Posted inଖେଳ

ଟିମ୍‌ଇଣ୍ଡିଆରେ ସ୍ଥାନ ପକ୍କା କରିବା ପାଇଁ ଚୁପଚାପ କରୁଛନ୍ତି ଏହି କାମ: କୋଚ କରିଦେଲେ…

ନୂଆଦିଲ୍ଲୀ,୩୧।୧୦: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ କେବଳ ବ୍ୟାଟିଂ ନୁହେଁ, ବୋଲିଂରେ ମଧ୍ୟ ନିଜ ଦକ୍ଷତା ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି। ମାତ୍ର ୧୫ ବର୍ଷ ବୟସରେ ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ଚର୍ଚ୍ଚାରେ ଥିବା ଏହି ଯୁବ ଖେଳାଳି ଏବେ ଚୁପଚାପ ନିଜ ବୋଲିଂ ଦକ୍ଷତାକୁ ଶାଣିତ କରିବାରେ ଲାଗିଛନ୍ତି। ଟିମ ଇଣ୍ଡିଆର ସ୍ପିନ ବୋଲିଂ କୋଚ ସାଇରାଜ ବାହୁତୁଲେ ଏହି ଖୁଲାସା କରିଛନ୍ତି।

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ପୂର୍ବରୁ ବୈଭବଙ୍କୁ ପ୍ଲେଇଂ ଇଲେଭେନ୍‌ରୁ ବାଦ ଦିଆଯିବା ନେଇ ଚର୍ଚ୍ଚା ହୋଇଥିଲା। ଇଶାନ କିଶନ ଆହତ ହେବା ପରେ ତାଙ୍କୁ ଦ୍ୱିତୀୟ ଓ ତୃତୀୟ ଟି-୨୦ରେ ଖେଳିବାର ସୁଯୋଗ ମିଳିଥିଲା। ୱେଲିଂଟନ୍‌ରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍‌ରେ ସେ ଅଭିଷେକ ଶର୍ମାଙ୍କ ସହ ମିଶି ମାତ୍ର ୬ ଓଭରରେ ୧୦୦ରୁ ଅଧିକ ରନ ଯୋଡ଼ିଥିଲେ। ତେବେ ଏତେ ଭଲ ପ୍ରଦର୍ଶନ ସତ୍ତ୍ୱେ ପରବର୍ତ୍ତୀ ମ୍ୟାଚ୍‌ରେ ତାଙ୍କୁ ସୁଯୋଗ ମିଳି ନ ଥିଲା। ଦଳରେ ଅନେକ ଅଭିଜ୍ଞ ଖେଳାଳି ଥିବାରୁ ପ୍ଲେଇଂ ଇଲେଭେନ୍‌ରେ ସ୍ଥାନ ପାଇବାକୁ କଡ଼ା ପ୍ରତିଯୋଗିତା ରହିଛି।

ସାଇରାଜ ବାହୁତୁଲେ କହିଛନ୍ତି, ବୈଭବ ନିଜ ବୋଲିଂକୁ ନେଇ ବେଶ ଉତ୍ସାହିତ ଏବଂ ନିୟମିତ ଭାବେ ଅଭ୍ୟାସ କରୁଛନ୍ତି। ଏହି ଦକ୍ଷତାକୁ ଆହୁରି ଉନ୍ନତ କରିବା ପାଇଁ ସେ ପରଦା ପଛରେ କଠିନ ପରିଶ୍ରମ କରୁଛନ୍ତି। ଏଥିପାଇଁ ଆହୁରି କିଛି ସମୟ ଲାଗିବ। ତେବେ ଯଦି ବୈଭବ ଟି-୨୦ ମ୍ୟାଚ୍‌ରେ ଗୋଟିଏ କିମ୍ବା ଦୁଇଟି ଓଭର ବୋଲିଂ କରିପାରନ୍ତି, ତେବେ ଏହା ଦଳ ପାଇଁ ବେଶ ଲାଭଦାୟକ ହେବ। ଦଳରେ ଅନେକ ଅଭିଜ୍ଞ ଖେଳାଳି ଅଛନ୍ତି ଏବଂ ସେମାନଙ୍କୁ ମଧ୍ୟ ଉପଯୁକ୍ତ ସୁଯୋଗ ମିଳିବା ଦରକାର। ତେଣୁ ବୈଭବଙ୍କୁ ବୋଲିଂରେ ପ୍ରସ୍ତୁତ ହେବା ପାଇଁ ଆଉ କିଛି ସମୟ ଦେବାକୁ ପଡ଼ିବ।

ଅନ୍ୟପଟେ ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟି-୨୦ରେ ଭାରତୀୟ ଦଳକୁ ୮୭ ରନ୍‌ରେ ପରାଜୟ ବରଣ କରିବାକୁ ପଡ଼ିଛି। ଖ୍ରୀଷ୍ଟଚର୍ଚ୍ଚର ହାଗ୍‌ଲି ଓଭାଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୦ ଓଭରରେ ୭ ଉଇକେଟ ହରାଇ ୨୫୯ ରନ କରିଥିଲା। ଜବାବରେ ଭାରତୀୟ ଦଳ ୨୦ ଓଭରରେ ୯ ଉଇକେଟ ହରାଇ ମାତ୍ର ୧୭୨ ରନ କରିପାରିଥିଲା। ଫଳରେ ନ୍ୟୁଜିଲାଣ୍ଡ ୮୭ ରନ୍‌ର ବଡ଼ ବିଜୟ ହାସଲ କରିଥିଲା।

ବର୍ତ୍ତମାନ ବୈଭବଙ୍କ ବୋଲିଂ ଅଭ୍ୟାସକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ଯଦି ସେ ବ୍ୟାଟିଂ ସହ ବୋଲିଂରେ ମଧ୍ୟ ନିଜକୁ ପ୍ରମାଣିତ କରନ୍ତି, ତେବେ ଭାରତୀୟ ଦଳ ପାଇଁ ଜଣେ ଉପଯୋଗୀ ଅଲରାଉଣ୍ଡର ଭାବେ ଉଭା ହୋଇପାରନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସେମିଫାଇନାଲ ସ୍ବପ୍ନ ଚୂର୍‌ମାର: ଟୁର୍ନାମେଣ୍ଟରୁ ବିଦାୟ ନେଲେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ,୩୧।୧୦: ହଂକଂ ସୁପର ସିକ୍ସେସ ୨୦୨୬ରେ ଭାରତୀୟ ଦଳର ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ରହିଛି। ଦଳର ପ୍ରଦର୍ଶନ କେତେ ଖରାପ ଥିଲା, ତାହା ଏଥିରୁ ଅନୁମାନ କରାଯାଇପାରେ…

ପୁଣି ଆସୁଛି ବାତ୍ୟା! ୬ ଘଣ୍ଟାରେ ଅବପାତ, ୨୪ ଘଣ୍ଟାରେ ନେଇପାରେ ବାତ୍ୟାର ରୂପ

ଭୁବନେଶ୍ୱର,୩୧।୧୦: ପୁଣି ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ଦେଖାଯାଇଛି। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଉପରେ କେନ୍ଦ୍ରୀଭୂତ ଆଉଏକ ଲଘୁଚାପ ବଙ୍ଗୋପସାଗରରେ ଅବପାତରେ…

ଏହି ଦିନ ବଜାରକୁ ଆସିବ ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍‌: RBIର କଲା ଘୋଷଣା!

ନୂଆଦିଲ୍ଲୀ,୩୧।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ୨୦୨୭ ଏପ୍ରିଲ ୧ ତାରିଖରୁ ୧୦ ଓ ୨୦ ଟଙ୍କିଆ ନୂଆ ପଲିମର (ପ୍ଲାଷ୍ଟିକ) ନୋଟ୍‌ର ପାଇଲଟ ପ୍ରୋଜେକ୍ଟ ବା…

UAEଠାରୁ ହାରିଲା ଭାରତ: ନିରାଶାଜନକ ପ୍ରଦର୍ଶନ ଜାରି

ନୂଆଦିଲ୍ଲୀ,୩୧।୧୦: ହଂକଂ ସିକ୍ସ ଟୁର୍ନାମେଣ୍ଟରେ ଟିମ ଇଣ୍ଡିଆର ନିରାଶାଜନକ ପ୍ରଦର୍ଶନ ଜାରି ରହିଛି। UAE ବିପକ୍ଷ ମ୍ୟାଚ୍‌ରେ ଭାରତ ୬ ଉଇକେଟ୍‌ରେ ପରାସ୍ତ ହୋଇଛି। ଏହା ସହିତ…

ଗଞ୍ଜାମ ବନ୍ୟାରେ ମାନବିକତାର ପରିଚୟ ଦେଲେ ଏନଏସଏସ ସ୍ବେଚ୍ଛାସେବୀ

ଭଞ୍ଜନଗର, ୩୧।୧୦(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନଏସଏସ) କୋ-ୟୁନିଟ୍‌ର…

BCCIର ବଡ଼ ଘୋଷଣା: ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ବଦଳିଲା ଟିମ ଇଣ୍ଡିଆ, ଏମାନେ ପଡିଲେ ବାଦ୍‌, ଏହି ଖେଳାଳିଙ୍କୁ ସୁଯୋଗ

ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳରେ ଆକିବ ନବୀଙ୍କ ଏଣ୍ଟ୍ରି ହୋଇଛି। BCCI ପୁଣି ଥରେ ଟିମ ଇଣ୍ଡିଆରେ ପରିବର୍ତ୍ତନ କରିଛି। ପୂର୍ବରୁ…

ବିଦ୍ୟୁତ ଉପଭୋକ୍ତାଙ୍କୁ ଝଟ୍‌କା! ନଭେମ୍ୱର ୧ରୁ ବଢିବ ଇଲେକ୍ଟ୍ରି ବିଲ୍‌, ପ୍ରତି କିଲୋଓ଼୍ବାଟ୍‌ ପିଛା ଲାଗିବ…

ନୂଆଦିଲ୍ଲୀ,୩୧।୧୦: ରାଜ୍ୟରେ ବିଜୁଳି ସଂଯୋଗ (Electricity Connection) ମହଙ୍ଗା ହୋଇଯାଇଛି ଏବଂ ନଭେମ୍ୱର ୧ ରୁ ନୂଆ ଦର ଲାଗୁ ହେବ। ନୂଆ ବିଜୁଳି ସଂଯୋଗ ପାଇଁ…

ଧରିତ୍ରୀ ପ୍ରଭାବ: ୨୪ ଦିନ ପରେ ଖୋଲିଲା ହାତୀଲିମୁଣ୍ଡା ୟୁପି ସ୍କୁଲ

ଅମରପାଲି,୩୧ା୧୦(ପୀତାମ୍ବର ସାହୁ):ଶେଷରେ ଅଭିଭାବକଙ୍କ ଦାବି ପୂରଣ ହେବା ସହ ୨୪ ଦିନ ପରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଳପଦର କ୍ଲଷ୍ଟର ଅନ୍ତର୍ଗତ ହାତୀଲିମୁଣ୍ଡା ଉଚ୍ଚ ପ୍ରାଥମିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?