟକ ‘ଦ ଅଣ୍ଡରଗ୍ରାଉଣ୍ଡ ରେଡିଓ’ ଶେଷ ସନ୍ଧ୍ୟାର ଆକର୍ଷଣ ସାଜିବ। ଏହାବ୍ୟତୀତ ମେଳାରେ ସ୍କୁଲ କଲେଜ ଛାତ୍ରୀଛାତ୍ରଙ୍କ ପାଇଁ ନୃତ୍ୟ, ଗୀତ, ଫ୍ୟାଶନ ଶୋ’ ଭଳି ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହେବ। ଛାତ୍ରୀଛାତ୍ରମାନେ ଖବର ପଠନ ଏବଂ ଆରଜେଇଙ୍ଗରେ ଭାଗ ନେଇ ନିଜ ପ୍ରତିଭା ପ୍ରଦର୍ଶନ କରିବେ। ପ୍ରତିଯୋଗିତା ପାଇଁ ଛାତ୍ରୀଛାତ୍ର ଅନଲାଇନ ଏବଂ ସ୍ପଟ୍‌ ପଞ୍ଜୀକରଣ କରିପାରିବେ ବୋଲି ଆୟୋଜକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?