ଲଘୁଚାଷଜନିତ ବର୍ଷା, ବନ୍ୟାରେ ଜନଜୀବନ ଅସ୍ତବ୍ୟସ୍ତ

ଖୁଣ୍ଟୁଣୀ,୧୭ା୯(ସଚ୍ଚିଦାନନ୍ଦ ପଣ୍ଡା)ଲଘୁଚାପ ଜନିତ ବର୍ଷାରେ ମହାନଦୀରେ ବନ୍ୟା ଆସିବାରୁ କଟକ ଜିଲାର ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଗାଁଗୁଡ଼ିକ ଜଳମଗ୍ନ ହୋଇଯିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି। ପାଣି ଜମି ରହିଥିବାରୁ କ୍ଷେତରେ ଫସଲ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ସାପୁଆ ନଦୀରେ ୩୦ ଫୁଟର ଘାଇ:
ଲଘୁଚାପଜନିତ ଲଗାଣ ବର୍ଷା ପ୍ରଭାବରେ ନଦୀରେ ଜଳସ୍ତର ବୃଦ୍ଧି ପାଉଛି। ଏଥିଯୋଗୁ ସାପୁଆ ନଦୀର ଆଠଗଡ଼ ବ୍ଲକ ଅଧୀନ ଧୁରୁଷିଆ ନିକଟ ରମ୍ପାବନ୍ଧଠାରେ ଶନିବାର ୩୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ଧୁରୁଷିଆ ପଞ୍ଚାୟତର କେଉଟପଡା, ଗଜାଆମ୍ବ, ଜେନାପୁର, କାପ୍ତାବୋରେଇ, ମହାକାଳବସ୍ତ ପଞ୍ଚାୟତର ଦ୍ୱାରାବତୀପୁର ଓ ମଞ୍ଚେଶ୍ୱର ପଞ୍ଚାୟତର ୧୦୦୦ରୁ ଊର୍ଦ୍ଧ୍ୱ ହେକ୍ଟର ଧାନଜମି ଜଳମଗ୍ନ ହୋଇଛି। ଏହାକୁ ନେଇ କ୍ଷତିଗ୍ରସ୍ତ ଚାଷୀମାନେ ଚିନ୍ତାରେ ପଡିଛନ୍ତି। ଅପରପକ୍ଷରେ ଆଠଗଡ଼-ନୂଆପାଟଣା ରାସ୍ତାର ଘଣ୍ଟିଖାଲ ପଞ୍ଚାୟତ ଅଧୀନ ନିଧିପୂର ଗଡାଠାରେ ୪ ଫୁଟର ପାଣି ପ୍ରବାହିତ ହେଉଛି। ଏଥିଯୋଗୁ ଗାଡି ଚଳାଚଳ ବନ୍ଦ ରହିଛି। ଏହି ବନ୍ୟାଜଳ କୌଣସି ଗ୍ରାମରେ ପ୍ରବେଶ କରି ନ ଥିବା ଜଣାପଡିଛି। ଶନିବାର ରାତିସୁଦ୍ଧା ଜଳସ୍ତର ବୃଦ୍ଧି ପାଇଲେ ବିପଦ ବଢିବା ଆଶଙ୍କା ପ୍ରକାଶ ପାଇଛି। ଏହି ଘାଇ ପାଇଁ ଚାଷୀମାନେ ବିଭାଗୀୟ ଅଧିକାରୀଙ୍କୁ ଦାୟୀ କରିଛନ୍ତି।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୩ ତାରିଖରେ ସାପୁଆ ନଦୀର ରମ୍ପାବନ୍ଧରେ ଘାଇ ସୃଷ୍ଟି ହୋଇଥିଲା। ଏଥିଯୋଗୁ ବ୍ୟାପକ ଚାଷଜମି ଜଳମଗ୍ନ ହେବା ସହ ଚାଷୀଙ୍କୁ କ୍ଷତି ସହିବାକୁ ପଡିଥିଲା। ହେଲେ ଏହି ଘାଇ ଠିକ୍‌ ଭାବେ ମରାମତି କରାଗଲା ନାହିଁ। ଶନିବାର ପୁଣି ବନ୍ୟାଜଳ ଆସିବା ଫଳରେ ସେଠାରେ ଘାଇ ସୃଷ୍ଟି ହୋଇଛି। ଫଳରେ ପାଚିଲା ଧାନ ନଷ୍ଟ ହେବାରୁ ଚାଷୀଙ୍କୁ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡିଛି। ଯଦି ସେତେବେଳେ ଠିକ୍‌ଭାବେ ଘାଇ ମରାମତି କରାଯାଇଥାଆନ୍ତା ତା’ହେଲେ ଏଭଳି ପରିସ୍ଥିତି ସୃଷ୍ଟି ହୋଇ ନ ଥାନ୍ତା ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ରିପୋର୍ଟ ଲେଖାଯିବାବେଳକୁ ଘାଇ ହୋଇଥିବା ସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚି ନ ଥିବା ଜଣାପଡିଛି।

୪ ପଞ୍ଚାୟତକୁ ଯାତାୟାତ ଠପ୍‌
ବାଙ୍କୀ,(ଜ୍ଞାନେନ୍ଦ୍ର ମୋହନ ମିଶ୍ର):ମହାନଦୀରେ ବନ୍ୟାଜଳ ଆସିବା ପରେ ବାଙ୍କୀ ବ୍ଲକ ଅନ୍ତର୍ଗତ ସରଣ୍ଡା ଅଞ୍ଚଳ, ହୁଳାହୁଳା ସେତୁ ଉପରେ ୩ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ବାଙ୍କୀ ବ୍ଲକର ରତାଗଡ, ବନ୍ଦାଳ ଓ ବାଉଁଶପୁଟ ସମେତ ଓସ୍ତିଆ ପଞ୍ଚାୟତକୁ ଯାତାୟାତ ଠପ୍‌ ହୋଯାଇଛି। ସେହିପରି ଡମପଡ଼ା ବ୍ଲକ କଇଁମୁଣ୍ଡି ଗ୍ରାମ ବନ୍ୟା ପାଣି ଘେରରେ ରହିଛି। ମହାନଦୀର ଶାଖା ରଣ ନଦୀରେ ବନ୍ୟାଜଳ ପ୍ରବାହିତ ହୋଇ ଶିମିଳିପୁର -ବିଲିପଡା ରାସ୍ତାକୁ ମାଡିଯିବା ଯୋଗୁ କଇଁଆ ନାଳ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି ା ଫଳରେ ଯାତାୟତ ବ୍ୟାଘାତ ହୋଇଛି। ଅପରାହ୍ଣ ୫ଟାରେ ମହାନଦୀରେ ୬.୮ମିଟର ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଏଠାରେ ବିପଦ ସଂକେତ ୭.୮ମିଟର ରହିଛି। ବାଙ୍କୀ-ବୈଦ୍ୟେଶ୍ୱର ରାସ୍ତାକୁ ସଂଯୋଗ କରୁଥିବା ଚନ୍ଦ୍ରପା ପୋଲର ଦୁଇ ଫୁଟ ତଳେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଯାଇଛି। ରବିବାର ହୀରାକୁଦରେ ଅଧିକ ଗେଟ୍‌ ଖୋଲାଗଲେ ଚନ୍ଦ୍ରପା ସେତୁ ଉପରେ ପାଣି ପ୍ରବାହିତ ହେବା ସହ ପଶ୍ଚିମ ବାଙ୍କୀକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏ ସମ୍ପର୍କରେ ବାଙ୍କୀ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଭାସ ପଟ୍ଟନାୟଙ୍କୁ ପଚାରିବାରେ, ବର୍ତ୍ତମାନ ବାଙ୍କୀ ପାଇଁ କୌଣସି ବିପଦ ନାହିଁ। ତେଣୁ ଜନସାଧାରଣ ଆତଙ୍କିତ ନ ହେବା ପାଇଁ ସେ ଅନୁରୋଧ କରିଛନ୍ତି। ବନ୍ୟାକୁ ଦୃଷ୍ଟିରେ ରଖି ବ୍ୟାପକ ପରିମାଣରେ ବାଲିବସ୍ତା ମହଜୁଦ ରଖାଯାଇଛି ବୋଲ ସେ କହିଛନ୍ତି।

ମା’ଭଟ୍ଟାରିକାଙ୍କ ପ୍ରତିମା ସ୍ଥାନାନ୍ତର
ବଡ଼ମ୍ବା,(ମାୟାଧର ମଲ୍ଲିକ): ମହାନଦୀର ବନ୍ୟାଜଳ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିରକୁ ଆସିବା ପରେ ପୂଜକ ଓ ଦେବୋତ୍ତର ବିଭାଗ କର୍ମଚାରୀଙ୍କ ସହାୟତାରେ ମା’ଙ୍କ ପ୍ରତିମାକୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ମା’ଙ୍କ ପୂଜାର୍ଚ୍ଚନା ଠିକ୍‌ଭାବେ ଚାଲିଛି ବୋଲି ମନ୍ଦିର ମୁଖ୍ୟ ପୂଜକ ଶିରିଶ କୁମାର ରଣା କହିଛନ୍ତି।

୨୦୦ ପରିବାର ଜଳବନ୍ଦୀ
ନିଶ୍ଚିନ୍ତକୋଇଲି,(ଅଶୋକ କୁମାର ମହାପାତ୍ର): ଲଘୁଚାପଜନିତ ବର୍ଷା ଯୋଗୁ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ମହମ୍ମଦପୁର ପଞ୍ଚାୟତର ୨୦୦ ପରିବାର ଜଳମଗ୍ନ ହୋଇଯାଇଛନ୍ତି। ରାସ୍ତାରେ ଆଣ୍ଠୁଏ ଲେଖାଏ ପାଣି ଜମି ରହିଛି। ସ୍ଥାନୀୟ ଲୋକେ ଘରୁ ପଦାକୁ ବାହାରି ପାରୁନାହାନ୍ତି। ଘରେ ପାଣି ପଶି ଥିବାରୁ ଚୁଲି ଜଳିପାରୁନାହିଁ। ଲୋକେ ଖାଇବା ପିଇବା ନିମନ୍ତେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଗ୍ରାମରେ ଥିବା ଗଡିଆ, ପୋଖରୀ, ନାଳ ନର୍ଦ୍ଦମାଗୁଡିକ ପାଣିରେ ଭରପୂର ହୋଇଯାଇଛି। ଏଥିଯୋଗୁ ସ୍ଥାନୀୟ ଅଞ୍ଚଳରେ ବିଷାକ୍ତ ସରୀସୃପଙ୍କର ଉପତ୍ାତ ବଢିବାରେ ଲାଗିଛି। ବିଭିନ୍ନ ପ୍ରକାର ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ରହିଛି। ଏନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରଶାସନର ଖାମଖିଆଲି ନୀତି ଯୋଗୁ ଏପରି ଅବସ୍ଥା ହୋଇଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ ବିଡିଓ ଦିବ୍ୟଜ୍ୟୋତି ସ୍ମତିରଞ୍ଜନ ଦେଓ କୁହନ୍ତି,ଗାଁରେ ପାଣି ପଶିବା ଖବର ମୋ ପାଖରେ ନାହିଁ। ଲଗାଣ ବର୍ଷାପାଇଁ ପାଣି ଜମିଥାଇପାରେ। ସରପଞ୍ଚଙ୍କ ସୂଚନା ମିଳିଲେ ତ୍ୱରିତ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?