ମେଧାବୀ ଆତ୍ମହତ୍ୟା ବଢୁଛ

ହରିହର ତ୍ରିପାଠୀ

ରାଜସ୍ଥାନର କୋଟା ସହରରେ ନିଟ୍‌ ଓ ଆଇଆଇଟି ଲାଗି ପ୍ରସ୍ତୁତ ହେଉଥିବା ପିଲାଙ୍କ ଆତ୍ମହତ୍ୟା ବଢ଼ିବା ଘଟଣା ଦେଶରେ ଚହଳ ସୃଷ୍ଟି କରିଛି। କୋଟାକୁ ନିଟ୍‌, ଆଇଆଇଟି ପ୍ରସ୍ତୁତିର କାରଖାନା କୁହାଯାଏ। ଏଠାରେ ଥିବା କୋଚିଂ ଅନୁଷ୍ଠାନରେ ପଢ଼ି ପିଲାଏ ପ୍ରତିଯୋଗିତାମୂଳକ ପ୍ରବେଶିକା ପରୀକ୍ଷାରେ ଯେମିତି ଉତ୍ତୀର୍ଣ୍ଣ ହେଉଛନ୍ତି ଅନୁରୂପ ଭାବେ ଏଠାରେ ଛାତ୍ରୀଛାତ୍ରମାନେ ବିଭିନ୍ନ କାରଣରୁ ଆତ୍ମହତ୍ୟା ବି କରୁଛନ୍ତି। ଦେଶର ସମୁଦାୟ ୨୩ଟି ଆଇଆଇଟିରେ ଛାତ୍ରୀଛାତ୍ରମାନଙ୍କ ଭିତରେ ମଧ୍ୟ ଆତ୍ମହତ୍ୟା ପ୍ରବଣତା ବଢ଼ୁଛି। କିଛିଦିନ ତଳେ ଦୁଇଥର ନିଟ୍‌ ପ୍ରବେଶିକା ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ଚେନ୍ନାଇର ଏସ୍‌.ଜଗଦୀସରନ ନାମକ ପିଲାଟିଏ ଆତ୍ମହତ୍ୟା କରିଦେଇଥିଲେ। ଏହାର ଦୁଇଦିନ ପରେ ତାଙ୍କ ବାପା ପି. ସେଲଭାଶେଖର ମଧ୍ୟ ଆତ୍ମହତ୍ୟା କରିଥିଲେ। ନିଟ୍‌ରେ ଅକୃତକାର୍ଯ୍ୟ ହେବାରୁ ପୁଅ ଏଭଳି ପଦକ୍ଷେପ ନେଇଥିବା ବେଳେ ବାପା ନିଟ୍‌ ପରୀକ୍ଷା ପଦ୍ଧତିକୁ ଦୋଷାରୋପ କରି ଜୀବନ ହାରିଛନ୍ତି।
ପ୍ରଶ୍ନ ଉଠୁଛି ଏଭଳି ହେଉଛି କାହିଁକି? ଆଇଆଇଟି ଅନୁଷ୍ଠାନ କ’ଣ ଭଗବାନ୍‌? ଏମିତି ପ୍ରଶ୍ନଟିଏ ପଚାରିଛନ୍ତି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। କୋଟାରେ ମେଧାବୀ ଛାତ୍ରୀଛାତ୍ରମାନଙ୍କ ଆତ୍ମହତ୍ୟା ପରିପ୍ରେକ୍ଷୀରେ ସେ ଏକଥା କହିଛନ୍ତି। ପିତାମାତାମାନଙ୍କ ଭିତରେ ନିଜର ପିଲାମାନଙ୍କୁ ନେଇ ଯେଉଁ ଅତିରିକ୍ତ ଉଚ୍ଚାକାଂକ୍ଷା ଭାବନା ରହୁଛି, ତାହା ଆମର ପିଲାମାନଙ୍କୁ ନିଜର କ୍ୟାରିଅରକୁ ନେଇ ଅତିମାତ୍ରାରେ ସମ୍ବେଦନଶୀଳ କରି ପକାଉଛି ।
ଏହା ଖୁବ୍‌ ବିପଜ୍ଜନକ। ପିଲାମାନେନିଟ୍‌ କିମ୍ବା ଆଇଆଇଟି ଲାଗି ପ୍ରସ୍ତୁତି ଦଶମ ଶ୍ରେଣୀରୁ ଆରମ୍ଭ କରୁଛନ୍ତି । ଏ ଦିଗରେ ଦେଶର କିଛି ନାମୀ କୋଚିଂ ଅନୁଷ୍ଠାନ ପିଲାମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି। ସେମାନେ ନିଜ ନିଜର କୋଚିଂ ଅନୁଷ୍ଠାନରେ ଡମି ସ୍କୁଲ ଚଳାଉଛନ୍ତି। ପିଲାମାନଙ୍କ ନାଁ ଗୋଟେ ସ୍କୁଲରେ ଗଡ଼ୁଛି, ପାଠପଢ଼ା କୋଚିଂ ଅନୁଷ୍ଠାନର ଏହି ଡମି ସ୍କୁଲରେ ହେଉଛି । ଏହା ଦ୍ୱାରା ପିଲାମାନଙ୍କ ଉପରେ ପଢ଼ାର ପ୍ରବଳ ଚାପ ପଡ଼ୁଛି । ଗୋଟିଏ ପଟେ ଦଶମ ଏବଂ ଦ୍ୱାଦଶ ବୋର୍ଡ଼ ପରୀକ୍ଷାରେ ଭଲ କରିବା ଏବଂ ଅନ୍ୟ ପଟେ ନିଟ୍‌ ବା ଆଇଆଇଟି ପ୍ରବେଶିକା ଲାଗି ପ୍ରସ୍ତୁତି କରିବା। ଏଭଳି ପାଠପଢ଼ାର ଚାପ ଲାଗି ଅନେକ ପିଲା ଜୀବନ ହାରିଦେବାକୁ ବି ପଛାଉ ନାହାନ୍ତି। ସୂଚନାଯୋଗ୍ୟ, କୋଟାରେ ଚଳିତବର୍ଷ ପ୍ରାଣ ହରାଇଥିବା ୨୨ଜଣ ପିଲାଙ୍କ ଭିତରୁ ୧୪ ଜଣ ଏକ ନିର୍ଦ୍ଦିଷ୍ଟ କୋଚିଂ ଅନୁଷ୍ଠାନର; ଯେଉଁ ଅନୁଷ୍ଠାନ କି ନିଟ୍‌ ବା ଆଇଆଇଟି ପ୍ରସ୍ତୁତି ଲାଗି ହାଇସ୍କୁଲସ୍ତରର ପିଲାମାନଙ୍କୁ ନେଇ ଡମି ସ୍କୁଲ ଚଳାଇ ଆସୁଛି।
ଆମର ଅଭିଭାବକମାନେ ନିଜର ପିଲାମାନଙ୍କ ଭବିଷ୍ୟତକୁ ନେଇ ଡ୍ରଗ ଆଡିକ୍ଟ ବା ନିଶାଡ଼ିଙ୍କ ଭଳି କାହିଁକି ହେଉଛନ୍ତି। ଗୋଟେ ପିଲା ଭିତରେ ଲୁଚି ରହିଥିବା ପ୍ରତିଭାକୁ ଦେଖିବା ଲାଗି କାହାରି ନିକଟରେ ଆଖିଥିବା ଭଳି ଲାଗୁନି । ସବୁ ପିଲା ଡାକ୍ତର, ଇଞ୍ଜିନିୟର ହେବେ, ଆଇଟି ବା ସେହିଭଳି ପାଠ ପଢ଼ି ବିଦେଶ ଯିବେ, ମାସିକ ୨ ଲକ୍ଷ ଉପରେ ରୋଜଗାର କରିବେ; ଏମିତି ଏକ ଇଚ୍ଛା ଆମର ମା’ବାପାମାନଙ୍କୁ ଅନ୍ଧ କରିଦେଇଛି। ଏହାର ପ୍ରଭାବରେ ପିଲାଟିଏ ଏବେ ତା’ର ଚାରିପାଖକୁ ଦେଖିବା ବି ବନ୍ଦ କରିଦେଲାଣି।
ଆଜିର ସମୟରେ ନିଟ୍‌, ଆଇଆଇଟି ବା ସେହିଭଳି ଏଣ୍ଟ୍ରାନ୍ସ ଲାଗି ପ୍ରସ୍ତୁତି କରୁଥିବା ପିଲାଏ ସକାଳର ସୂର୍ଯ୍ୟଙ୍କୁ ଦେଖିବା ବନ୍ଦ କରିଦେଇଛନ୍ତି, ତାଙ୍କ ଚାରିପାଖରେ ଥିବା ପ୍ରକୃତିକୁ ଚିହ୍ନି ପାରୁନାହାନ୍ତି। ଏମିତିକି ସେମାନଙ୍କ ଝରକା ପାଖରେ କେବେଠାରୁ କୁନି ଚଢ଼େଇଟିଏ ଆସି ସବୁଦିନ ବସୁଛି ତାକୁ ବି ସବୁଦିନ ଦେଖି ସେ ତାର ଉପସ୍ଥିତିକୁ ଅନୁଭବ କରି ପାରୁନାହାନ୍ତି। ସେମାନଙ୍କୁ ଗୋଟିଏ କଥା ଶିଖାଯାଉଛି ୪ ବର୍ଷ ପରିଶ୍ରମ କର ଜୀବନଯାକ ସୁଖ ପାଇବ! ଏମିତି ଏକ ଆଦର୍ଶର ପଛରେ ଦୌଡ଼ିବାକୁ ଆରମ୍ଭ କରିଥିବା ପିଲାମାନେ ଆମର ଦଶମ ପାସ୍‌ କରିବା ବେଳକୁ ନିଜର ହୃଦୟଟି ହରାଇ ଦେଉଛନ୍ତି। ସେମାନଙ୍କ ନିକଟରେ ଆବେଗ କିଛି ରହୁନି। ପିଲାଟି ଦିନରୁ କେବଳ ମା’ବାପା ବା ଗୋଟିଏ ଭାଇ କି ଭଉଣୀ ପାଖେ ବଢ଼ିଥିବା ଆଜିର ପିଲାଏ ସେଇ ତିନିଜଣଙ୍କ ସହ ବି ସଂପର୍କ ରକ୍ଷା କରି ପାରୁ ନାହାନ୍ତି। ସେମାନଙ୍କ ଆଖି ସାମ୍ନାରେ କେବଳ ଅଧ୍ୟାପକଙ୍କ ନୋଟ୍‌, ଇଣ୍ଟିଗ୍ରେଶନ, ଡେରିଭେଶନ, ଫରମୁଲା ଓ ମକ୍‌ ଟେଷ୍ଟ!
ଏହା ଉପରେ ପୁଣି କୋଚିଂ ଅନୁଷ୍ଠାନମାନଙ୍କ ଚାପ ମଧ୍ୟ ପ୍ରବଳ ହେଉଛି। ଜୀବନ ଯେ କେବଳ ନିଟ୍‌ ବା ଆଇଆଇଟି କ୍ୱାଲିଫାଏ କରିବା ନୁହେଁ, ସେକଥା କେହି ବି ବୁଝିବାକୁ ନାରାଜ। ଆମ ପିଲାମାନେ ବହି ପଢ଼ିବା ଛାଡ଼ି ଦେଇଛନ୍ତି । ନିଜର ପାଠପଢ଼ା ଟେକ୍ସଟ ବହି ବି ପଢ଼ୁନାହାନ୍ତି। କୋଚିଂର ନୋଟ୍‌ ସେମାନଙ୍କ ଲାଗି ଯଥେଷ୍ଟ। ଏହା ସେମାନଙ୍କୁ ବାଧ୍ୟତାମୂଳକ କରାଯାଉଛି। କିଛି ହଷ୍ଟେଲରେ ପିଲାମାନେ ଏଣ୍ଟ୍ରାନ୍ସ ପ୍ରସ୍ତୁତି ବ୍ୟତୀତ ଅନ୍ୟ ବହି ବା ପତ୍ରପତ୍ରିକା ପାଖରେ ରଖିବାର ନିୟମ ବି ନାହିଁ।
‘ପିଲାର ଅନ୍ତର୍ନିହିତ ପ୍ରତିଭାର ବିକାଶ ଦ୍ୱାରା ହିଁ ସେ ଜଣେ ଶ୍ରେଷ୍ଠ ମଣିଷ ହୋଇ ପାରିବ’ ଏଇ ସାଧାରଣ ଜ୍ଞାନ ଯେ ଆମର ଶିକ୍ଷିତ ମା’ବାପାଙ୍କ ପାଖରେ ନାହିଁ ବା ସେମାନଙ୍କୁ ଶିଖାଇବାକୁ ପଡ଼ିବ ତାହା ଆଦୌ ନୁହେଁ । ସମସ୍ତେ ସବୁକଥା ଜାଣନ୍ତି । ମାତ୍ର ମଦ ପିଇଦେଲେ, ନିଶା ଖାଇଦେଲେ ମଣିଷ ଯେମିତି ସବୁ ଭୁଲିଯାଏ ଆମର ଅଭିଭାବକମାନଙ୍କ ଦଶା ଠିକ୍‌ ସେଇଭଳି। ଜୀବନରେ ନିଜେ ନିଟ୍‌ ବା ଆଇଆଇଟି ପାଇ ପାରିନଥିବା, ଭଲ ଅନୁଷ୍ଠାନରେ ପାଠ ପଢ଼ିପାରିନଥିବାର ଅବସୋସ ସେମାନଙ୍କୁ ଅନ୍ଧ କରିଦେଉଛି। ପଡ଼ୋଶୀ, ବନ୍ଧୁବର୍ଗଙ୍କ ସହ ପ୍ରତିଯୋଗିତା ମନୋଭାବ ସେମାନଙ୍କୁ ନିଜର ପିଲାର ମନ ଭିତରକୁ ଉଙ୍କି ମାରି ଚାହିଁବାକୁ ଦେଉନି। ଏହା ସହିତ କୋଚିଂ ଅନୁଷ୍ଠାନମାନଙ୍କର ମନି ମେକିଂ ମେଶିନ୍‌ର ଯୋଜନା ଆମର ପିଲାମାନଙ୍କୁ ଚାପଗ୍ରସ୍ତ କରିବାକୁ ଯଥେଷ୍ଟ ଉପାଦାନ ଯୋଗାଡ଼ କରିଦେଉଛି।
ଥରେ ଆମେ ମା’ବାପା ଅଭିଭାବକମାନେ ଆସନ୍ତୁ ନିଜକୁ ଦେଖିବା। ଆମେ ଆମର ମା’ବାପାଙ୍କ ଲାଗି କ’ଣ କରିଛେ? ଆଜି ଆମେ ଯେଉଁଭଳି ଭାବେ ଶିକ୍ଷିତ ହୋଇ ଚାକିରି ବାକିରି ବା ବ୍ୟବସାୟ କରିଛେ, ତାହାଫଳରେ ଗାଁ ଛାଡ଼ି ସହରଟିରେ ବସା ବାନ୍ଧିଛେ, ଯେଉଁଠି ସଂପର୍କ କହିଲେ ୨/୪ଜଣ ଲୋକ କେବଳ। ଆମର ପରିଧି ଭିତରେ ଆମ ନିଜର ମା’ବାପା ବି ସ୍ଥାନ ପାଇବା କାଠିକର ପାଠ ହେଉଛି । ତେବେ ଆମେ ଆମର ପିଲାମାନଙ୍କୁ ଯେଉଁଭଳି ମେଶିନ୍‌ରେ ପରିଣତ କରୁଛୁ, ସେମାନଙ୍କ ଭବିଷ୍ୟତ ଜୀବନ କ’ଣ ହେବ? ଏକଥା ସତ୍ୟ ସେମାନଙ୍କ ଦରମା ବାର୍ଷିକ ଆଠ ଅଙ୍କ ବି ଛୁଇଁଯାଇପାରେ, ମାତ୍ର ସେମାନେ କ’ଣ ମଣିଷ ହୋଇ କି ଥିବେ ? ସେଇ ଆଠଅଙ୍କର ଅର୍ଥକୁ ଉପଭୋଗ କରିବାକୁ ସେମାନଙ୍କ ପାଖେ ମନ, ଆବେଗ ଓ ସଂପର୍କ ଥିବ ତ? ବିଚାର କରିବା ଆସନ୍ତୁ !
ବଡ଼ବେତରା, କୁଦାନଗରୀ, କେନ୍ଦ୍ରାପଡ଼ା
ମୋ: ୯୪୩୯୯୦୩୨୨୦


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?