ରତ୍ନଭଣ୍ଡାର ଖୋଲିବାକୁ ତେଜୁଛି ଦାବି

ପୁରୀ ଅଫିସ,୮।୭: ଶ୍ରୀମନ୍ଦିରର ରତ୍ନଭଣ୍ଡାର ସୁରକ୍ଷାକୁ ନେଇ ମହାରାଜା ଗଜପତି ଦିବ୍ୟସିଂହ ଦେବ ପ୍ରଶ୍ନ ଉଠାଇବା ପରେ ବିଭିନ୍ନ ମହଲରେ ଏହାକୁ ନେଇ କ୍ଷୋଭ ବଢ଼ିଛି। ସବୁ ବର୍ଗର ଲୋକେ ଗଜପତିଙ୍କ ସହ ସ୍ବର ମିଳାଉଛନ୍ତି। ବିରୋଧୀ ନେତାଙ୍କଠାରୁ ଆରମ୍ଭ କରି ଶ୍ରୀମନ୍ଦିର ସେବାୟତ ପର୍ଯ୍ୟନ୍ତ ସମସ୍ତେ ଏକ ସ୍ବରରେ ରତ୍ନଭଣ୍ଡାର ସମ୍ପର୍କରେ ସରକାର ମୁହଁ ଖୋଲନ୍ତୁ ବୋଲି ଦାବି କରୁଛନ୍ତି। ଏପରିକି ସରକାରୀ ଦଳର ବିଧାୟକ ମଧ୍ୟ ରତ୍ନଭଣ୍ଡାର ଖୋଲି ମରାମତି କରିବା ସହ ରତ୍ନ ଅଳଙ୍କାର ଗଣନା କରିବା ଦାବିରେ ସମର୍ଥନ କରିଛନ୍ତି। ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ଶରୀର ପ୍ରଭାବିତ ହେଲେ ତାହାର ମରାମତି ଆବଶ୍ୟକ ହେଉଛି। ରତ୍ନଭଣ୍ଡାର ସ୍ଥିତି ଦୁର୍ବଳ ଥିବା କଥା ଯଦି ଆଦ୍ୟ ସେବକ ଗଜପତି କହୁଛନ୍ତି ତେବେ ସରକାରଙ୍କ ଉପରେ ଚାପ ପକାନ୍ତୁ। ଜନ ପ୍ରତିନିଧି ହିସାବରେ ଆମେ ସ୍ବର ଉତ୍ତୋଳନ କରିବୁ। ସେହିଭଳି ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ ରତ୍ନଭଣ୍ଡାର ପ୍ରସଙ୍ଗରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ରତ୍ନଭଣ୍ଡାରରେ କିଛି ହେର୍‌ଫେର ହୋଇଛି। ସେଥିପାଇଁ ସରକାର ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ବଦଳରେ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ବାହାନା କରି ମୁଖ୍ୟ ପ୍ରସଙ୍ଗକୁ ଟାଳୁଛନ୍ତି। ଏଣୁ ରାଜ୍ୟ ସରକାର ରତ୍ନଭଣ୍ଡାର ପ୍ରସଙ୍ଗରେ ପାରଦର୍ଶିତା ଅବଲମ୍ବନ କରନ୍ତୁ ଓ ରତ୍ନଭଣ୍ଡାର ଖୋଲନ୍ତୁ। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଦଳମତ ନିର୍ବିଶେଷରେ ଓଡ଼ିଶାବାସୀଙ୍କ ଏହା ଦାବି ଯେ, ସରକାର ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାରର ଗଣନା କରନ୍ତୁ। ଭିତର ରନତ୍ ଭଣ୍ଡାରରେ କେଉଁ ରତ୍ନ ରହିଛି ଓ କେଉଁ ରତ୍ନ ନାହିଁ ତାହାର ହିସାବ କରାଯାଉ।
ଶେଷଥର ପାଇଁ ଗତ ୨୦୧୮ ଏପ୍ରିଲରେ ୧୭ଜଣିଆ ଟିମ୍‌ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ। ତେବେ ଚାବି ନ ମିଳିବାରୁ ଭିତରଭଣ୍ଡାର ଖୋଲାଯାଇପାରିଲା ନାହିଁ। ବାହାର ଭଣ୍ଡାର ଘରୁ ଲାଇଟ ପକାଇ ଭିତର ଭଣ୍ଡାର ଦେଖିବାରୁ ଭିତର ରତ୍ନଭଣ୍ଡାର ବିମ୍‌ରେ ଲୁହାରଡ୍‌ ଦେଖାଯାଉଥିଲା, ପାଣି ଗଳି କାନ୍ଥ ଓଦା ହୋଇଥିବା, କାନ୍ଥ ଫାଟିଥିବା ଭଳି ସୂଚନା ସମ୍ପୃକ୍ତ ୧୭ ଜଣିଆ କମିଟି ଜଣାଇଥିଲେ। ସେହିଭଳି ରତ୍ନଭଣ୍ଡାର ମରାମତି ଆବଶ୍ୟକ କରୁଥିବା ମଧ୍ୟ ୧୭ଜଣିଆ ଯାଞ୍ଚ କମିଟି ରିପୋର୍ଟରେ ସ୍ପଷ୍ଟ କରାଯାଇଥିଲା। ଏହି ଘଟଣାକୁ ୪ବର୍ଷ ପୂରିଥିଲେ ମଧ୍ୟ ସରକାର ରତ୍ନଭଣ୍ଡାର ମରାମତି ଉପରେ ଧ୍ୟାନ ଦେଉନାହାନ୍ତି। ଭଣ୍ଡାର ମେକାପ ନାରାୟଣ ମେକାପ କହିଛନ୍ତି, ୧୭ଜଣିଆ କମିଟି ଫେରିବା ପରେ ଏ ନେଇ ରିପୋର୍ଟ ପ୍ରଦାନ କରିଥିଲେ। ଭିତରେ ପାଣି ଗଳୁଛି ଏଣୁ ମରାମତି କରାଯାଉ ବୋଲି କହିଥିଲୁ। ଗଜପତି ମହାରାଜା ରତ୍ନଭଣ୍ଡାର ଖୋଲିବା ଓ ମରାମତି କରିବା ପାଇଁ ଦାବି କରିବା ପରେ ସରକାର ଅଣଦେଖା କରିବା ଉଚିତ୍‌ ନୁହେଁ। ଅନ୍ୟପକ୍ଷରେ ଜଗନ୍ନାଥ ସଂସ୍କୃତି ଗବେଷକ ଡ. ସୁରେନ୍ଦ୍ର ମିଶ୍ର କହିଛନ୍ତି, ରତ୍ନଭଣ୍ଡାର କୁହେଳିକା ହଟୁ। ଗଜପତିଙ୍କ ଇଚ୍ଛା ପରେ ରତ୍ନଭଣ୍ଡାର ଖୋଲି ମରାମତି କରାଯାଉ। ଅନେକ ରହସ୍ୟ ଉନ୍ମୋଚନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

କୋଟିଆ ଜଙ୍ଗଲରେ ଆନ୍ଧ୍ର ପୋଲିସର ଅଚାନକ ଚଢ଼ାଉ: ବିପୁଳ ରନ୍ଧା ମଦ ଓ ଗୁଡ଼ ଜବତ ପରେ ନଷ୍ଟ, ଖସିଗଲେ…

ପଟ୍ଟାଙ୍ଗି,୧୦ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ବିବାଦୀୟ କୋଟିଆ ପଞ୍ଚାୟତର ଜଙ୍ଗଲରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ପୋଲିସ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି।…

ବୋଲେରୋରେ ଚାଲାଣ ହେଉଥିଲା କଫ୍‌ ସିରପ୍‌: ବରଗଡ଼ରେ ପୋଲିସର ଚଢ଼ାଉ, ୧୨୦୦ ବୋତଲ ସହ ଧରାପଡ଼ିଲେ…

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସକୁ କଫ୍‌ ସିରପ୍‌ ଚୋରା କାରବାର ବିରୋଧରେ ଶନିବାର ସକାଳେ ଏକ ବଡ଼ ସଫଳତା ମିଳିଛି। ବେଆଇନ କଫ୍‌ ସିରପ୍‌…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?