ଜୀରାନଦୀରେ ହେବ ଆନ୍ତଃନଦୀ ଜଳାଶୟ: ସର୍ବେକ୍ଷଣ ଆରମ୍ଭ

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀରେ ଆନିକଟ୍‌ ତଥା ଆନ୍ତଃନଦୀ ଜଳାଶୟ ହେବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସୋମବାର ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗର ଏକ ଟିମ୍‌ ବରଗଡ଼ ପହଞ୍ଚି ଥିଲେ। ଏହି ଟିମ୍‌ରେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ, ଯୋଜନା ବିଭାଗର ମୁଖ୍ୟଯନ୍ତ୍ରୀ ସାଗର ମହାନ୍ତି, ବୁର୍ଲାର ମୁଖ୍ୟଯନ୍ତ୍ରୀ ସୁଶିଲ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସେମାନେ ସ୍ଥାନୀୟ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀଙ୍କ ସହିତ ଜୀରାନଦୀକୁ ଯାଇଥିଲେ। ଜୀରାନଦୀ ବାଲିଟିକ୍ରାଠାରୁ ଅମ୍ବାପାଲି ପର୍ଯ୍ୟନ୍ତ ଯାଇଥିଲେ ଏବଂ ଆନ୍ତଃନଦୀ ଜଳାଶୟ ପାଇଁ ସର୍ଭେକ୍ଷଣ କରିଥିଲେ। ଏଥିପାଇଁ ପ୍ରସ୍ତୁତ ମ୍ୟାପ୍‌ ଧରି ଆନ୍ତଃନଦୀ ଜଳାଶୟ ନିର୍ମାଣ ଉପରେ ଆଲୋଚନା କରିଥିଲେ।
ଆନ୍ତଃନଦୀ ଜଳାଶୟରେ ପାଣି କୂଳ ଲଙ୍ଘିବ ନାହିଁ। ଅନ୍ୟପଟେ ଭୂତଳ ଜଳସ୍ତର ବୃଦ୍ଧି ହେବ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ପାଢ଼ୀ କହିଛନ୍ତି। ସେହିପରି ଏହା ନିର୍ମାଣରେ ଜମି ଅଧିଗ୍ରହଣ କିମ୍ବା ବିସ୍ଥାପନର କୌଣସି ଆବଶ୍ୟକତା ନାହିଁ। ଅନ୍ୟପଟେ ଜୀରାନଦୀରେ ଏହା ନିର୍ମାଣ ହେଲେ ଅଞ୍ଚଳର ବିକାଶ ହେବା ସହିତ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଉନ୍ନତି ଘଟିବ। ସେହିପରି ବିଶୋଧନ କରି ପାନୀୟଜଳଭାବେ ମଧ୍ୟ ତାହା ବ୍ୟବହାର କରି ହେବ ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ବରଗଡ଼ ବିଧାୟକ ଷଡ଼ଙ୍ଗୀ କହିଛନ୍ତି, ପିଲାବେଳୁ ବରଗଡ଼ ଜୀରାନଦୀରେ ଏକ ଆନିକଟ୍‌ ହେବ ବୋଲି ଶୁଣି ଆସୁଥିଲି। ହେଲେ ଏପର୍ଯ୍ୟନ୍ତ ତାହା ନିର୍ମାଣ ହୋଇ ପାରି ନାହିଁ। ତେବେ ଗତ ଧନୁଯାତ୍ରା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଅତିଥିଭବେ ମହୋତ୍ସବକୁ ଆସିଥିଲେ। ସେତେବେଳେ ସେ ରାଜ ଦରବାରରେ ଆନିକଟ୍‌ ନେଇ ଘୋଷଣା କରିଥିଲେ। ସେହି କ୍ରମରେ ଏହାର ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ତ୍ତମାନ ନଦୀର ଜଳସ୍ତର ୭ରୁ ୮ଫୁଟ୍‌ ତଳକୁ ଖସି ଯାଇଛି। ଆନିକଟ୍‌ ହେଲେ ଜଳସ୍ତର ବୃଦ୍ଧି ପାଇବ। ଏହା ସହିତ ବରଗଡ଼ର ସୌନ୍ଦର୍ଯ୍ୟରେ ଅଭିବୃଦ୍ଧି ଘଟିବା ସହିତ ବରଗଡ଼ର ମାନ, ଅଭିମାନ ମଧ୍ୟ ଏଥିରେ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆ ଆଡ୍ଡାରେ ପୋଲିସ ଚଢାଉ ବେଳେ ପୋଲିସ ଅଧିକାରୀଙ୍କୁ ଆକ୍ରମଣ: ହତ୍ୟା ଉଦ୍ୟମ ମାମଲା ରୁଜୁ କଲା…

ଦିଗପହଣ୍ଡି,୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଏସ.ଆଇ ରାଜ କିଶୋର ପାତ୍ର ସଦଳବଳେ ଲଙ୍ଗଳ ଦେଇ, ଅନନ୍ତେଇ ଇଲାକାରେ ଶୁକ୍ରବାର ସାନ୍ଧ୍ୟକାଳୀନ ପାଟ୍ରୋଲିଂ ସାରି…

ଟେଷ୍ଟ କ୍ରିକେଟକୁ ଫେରିବେ ବେନ ଷ୍ଟୋକ୍ସ; ପରବର୍ତ୍ତୀ ଆଶେସ ସିରିଜରେ ଖେଳିବେ!

ନୂଆଦିଲ୍ଲୀ,୧।୮: ଇଂଲଣ୍ଡର ପୂର୍ବତନ ଅଧିନାୟକ ବେନ ଷ୍ଟୋକ୍ସ ସମ୍ପ୍ରତି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି, କିନ୍ତୁ ସମ୍ଭାବ୍ୟ ପୁନରାଗମନ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ କ୍ରିକେଟ…

ମୋଦିଙ୍କ ଭିଡ଼ିଓକୁ ନେଇ କଡ଼ା ଟାର୍ଗେଟ କଲେ ରୋହଣୀ

ନୂଆଦିଲ୍ଲୀ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ ଜାରି କରି କହିଛନ୍ତି ଯେ ସେ ତାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବା ପିଲାମାନଙ୍କୁ କ୍ଷମା କରିଦେଇଛନ୍ତି। ସାମ୍ପ୍ରତିକ…

ଗୋରୁଙ୍କୁ ରାସ୍ତା କାଟି ଯିବାବେଳେ ସାଇକେଲରୁ ଖସି ୨ ଛାତ୍ର ଗୁରୁତର

ଥୁଆମୂଳ ରାମପୁର,୧।୮ (ଦୁର୍ଗା କୀର୍ତ୍ତି): ସକାଳୁ ସ୍କୁଲକୁ ଯିବା ବେଳେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ରାସ୍ତାରେ ଥିବା ଗାଈମାନଙ୍କୁ କାଟି ଯିବା ବେଳେ ସାଇକେଲର ଭାରସାମ୍ୟ…

ପାଟଣା ବ୍ଲକ୍ ସ୍ତରୀୟ ସ୍ୱାଧୀନତା ଦିବସରେ ସମ୍ବର୍ଦ୍ଧିତ ହେବେ କୃତୀ ପ୍ରତିଭା

ପାଟଣା, ୧।୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସଭାଗୃହରେ ଆସନ୍ତା ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ…

ରାସ୍ତାରେ ଖୁଚୁରା ଟଙ୍କା ପକାଇ ମୁହୂର୍ତ୍ତକ ଭିତରେ ନେଇଗଲେ ୫ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ

ଗଜପତି,(ଗିରିଧାରୀ ପରିଛା) ୧।୮: ଦିନଦ୍ୱିପ୍ରହରରେ ବ୍ୟାଙ୍କ ସାମ୍ନାରେ ଫିଲ୍ମ ଷ୍ଟାଇଲରେ ଲୁଟ୍। ରାସ୍ତାରେ ଖୁଚୁରା ଟଙ୍କା ପକାଇ ଧ୍ୟାନ ଭୁଲାଇଦେଲେ, ଆଉ ମୁହୂର୍ତ୍ତକ ଭିତରେ ୫ ଲକ୍ଷ…

୪୦ ଫୁଟ ତଳକୁ ଖସିଲା ବାଇକ୍; ଜଣେ ମୃତ, ଜଣେ ଗୁରୁତର

ଗୁଣୁପୁର, ୧/୮ (ସଂକେତ ପାତ୍ର): ରାୟଗଡ଼ା ଜିଲା ପୁଟାସିଂ ଥାନା ଅନ୍ତର୍ଗତ ଆରାଡୁଲ ଘାଟିରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଭାରସାମ୍ୟ…

ମା’ ପାଇଁ ଭକ୍ତଙ୍କ ଉପହାର :ମନ୍ଦିରକୁ ୨ ଲକ୍ଷ ୫୪ ହଜାର ଟଙ୍କା ସହ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଛତ୍ରପୁର ସହରର ଆରାଧ୍ୟ ଦେବୀ ମା’ ରାମାୟଣାମ୍ମା ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ମନ୍ଦିର ପରିଚାଳନା କମିଟି ଓ ବହୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri