Posted inଜାତୀୟ

‘ଗୋଟିଏ ପୁଅ ବଦଳରେ, ମୁଁ ଶହ ଶହ ପୁଅ ପାଇଲି’

ଲକ୍ଷ୍ନୌ,୧୫।୧୨: ଦେଶର ପ୍ରତିରକ୍ଷା କ୍ଷେତ୍ରରେ ନିୟୋଜିତ ଭାଇ ଭଉଣୀକୁ ବିଦା କରିବାର ଇଚ୍ଛା ପୂରଣ କରିବା ପୂର୍ବରୁ ଦେଶ ପାଇଁ ଶହୀଦ ହୋଇଗଲେ। ତାଙ୍କର ଅସମ୍ପୂର୍ଣ୍ଣ ଇଚ୍ଛା ପୂରଣ କରିବା ପାଇଁ ସାଥୀ ଯବାନମାନେ ପୂର୍ଣ୍ଣ ଉତ୍ସାହ ସହିତ ଶହୀଦଙ୍କ ଭଉଣୀ ବିବାହ ସମାରୋହରେ ଅଂଶଗ୍ରହଣ କରିଥିଲେ। ସେମାନେ କେବଳ ଭାଇ ପରି ବିବାହର ସମସ୍ତ ରୀତିନୀତି ପାଳନ କରି ନ ଥିଲେ, ବରଂ ପ୍ରତ୍ୟେକ ପଦକ୍ଷେପରେ ଏକାଠି ରହିବାକୁ ପ୍ରତିଜ୍ଞା କରିଥିଲେ।
ମୂଳତଃ ଡାଲମାଉର ମିରମିରାନପୁର ଗାଁର ବାସିନ୍ଦା ଶୈଳେନ୍ଦ୍ର ପ୍ରତାପ ସିଂଙ୍କ ପରିବାର ସଦସ୍ୟ ସହରର ମଲିକମାଉରେ ରହୁଥିଲେ। ୫ ଅକ୍ଟୋବର ୨୦୨୦ରେ ଶ୍ରୀନଗରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶୈଳେନ୍ଦ୍ର ଶହୀଦ ହୋଇଥିଲେ। ଏହି ଘଟଣା ପୂର୍ବରୁ ସେ ପରିବାର ସଦସ୍ୟଙ୍କୁ ଫୋନ କରି କହିଥିଲେ ଯେ, ସେ ତାଙ୍କ ଭଉଣୀକୁ ବିବାହ କରିବାକୁ ଆସିବେ। କିନ୍ତୁ ଏହା ପୂର୍ବରୁ ସେ ଶହୀଦ ହୋଇଥିଲେ। ଡିସେମ୍ବର ୧୩ରେ ଶୈଳେନ୍ଦ୍ରଙ୍କ ଭଉଣୀ ଜ୍ୟୋତିଙ୍କ ବିବାହ ହୋଇଥିଲା। ପିତା ନରେନ୍ଦ୍ର ବାହାଦୂର ସିଂ ଝିଅର ବିବାହ ପାଇଁ ସମସ୍ତ ପ୍ରସ୍ତୁତି କରିଥିଲେ। ଶୈଳେନ୍ଦ୍ରଙ୍କ ଅଭାବ ପରିବାରର ଚିନ୍ତା ଥିଲା। ସା ହେବା ବେଳକୁ ହଠାତ୍‌ ବିବାହ ସମାରୋହର ପରିବେଶ ବଦଳିଗଲା। ୟୁନିଫର୍ମରେ ଥିବା ପ୍ରାୟ ଦଶ ଜଣ ସିଆର୍‌ପିଏଫ୍‌ କର୍ମଚାରୀ ବିବାହ ମଣ୍ଡପରେ ପହଞ୍ଚିଥିଲେ। ପ୍ରଥମେ ସେ ତାଙ୍କ ମାତାପିତାଙ୍କୁ ଏବଂ ପରେ ସମସ୍ତ ତିନି ଭଉଣୀଙ୍କୁ ଭେଟିଥିଲେ। ସମାରୋହରେ, ଭାଇ ପରି ଠିଆ ହୋଇ ପ୍ରତ୍ୟେକ ଦାୟିତ୍ୱ ତୁଲାଇଥିଲେ। ଜ୍ୟୋତି ବିଦା ହେବାପରେ ସମସ୍ତେ ଫେରି ଆସିଥିଲେ। ଏହାପରେ ନରେନ୍ଦ୍ର ବାହାଦୂର ସିଂ କୁହିଛନ୍ତି,ଗୋଟିଏ ପୁଅ ବଦଳରେ ମୁଁ ଶହ ଶହ ପୁଅ ପାଇଲି। ଝିଅର ବିବାହରେ ଆସିବା ଏବଂ ଭାଇ ପରି ଦାୟିତ୍ୱ ଗୁଡିକ ପୂରଣ କରିବା ଆମେ କେବେବି ଭୁଲି ପାରିବୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ

ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ...

ଓବିସିରେ ସାମିଲ ହେଲେ ମୁସଲମାନ

ବେଙ୍ଗାଲୁରୁ,୨୪।୪: ସଂରକ୍ଷଣର ସୁବିଧା ଯୋଗାଇବା ପାଇଁ କର୍ନାଟକ ସରକାର ମୁସଲମାନମାନଙ୍କୁ ପଛୁଆ ଶ୍ରେଣୀ (ଓବିସି) ରେ ଅନ୍ତର୍ଭୁକ୍ତ କରିଛନ୍ତି। ଜାତୀୟ ପଛୁଆ ଆୟୋଗ ଏକ ପ୍ରେସ...

ମନିଷ ସିସୋଡିଆଙ୍କୁ ପୁଣି ଝଟ୍‌କା

ନୂଆଦିଲ୍ଲୀ,୨୪।୪: ଦିଲ୍ଲୀ ଲିକର୍‌ ପଲିସି ସହ ଜଡିତ ସିବିଆଇ ମାମଲାରେ ବର୍ତ୍ତମାନ ଚାର୍ଜସିଟ ନକରିବାକୁ ଦାବି କରି ରାଉଜ ଆଭେନ୍ୟୁ କୋର୍ଟ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିରୁ...

ମଙ୍ଗଳ ସୂତ୍ର ପରେ ଉତ୍ତରାଧିକାର ଟ୍ୟାଙ୍କ ଲଢେଇ, ପିଟ୍ରୋଡାଙ୍କ ବୟାନକୁ ନେଇ ଭାଜପା ଖପ୍ପା, ଜବାବ ରଖିଲା କଂଗ୍ରେସ

ନୂଆଦିଲ୍ଲୀ, ୨୪।୪: ଲୋକ ସଭା ନିର୍ବାଚନକୁ ନେଇ ରାଜନ୍ରେତିକ ମାହୋଲ ବେଶ ସରଗରମ ରହିଛି। କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ବିବୃତ୍ତିକୁ ଭାଜପା ଟାର୍ଗେଟ କଲାବେଳେ...

‘କଂଗ୍ରେସର ଲୁଟ ଜିନ୍ଦେଗିକେ ସାଥ ଭି, ଜିନ୍ଦେଗିକେ ବାଦ ଭି’, ପିଟ୍ରୋଡାଙ୍କ ବୟାନକୁ ନେଇ ମୋଦିଙ୍କ ଜବାବ

ନୂଆଦିଲ୍ଲୀ, ୨୪।୪: କଂଗ୍ରେସର ବରିଷ୍ଠ ନେତା ସାମ ପିଟ୍ରୋଡାଙ୍କ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଜବାବ ରଖିଛନ୍ତି। ବୁଧବାର (ଏପ୍ରିଲ ୨୪, ୨୦୨୪)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri