ପଦ୍ମପୁରରେ ପାମ୍‌ ଚାଷ ପ୍ରତି ବଢୁଛି ଆଗ୍ରହ: ୨୨୦ ଚାଷୀ ପାମ୍‌ ଚାଷରେ ସାମିଲ

ପଦ୍ମପୁର,୩ା୬(ପ୍ରଦୀପ୍ତ ଦାଶ)-ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଏକ ଅଣ ଜଳସେଚିତ ଅଞ୍ଚଳ, ଏଠାରେ ଗଭୀର ନଳକୂପ କିମ୍ବା ଉଠାଜଳସେଚନକୁ ଛାଡ଼ି ଦେଲେ ଜଳସେଚନର ସ୍ଥାୟୀ ସୁବିଧା ନାହିଁ। ଧାନ ଉତ୍ପାଦନରେ ରେକର୍ଡ କରୁଥିବା ବରଗଡ଼ ଜିଲାର ଚାଷୀ ବର୍ତ୍ତମାନ ଅଣଧାନ ଚାଷ ପ୍ରତି ଆକୃଷ୍ଟ ହେଉଛନ୍ତି। ଏହି ପରିପେକ୍ଷୀରେ ୨୦୧୦-୧୧ ବର୍ଷରୁ ଅନେକ ଚାଷୀ ପାମ୍‌ ଚାଷ ପ୍ରତି ଆଗ୍ରହ ଦେଖାଉଛନ୍ତି। ୨୦୨୧-୨୨ ବର୍ଷରେ ବରଗଡ଼ ଜିଲାରେ ୧୩୧ଜଣ ଚାଷୀ ଏହି ଚାଷ ଆରମ୍ଭ କରିଥିବା ବେଳେ ୨୦୨୪-୨୫ବର୍ଷରେ ୨୨୦ଜଣ ଚାଷୀ ପାମ୍‌ ଚାଷରେ ସାମିଲ ହୋଇଛନ୍ତି।
ଏମାନେ କୁହନ୍ତି…..
ମୋର ଓଏଲପାମ ଗଛ ଲଗାଇବାକୁ ମାତ୍ର ୪ ବର୍ଷ ହେଉଛି। ଆଗରୁ ଏହି ୩ ଏକର ଜମିରେ ଧାନ ଚାଷ କରୁଥିଲି ପରେ ଏହାକୁ ସମାନକରି ୧୯୨ ଗୋଟି ପାମ୍‌ ଚାରା ଲଗାଇଲି। ଏଥିସହ ମିଶ୍ରିତ ପରିବା ଚାଷ ମଧ୍ୟ କଲି। ଏବେ ପ୍ରଥମେ ୨ଏକର ଜମିର ଅଏଲପାମ୍‌ ଚାଷରୁ ୧୫୦ଲକ୍ଷ ଟଙ୍କା ବିକ୍ରି କରିସାରିଛି। ଏହି ଚାଷ ପାଇଁ ଉଦ୍ୟାନ ବିଭାଗ ଓ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରୁ ମଧ୍ୟ ଆର୍ଥିକ ସହାୟତା ମିଳିଛି। ମୁଁ ମାସିକ ୪୦ହଜାର ଲାଭର ଲକ୍ଷ୍ୟ ରଖିଛି।
ନବୀନ ଚନ୍ଦ୍ର ପଧାନ, ଓଏଲପାମ୍‌ ଚାଷୀ, ଚଣ୍ଡିପାଲି

ଓଏଲପାମ୍‌ ଚାଷ କମ୍‌ ଖର୍ଚ୍ଚ ଓ ପରିଶ୍ରମରେ ବେଶି ଲାଭ ମିଳୁଛି। ମୋର ପଡ଼ିଆ ଥିବା ୩ ଏକର ଜମିରେ ଏହି ଚାଷ କରିଛି। ମାତ୍ର ୪ବର୍ଷ ହେଉଛି। ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରୁ ଆର୍ଥିକ ସହାୟତା ପାଇବା ସହ ଏହି ଓଏଲପାମ୍‌ ଚାଷ ପାଇଁ ୪ଲକ୍ଷ ଟଙ୍କାର ଏକ ପେକ୍‌ ହାଉସ ମଧ୍ୟ ମିଳିଛି। ଏହା ସହ ମୁଁ ୫/୬ ପରିବାରକୁ କାମ ଦେଉଛି।
ରାକେଶ କୁମାର ରଣା, ଚାଷୀ

ପଦ୍ମପୁର ଅଞ୍ଚଳର ଅନେକ ଚାଷୀଙ୍କୁ ପାମ୍‌ ଚାଷ ପ୍ରତି ଆକୃଷ୍ଟ କରିବା ସହ ସେମାନଙ୍କୁ ସରକାରୀ ପ୍ରୋତ୍ସୋହନ ଦିଆହେଉଛି। ବର୍ତ୍ତମାନ ଗୋଟିଏ ଗଛରୁ ୧୦କୁଇଣ୍ଟାଲ ପର୍ଯ୍ୟନ୍ତ ପାମ ମଞ୍ଜି ଆଦାୟ ହେଉଛି। ଏଥିସହ ମିଶ୍ରିତ ଚାଷ ପାଇଁ ମଧ୍ୟ ଆର୍ଥିକ ସହାୟତା ଦିଆଯାଉଛି। ବର୍ତ୍ତମାନ ପଦ୍ମପୁର ଉପଖଣ୍ଡର ୨୨୦୦ହେକ୍ଟର ଜାଗାରେ ଏହି ଚାଷ ହେଉଛି।
ଶିବାନୀ ଭୋଇ, ସହକାରୀ ଉଦ୍ୟାନ କୃଷି ଅଧିକାରୀ, ପଦ୍ମପୁର
ମୁଁ ପଦ୍ମପୁର ବ୍ଲକ୍‌ ଚଣ୍ଡିପାଲିର ବାସିନ୍ଦା। ଆମେ ଓଏଲ ପାମ୍‌ ବଗିଚାରେ କାମ କରୁ। ମୋଭଳି ଆହୁରି ୫ଜଣ କୃଷି ଶ୍ରମିକ କାମ କରି ପରିବାର ଚଲାଉଛନ୍ତି ।
ବିପିନ ସେଲମା,କୃଷି ଶ୍ରମିକ, ଚଣ୍ଡିପାଲି
ମୁଁ ଆମ ଗାଁରେ ଥିବା ପାମ୍‌ ବଗିଚାରେ କାମକରେ ମୋ ଭଳି ଆଉ ଅନ୍ୟ ୭ ପରିବାରଙ୍କୁ ବର୍ଷ ସାରା କାମ ଦେଇଥାନ୍ତି, ଆମେ ପାମ୍‌ ବଗିଚାର ଯତ୍ନ ସହ ବଗିଚା ଭିତରେ ଥିବା ମିଶ୍ରିତ ଚାଷର ମଧ୍ୟ ଯତ୍ନ ନେଉଛୁ।
ପେଟୁ ବରିହା, କୃଷି ଶ୍ରମିକ


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?