Posted inଜାତୀୟ

ଯୁଦ୍ଧରୁ ଅସ୍ଥିରତା, ଅର୍ଥପୀଡ଼ା

ନୂଆଦିଲ୍ଲୀ,୧୧ା୧୦ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଇସ୍ରାଏଲ-ପାଲେଷ୍ଟାଇନ୍‌ ମଧ୍ୟରେ ଅନେକ ଦଶନ୍ଧି ଧରି କୁହୁଳୁଥିବା ଅସନ୍ତୋଷର ନିଅଁା ୨୦୨୩ ଅକ୍ଟୋବର ୬ରେ ହୁ ହୁ ଜଳିଉଠିଥିଲା। ଗାଜା ଶାସକ ହମାସ୍‌ ୨୦ ମିନିଟ୍‌ ମଧ୍ୟରେ ଇସ୍ରାଏଲ ଉପରେ ୫ ହଜାରରୁ ଊର୍ଦ୍ଧ୍ୱ ରକେଟ ମାଡ଼ କରିଥିଲା। ଇରାନ୍‌ ସମର୍ଥତ୍ତ ହମାସ୍‌ ଆତଙ୍କବାଦୀଙ୍କ ମୂଳପୋଛ ପାଇଁ ପଣ କରିଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ବିଧିବଦ୍ଧ ଯୁଦ୍ଧର ନିର୍ଦ୍ଦେଶ ଦେଲେ। ଏହି ଯୁଦ୍ଧରେ ଉଭୟ ପକ୍ଷର ପ୍ରାୟ ୨ ହଜାର ଲୋକ ନିହତ ହେଲେଣି। ଜାତିସଂଘର ଏକ ରିପୋର୍ଟ ଅନୁସାରେ ଗାଜାରୁ ପ୍ରାୟ ୨ ଲକ୍ଷ ବିସ୍ଥାପିତ ହୋଇଛନ୍ତି, ଯାହାକି ୨୦୧୪ ପରେ ସର୍ବାଧିକ। ୟୁଏନ୍‌ କୋଅର୍ଡିନେଶନ୍‌ ଅଫ୍‌ ହ୍ୟୁମାନିଟାରିଆନ୍‌ ଆଫେୟାର୍ସ ଅଫିସ ତଥ୍ୟାନୁସାରେ, ସୋମବାର ସୁଦ୍ଧା ଗାଜାରୁ ୧୮୭,୫୧୮ ଲୋକଙ୍କୁ ସେମାନଙ୍କ ଘରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ୟୁଏନ୍‌ଆର୍‌ଡବ୍ଲ୍ୟୁଏର ୮୩ ସ୍କୁଲରେ ୧୩୭,୪୨୭ ଶରଣାର୍ଥୀ ଆଶ୍ରୟ ନେଇଛନ୍ତି। ଯୁଦ୍ଧର ଚତୁର୍ଥ ଦିନ ଇସ୍ରାଏଲ ପକ୍ଷରୁ ଗାଜାକୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନର ବାଟ ବନ୍ଦ କରାଯିବା ଏବଂ ଆକାଶମାର୍ଗରୁ ତୁହାକୁ ତୁହା ଏୟାରଷ୍ଟ୍ରାଇକ୍‌ ହମାସ୍‌ ବିଦ୍ରୋହୀଙ୍କୁ ଆହୁରି ରକ୍ତମୁଖା କରିଦେଇଛି। ଏହି ସଂଘର୍ଷ କେବଳ ସମ୍ପୃକ୍ତ କ୍ଷେତ୍ରରେ ମାନବୀୟ ସଙ୍କଟ ସୃଷ୍ଟି କରିନାହିଁ, ବରଂ ସାରା ବିଶ୍ୱରେ ଏକ ସମ୍ଭାବ୍ୟ ଆର୍ଥିକ ସଂଘାତର କାରଣ ପାଲଟିଛି। ଏହାକୁ ଦେଖି ମଙ୍ଗଳବାର ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ମଧ୍ୟ ସତର୍କ କରାଇଛି। ଆଇଏମ୍‌ଏଫ୍‌ ଅନୁସାରେ ଅନ୍ତର୍ଜାତୀୟ ସ୍ତରରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଉଚ୍ଚ ସୁଧହାର ଲଗାଯିବା, ୟୁକ୍ରେନ୍‌ ଯୁଦ୍ଧ ଲମ୍ବିଚାଲିବା ଏବଂ ଭୂରାଜନୈତିକ ଫାଟର ବ୍ୟବଧାନ ବଢ଼ିବା ଯୋଗୁ ବିଶ୍ୱ ଅର୍ଥନୀତି ଗତିଶୀଳତା ହରାଇସାରିଛି। ଚଳିତବର୍ଷ ବୈଶ୍ୱିକ ଆର୍ଥିକ ଅଭିବୃଦ୍ଧି ୩% ଥିବାବେଳେ ୨୦୨୪ରେ ଏହା ୨.୯%କୁ ଖସିବ। ମଧ୍ୟପ୍ରାଚ୍ୟରେ ନୂଆ ଯୁଦ୍ଧ ଲମ୍ବିଚାଲିଥିଲେ ନୀତି ନିର୍ଦ୍ଧାରକମାନଙ୍କ ଯୋଜନା ସଫଳ ହୋଇ ନ ପାରେ। ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବାଙ୍ଗାଙ୍କ ମତରେ ବର୍ତ୍ତମାନ ଅର୍ଥନୀତିଗୁଡ଼ିକ ପାଇଁ ଭଙ୍ଗୁର ସ୍ଥିତି ରହିଛି। ଯୁଦ୍ଧ ଜାରି ରହିଲେ ସୁଧହାର ହ୍ରାସ ପାଇଁ ଚିନ୍ତା କରୁଥିବା କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସକାଶେ ଆହ୍ବାନ ସୃଷ୍ଟି ହେବ। ମୁଦ୍ରାସ୍ପୀତି ନିୟନ୍ତ୍ରଣ ଓ ମାନ୍ଦାବସ୍ଥାକୁ ଏଡ଼ାଇବା କଷ୍ଟକର ହୋଇପଡ଼ିବ। ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ୟୁକ୍ରେନ୍‌ ଯୁଦ୍ଧ ଭଳି ସୁଦୂରପ୍ରସାରୀ ହୋଇ ନ ପାରେ। କିନ୍ତୁ ସଦ୍ୟ ସଂଘର୍ଷ ଯୋଗୁ ତୈଳ ଓ ଖାଦ୍ୟ ଦର ବଢ଼ିଛି। ଲଣ୍ଡନ୍‌ ବିଜନେସ୍‌ ସ୍କୁଲ ପ୍ରଫେସର ତଥା ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କର ପୂର୍ବତନ ମହାନିର୍ଦ୍ଦେଶକ ଲୁକ୍ରେଜିଆ ରିଚ୍‌ଲିନ୍‌ କହିଛନ୍ତି, ତୈଳ ଦର ବଢ଼ିଲେ ଆମେରିକାର ଫେଡେରାଲ ରିଜର୍ଭ ଓ ଅନ୍ୟ ସେଣ୍ଟ୍ରାଲ ବ୍ୟାଙ୍କଗୁଡ଼ିକ ରେପୋ ରେଟ୍‌ ବଢ଼ାଇବାକୁ ବାଧ୍ୟହେବେ। କାରଣ ଶକ୍ତି କ୍ଷେତ୍ରରେ ଅନେକ ଦେଶ ଉଭୟ ରୁଷିଆ ଓ ମଧ୍ୟପ୍ରାଚ୍ୟ ଉପରେ ନିର୍ଭରଶୀଳ।
ଯୁଦ୍ଧ ଲମ୍ବିଲେ ଇରାନ ଓ ସାଉଦି ଆରବ ଭଳି ପ୍ରମୁଖ ତୈଳ ଉତ୍ପାଦନକାରୀ ରାଷ୍ଟ୍ରରୁ ହୋର୍ମୁଜ, ବବ୍‌-ଏଲ୍‌-ମାଣ୍ଡବ ଓ ସୁଏଜ୍‌ କେନାଲ ଦେଇ ଇନ୍ଧନ ପରିବହନ ବାଧାପ୍ରାପ୍ତ ହେବ। ଏହାଦ୍ୱାରା ଅଏଲ୍‌ ଏବଂ ଇକ୍ୱିଟି ମାର୍କେଟ ପ୍ରଭାବିତ ହେବ ବୋଲି ବ୍ୟାଙ୍କ ଅଫ୍‌ ଇଣ୍ଟରନ୍ୟାଶନାଲ ସେଟଲମେଣ୍ଟ୍‌ସ ଜେନେରାଲ ମ୍ୟାନେଜର ଅଗଷ୍ଟିନ୍‌ କାର୍ଷେନ୍ସ କହିଛନ୍ତି। ଯୁଦ୍ଧ, ଆର୍ଥିକ ଅସ୍ଥିରତା, ସଙ୍କଟ ଓ ସଂଘର୍ଷ ସମୟରେ ୟୁଏସ୍‌ ଟ୍ରେଜେରିକୁ ସୁରକ୍ଷିତ ମନେକରାଯାଇଥାଏ। ସୁଧହାର ହ୍ରାସ ଖାଉଟି ଓ ବ୍ୟବସାୟିକ ସଂସ୍ଥାଗୁଡ଼ିକ ପାଇଁ ଆଶ୍ୱସ୍ତି ଆଣିଦେଇପାରେ। କିନ୍ତୁ ସଦ୍ୟ ଯୁଦ୍ଧ ଯୋଗୁ ଆମେରିକୀୟ ବଣ୍ଡ୍‌ ପ୍ରାଇସ୍‌ ବଢ଼ିବାରେ ଲାଗିଛି, ଯାହାକି ଏକ ଅଶୁଭ ସଙ୍କେତ। ଅନ୍ୟପକ୍ଷେ ଆମେରିକା ଟ୍ରେଜେରି ସେକ୍ରେଟାରି ଜନେଟ୍‌ ଏଲ୍‌. ୟେଲେନ୍‌ କହିଛନ୍ତି, ଏଭଳି ଜଟିଳ ଆର୍ଥିକ ଚ୍ୟାଲେଞ୍ଜର ସମାଧାନ ଦିଗରେ ଚାଇନା ବଡ଼ ଭୂମିକା ନେଇପାରେ। ତେବେ ନୂଆ ଆହ୍ବାନ ଆମେରିକା ଉପରେ ମାନ୍ଦାବସ୍ଥା ବଡ଼ ବୋଝ ସାଜିବ ନ ପାରେ। ତେବେ ହମାସ ସମର୍ଥନରେ ବାହାରିଥିବା ଇରାନ ଓ ମଧ୍ୟପ୍ରାଚ୍ୟ ଏହି ଯୁଦ୍ଧରେ ପ୍ରତ୍ୟକ୍ଷ ଭାବେ ସାମିଲ ହେଲେ ଅବସ୍ଥା ଆହୁରି ଅସମ୍ଭାଳ ହୋଇପଡ଼ିବ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri