ଇଣ୍ଟରନ୍ୟାଶନାଲ ବୁକ୍‌ ଅଫ୍‌ ରେକଡର୍‌ସରେ ୩ ବର୍ଷୀୟା ରିଷିତା

ଖୋର୍ଦ୍ଧା ଅଫିସ,୮ା୭: ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଓଳାସ ଗ୍ରାମର ରିଷିତା ରାଜୀବ ବରାଳ(୩ ବର୍ଷ ୩ ମାସ) ଇଣ୍ଟରନ୍ୟାଶନାଲ ବୁକ୍‌ ଅଫ୍‌ ରେକଡର୍‌ସ (ଆଇବିଓଆର)ରେ ଯୋଗ୍ୟତା ହାସଲ କରିଛନ୍ତି। ଆଇବିଓଆର ପକ୍ଷରୁ ରିଷିତାଙ୍କୁ ସୁପର ଟ୍ୟାଲେଣ୍ଟେଡ୍‌ କିଡ୍‌ ଭାବେ ସାର୍ଟିଫିକେଟ ଓ ପଦକ ପ୍ରଦାନ କରାଯାଇଛି। ରିଷିତା ଭୁବନେଶ୍ୱରସ୍ଥିତ କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲରେ ନର୍ସରୀରେ ପଢୁଥିବା ବେଳେ ପୋଷ୍ଟାଲ ମାଧ୍ୟମରେ ଏହି ସାର୍ଟିଫିକେଟ ଓ ପଦକ ପହଞ୍ଚିବା ପରେ ପରିବାରରେ ଖୁସିର ଲହରି ଖେଳିଯାଇଛି। ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ପୂର୍ବରୁ ୨୦୨୨ ମାର୍ଚ୍ଚରେ ରିଷିତା ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ପାଇଥିଲେ। ଏନେଇ ରିଷିତାଙ୍କ ବାପା ରାଜୀବ ବରାଳ କୁହନ୍ତି, ରିଷିତା ଯେତେବେଳେ କହିବା ଆରମ୍ଭ କରିଥିଲା, ଯାହା କହିଲେ ବି ଥରକେ ମନେ ରଖିପାରୁଥିଲା। ବିଭିନ୍ନ ପଶୁପକ୍ଷୀ, ଦେବଦେବୀ, ଫୁଲ, ଫଳ, ତିଥି, ବାର, ରାଶି, ନକ୍ଷତ୍ର, ବାରମାସ ବିଷୟରେ ଚିତ୍ର ଦେଖାଇ କହିବା ପରେ ତାହାକୁ ସେ ମନେରଖି କହିବା ଆରମ୍ଭ କରିଥିଲା। ବୟସ ବଢିବା ସହିତ ପ୍ରତିଭା ବିକଶିତ ହୋଇଥିଲା। ପ୍ରଥମେ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସ ପାଇଁ ପ୍ରସ୍ତୁତି କରିବା ଆରମ୍ଭ କରିଥିଲୁ। ସେଥିରେ ସ୍ଥାନ ପାଇବା ପାଇଁ ରହିଥିବା ମାପଦଣ୍ଡରେ ରିଷିତା ଯୋଗ୍ୟତା ହାସଲ କରିଥିଲା। ପରେ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ପ୍ରତିଯୋଗିତାରେ ରିଷିତା ଅଂଶଗ୍ରହଣ କରି ୨୮ଟି ରାଜ୍ୟର ନାମ, ୧୦୦ଟି ଦେଶର ରାଜଧାନୀ, ଗ୍ରହ ନକ୍ଷତ୍ର, ସାତ ବାର, ବାର ମାସ ସମେତ ଅନ୍ୟାନ୍ୟ ସମ୍ପର୍ର୍କିତ ଜ୍ଞାନବିଜ୍ଞାନ ପ୍ରଶ୍ନର ଠିକ୍‌ ଉତ୍ତର ଦେଇ ଆଇବିଓଆରରେ ମଧ୍ୟ ସ୍ଥାନ ବଜାୟ ରଖିପାରଛନ୍ତି। ଆଗକୁ ଗିନିଜ୍‌ ବୁକ୍‌ ଅଫ ରେକଡର୍‌ସରେ କିପରି ସ୍ଥାନ ପାଇବ, ସେଥିଲାଗି ପ୍ରସ୍ତୁତି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ୍‌, କଲେ ଏଭଳି ଅପିଲ୍‌

ଭୁବନେଶ୍ୱର୧୮।୪: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବ। ଏହା ର୍ପୂବରୁ ଲୋକଙ୍କ ମତାମତ ଲୋଡିଛି ବିଜେଡି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ...

ଓଡ଼ିଶାରେ ୩୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା ଏଏପି, ଜାଣନ୍ତୁ କେଉଁଠୁ କିଏ ପାଇଲେ…

ଭୁବନେଶ୍ୱର,୧୮।୪: ଓଡ଼ିଶାରେ ଆମ ଆଦମୀ ପାର୍ଟି(ଏଏପି) ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ ରାଜ୍ୟର ୩୭ ବିଧାନସଭା ଆସନ ଲାଗି ପ୍ରାର୍ଥୀ...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ବିଜେଡିରେ ବର୍ଷା-ଭାଜପାରେ ଅନୁଭବ; ରୋଚକ ହେଉଛି ଓଡ଼ିଶାର ରାଜନୀତି

ଭୁବନେଶ୍ୱର,୧୮।୪: ବିଧାନସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ଦୈନଦିନ ଅନେକ ରୋଚକ ଘଟଣା ସବୁ ଦେଖିବାକୁ ମିଳୁଛି। ଏହି କ୍ରମରେ ଗୁରୁବାର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ...

ପରପାରିରେ ବିଶିଷ୍ଠ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ଅଙ୍ଗଦାନ କରିଥିବା ମହିଳାଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ବିଭିନ୍ନ ସମୟରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ବିଶେଷ ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରି ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥାନ୍ତି, ଯାହାକି...

ଦଳ ଟିକେଟ ଦେଲେ କେନ୍ଦ୍ରାପଡ଼ାରୁ ଲଢ଼ିବି: ସିପ୍ରା 

ଭୁବନେଶ୍ୱର,୧୮।୪: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳରେ ମିଶ୍ରଣ ପର୍ବ ଜୋର ଧରୁଛି । ବିଭିନ୍ନ ରାଜନେତା କିମ୍ବା ନେତ୍ରୀ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri