ସରପଞ୍ଚଙ୍କୁ ଫାଇଲ ହସ୍ତାନ୍ତର ନିର୍ଦ୍ଦେଶ

ରଘୁନାଥପୁର,୬ା୮(ଡି.ଏନ୍‌.ଏ.): ରଘୁନାଥପୁର ବ୍ଲକ ଚିକିଣିଆ ପଞ୍ଚାୟତ ସରପଞ୍ଚ ବିଷ୍ଣୁ ଚରଣ ସେଠୀଙ୍କୁ ପୂର୍ବତନ ସରପଞ୍ଚ ବିଭିନ୍ନ ଫାଇଲ ହସ୍ତାନ୍ତର କରୁ ନ ଥିବା ନେଇ ଚାଲିଥିବା ବିବାଦରେ ଜିଲା ପ୍ରଶାସନ ହସ୍ତକ୍ଷେପ କରିଛି। ଜିଲାପାଳଙ୍କ ନିର୍ଦ୍ଦେଶରେ ଶନିବାର ପିଡି(ପ୍ରକଳ୍ପ ନିର୍ଦ୍ଦେଶକ)ରୁଦ୍ର ନାରାୟଣ ଦାଶ ପଞ୍ଚାୟତରେ ପହଞ୍ଚତ୍ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିଛନ୍ତି। ଏଥିସହ ତୁରନ୍ତ ସମସ୍ତ ଫାଇଲ ସରପଞ୍ଚ ସେଠୀଙ୍କୁ ହସ୍ତାନ୍ତର କରିବା ପାଇଁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ଭୋଇଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ପୂର୍ବତନ ସରପଞ୍ଚ ହସ୍ତକ୍ଷେପ କରିବାର କୌଣସି ଅଧିକାର ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହାଛଡା ପଞ୍ଚାୟତ କାର୍ଯ୍ୟାଳୟ ପାର୍ଶ୍ୱରେ ଚାବି ପକାଇ ରଖାଯାଇଥିବା ଏକ ସରକାରୀ ଗୃହକୁ ଉନ୍ମୁକ୍ତ କରି ପଞ୍ଚାୟତ ଅଧୀନକୁ ଆଣିବା ପାଇଁ ପିଡି ଦାଶ ନିର୍ଦ୍ଦେଶ ଦେଇଥିଲେ। ରାଜୀବ ଗାନ୍ଧୀ ସେବା କେନ୍ଦ୍ର, ମିଶନ ଶକ୍ତି ଗୃହ, କଲଭର୍ଟ, ଅଙ୍ଗନଓ୍ବାଡି କେନ୍ଦ୍ରରେ ଖର୍ଚ୍ଚ କରାଯାଇଥିବା ଅନୁଦାନ ମୂଲ୍ୟ ଠିକ ଭାବେ ବିନିଯୋଗ ହୋଇ ନ ଥିବା ଦେଖି ପିଡ଼ି ଦାସ ବିରକ୍ତଭାବ ପ୍ରକାଶ କରିଥିଲେ। ତୁରନ୍ତ ବାକିଥିବା କାର୍ଯ୍ୟ ସମ୍ପାଦନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାଛଡା ଏକ ଡ୍ରେନ କାର୍ଯ୍ୟ ପାଇଁ ୧ଲକ୍ଷ ଟଙ୍କା ଏଷ୍ଟିମେଟ ଥିବାବେଳେ ଫଳକରେ ୧ଲକ୍ଷ ୩୦ ହଜାର ଟଙ୍କା ଲେଖା ହୋଇଥିବା ଦେଖି ପିଡି ଦାଶ ଆଶ୍ଚର୍ଯ୍ୟ ହୋଇଥିଲେ। ଏଥିରେ ୭୭ ହଜାର ଟଙ୍କା ବିଲ୍‌ ହୋଇଥିବାରୁ ଯଥାଶୀଘ୍ର ଡ୍ରେନ ଉପରେ ସ୍ଲାପ ଏବଂ ଫଳକରେ ଭୁଲ୍‌ ଥିବା ତଥ୍ୟ ଠିକ କରିବା ପାଇଁ କହିଥିଲେ। ଅନ୍ୟପକ୍ଷେ ହାଇସ୍କୁଲରେ ହୋଇଥିବା କାର୍ଯ୍ୟ ତଦାରଖ କରିବା ସହ ସ୍କୁଲର ଯେକୋଣସି ସମସ୍ୟା ସରପଞ୍ଚଙ୍କୁ ଅବଗତ କରାଇବା ପାଇଁ ପ୍ରଧାନଶିକ୍ଷକଙ୍କୁ କହିଥିଲେ। ଶେଷ ହୋଇଥିବା ଏମ୍‌ଜିଏନ୍‌ଆରଇଜିଏସ କାର୍ଯ୍ୟର ବିଲ୍‌ କରିବା ପାଇଁ ସହକାରୀ ଯନ୍ତ୍ରୀ ଅମୀୟଚାନ୍ଦ ମଲ୍ଲିକଙ୍କୁ କହିଥିଲେ। ସେହିପରି ଓଭରହେଡ ପାଣି ଟାଙ୍କିର ଭାଙ୍ଗିଯାଇଥିବା ପାଇପ କାହିଁକି ମରାମତି ହୋଇନାହିଁ ବୋଲି ଯନ୍ତ୍ରୀ ମନୋରଞ୍ଜନ ଦେହୁରୀଙ୍କ ଠାରୁ ସେ କୈଫତ ଚାହିଁଥିଲେ। ଦୁଇଦିନ ମଧ୍ୟରେ କାର୍ଯ୍ୟ ଶେଷ କରିବା ପାଇଁ ପିଡି ଦାସ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ପିଡି ଦାଶ ସରପଞ୍ଚଙ୍କୁ ଫାଇଲ ହସ୍ତାନ୍ତର କିମ୍ବା ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରା ନ ଗଲେ କର୍ମଚାରୀଙ୍କ ବିରୋଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚାଇ ଦେଇଥିଲେ। ପିଡିଙ୍କ ଏହି ଗସ୍ତ ସମୟରେ ବିଡିଓ ଜିତେନ୍ଦ୍ର କୁମାର ନାୟକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକଙ୍କ ବଦଳିକୁ ବିରୋଧ

ମୋରଡ଼ା,୭ା୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଭାଲିଆଡିହା ପଞ୍ଚାୟତରେ ଥିବା ନିଚୁଆପଦା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜଣେ ଶିକ୍ଷକଙ୍କ ବଦଳିକୁ ବିରୋଧ କରିଛନ୍ତି।...

ଆଇଆରଇ କର୍ମଚାରୀଙ୍କ ମୃତ୍ୟୁ, ଘରୋଇ ହସ୍ପିଟାଲ ମାଲିକ, ଡାକ୍ତରଙ୍କୁ ଜେରା

ବ୍ରହ୍ମପୁର ଅଫିସ,୧୭ା୫- ଗେଟବଜାର ଛକସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ରାତିରେ ମାଟିଖାଲ ଆଇଆରଇ ପ୍ଲାଣ୍ଟରେ କାମ କରୁଥିବା ଆର. ଗୋପୀ ରେଡ୍ଡୀ...

ଲକ୍ଷାଧିକ ଟଙ୍କାର ଶାଗୁଆନ ପଟା ଜବତ

ଭବାନୀପାଟଣା/ଜୟପାଟଣା,୧୯।୪(ସ୍ବ.ପ୍ର/ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅର୍ନ୍ତଗତ ଜୟପାଟଣା ରେଞ୍ଜ ବଟକର୍ଲାକୋର୍ଟ ଓ ପାବଲି ଗ୍ରାମରେ ରବିବାର ବନ ବିଭାଗ ପକ୍ଷରୁ ଚଢାଉ କରି ବିପୁଳ...

ରଖେ ହରି ତ ମାରେ କିଏ: ନଦୀରେ ୩ କି.ମି. ଭାସି ଯାଇ ବି ବଞ୍ଚିଗଲେ ବୃଦ୍ଧା

ବସ୍ତା, ୧।୧୦(ସ୍ବ.ପ୍ର.)-କଥାରେ ଅଛି ରଖେ ହରି ତ ମାରେ କିଏ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ବାହାର୍ଦ୍ଦା...

୬ ମାସରେ ୨ ଥର ରାସ୍ତା ଢଳେଇ: କାର୍ଯ୍ୟାନୁଷ୍ଠାନ ଦାବି

ତିର୍ତ୍ତୋଲ, ୬।୮ (ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନୀମୂଳ ପଞ୍ଚାୟତ ଗଇଠିପୁର ଗ୍ରାମରେ ପଞ୍ଚାୟତ ସମିତି ତରଫରୁ ଅନୁମୋଦିତ ହୋଇଥିବା ପ୍ରକଳ୍ପରେ ବ୍ୟାପକ...

ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିଲେ ଅଭିନେତ୍ରୀ ବର୍ଷା

ଭଦ୍ରକ ଅଫିସ, ୧୩।୨: ଭଦ୍ରକ ଜିଲା ସଦର ବ୍ଲକରେ ଆସନ୍ତା ୧୬ ତାରିଖରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରାର୍ଥୀଙ୍କ ପ୍ରଚାର ଜୋର୍‌ଦାର ଚାଲିଛି।...

ପାହାଡ଼ରେ ବେଆଇନ ବିସ୍ଫୋରଣ, ୧୨ ଜେଲ ଗଲେ

ଦିଗପହଣ୍ଡି,୧୦ା୮(ଡି.ଏନ.ଏ.)-ଦିଗପହଣ୍ଡି ପୋଲିସ କୁକୁଡ଼ାଖଣ୍ଡି ବ୍ଲକ ମହୁଡ଼ା ପାହାଡ଼ର ୨ଟି ପଥର ଖାଦାନରେ ଚଢ଼ାଉ କରି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଦୀର୍ଘଦିନ ଧରି...

୧୫୦ ଘର, ୭୫ ଏକର ପରିବା ଚାଷ ନଷ୍ଟ

ଜଳେଶ୍ୱର, ୨୭।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ସୁବର୍ଣ୍ଣରେଖା ନଦୀର ଉତ୍ତରପଟେ ହୋଇଥିବା ବେଳେ ଏହି ବ୍ଲକ ଅଧୀନ ଏକମାତ୍ର ଗଡସାହି ବାଲିଆପାଳ ପଞ୍ଚାୟତ ନଦୀର...

Advertisement
Archives

Model This Week