କୋଭିଡ୍‌ ପରୀକ୍ଷା ବଢ଼ାଇବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୨।୧୧: ସଂକ୍ରମଣ ବଢ଼ିଚାଲିଥିବାରୁ ଏହାକୁ ନଜରରେ ରଖି କୋଭିଡ୍‌ ପରୀକ୍ଷା ବଢ଼ାଇବା ଲାଗି କେନ୍ଦ୍ର ସରକାର ଶନିବାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ୟୁରୋପ ଓ ଆମେରିକୀୟ ଦେଶଗୁଡ଼ିକରେ ଦୈନିକ ସଂକ୍ରମଣ ମାମଲା କ୍ରମାଗତ ଭାବେ ବଢ଼ିଚାଲିଛି। ଇତିମଧ୍ୟରେ ଉତ୍ତର ଭାରତର କେତେକ ରାଜ୍ୟରେ ନୂଆ ମାମଲା ସଂଖ୍ୟା ବଢ଼ିଛି। ତେଣୁ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ଲାଗି ସରକାର ପରୀକ୍ଷା ବଢ଼ାଇବାକୁ ପରାମର୍ଶ ଦେଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଭାରତରେ ଦୈନିକ ପଜିଟିଭ୍‌ ହାର୍‌ ୩.୪ ପ୍ରତିଶତକୁ ଖସିବା ପରେ ଏବେ ତାହା ୪%କୁ ଟପିଯାଇଛି। ବିଶେଷଜ୍ଞଙ୍କ ମତରେ ଆଗାମୀ ୨ ସପ୍ତାହରେ ଏହି ହାର ଯଦି ୫ ପ୍ରତିଶତ କିମ୍ବା ତା’ଠାରୁ କମ୍‌ ରୁହେ ତେବେ ସଂକ୍ରମଣ ନିୟନ୍ତ୍ରଣରେ ରହିଛି ବୋଲି କୁହାଯାଇପାରିବ। ଭାରତରେ ଦୈନିକ ୧୦ ଲକ୍ଷ କୋଭିଡ୍‌ ପରୀକ୍ଷା କରାଯାଉଛି ଓ ବର୍ତ୍ତମାନ ସୁଦ୍ଧା ୧୩ କୋଟି ଲୋକ ପରୀକ୍ଷା କରାଇଲେଣି। ଅକ୍ଟୋବର ଦ୍ୱିତୀୟ ସପ୍ତାହରୁ ଦିଲ୍ଲୀରେ ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଥିବାରୁ ସରକାରଙ୍କ ଚିନ୍ତା ବଢ଼ାଇଦେଇଛି। ଦିଲ୍ଲୀ ବ୍ୟତୀତ ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଓ ରାଜସ୍ଥାନରେ ମଧ୍ୟ ଅଧିକ ନୂଆ ମାମଲା ଆସୁଛି। ଶୁକ୍ରବାର କରୋନା ଜନିତ ମୃତ୍ୟୁସଂଖ୍ୟା ୫୬୪ ଥିଲା। ସେଥିରୁ ୮୩ ପ୍ରତିଶତ କେବଳ ୧୦ଟି ରାଜ୍ୟରେ ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ ୧୫୫ ଜଣ ପ୍ରାଣ ହରାଇଥିବାବେଳେ ଦିଲ୍ଲୀରେ ୧୧୮ ଓ ପଶ୍ଚିମବଙ୍ଗରେ ୫୦ ଜଣଙ୍କ ଜୀବନ ଯାଇଛି।

କରୋନା ଗ୍ରାମ ‘ଥୋରାଙ୍ଗ’
ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦ ଲକ୍ଷ ଟପିଥିବାବେଳେ ୧.୩୨ ଲକ୍ଷରୁ ଅଧିକ ଜୀବନ ଗଲାଣି। ସମ୍ପ୍ରତି ସଂକ୍ରମଣ ସ୍ଥିତି ସାମାନ୍ୟ କମିଥିବାବେଳେ କେତେକ ସ୍ଥାନରେ ଭୂତାଣୁ ପୁଣି ମୁଣ୍ଡ ଟେକିଛି। ଭାରତର ଏକ ଗାଁ କରୋନା କବ୍ଜାକୁ ଚାଲିଯାଇଛି। ହିମାଚଳ ପ୍ରଦେଶ ଲାହଲ ଉପତ୍ୟକାର ଥୋରାଙ୍ଗ ଗାଁର ସବୁ ଲୋକେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ଗାଁକୁ କେହି କେହି କରୋନା ଗାଁ ବୋଲି ମଧ୍ୟ କହୁଛନ୍ତି। ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କୁ ଏଠାକୁ ଆସିବା ଲାଗି ବାରଣ କରାଯାଇଛି। ରୋହତାଙ୍ଗ ଟନେଲ ଓ ଅନ୍ୟ ପର୍ଯ୍ୟଟନସ୍ଥଳୀ ବୁଲିଯିବାକୁ ମନା କରାଯାଇଛି। ଏଠାକାର ଅଞ୍ଚଳ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି।
ମନାଲି- ଲେହ ରାଜପଥ ନିକଟ ଥୋରାଙ୍ଗ ଗ୍ରାମରେ ୪୨ ଲୋକ ଅଛନ୍ତି। ଅଧିକାଂଶ ଲୋକ ଏଠାରୁ କୁଲ୍ଲୁକୁ କାମ କରିବାକୁ ଯାଇଥାନ୍ତି। ଏଠାରେ ରହୁଥିବା ୪୨ ଜଣଙ୍କ ମଧ୍ୟରୁ ୪୧ ପଜିଟିଭ୍‌ ବାହାରି ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri