Posted inଜାତୀୟ

ଭିନ୍ନ ଜାତିରେ ବିବାହ: ଦମ୍ପତିଙ୍କୁ ୬ ଲକ୍ଷ ଜରିମାନା, ବାସନ୍ଦ

ଚାମରାଜନଗର, ୬ା୩ : କର୍ନାଟକର ଚାମରାଜନଗର ଜିଲାରେ ଭିନ୍ନ ଜାତିରେ ବିବାହ କରିଥିବା ଦମ୍ପତିଙ୍କ ଉପରେ ୬ ଲକ୍ଷ ଟଙ୍କା ଜରିମାନା ଲଗାଯିବା ସହ ସେମାନଙ୍କୁ ଗ୍ରାମରୁ ବାସନ୍ଦ କରାଯାଇଛି। ଜିଲାର କୋଲେଗାଲ ତାଲୁକ୍‌ ଅନ୍ତର୍ଗତ କୁନାଗାଲ୍ଲି ଗ୍ରାମରେ ଏହି ଘଟଣା ଘଟିଛି। ଉକ୍ତ ଦମ୍ପତି ୫ ବର୍ଷ ପୂର୍ବେ ବିବାହ କରିଥିଲେ। ତେବେ ସେମାନେ ଭିନ୍ନ ଜାତିର ବୋଲି ଗ୍ରାମବାସୀ ନିକଟରେ ଜାଣିବାକୁ ପାଇଥିଲେ। ଗ୍ରାମବାସୀ ସେମାନଙ୍କୁ ୬ ଲକ୍ଷ ଟଙ୍କା ଜରିମାନା ଦେବା ପାଇଁ କହିବା ସହ ଗଁାରୁ ବାସନ୍ଦ କରିଥିଲେ।

ଏନେଇ ଉକ୍ତ ଦମ୍ପତି ମାର୍ଚ୍ଚ ୧ରେ କୋଲେଗାଲ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ଅନୁଯାୟୀ ଗୋବିନ୍ଦାରାଜୁ ଉପର ସେଟ୍ଟୀ ସମ୍ପ୍ରଦାୟର ହୋଇଥିବାବେଳେ ସେ ଦଳିତ ସମ୍ପ୍ରଦାୟର ଝିଅ ଶ୍ୱେତାଙ୍କ ପ୍ରେମରେ ପଡ଼ି ତାଙ୍କୁ ସବ୍‌ରେଜିଷ୍ଟ୍ରାର ଅଫିସ୍‌ରେ ବିବାହ କରିଥିଲେ। ଏଥିରେ ଉଭୟ ପରିବାରର ସମ୍ମତି ଥିଲା। ଗୋବିନ୍ଦାରାଜୁ ବାହାରେ ରହୁଥିବାବେଳେ ମଝିରେ ମଝିରେ ମାଆବାପାଙ୍କୁ ଦେଖିବା ପାଇଁ ଗାଁକୁ ଆସୁଥିଲେ। ଗତ ମାସରେ ଗାଁକୁ ଆସିଥିବାବେଳେ ଶ୍ୱେତା ଦଳିତ ବୋଲି ଜଣେ ପଡୋଶୀଙ୍କୁ କହିଦେଇଥିଲେ। କଥା ଗାଁ ମୁଖିଆଙ୍କ ପାଖରେ ପହଞ୍ଚତ୍ବା ପରେ ଗତମାସ ୨୩ରେ ବୈଠକ ବସି ଉଭୟଙ୍କ ମାଆବାପାଙ୍କୁ ଡାକିଥିଲେ। ସେମାନଙ୍କ ଉପରେ ୩ ଲକ୍ଷ ଟଙ୍କା ଲେଖାଏ ଜରିମାନା ଧାର୍ଯ୍ୟ ହେବା ସହ ମାର୍ଚ୍ଚ ୧ ସୁଦ୍ଧା ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri