୨୯ ସୁଦ୍ଧା ତଥ୍ୟ ଦାଖଲ ନିର୍ଦ୍ଦେଶ

କଟକ ଅଫିସ,୧୪ା୯: ପୋଲିସ ତଦନ୍ତରେ ମନ୍ଥରତା କରୁଥିବା ନେଇ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଦ୍ୱାରା ହାଇକୋର୍ଟରେ ଆଗତ ମାମଲାର ଶୁଣାଣି ମଙ୍ଗଳବାର ହୋଇଛି। ବିଚାରପତି ବିଶ୍ୱଜିତ ମହାନ୍ତିଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ସରକାରୀ ଓକିଲ ମାମଲା ସମ୍ପର୍କିତ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ଆସନ୍ତା ୨୯ ତାରିଖକୁ ଧାର୍ଯ୍ୟ ହୋଇଛି।
ଅନୁସାରେ, ଗତ ଜୁଲାଇ ୨୩ ତାରିଖରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଖାରବେଳ ନଗର ପୋଲିସରେ ଏକ ମାମଲା ରୁଜୁ ହୋଇଥିଲା। ଉକ୍ତ ମାମଲାର ତଦନ୍ତରେ ପୋଲିସର ମନ୍ଥରତା ଅଭିଯୋଗ କରି ଅଗଷ୍ଟ ୨୩ରେ ପ୍ରକୃତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଥିରେ ଗୃହ ସଚିବ ଓ ଖାରବେଳ ନଗର ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ପ୍ରକୃତି ଜୁଲାଇ ୨୩ ତାରିଖ ସକାଳେ ଚେନ୍ନାଇ ଯିବା ପାଇଁ କାର୍‌ ଯୋଗେ ଭୁବନେଶ୍ୱର ବିମାନବନ୍ଦରକୁ ଯାଉଥିବାବେଳେ ବାବୁସାନ୍‌ଙ୍କ ସ୍ତ୍ରୀ ତୃପ୍ତି ଅନ୍ୟମାନଙ୍କ ସହଯୋଗରେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ତାଙ୍କର ଚରିତ୍ର ସଂହାର କରାଯିବା ସହ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ବଦ୍‌ନାମ କରାଯାଇଥିଲା।
ଏନେଇ ପ୍ରକୃତିଙ୍କ ମା’ ଖାରବେଳନଗର ଥାନାରେ ତୃପ୍ତି ଓ ତାଙ୍କ ବାପା ଲଳିତ ଶତପଥୀଙ୍କ ନାମରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଖାରବେଳନଗର ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ମାତ୍ର ଏକ ମାସ ବିତିଯିବା ପରେ ବି ଉକ୍ତ ମାମଲାର ଅଗ୍ରଗତି ହେଉ ନ ଥିବା, ପୋଲିସ ତଦନ୍ତରେ ମନ୍ଥରତା ପ୍ରଦର୍ଶନ କରୁଥିବା ଓ ଯେଉଁସବୁ ଦଫା ଲଗାଇବା କଥା ତାହା କରୁ ନ ଥିବା ପ୍ରକୃତି ଅଭିଯୋଗ କରିଥିଲେ। ଆବେଦନକାରୀ ପ୍ରକୃତିଙ୍କ ପକ୍ଷରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅମଳ ସମୟରେ ଚକଡ଼ା ଦୁଃଖ

ଲଙ୍ଗଳେଶ୍ୱର,୧।୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ସଦର ବ୍ଲକ ଅଧୀନ ସାର୍ଥା ଗ୍ରାମର ହଜାର ହଜାର ହେକ୍ଟର ଚାଷଜମିରେ ଚକଡ଼ା ପୋକ ଲାଗିବା ଯୋଗୁ ଚାଷୀମାନଙ୍କ ମୁଣ୍ଡରେ ଚଡ଼କ...

ରାଷ୍ଟ୍ରପତି ପଦବୀ ପାଇଁ ଦ୍ରୌପଦୀଙ୍କ ନାମ ଘୋଷଣା ପରେ ନାଚିଲେ ଆଦିବାସୀ

ମହାକାଳପଡ଼ା,୨୩ା୬ (ଡି.ଏନ୍‌.ଏ.): ଓଡ଼ିଶାର ଝିଅ ତଥା ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଏନ୍‌ଡିଏ ସରକାର ଦୌପଦୀ ମୁର୍ମୁଙ୍କ ନାମ ଘୋଷଣା କରିବା...

ହାତୀ ନଦୀରେ ବନ୍ୟା ପରିସ୍ଥିତି: ଶତାଧିକ ଏକର ଚାଷ ଜମି ଜଳମଗ୍ନ, ଯାତାୟାତ ବ୍ୟାହତ

ଜୁନାଗଡ,୭।୯(ଡି.ଏନ.ଏ.) ଗତ ୨ ଦିନ ଧରି ଉପରମୁଣ୍ଡାରେ ଲଗାଣ ବର୍ଷା ଓ ମଙ୍ଗଳପୁର ବ୍ୟାରେଜରୁ ୪ଟି ଗେଟ୍‌ରେ ପାଣି ଛଡାଯିବା ପରେ କଳାହାଣ୍ଡି ଜିଲାରେ ପ୍ରବାହିତ...

କବିତା ପ୍ରାର୍ଥନାର ଯାତ୍ରାଟିଏ

ବଲାଙ୍ଗୀର ଅଫିସ, ୧୧ା୧ କବିତା ପ୍ରାର୍ଥନାଟିଏ ସମଗ୍ର ବିଶ୍ୱ ପାଇଁ ା କବିତା ମାନବିକତାର ସ୍ବର। ବିଷାଦ ଭିତରେ କବିତା ଏକ ନିରବ ବିଶ୍ୱାସ ା...

୧୯୭୧ ଯୁଦ୍ଧର ୫୦ ବର୍ଷ ପୂର୍ତ୍ତି ପାଳନ

ଢେଙ୍କାନାଳ ଅଫିସ,୪ା୧୧: ୧୯୭୧ ଯୁଦ୍ଧର ୫୦ ବର୍ଷ ପୂର୍ତ୍ତି ଅବସରରେ ତଥା ସର୍ଣ୍ଣିମ ବିଜୟ ବର୍ଷ ପାଳନ ଉପଲକ୍ଷେ ଢେଙ୍କାନାଳ ରାଜବାଟୀରେ ବ୍ରିଗେଡିୟର କାମାକ୍ଷା ପ୍ରସାଦ...

ଲୁଚକାଳି ଖେଳୁଛି ମୌସୁମୀ: ବର୍ଷାକୁ ଅନାଇ ଚିନ୍ତାରେ ଚାଷୀ

ବିଞ୍ଝାରପୁର,୨୬|୬(ଡି.ଏନ୍‌.ଏ.)- ବିଞ୍ଝାରପୁର ବ୍ଲକ ଅଞ୍ଚଳରେ ୭୦ରୁ ପ୍ରତିଶତରୁ ଊର୍ଦ୍ଧ୍ୱ ଲୋକେ ଚାଷ ଉପରେ ନିର୍ଭର କରନ୍ତି। ପ୍ରତିବର୍ଷ ବ୍ଲକର ବିଭିନ୍ନ ରାଜସ୍ବ ମୌଜାରେ ପ୍ରାୟତଃ ୧୪ହଜାର...

ମଦ୍ରାସା ବୋର୍ଡ ପରୀକ୍ଷା: ପାସ୍‌ ହାର ୮୦.୭୮%

ଭୁବନେଶ୍ୱର, ୨୦ା୮(ବ୍ୟୁରୋ): ଓଡ଼ିଶା ମଦ୍ରାସା ବୋର୍ଡ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ବୋର୍ଡ ଅଧୀନରେ ହୋଇଥିବା ମୌଲବୀ(ମାଟ୍ରିକ୍‌), ମାହିର(ଯୁକ୍ତ୨), ଅଲିମ୍‌(ଯୁକ୍ତ୩), ଫାଜିଲ(ପିଜି) ସ୍ତରୀୟ ପରୀକ୍ଷାଫଳକୁ ବିଦ୍ୟାଳୟ...

ବୃଦ୍ଧ ଦମ୍ପତିଙ୍କ ଘରୁ ନଗଦ ଟଙ୍କା, ସୁନା ଅଳଙ୍କାର ଚୋରି

ଭବାନୀପାଟଣା,୨୮।୧: କଳାହାଣ୍ଡି ଜିଲା ନର୍ଲା ଥାନା ଅଧୀନ ଇନ୍ଦ୍ରମାଲ ଗ୍ରାମର ଜଣେ ବୃଦ୍ଧ ଦମ୍ପତିଙ୍କ ଘରୁ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଚୋରି ହୋଇଥିବା...

Advertisement
Archives

Model This Week