ପ୍ଲାଷ୍ଟିକ ବିପଦରୁ ରକ୍ଷା କରିବ ଜୈବପ୍ଲାଷ୍ଟିକ

ଭୁବନେଶ୍ୱର,୬ା୩ (ବ୍ୟୁରୋ):ଆଧୁନିକ ଜୀବନଶୈଳୀର ଦୈନନ୍ଦିନ କାର୍ଯ୍ୟରେ ପ୍ଲାଷ୍ଟିକ ପଦାର୍ଥର ବହୁଳ ବ୍ୟବହାର ହେଉଛି। ମାତ୍ର ଏସବୁ ପଦାର୍ଥର ନକାରାତ୍ମକ ଦିଗ ପ୍ରତି ସାଧାରଣ ଲୋକେ ବିଶେଷ ଅବଗତ ନ ଥିବାରୁ ସଚେତନତା ବୃଦ୍ଧିର ଯଥେଷ୍ଟ ଆବଶ୍ୟକତା ରହିଛି। ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ କିମ୍ବା କୋଇଲା ପରି ଜୀବାଶ୍ମ ଇନ୍ଧନରୁ ସଂଶ୍ଲେଷିତ ପ୍ଲାଷ୍ଟିକ ଉତ୍ପାଦିତ ହେଉଥିବାରୁ ଏହାର ପ୍ରସ୍ତୁତି ଓ ବିଘଟନରେ ଅଙ୍ଗାରକାମ୍ଳ ଏବଂ ମିଥେନ ପରି ସବୁଜଗୃହ ବାଷ୍ପ ନିର୍ଗମନ ହୋଇ ବିଶ୍ୱ ତାପମାତ୍ରା ବୃଦ୍ଧିର କାରଣ ହେଉଛି। ସେହିପରି ବ୍ୟବହାର ପରେ ପରିବେଶକୁ ବର୍ଜ୍ୟ ରୂପେ ନିଷ୍କାସିତ ହେଉଥିବାରୁ ଏହା ପ୍ରଦୂଷଣ ଘଟାଇ ବିଭିନ୍ନ ସମସ୍ୟା ସୃଷ୍ଟି କରୁଛି। ତେଣୁ ଏଥିରୁ ଦୂରେଇ ରହିବା ଆବଶ୍ୟକ। ତେଣୁ ଏହି ପ୍ଲାଷ୍ଟିକ ବିପଦରୁ ରକ୍ଷା କରିବା ଜୈବ ପ୍ଲାଷ୍ଟିକର ଗୁରୁତ୍ୱ ବଢ଼ିଛି। ଜୈବିକ ଉତ୍ସରୁ ସୃଷ୍ଟ ପ୍ଲାଷ୍ଟିକ ନବୀକରଣ ଯୋଗ୍ୟ ପଦାର୍ଥରୁ ଆସିଥାଏ, ଯାହା ମୁଖ୍ୟତଃ ଉଦ୍ଭିଦଜାତ। ଏସବୁ ଅବକ୍ଷୟଯୋଗ୍ୟ ହୋଇଥିବାରୁ ବୀଜାଣୁଙ୍କ ଦ୍ୱାରା ବିଘଟନରେ ମାଟିରେ ମିଶିଯିବ ଓ ଏଥିରୁ ପ୍ରଦୂଷଣ ସୃଷ୍ଟି ହେବ ନାହିଁ। ତେଣୁ ସଂଶ୍ଲେଷିତ ପ୍ଲାଷ୍ଟିକର ବିକଳ୍ପ ଭାବେ ଜୈବପ୍ଲାଷ୍ଟିକ ନୂତନ ସମ୍ଭାବନା ସୃଷ୍ଟି କରିଛି ବୋଲି ପରିବେଶ ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି।
ରବିବାର ଓଡ଼ିଶା ପରିବେଶ ସମିତି (ଓଇଏସ) ପକ୍ଷରୁ ‘ସବୁଜ କମ୍ପୋଜିଟ-ପ୍ଲାଷ୍ଟିକ ବିପଦର ସମାଧାନ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ଡ. ଚିନ୍ମୟ ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇ, ଉଦ୍ଭିଦରୁ ଉପଲବ୍ଧ ସବୁଜ କମ୍ପୋଜିଟ୍‌ଗୁଡିକ ଜୈବପ୍ଲାଷ୍ଟିକ ପ୍ରସ୍ତୁତିରେ କିପରି ବ୍ୟବହାର କରାଯାଉଛି ତାହା ବର୍ଣ୍ଣନା କରିଥିଲେ। ଏଥିସହ ସେ ପିତା ତରଡ଼ା ଫଳରୁ ପ୍ରସ୍ତୁତ ସେଲୁଲୋଜ୍‌ ତନ୍ତୁ ଉପରେ କରୁଥିବା ଗବେଷଣାରେ ଜୈବପ୍ଲାଷ୍ଟିକ ତିଆରି ବିଷୟରେ ବିବରଣୀ ପ୍ରଦାନ କରିଥିଲେ। ଶିଳ୍ପ ପଦାର୍ଥ, କୃଷି ଓ ଖାଦ୍ୟ ପଦାର୍ଥ, କ୍ୟାଟରିଂ, ଔଷଧ ଓ ଚିକିତ୍ସା ଉପକରଣ ଏବଂ ମନୋରଞ୍ଜନ ପଦାର୍ଥ ସବୁର ବାହ୍ୟ ଆବରଣ ବା ପ୍ୟାକେଜିଂ ଏବେ ଜୈବପ୍ଲାଷ୍ଟିକରୁ ପ୍ରସ୍ତୁତ ହେବା ସମ୍ଭବ ହେଲାଣି। ତେଣୁ ସଂଶ୍ଲେଷିତ ପ୍ଲାଷ୍ଟିକ୍‌ ବ୍ୟବହାରରୁ ଦୂରେଇ ରହିବା ଆବଶ୍ୟକ ବୋଲି ଡ. ପ୍ରଧାନ ପରାମର୍ଶ ଦେଇଥିଲେ। ପୂର୍ବତନ ପିସିସିଏଫ ଡ. ବିଜୟ କେତନ ପଟ୍ଟନାୟକ ପୌରୋହିତ୍ୟ କରି କହିଲେ, ପ୍ରାକୃତିକ ଉତ୍ସରୁ ଜୈବପ୍ଲାଷ୍ଟିକ ପ୍ରସ୍ତୁତି ନିମନ୍ତେ ଅନୁସନ୍ଧାନ କରାଯିବା ସହ ପ୍ଲାଷ୍ଟିକର ଅପବ୍ୟବହାରକୁ ରୋକିବା ପାଇଁ ଅଧିକ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ। ସମିତି ସମ୍ପାଦକ ଡ. ଜୟକୃଷ୍ଣ ପାଣିଗ୍ରାହୀ ସ୍ବାଗତ ଭାଷଣ ଦେଇ, ପ୍ଲାଷ୍ଟିକ୍‌ର ବିନାଶକାରୀ ପ୍ରଭାବରୁ ବର୍ତ୍ତିବା ପାଇଁ ଆମ ମାନସିକତାରେ ପରିବର୍ତ୍ତନ କରିବା ଆବଶ୍ୟକ ବୋଲି କହିଥିଲେ। ଉପସଭାପତି ଡ. ଲାଲା ଏକେ ସିଂହ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଦସ୍ୟ ଇଂ. ବିମଳ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?