ଏସ୍‌ଏଚ୍‌ଜିକୁ ସୁଧ ଛାଡ଼ ଶ୍ରେୟ କେନ୍ଦ୍ରର: ଭାଜପା

ଭୁବନେଶ୍ବର,୧୧ା୧(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନାକୁ ରାଜ୍ୟ ସରକାର ନିଜ ଯୋଜନା କହି ସଂଘୀୟ ବ୍ୟବସ୍ଥାର ଅସମ୍ମାନ କରୁଛନ୍ତି। ଏହା ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରୁଛି । କେନ୍ଦ୍ର ସରକାର ରାଜ୍ୟକୁ କୋଟି କୋଟି ଟଙ୍କା ଅର୍ଥ ଯୋଗାଉଛନ୍ତି କିନ୍ତୁ ସବୁ ‘ମୁଁ କରୁଛି’ କହି ରାଜ୍ୟ ସରକାର ମିଛ ବାହାବା ନେଉଛନ୍ତି ବୋଲି ଭାଜପା ମହିଳା ମୋର୍ଚ୍ଚା ଅଭିଯୋଗ କରିଛି। ସେହିପରି ମହିଳା ସଶକ୍ତୀକରଣ ପାଇଁ କେନ୍ଦ୍ର ସରକାରଙ୍କ ‘ଦୀନ୍‌ଦୟାଲ ଅନ୍ତ୍ୟୋଦୟ ଯୋଜନା-ରାଷ୍ଟ୍ରୀୟ ଗ୍ରାମୀଣ ଆଜୀବିକା ମିଶନ’ ଅନ୍ତର୍ଗତ ଆସୁଥିବା ବ୍ୟାପକ ଟଙ୍କାକୁ ଚଞ୍ଚକତା କରି ନିଜ ନାମରେ ବ୍ରାଣ୍ଡିଂ କରିବାକୁ ମଧ୍ୟ ସରକାର ପଛାଉନାହାନ୍ତି। ମହିଳାଙ୍କୁ ସୁଧ ରିହାତି ପଛରେ ଶ୍ରେୟ କେନ୍ଦ୍ରର ବୋଲି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି।
ରାଜ୍ୟ କାର୍ଯ୍ୟାଳୟଠାରେ ମଙ୍ଗଳବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସ୍ମୃତି କହିଛନ୍ତି, ଦୀର୍ଘ ୨୩ ବର୍ଷ ଶାସନ କରିବା ପରେ ମଧ୍ୟ ରାଜ୍ୟ ସରକାରଙ୍କ କୌଣସି ଗୋଟିଏ ହେଲେ ନିଜସ୍ବ ଜନକଲ୍ୟାଣକାରୀ ଯୋଜନା ନାହିଁ । କେନ୍ଦ୍ର ଦେଉଥିବା ଅର୍ଥ, ରାଶି ଓ ଯୋଜନାକୁ ନିଜ ନାମରେ ନାମିତ କରି ସେଥିରେ ମୁଖ୍ୟମନ୍ତ୍ରୀଙ୍କ ଫଟୋଚିତ୍ର ଦେଇ ଲୋକଙ୍କୁ ଭୁଆଁ ବୁଲାଯାଉଛି । ଏସ୍‌ଏଚ୍‌ଜିକୁ ଋଣ ଛାଡ଼ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାର କେତେ ଦେଉଛନ୍ତି ଏହା ଜାଣିବାର ଅଧିକାର ସାଧାରଣ ଜନତାଙ୍କର ରହିଛି। କେନ୍ଦ୍ର ସରକାରଙ୍କ ଦୀନ୍‌ଦୟାଲ ଅନ୍ତ୍ୟୋଦୟ ଯୋଜନା-ଜାତୀୟ ଗ୍ରାମୀଣ ଆଜୀବିକା ମିଶନରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ନାବାର୍ଡ ମାଧ୍ୟମରେ ଋଣ ଦିଆଯାଉଛି। ବ୍ୟାଙ୍କର ସାଧାରଣ ସୁଧ ହାର ୧୧% ହୋଇଥିବା ବେଳେ କେନ୍ଦ୍ର ସରକାର ୪% ସୁଧ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ନିଜେ ସିଧାସଳଖ ବହନ କରନ୍ତି। ଏହାପରେ ଯେଉଁମାନେ ନିୟମିତ ଋଣ ସୁଝନ୍ତି ସେମାନଙ୍କ ପାଇଁ ଅତିରିକ୍ତ ୩% ସୁଧ ଛାଡ଼ର ବ୍ୟବସ୍ଥା କେନ୍ଦ୍ର ସରକାର କରିଥାନ୍ତି। ଏ ସମସ୍ତ ସୁଧ ରାଶି କେନ୍ଦ୍ର ସରକାର ବ୍ୟାଙ୍କକୁ ସିଧା ପୈଠ କରନ୍ତି। ଅର୍ଥାତ୍‌ ମୋଟ୍‌ ସୁଧ ରାଶିର କେନ୍ଦ୍ରର ୭% ଏବଂ ରାଜ୍ୟ ସରକାରଙ୍କ ୪% ଅଛି। ରାଜ୍ୟ ସରକାର ଯେଉଁ ୧୨୫ କୋଟି ଟଙ୍କା ସୁଧ ଛାଡ଼ କଥା କହିଲେ ଏହା ରାଜ୍ୟ ସରକାର ଦେଉଛନ୍ତି ତାହା ସମ୍ପୂର୍ଣ୍ଣ ମିଛ। ୧୨୫ କୋଟିରୁ କେନ୍ଦ୍ର ୮୮ କୋଟି ଛାଡ଼ କରିଛି, ମାତ୍ର ୩୭ କୋଟି ଟଙ୍କା ଛାଡ଼ କରି ବିଜେଡି ମିଛ ବାହାବା ନେବାକୁ ଚେଷ୍ଟା କରୁଛି ବୋଲି ଭାଜପା ଅଭିଯୋଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?