‘ନାରୀଙ୍କୁ ଅପମାନିତ କରିବା ଭାଜପା ନେତାଙ୍କ ଚରିତ୍ର ହେଲାଣି’

ଭୁବନେଶ୍ବର, ୨ା୧୨(ବ୍ୟୁରୋ): ଭାଜପା ଏମ୍‌ପି ଜୁଏଲ ଓରାମ ଜଣେ ନାରୀଙ୍କୁ ଅପମାନ କରିଛନ୍ତି । ନାରୀଙ୍କୁ ଅପମାନିତ କରିବା ଭାଜପା ନେତାଙ୍କ ଚରିତ୍ର ହୋଇଗଲାଣି ବୋଲି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି। ଏକ ଭିଡିଓ ବାର୍ତ୍ତା ଜାରି କରି ଶ୍ରୀମୟୀ କହିଛନ୍ତି, ଜୁଏଲ ଓରାମ ପଦ୍ମପୁରର ବିଜେଡି ପ୍ରାର୍ଥତ୍ନୀ ବର୍ଷା ସିଂ ବରିହାଙ୍କ ବିରୋଧରେ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ଅତ୍ୟନ୍ତ ଅଶାଳୀନ, ଅରୁଚିକର। ଏହା ଜୁଏଲଙ୍କ କୁତ୍ସିତ ମାନସିକତାର ପରିଚୟ। ଏହା କେବଳ ବର୍ଷାଙ୍କ ପ୍ରତି ଅପମାନ ନୁହେଁ, ସମଗ୍ର ନାରି ଜାତି ପ୍ରତି ଅପମାନ। ଏହା ପୂର୍ବରୁ ପ୍ରଦୀପ ପୁରୋହିତ ଏବଂ ଜୟନାରାୟଣ ମିଶ୍ର ମଧ୍ୟ ବର୍ଷାଙ୍କ ପ୍ରତି ଏଭଳି ମନ୍ତବ୍ୟ ଦେଇ ତାଙ୍କୁ ଅପମାନିତ କରିବାକୁ ଚେଷ୍ଟା କରିଥିଲେ। ସେମାନେ କ’ଣ ତାଙ୍କ ଘରେ ନାରୀମାନଙ୍କ ପ୍ରତି ଏଭଳି ଅଶାଳୀନ ମନ୍ତବ୍ୟ ଦିଅନ୍ତି କି ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି । କିଛି ଦିନ ତଳେ ଜୁଏଲ ତାଙ୍କ ଝିଅ ବୟସର ଜଣେ ନେତ୍ରୀଙ୍କୁ ଅସଦାଚରଣ କରିଥିଲେ। ଏଥିପାଇଁ ଉକ୍ତ ନେତ୍ରୀ ଜଣକ ଥାନାରେ ଏତଲା ଦେବା ସହ ଗଣମାଧ୍ୟମରେ ଏ ବିଷୟରେ ପ୍ରକାଶ କରି ଜୁଏଲଙ୍କ ଅସଲ ରୂପକୁ ପଦାରେ ପକାଇ ଦେଇଥିଲେ। ଜୁଏଲଙ୍କ ଏଭଳି କାରନାମା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା ଏବଂ ତାଙ୍କୁ କିଛିଦିନ ଏଥିପାଇଁ ଲୁଚିବାକୁ ମଧ୍ୟ ପଡ଼ିଥିଲା। ଯେଉଁମାନେ ଜଣେ ମାଟିର ଝିଅକୁ ଅଶାଳୀନ ମନ୍ତବ୍ୟ ଦେଇ ବାରମ୍ବାର ଏଭଳି ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ପଦ୍ମପୁରବାସୀ ଆସନ୍ତା ୫ ତାରିଖରେ ଉଚିତ ଜବାବ ଦେବେ ବୋଲି ଶ୍ରୀମୟୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

୨୦୨୪ରେ ନିର୍ବାଚନ ଲଢ଼ିବିନି: ବର୍ଷାଙ୍କୁ ଟିକେଟ୍‌ ମିଳିବା ପରେ ଏମିତି କହିଲେ ଅମର

ଭୁବନେଶ୍ୱର,୨୩।୪: ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ୍‌ ମିଳିବା ପରେ ଅମର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,...

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri