ଏଇ ଭାରତରେ

କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଏହାକୁ ପ୍ରତିପାଦନ କରୁଥିବା ଏକ ଭିଡିଓ ଗତ ଦୁଇଦିନ ହେଲା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ ଅନୁସାରେ ଜଣେ ବ୍ୟକ୍ତି ରେଳ ଟ୍ରାକ୍‌ ମଝିରେ ଶୋଇଛନ୍ତି ଏବଂ ଟ୍ରେନ୍‌ ତାଙ୍କ ଉପରେ ଚାଲିଯାଉଛି। ସେଠାରେ ଉପସ୍ଥିତ ଲୋକମାନେ ଭାବୁଛନ୍ତି ବ୍ୟକ୍ତି ଜଣକ ଜୀବିତ ନ ଥିବେ। ହେଲେ ଆଶ୍ଚର୍ଯ୍ୟଜନକ ଭାବେ ସେ ଉଠି ଛିଡ଼ା ହେଉଛନ୍ତି ଓ ତାଙ୍କର କୌଣସି କ୍ଷତି ହୋଇନାହିଁ। ପରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରେଳ ସଂଘ ପକ୍ଷରୁ ଆନ୍ଦୋଳନ ସମୟରେ ବିହାରର ରାଜଧାନୀ ପାଟନାରେ ଏହି ଘଟଣା ଘଟିଛି। ସଂଘ କର୍ମକର୍ତ୍ତାମାନେ ରେଳ ଟ୍ରାକ୍‌ ଅବରୋଧ କରିଥିବାବେଳେ ଟ୍ରେନ୍‌ର ଆଗମନ ପାଇଁ ସଙ୍କେତ ମିଳିଥିଲା। ସମସ୍ତେ ଟ୍ରାକ୍‌ ଛାଡ଼ି ଦୂରକୁ ଚାଲିଯାଇଥିବା ବେଳେ ବ୍ୟକ୍ତି ଜଣକ ଜିଦ୍‌କରି ଟ୍ରାକ୍‌ ନ ଛାଡ଼ି ଶୋଇଯାଇଥିଲେ। ଚାହୁଁ ଚାହୁଁ ଟ୍ରେନ୍‌ ତାଙ୍କ ଉପର ଦେଇ ଚାଲିଯାଇଥିଲା। କିଛି ଲୋକ ଏହି ଘଟଣାର ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଅପଲୋଡ୍‌ କରିଥିଲେ। ଟ୍ରେନ୍‌ ନମ୍ବର ୮୨୩୫୫ ପାଟନା ଛତ୍ରପତି ଶିବାଜୀ ଟର୍ମିନସ ଏକ୍ସପ୍ରେସ୍‌ ହଠାତ୍‌ ଅପ୍‌ ମେନ୍‌ ଲାଇନକୁ ଆସିଥିଲାବେଳେ ରେଲଓ୍ବେକୁ କୁହାଯାଇଥିଲା କମିଟି ସଦସ୍ୟମାନେ ଏହାକୁ ବିରୋଧ କରିବେ। ଏହା ସତ୍ତ୍ୱେ ଟ୍ରେନ୍‌ ଆସିଥିଲା। ଭିଡିଓ ଦେଖିବା ପରେ ସମସ୍ତେ ଏପରି ଅବହେଳା ପାଇଁ ଷ୍ଟେଶନ ମାଷ୍ଟରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri