ଭିତରକନିକା ରାସ୍ତା କାମ ବନ୍ଦ, ପର୍ଯ୍ୟଟକ ହୀନସ୍ତା

ରାଜନଗର,୪ା୮ (ଭାସ୍କର ରାଉତରାୟ): ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟଉଦ୍ୟାନକୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଗତ ମଙ୍ଗଳବାର ଖୋଲିଛି। ୩ ମାସ ଧରି ଭିତରକନିକା କୁମ୍ଭୀର ପ୍ରଜନନ ନିମନ୍ତେ ବନ୍ଦ ରହିବା ପରେ ଖୋଲି ଥିବାରୁ ଉତ୍ସାହର ସହ ପର୍ଯ୍ୟଟକମାନେ ଭିତରକନିକା ପରିଭ୍ରମଣରେ ଆସୁଛନ୍ତି। ମାତ୍ର ଭିତରକନିକା ଜାତୀୟଉଦ୍ୟାନକୁ ଆସିବାକୁ ଥିବା ଏକମାତ୍ର ସ୍ଥଳପଥ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ରାସ୍ତା ନିର୍ମାଣ କାମ ଆରମ୍ଭ କରି ଦେଇ ଅଧାପନ୍ତରିଆ ଭାବେ ରାସ୍ତା ଛାଡି ଠିକାଦାରପଳାଇ ଯାଇଛନ୍ତି।
ସୂଚନା ମୁତାବକ, ଦେଶ ବିଦେଶର ପର୍ଯ୍ୟଟକ ଭିତରକନିକା ଆସିବାକୁ ହେଲେ ଏକମାତ୍ର ସ୍ଥଳପଥରେ ରାସ୍ତା ରହିଛି। ରାଜନଗରରୁ ଡାଙ୍ଗମାଳ ଭାୟା ନଳିତାପାଟିଆ ଦେଇ ପର୍ଯ୍ୟଟକମାନେ ଭିତରକନିକାକୁ ଆସିଥାନ୍ତି। ଏହି ରାସ୍ତାର ଖୋଳାରୁ ଡାଙ୍ଗମାଳ ଭାୟା ନଳିତାପାଟିଆ ୧୦ କିମି ରାସ୍ତାର ଉନ୍ନତୀକରଣ ନିମନ୍ତେ ୧୩ କୋଟି ୩୩ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ଚଉଡା ସହ ପିଚୁ ଓ ଢଳେଇ ରାସ୍ତା କରିବାକୁ ଠିକାଦାର ନିଯୁକ୍ତି କରାଯାଇଛି। ୩୧ ମାର୍ଚ୍ଚ ୨୦୨୪ ସୁଦ୍ଧା ଏହି କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୪ ମାସ ତଳୁ ଠିକାଦାର ଭିତରକନିକା ଜାତୀୟ ଉଦ୍ୟାନର ଫାଟକଠାରୁ ମା’ଜୟଦୁର୍ଗାଙ୍କ ମୁଖ୍ୟ ଫାଟକ ଯାଏଁ ରାସ୍ତାର ଢଳେଇ କାମ ଆରମ୍ଭ କରିଥିଲେ। ଏହି ଅଧ କିଲୋମିଟର ରାସ୍ତାର ୨ ପାର୍ଶ୍ୱରେ ୩ ଫୁଟ ଲେଖାଏ ପ୍ରଶସ୍ତିକରଣ ସହିତ ରାସ୍ତା ଢଳେଇ କରିବାକୁ ଏଷ୍ଟିମେଣ୍ଟରେ ବ୍ୟୟ ବରାଦ ରହିଛି। ୪ମାସ ତଳେ ଠିକାଦାର ଜାତୀୟ ଉଦ୍ୟାନର ମୁଖ୍ୟ ଫାଟକ ନିକଟରୁ କାମ ଆରମ୍ଭ କରିଥିଲେ। ଏହି ୫ ଶହ ମିଟର ରାସ୍ତା ମଧ୍ୟରୁ ମାତ୍ର ୪୦ ପ୍ରତିଶତ କାମ କରି ଢଳେଇ ରାସ୍ତାରେ ରଡ଼ ବାହାରି ଥିବା ଅବସ୍ଥାରେ କାମ ଅଧା କରି ଠିକାଦାର ଛୁ’ ମାରିଛନ୍ତି। ଦୀର୍ଘ ଅଢେଇମାସ ହେଲା ଏହି ରାସ୍ତାକାମ ବନ୍ଦ ରହିଛି। ଏହି ରାସ୍ତା ଉପରେ ନିର୍ଭର କରୁଥିବା ଡାଙ୍ଗମାଳ ପଞ୍ଚାୟତବାସୀ ହୀନସ୍ତା ହେଉଥିବା ବେଳେ ଏବେ ପର୍ଯ୍ୟଟକମାନେ ନାହିଁ ନ ଥିବା ହୀନସ୍ତାର ଶିକାର ହେଉଛନ୍ତି। ଠିକାଦାର କେଉଁଠି ରାସ୍ତା ଖୋଳି ଦେଇଛନ୍ତି ତ, ଆଉ କେଉଁଠି ଗୋଟିଏ ପାର୍ଶ୍ୱରେ ଢଳେଇ କରି ଆର ପାର୍ଶ୍ୱକୁ ଖାଲୁଆ କରି ଛାଡ଼ି ଦେଇଛନ୍ତି। ପରିସ୍ଥିତି ଏପରି ହୋଇଛି, ମୁଖ୍ୟ ଫାଟକ ଯାଏଁ ପର୍ଯ୍ୟଟକଙ୍କ ଗାଡ଼ି ଯାଇପାରୁନି। କେବଳ ସେତିକି ନୁହେଁ, ଖୋଳାରୁ ଡାଙ୍ଗମାଳ ରାସ୍ତାରେ ଏବେ ଯାତାୟାତ କରିହେଉନି। ଖାଲ ଢିପରେ ଏହି ରାସ୍ତା ଭରି ଯାଇଥିଲେ ମଧ୍ୟ ଠିକାଦାର କାମ ନ କରି ପଳାଇ ଯିବାରୁ ରାଜନଗରବାସୀ ହୀନସ୍ତା ଭୋଗୁଛନ୍ତି। ଏହି ରାସ୍ତା ଉପରେ ଖମାରସାହି, ଈଶ୍ୱରପୁର, ଡାଙ୍ଗମାଳ, କୃଷ୍ଣନଗର, ତାଳଚୁଆ, ବାଘମାରି, କେରୁଅଁାପାଳ ଓ ରଙ୍ଗଣୀ ପଞ୍ଚାୟତବାସୀ ନିର୍ଭରଶୀଳ। ୮ ପଞ୍ଚାୟତବାସୀଙ୍କ ଏହା ବ୍ଲକ ମୁଖ୍ୟାଳୟକୁ ଯୋଗାଯୋଗ କରିବାର ଏକମାତ୍ର ରାସ୍ତା। ଏ ସମ୍ପର୍କରେ ରାସ୍ତା ନିର୍ମାଣ ଦାୟିତ୍ୱରେ ଥିବା ରାସ୍ତା ଓ କୋଠାବାଡି ସବ୍‌ଡିଭିଜନର ସହକାରୀ ନିର୍ବାହୀଯନ୍ତ୍ରୀ ନଟବର ପ୍ରଧାନଙ୍କୁ ପଚାରିବାରୁ ଠିକାଦାର କାମ ଅଧା କରି ପଳାଇଛନ୍ତି। ଠିକାଦାରଙ୍କୁ ଚିଠି ଦେଲେ ମଧ୍ୟ ସେ ଚିଠି ରିସିଭ କରୁନାହାନ୍ତି। ଏ ନେଇ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri