ପ୍ଲାଷ୍ଟିକ ବିପଦରୁ ରକ୍ଷା କରିବ ଜୈବପ୍ଲାଷ୍ଟିକ

ଭୁବନେଶ୍ୱର,୬ା୩ (ବ୍ୟୁରୋ):ଆଧୁନିକ ଜୀବନଶୈଳୀର ଦୈନନ୍ଦିନ କାର୍ଯ୍ୟରେ ପ୍ଲାଷ୍ଟିକ ପଦାର୍ଥର ବହୁଳ ବ୍ୟବହାର ହେଉଛି। ମାତ୍ର ଏସବୁ ପଦାର୍ଥର ନକାରାତ୍ମକ ଦିଗ ପ୍ରତି ସାଧାରଣ ଲୋକେ ବିଶେଷ ଅବଗତ ନ ଥିବାରୁ ସଚେତନତା ବୃଦ୍ଧିର ଯଥେଷ୍ଟ ଆବଶ୍ୟକତା ରହିଛି। ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ କିମ୍ବା କୋଇଲା ପରି ଜୀବାଶ୍ମ ଇନ୍ଧନରୁ ସଂଶ୍ଲେଷିତ ପ୍ଲାଷ୍ଟିକ ଉତ୍ପାଦିତ ହେଉଥିବାରୁ ଏହାର ପ୍ରସ୍ତୁତି ଓ ବିଘଟନରେ ଅଙ୍ଗାରକାମ୍ଳ ଏବଂ ମିଥେନ ପରି ସବୁଜଗୃହ ବାଷ୍ପ ନିର୍ଗମନ ହୋଇ ବିଶ୍ୱ ତାପମାତ୍ରା ବୃଦ୍ଧିର କାରଣ ହେଉଛି। ସେହିପରି ବ୍ୟବହାର ପରେ ପରିବେଶକୁ ବର୍ଜ୍ୟ ରୂପେ ନିଷ୍କାସିତ ହେଉଥିବାରୁ ଏହା ପ୍ରଦୂଷଣ ଘଟାଇ ବିଭିନ୍ନ ସମସ୍ୟା ସୃଷ୍ଟି କରୁଛି। ତେଣୁ ଏଥିରୁ ଦୂରେଇ ରହିବା ଆବଶ୍ୟକ। ତେଣୁ ଏହି ପ୍ଲାଷ୍ଟିକ ବିପଦରୁ ରକ୍ଷା କରିବା ଜୈବ ପ୍ଲାଷ୍ଟିକର ଗୁରୁତ୍ୱ ବଢ଼ିଛି। ଜୈବିକ ଉତ୍ସରୁ ସୃଷ୍ଟ ପ୍ଲାଷ୍ଟିକ ନବୀକରଣ ଯୋଗ୍ୟ ପଦାର୍ଥରୁ ଆସିଥାଏ, ଯାହା ମୁଖ୍ୟତଃ ଉଦ୍ଭିଦଜାତ। ଏସବୁ ଅବକ୍ଷୟଯୋଗ୍ୟ ହୋଇଥିବାରୁ ବୀଜାଣୁଙ୍କ ଦ୍ୱାରା ବିଘଟନରେ ମାଟିରେ ମିଶିଯିବ ଓ ଏଥିରୁ ପ୍ରଦୂଷଣ ସୃଷ୍ଟି ହେବ ନାହିଁ। ତେଣୁ ସଂଶ୍ଲେଷିତ ପ୍ଲାଷ୍ଟିକର ବିକଳ୍ପ ଭାବେ ଜୈବପ୍ଲାଷ୍ଟିକ ନୂତନ ସମ୍ଭାବନା ସୃଷ୍ଟି କରିଛି ବୋଲି ପରିବେଶ ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି।
ରବିବାର ଓଡ଼ିଶା ପରିବେଶ ସମିତି (ଓଇଏସ) ପକ୍ଷରୁ ‘ସବୁଜ କମ୍ପୋଜିଟ-ପ୍ଲାଷ୍ଟିକ ବିପଦର ସମାଧାନ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ଡ. ଚିନ୍ମୟ ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇ, ଉଦ୍ଭିଦରୁ ଉପଲବ୍ଧ ସବୁଜ କମ୍ପୋଜିଟ୍‌ଗୁଡିକ ଜୈବପ୍ଲାଷ୍ଟିକ ପ୍ରସ୍ତୁତିରେ କିପରି ବ୍ୟବହାର କରାଯାଉଛି ତାହା ବର୍ଣ୍ଣନା କରିଥିଲେ। ଏଥିସହ ସେ ପିତା ତରଡ଼ା ଫଳରୁ ପ୍ରସ୍ତୁତ ସେଲୁଲୋଜ୍‌ ତନ୍ତୁ ଉପରେ କରୁଥିବା ଗବେଷଣାରେ ଜୈବପ୍ଲାଷ୍ଟିକ ତିଆରି ବିଷୟରେ ବିବରଣୀ ପ୍ରଦାନ କରିଥିଲେ। ଶିଳ୍ପ ପଦାର୍ଥ, କୃଷି ଓ ଖାଦ୍ୟ ପଦାର୍ଥ, କ୍ୟାଟରିଂ, ଔଷଧ ଓ ଚିକିତ୍ସା ଉପକରଣ ଏବଂ ମନୋରଞ୍ଜନ ପଦାର୍ଥ ସବୁର ବାହ୍ୟ ଆବରଣ ବା ପ୍ୟାକେଜିଂ ଏବେ ଜୈବପ୍ଲାଷ୍ଟିକରୁ ପ୍ରସ୍ତୁତ ହେବା ସମ୍ଭବ ହେଲାଣି। ତେଣୁ ସଂଶ୍ଲେଷିତ ପ୍ଲାଷ୍ଟିକ୍‌ ବ୍ୟବହାରରୁ ଦୂରେଇ ରହିବା ଆବଶ୍ୟକ ବୋଲି ଡ. ପ୍ରଧାନ ପରାମର୍ଶ ଦେଇଥିଲେ। ପୂର୍ବତନ ପିସିସିଏଫ ଡ. ବିଜୟ କେତନ ପଟ୍ଟନାୟକ ପୌରୋହିତ୍ୟ କରି କହିଲେ, ପ୍ରାକୃତିକ ଉତ୍ସରୁ ଜୈବପ୍ଲାଷ୍ଟିକ ପ୍ରସ୍ତୁତି ନିମନ୍ତେ ଅନୁସନ୍ଧାନ କରାଯିବା ସହ ପ୍ଲାଷ୍ଟିକର ଅପବ୍ୟବହାରକୁ ରୋକିବା ପାଇଁ ଅଧିକ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ। ସମିତି ସମ୍ପାଦକ ଡ. ଜୟକୃଷ୍ଣ ପାଣିଗ୍ରାହୀ ସ୍ବାଗତ ଭାଷଣ ଦେଇ, ପ୍ଲାଷ୍ଟିକ୍‌ର ବିନାଶକାରୀ ପ୍ରଭାବରୁ ବର୍ତ୍ତିବା ପାଇଁ ଆମ ମାନସିକତାରେ ପରିବର୍ତ୍ତନ କରିବା ଆବଶ୍ୟକ ବୋଲି କହିଥିଲେ। ଉପସଭାପତି ଡ. ଲାଲା ଏକେ ସିଂହ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଦସ୍ୟ ଇଂ. ବିମଳ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିଏମ୍‌ଇଜିପି ଅଗ୍ରଗତିରେ ଓଡ଼ିଶା ପଛୁଆ

ଭୁବନେଶ୍ୱର,୩୦।୭(ବ୍ୟୁରୋ): ପ୍ରଧାନମନ୍ତ୍ରୀ କର୍ମନିୟୋଜନ ସୃଷ୍ଟି କାର୍ଯ୍ୟକ୍ରମ (ପିଏମ୍‌ଇଜିପି) ଲକ୍ଷ୍ୟ ହାସଲରେ ଓଡ଼ିଶା ଧିମେଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶା ଜାତୀୟସ୍ତରରେ ୧୧୪.୭% ହାସଲ କରି ୩ୟ...

ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି: ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର,୧୫-୧୧(ବ୍ୟୁରୋ):ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳ ଆତ୍ମହତ୍ୟା କରିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟରେ ଏଭଳି ନିଷ୍କର୍ଷ ବାହାରିଛି।...

ଶପଥ ନେଲେ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ

ଭୁବନେଶ୍ୱର, ୫।୧୦(ବ୍ୟୁରୋ): ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଜଳଦ କୁମାର ତ୍ରିପାଠୀ ସୋମବାର ଶପଥ ଗ୍ରହଣ କରିଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ...

ବିଦ୍ୟୁତ୍‌ କାଟ ପାଇଁ ସେସୁ ପ୍ରସ୍ତୁତ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ) ଜାନୁୟାରୀ ୧୬ ତାରିଖ ପରଠାରୁ ବିଦ୍ୟୁତ୍‌ ବକେୟା ଦେଇ ନ ଥିବା ଉପଭୋକ୍ତାଙ୍କର ବିଦ୍ୟୁତ୍‌ ବିଚ୍ଛିନ୍ନ କରିବାକୁ...

ଅଣ୍ଡା, କୁକୁଡା ମାଂସ ଖାଇବା ନିରାପଦ: ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ

ଭୁବନେଶ୍ୱର,୩ା୬(ବ୍ୟୁରୋ)-ଚିକେନ ଓ ଅଣ୍ଡା ଖାଇବା ଦ୍ୱାରା କରୋନାଠୁ ଅଧିକ ଭୟଙ୍କର ରୋଗ ବ୍ୟାପିବା ନେଇ ଚାଲିଥିବା ଚର୍ଚ୍ଚା ଏକ ପ୍ରକାର ଗୁଜବ। ଏ ନେଇ ବୁଧବାର...

ସୀମାନ୍ତରେ ଗୁଳି ବିନିମୟ: ୩ ମାଓବାଦୀ ନିହତ, ଜଣେ ଯବାନ ଆହତ

ମାଲକାନଗିରି,୨୩ା୧୧(ଡି.ଏନ୍‌.ଏ.)-ମାଲକାନଗରି ଜିଲା ସୀମାନ୍ତବର୍ତ୍ତୀ ଛତିଶଗଡରେ ସୋମବାର ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୩ଜଣ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ...

କୋଭିଡ୍‌ ଟିକା ପ୍ରସଙ୍ଗ: ନବୀନଙ୍କୁ ପିନାରାୟୀଙ୍କ ସମର୍ଥନ

ଭୁବନେଶ୍ୱର, ୫।୬(ବ୍ୟୁରୋ): କୋଭିଡ୍‌-୧୯ ଟିକା କ୍ରୟ କରି ରାଜ୍ୟକୁ ଯୋଗାଇବାକୁ କେନ୍ଦ୍ର ସରକାର ଉପରେ ଚାପ ସୃଷ୍ଟି କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ...

‘ମାଙ୍କଡ଼ା ପଥର ଖନନ ରୋକ’ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲାପାଳ, ଏସ୍‌ପି, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଏନ୍‌ଜିଟି ନୋଟିସ

କେନ୍ଦୁଝର, ୨୨ା୧୦ (ସ୍ବ.ପ୍ର.)- କେନ୍ଦୁଝର ଜିଲା ଘଷିପୁରା ତହସିଲ ଅନ୍ତର୍ଗତ ମଦନପୁର ଅଞ୍ଚଳରେ ବେଆଇନ ମାଙ୍କଡା ପଥର ଖନନ ନେଇ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ...

Advertisement
Archives

Model This Week