ଭୁବନେଶ୍ୱରରୁ ଅନ୍ତର୍ଜାତୀୟ ବିମାନ ସେବା ସମ୍ପୂର୍ଣ୍ଣ ବନ୍ଦ: ପଛରେ ରହିଛି ଏମିତି କାରଣ

ଭୁବନେଶ୍ୱର, ୧୨ା୮(ବନ୍ଦନା ସେଠୀ):ଭୁବନେଶ୍ୱରରୁ ଧୀରେ ଧୀରେ ବିଭିନ୍ନ ସ୍ଥାନକୁ ଏୟାର୍‌ କନେକ୍ଟିଭିଟି କମିବାରେ ଲାଗିଛି। ଏଥିସହ ଅନ୍ତର୍ଜାତୀୟ ଉଡ଼ାଣ ଏକ ପ୍ରକାର ଠପ୍‌ ହୋଇଯାଇଛି। ପୂର୍ବରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦେଶର ୩୦ରୁ ଅଧିକ ସହର ସହ ଆକାଶପଥରେ ସିଧାସଳଖ ଯୋଗାଯୋଗ ରହିଥିବାବେଳେ ଚଳିତ ବର୍ଷର ସମର ସିଡ୍ୟୁଲରେ ଏହା ୧୯ଟି ସହରକୁ ଖସିଆସିଥିଲା। ସେହିପରି ଭୁବନେଶ୍ୱରରୁ ଆବୁଧାବି, ଦୁବାଇ, ମାଲେସିଆ, ସିଙ୍ଗାପୁର ଆଦି ଦେଶକୁ ବିମାନ ଉଡାଣ କରୁଥିଲା। ମାତ୍ର କ୍ରମଶଃ ଅନ୍ତର୍ଜାତୀୟ ବିମାନ ସେବା ସଙ୍କୁଚିତ ହେବା ସହ ଗୋଟିଏମାତ୍ର ବିମାନ ବ୍ୟାଙ୍କକ୍‌କୁ ଉଡୁଥିଲା। ତେବେ ଜୁଲାଇ ୧୮ରୁ ଭୁବନେଶ୍ୱରରୁ ଅନ୍ତର୍ଜାତୀୟ ବିମାନ ସେବା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଜୁଲାଇ ୧୭ରେ ୬୪ଜଣ ଯାତ୍ରୀ ଭୁବନେଶ୍ୱରରୁ ବ୍ୟାଙ୍କକ୍‌ ଯାତ୍ରା କରିଥିବାବେଳେ ଜୁଲାଇ ୧୮ରେ ୧୪୦ ଜଣ ଯାତ୍ରୀ ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଆସିଥିଲେ। ବର୍ତ୍ତମାନ ଏହି ଅନ୍ତର୍ଜାତୀୟ ଉଡ଼ାଣ ବନ୍ଦ ରହିଛି। ତେବେ ଅକ୍ଟୋବରରୁ ପୁଣି ଥରେ ବିମାନ ସେବା ଆରମ୍ଭ ହେବାର ଆଶା ରହିଥିବା ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରର ଜଣେ ଅଧିକାରୀ କହିଛନ୍ତି। ସେହିପରି ୨୦୨୨ ଜୁଲାଇରେ ଭୁବନେଶ୍ୱର ବିମାନବନ୍ଦରରୁ ୨,୧୮୭ଟି ବିମାନ ଚଳାଚଳ କରିଥିବାବେଳେ ୨ ଲକ୍ଷ ୪୫ ହଜାର ୨୩୨ ଜଣ ଯାତ୍ରୀ ଯାତ୍ରା କରିଥିଲେ। ୨୦୨୩ ଜୁଲାଇରେ ବିମାନ ଚଳାଚଳ ସଂଖ୍ୟା ୨,୮୮୫କୁ ବୃଦ୍ଧି ପାଇବା ସହ ଯାତ୍ରୀ ସଂଖ୍ୟା ୩ ଲକ୍ଷ ୬୩ ହଜାର ୫୭୬କୁ ବୃଦ୍ଧି ପାଇଥିଲା। ବର୍ତ୍ତମାନ ଦୈନିକ ପ୍ରାୟ ୯୦ରୁ ଊର୍ଦ୍ଧ୍ୱ ବିମାନ ଭୁବନେଶ୍ୱର ବିମାନବନ୍ଦରରୁ ଚଳାଚଳ କରୁଥିବାବେଳେ ଦୈନିକ ପ୍ରାୟ ୧୨ରୁ ୧୫ ହଜାର ଯାତ୍ରୀ ଯାତ୍ରା କରୁଥିବା ସୂଚନା ରହିଛି।
ଇନ୍ଧନ ମୂଲ୍ୟ ବୃଦ୍ଧି ମଧ୍ୟ ଏୟାରଲାଇନ୍ସଗୁଡ଼ିକ ଉପରେ ଚାପ ବଢ଼ାଇଛି। ଇନ୍ଧନ ଦର ବଢ଼ିବା ସହ ବିମାନ ଭଡ଼ା ବୃଦ୍ଧି ପାଇବାରୁ ଯାତ୍ରୀଙ୍କ ଉପରେ ମଧ୍ୟ ଅତିରିକ୍ତ ଆର୍ଥିକ ବୋଝ ପଡ଼ୁଛି। ବର୍ଦ୍ଧିତ ଯାତ୍ରୀ ସଂଖ୍ୟା ଏବଂ ଓଡ଼ିଶାର ପର୍ଯ୍ୟଟନ ସମ୍ଭାବନାକୁ ଦେଖି ଏୟାର୍‌ କନେକ୍ଟିଭିଟି ବୃଦ୍ଧି ଆବଶ୍ୟକ ହୋଇଥିବାବେଳେ ସେବା ହ୍ରାସ ରାଜ୍ୟର ବିମାନ ଯୋଗାଯୋଗ ବ୍ୟବସ୍ଥା ପାଇଁ ଚିନ୍ତାର ବିଷୟ ପାଲଟିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୧ ନଭେମ୍ବରରୁ ନୂଆ ନିୟମ; ପାର୍କିଂ ପାଇଁ ଡବଲ ଚାର୍ଜ, ୫୦% କର୍ମଚାରୀ…

ନୂଆଦିଲ୍ଲୀ,୨୮।୯: ଦିଲ୍ଲୀ-NCRରେ ଶୀତ ଋତୁ ଆରମ୍ଭ ହେବା ସହ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ିଛି । ପ୍ରତିବର୍ଷ ଶୀତଦିନରେ ଦିଲ୍ଲୀ-NCRର ବାୟୁ ଗୁଣବତ୍ତା ଖରାପ ହେଉଥିବାରୁ…

ବସ୍‌ରୁ ଓହ୍ଲାଇବାବେଳେ ସିଡ଼ିରେ ଖସିପଡ଼ିଲେ ରୋହିତ ଶର୍ମା: ଆଉ ତା’ପରେ… ଦେଖନ୍ତୁ VIDEO

ତିରୁଭାନନ୍ତପୁରମ,୨୮।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ପରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ଏଭଳି କହିବାରୁ ଶେହଜାଦଙ୍କୁ ଆକ୍ରମଣ; ପୋଷାକ ଚିରିଦେଲେ, ବଞ୍ଚାଇବାକୁ ଆଗେଇ ଆସିଲେ ସ୍ୱରା

ନୂଆଦିଲ୍ଲୀ,୨୮ା୯: ରିଆଲିଟି ଶୋ’ ‘Rise and Fall’ର ସିଜନ୍‌-୨ ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି । ଶୋ’ରେ ଭାଜାପାର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲା ଏବଂ ଅଭିନେତ୍ରୀ…

ଜନ୍ମ ହେଉ ହେଉ ମିଳିଲା ୨୨ କ୍ୟାରେଟର ସୁନା ମୁଦି; ନିଜ ହାତରେ ପିନ୍ଧାଇଲେ ମୁଖ୍ୟମନ୍ତ୍ରୀ, କିଏ ଏହି..

ଚେନ୍ନାଇ,୨୮ା୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରି ନବଜାତ ଶିଶୁଙ୍କ ପାଇଁ ‘ଥାଇମାମନ୍ ଥଙ୍ଗା ମୋଥିରମ୍ ଥିଟ୍ଟମ୍’(Thaimaman Thanga…

ନିୟମିତ ଗାଜର ଖାଇଲେ ମିଳିଥାଏ ଅନେକ ଲାଭ, ବ୍ଲଡ୍‌ପ୍ରେସର ନିୟନ୍ତ୍ରଣଠାରୁ ଆରମ୍ଭ କରି…

ଗାଜର ଆମ ଶରୀର ପାଇଁ ବେଶ୍‌ ଉପକାରୀ। ସବୁଠାରୁ ଖାସ୍‌ କଥା ହେଲା ଏହାକୁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କଲେ ତାହା ଶରୀରରେ ରୋଗ…

ଅଧିକ ଚା’ ପିଉଛନ୍ତି କି? ଚେତାବନୀ ଦେଇ ବିଶେଷଜ୍ଞ କହିଲେ…

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ଥର ଚା’ ପିଉଛନ୍ତି ତେବେ…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ

ଗୁଣପୁର,୨୮।୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଗୁଣପୁରରେ ସିପିଆଇ(ଏମ୍‌ଏଲ୍‌) ଲିବରେସନ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୂଆ ବସ୍‌ଷ୍ଟାଣ୍ଡରୁ…

ସୁଶାନ୍ତ ସିଂଙ୍କ ପୋଷ୍ଟମର୍ଟମକୁ ନେଇ ଭଉଣୀ ଶ୍ୱେତାଙ୍କ ନୂଆ ଦାବି, ଆଖିରେ ଆଘାତ….

ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୬ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି । ସୁଶାନ୍ତଙ୍କ ଭଉଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?