ନଦୀବନ୍ଧ ସୁଦୃଢ଼ୀକରଣ ପାଇଁ ନିର୍ଦ୍ଦେଶ

ଯାଜପୁର ଟାଉନ,୨୩ା୬, (ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି): ଯାଜପୁର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲାପାଳ ନିଖିଲ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମବାୟ ବୟନ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଏମ୍‌ପି ରବୀନ୍ଦ୍ର ନାରାୟଣ ବେହେରା, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ବଡ଼ଚଣା ବିଧାୟକ ଅମର ନାୟକ, କୋରେଇ ବିଧାୟକ ଆକାଶ ଦାସନାୟକ, ଯାଜପୁର ବିଧାୟିକା ସୁଜାତା ସାହୁ, ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଜିଲା ପରିଷଦ ସଭାପତି ନଳିନୀ ପ୍ରଭା ଜେନା ଏବଂ ଜିଲା ପରିଷଦ ଉପସଭାପତି ଗଣେଶ୍ୱର ବରାଳ ଅତିଥିଭାବେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଅତିରିକ୍ତ ଜିଲାପାଳ(ରାଜସ୍ବ) ଶୁଭେନ୍ଦ୍ର ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ। ପରେ ଅତିଥିମାନେ ମା’ ବିରଜାଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ବୈଠକକୁ ଉଦ୍‌ଘାଟନ କରିଥିଲେ।
ବୈଠକରେ କଣ୍ଟ୍ରୋଲ୍‌ରୁମ୍‌ କାର୍ଯ୍ୟକାରିତା, ନଦୀବନ୍ଧଗୁଡ଼ିକର ସୁଦୃଢ଼ୀକରଣ ସହ ବନ୍ୟା ଜଳ ଓ ବର୍ଷାଜଳ ଜମୁଥିବା କୃତ୍ରିମ ବନ୍ୟା ସ୍ଥାନଗୁଡ଼ିକରୁ ଜଳ ନିଷ୍କାସନ, ବନ୍ୟାପ୍ରବଣ ଅଞ୍ଚଳ ଗୁଡ଼ିକରେ ନୋଡାଲ ଅଫିସର ନିଯୁକ୍ତି ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ଦୈନନ୍ଦିନ ସ୍ଥିତି ରିପୋର୍ଟ ଜିଲା ପ୍ରଶାସନକୁ ଦେବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ବିପର୍ଯ୍ୟୟ ପୂର୍ବରୁ ସଚେତନତା ବାର୍ତ୍ତା ଦେବା, ଅସ୍ଥାୟୀ ୱାରଲେସ୍‌ କେନ୍ଦ୍ର କାର୍ଯ୍ୟ କରିବା, ଦୂର ସଞ୍ଚାର ସେବା ଯୋଗାଇବା, ବନ୍ୟାପ୍ରବଣ ଅଞ୍ଚଳରେ ପାୱାର ବୋଟ ମହଜୁଦ ରଖିବା ସହ ସୁଖିଲା ଖାଦ୍ୟ, ଔଷଧ, ଗୋ ଖାଦ୍ୟ, ପାନୀୟ ଜଳ, ପଲିଥିନ୍‌ ଓ ବହୁମୁଖୀ ବନ୍ୟା ବାତ୍ୟା ଆଶ୍ରୟ ସ୍ଥଳଗୁଡ଼ିକୁ ପ୍ରସ୍ତୁତ କରି ରଖିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଲୋକଙ୍କୁ ସ୍ଥାନାନ୍ତରଣ ନିମନ୍ତେ ଆଗୁଆ ଯୋଜନା ପ୍ରସ୍ତୁତ କରିବା, ଓଡ୍ରାଫ୍‌, ଏନ୍‌ଡିଆରଏଫ୍‌, ଅଗ୍ନିଶମ ବାହିନୀ ସଜାଗ ରଖିବା ଓ ଅସ୍ଥାୟୀ ଭାବେ ହେଲି ପ୍ୟାଡ ସ୍ଥାନ ନିରୂପଣ କରିବା ସ୍ଥିର କରାଯାଇଥିଲା। ରିଲିଫ୍‌ କାର୍ଯ୍ୟ ସୂଚାରୁ ରୂପେ ପରିଚାଳନା କରିବା, ଅତ୍ୟାବଶ୍ୟକ ସେବାଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କରିବା ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ ବିପର୍ଯ୍ୟୟ ପ୍ରାକ୍‌ ପ୍ରସ୍ତୁତି, ବିପର୍ଯ୍ୟୟ ସମୟରେ ପୁନରୁଦ୍ଧାର, ଥଇଥାନ ଓ ବିପର୍ଯ୍ୟୟ ପରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଓ ପରିମଳ ସେବା ଉପରେ ଅତିରିକ୍ତ ଜିଲାପାଳ ସୂଚନା ପ୍ରଦାନ କରିଥିଲେ।
କୋରେଇ ବିଧାୟକ କୋରେଇ ଏବଂ ବନ୍ଦାଳୋ ପଞ୍ଚାୟତର ବନ୍ୟାପ୍ରବଣ ଅଞ୍ଚଳ ନଦୀବନ୍ଧକୁ ପଥର ପ୍ୟାକିଂ କରିବା, ବ୍ୟାପକ ଚାରା ରୋପଣ କରି ଜିଲାରେ ପ୍ରଦୂଷଣକୁ ରୋକିବା ଓ ପରିବେଶ ସନ୍ତୁଳନ ଦିଗରେ ପ୍ରସ୍ତାବ ଆଗତ କରିଥିଲେ। ଜିଲାପାଳ ଏଥିପ୍ରତି ଧ୍ୟାନ ଦିଆଯିବ ବୋଲି ପ୍ରକାଶ କରିବା ସହ ଜିଲାରେ ବନ୍ୟା ଓ ବର୍ଷା ଜଳ ନିଷ୍କାସନ ଦିଗରେ ଆବଶ୍ୟକ ସ୍ଥଳେ ସ୍ଥାୟୀ ସମାଧାନ ନିମନ୍ତେ ଦୀର୍ଘ ମିଆଦି କାର୍ଯ୍ୟକ୍ରମ ପାଇଁ ସରକାରଙ୍କୁ ଅବଗତ କରାଯିବ ବୋଲି ଉଲ୍ଲେଖ କରିଥିଲେ।
ବିଞ୍ଝାରପୁର ବିଧାୟିକା ତାଙ୍କ ନିର୍ବାଚନମଣ୍ଡଳୀ ଅଧୀନ ଦଶରଥପୁର ଓ ବିଞ୍ଝାରପୁର ବ୍ଲକ୍‌ ଅଞ୍ଚଳ ବନ୍ୟାପ୍ରବଣ ହୋଇଥିବାରୁ ଅଧିକ ପାୱାର ବୋଟ୍‌ ପ୍ରଦାନ କରିବାକୁ ପ୍ରସ୍ତାବ ରଖିଥିଲେ। ଜିଲାପାଳ ଜିଲାରେ ୩୬ ପାୱାର ବୋଟ୍‌ ସମସ୍ତ ବ୍ଲକ୍‌କୁ ବଣ୍ଟନ କରାଯାଇଥିବା କହିଥିଲେ। ଏଥିସହିତ ଜିଲାକୁ ଅଧିକ ବୋଟ୍‌ ଯୋଗାଇ ଦେବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ଅନୁରୋଧ କରାଯିବ ବୋଲି ପ୍ରକାଶ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷାଅଧ୍ୟକ୍ଷ, ବିଡିଓ, ତହସିଲଦାର, ଅତିରିକ୍ତ ଉପଜିଲାପାଳ ମନୋରମା ଜାଲି, ଜିଲା ଜରୁରୀ ଅଧିକାରୀ ଅଶୋକ ବେହେରା, ଡେପୁଟି କଲେକ୍ଟର ସୋନମ୍‌ ଦାସ, ବିଭିନ୍ନ ଲାଇନ୍‌ ଡିପାର୍ଟମେଣ୍ଟର ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ଜିଲାସ୍ତରୀୟ ଅଧିକାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ। ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ ବେହୁରିଆ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

ମହିଳା ହକି ଟିମ୍‌ ଉପରେ ଟଙ୍କା ବର୍ଷା କଲେ ମୋହନ ସରକାର: ପ୍ରତ୍ୟେକ ଖେଳାଳିଙ୍କ ମିଳିବ…

ଭୁବନେଶ୍ୱର,୩।୧୦: ମହିଳା ହକି ଦଳ ଫାଇନାଲରେ ଚାଇନାକୁ ୧-୦ ଗୋଲରେ ହରାଇ ଦୀର୍ଘ ୪୪ ବର୍ଷ ପରେ ଏସିଆଡ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥିସହ ଦଳ…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?