ଟଙ୍କା ବ୍ୟାଗ୍‌ରେ ‘ଇନ୍ସପେକ୍ଟର ତିଓ୍ବାରୀ’

ବଲାଙ୍ଗୀର, ୧୦ା୧୨ (ବୀରେନ୍ଦ୍ର କୁମାର ଝାଙ୍କର): ମଦ ସାମ୍ରାଜ୍ୟ ଉପରେ ଆୟକର (ଆଇଟି) ବିଭାଗ ପକ୍ଷରୁ ଶନିବାର ଚତୁର୍ଥ ଦିନ ଧରି ମାରାଥନ୍‌ ଚଢ଼ାଉ ଜାରିରହିଛି। ବଲାଙ୍ଗୀର ସୁଦପଡ଼ା ମଦଭାଟିରୁ ଜବତ ଏକ ପଲିଥିନ୍‌ ପ୍ୟାକେଟ୍‌ରେ ୫ ଲକ୍ଷ ଟଙ୍କା ରହିଛି। ଉକ୍ତ ବ୍ୟାଗ୍‌ରେ ‘ଇନ୍ସପେକ୍ଟର ତିୱାରୀ’ ଲେଖାହୋଇଥିବା ପ୍ରଘଟ ହେବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ତିୱାରୀ ବାସ୍ତବରେ କେଉଁ ବିଭାଗର ଇନ୍ସପେକ୍ଟର ତାହା ସ୍ପଷ୍ଟ ହୋଇ ନ ଥିବାରୁ ବାବୁ ଜଣକ କିଏ ଏବଂ ସୁଦପଡ଼ା ମଦଭାଟି ସହ ତାଙ୍କର କ’ଣ ସମ୍ପର୍କ ରହିଛି, ତାକୁ ନେଇ ସାଧାରଣରେ ପ୍ରଶ୍ନ ହେଉଛି। କିଛିବର୍ଷ ତଳେ ଅବକାରୀ ବିଭାଗରେ ଉପ ଅଧୀକ୍ଷକ ର଼୍ୟାଙ୍କର ଜଣେ ତିୱାରୀ ବାବୁ ଥିଲେ। ତେବେ ସେ ଜିଲାରୁ କେବେଠୁ ଅନ୍ୟତ୍ର ବଦଳି ହୋଇଯାଇଛନ୍ତି। ଏହାବାଦ୍‌ ତିୱାରୀ ସାଙ୍ଗିଆଧାରୀ ଜଣେ ପୋଲିସ ବାବୁ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି।
ବଲାଙ୍ଗୀର ମଦଭାଟିରୁ ଅନେକ ଶହ କୋଟି ଟଙ୍କା ଜବତ ଘଟଣା କେବଳ ରାଜ୍ୟ ନୁହେଁ, ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ରାଜନେତା, ପଦାଧିକାରୀମାନେ ମଧ୍ୟ ନାନା ମନ୍ତବ୍ୟ ଦେଉଛନ୍ତି। ଏତେ ମାତ୍ରାରେ ଜବତ ଟଙ୍କା କାହାର ଏବଂ କେଉଁ ଉଦ୍ଦେଶ୍ୟରେ ମଦଭାଟିରେ ଗଚ୍ଛିତ ରହିଥିଲା, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ବଲାଙ୍ଗୀରସ୍ଥିତ କ୍ଷେତ୍ରୀୟ ବ୍ୟବସାୟିକ କାର୍ଯ୍ୟାଳୟର ପରିଚାଳକ ଭଗତ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ବଲାଙ୍ଗୀର ଏସ୍‌ବିଆଇ ଶାଖାକୁ ଆଇଟି ବିଭାଗ ବିଭିନ୍ନ ସ୍ଥାନରୁ ଟଙ୍କାଭର୍ତ୍ତି ୧୭୬ଟି ବ୍ୟାଗ୍‌ ଆଣି ପହଞ୍ଚାଇଥିଲା। ଶନିବାର ପୂର୍ବାହ୍ନ ୧୦ଟାରୁ ୫୦ଟି ମେଶିନରେ ୫୦ ଜଣ କର୍ମଚାରୀ ଟଙ୍କା ଗଣିବା ଆରମ୍ଭ କରିଥିଲେ। ସନ୍ଧ୍ୟା ସୁଦ୍ଧା ସେଥିରୁ ୧୦୨ଟି ବ୍ୟାଗ୍‌ର ଟଙ୍କା ଗଣତି ସାରିଛି। ତେବେ ଗଣତି ହୋଇଥିବା ଟଙ୍କାର ପରିମାଣ କେତେ ତାହା ବେହେରା କହି ନ ଥିବାବେଳେ ଏହା ୧୦୦ କୋଟି ଟପିଯାଇଥିବା କୁହାଯାଉଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୪୦ଟି ବ୍ୟାଗ୍‌ରୁ ୪୬ କୋଟି ଟଙ୍କା ଗଣତି ହୋଇପାରିିଥିଲା। ରାତିରେ ଆୟକର ବିଭାଗ ମଦଭାଟି

ମ୍ୟାନେଜର ବଣ୍ଟି ସାହୁଙ୍କ ସୁଦପଡ଼ା ଭଡାଘରେ ଚଢ଼ାଉ କରିବାରୁ ୧୯ଟି ବ୍ୟାଗ ଭର୍ତ୍ତି ଟଙ୍କା ମିଳିଥିଲା। ଏହା ୫୦ କୋଟି ଟଙ୍କା ହୋଇଥିବା ଅନୁମାନ କରାଯାଇଥିଲା। ପୂର୍ବରୁ ୧୫୭ଟି ବ୍ୟାଗ୍‌ ଟଙ୍କା ଜବତ କରାଯାଇଥିଲା। ବ୍ୟାଙ୍କ କ୍ଷେତ୍ରୀୟ ପରିଚାଳକ ବେହେରା କହିଛନ୍ତି ଯେ, ଏବେବି ତାଙ୍କ ପାଖରେ ୭୪ଟି ବ୍ୟାଗ୍‌ରେ ଟଙ୍କା ଗଣତି ପାଇଁ ରହିଛି। ରବିବାର ସେଗୁଡ଼ିକୁ ଗଣାଯିବ। ଶନିବାର ଓ ରବିବାର ବ୍ୟାଙ୍କ ଛୁଟି ଥିବାରୁ ଟଙ୍କା ଗଣତି କାର୍ଯ୍ୟ ତ୍ୱରାନ୍ବିତ କରାଯାଇଥିଲା। ବଲାଙ୍ଗୀର ଆଖପାଖ ଚୁଡାପାଲି, ପାଟଣାଗଡ଼, ଲୋଇସିଂହା ଓ ଅନ୍ୟ ବ୍ୟାଙ୍କରେ ଥିବା ପ୍ରାୟ ୫୦ଟି ଟଙ୍କା ଗଣତି ମେଶିନ ବଲାଙ୍ଗୀର ଏସ୍‌ବିଆଇ ମୁଖ୍ୟ ଶାଖାକୁ ଅଣାଯାଇଥିଲା।
ଶନିବାର ବ୍ୟାଙ୍କ ପରିସରରୁ କଡ଼ା ସୁରକ୍ଷା ଭିତରେ ଭାଟି ମ୍ୟାନେଜର ବଣ୍ଟି ସାହୁଙ୍କୁ ପୁଣି ଥରେ ସୁଦପଡ଼ା ଭାଟି ଓ ତାଙ୍କ ଭଡ଼ାଘରକୁ ନିଆଯାଇଥିଲା। ସେଠାରେ ତାଙ୍କୁ ମାରାଥନ୍‌ ଜେରା କରି ଆଉ କେଉଁଠି ଟଙ୍କା ରହିଛି କହିବାକୁ କୁହାଯାଇଥିଲା। ମିଳିଥିବା ସୂଚନା ମୁତାବକ ସୁଦପଡ଼ା ଭାଟିରେ ଥିବା ଏକ ଲକରକୁ ଶନିବାର ଆୟକର ବିଭାଗ ଖୋଲିବାକୁ ଚେଷ୍ଟା କରିଥିଲା। ଲକରରେ କେବଳ ଟଙ୍କା ରହିଛି ନା ସୁନାରୁପା ରହିଛି ତାହା ସ୍ପଷ୍ଟ ହେଉନାହିଁ। ଅପରାହ୍ଣରେ ବଲାଙ୍ଗୀର ଅବକାରୀ ଅଧୀକ୍ଷକ ସୀତାକାନ୍ତ ମୁଦୁଲି ସୁଦପଡ଼ା ମଦଭାଟିକୁ ଯାଇଥିଲେ। ଭାଟିରେ କେତେ ପରିମାଣର ମଦ ତିଆରି କରିବା କ୍ଷମତା ରହିଛି, କେତେ ମହୁଲ ରଖିପାରିବା ଅନୁମତି ରହିଛି, କେତେ ପରିମାଣର ମହୁଲରୁ କେତେ ପରିମାଣ ମଦ ତିଆରି ହୁଏ ଏବଂ ଏହାର ମୂଲ୍ୟ କେତେ ତାକୁ ନେଇ ଆୟକର ବିଭାଗ ଅଧିକାରୀମାନେ ଅବକାରୀ ଅଧୀକ୍ଷକଙ୍କଠାରୁ ସୂଚନା ମାଗିଥିଲେ। ସବୁତକ ସୂଚନା ଦେବା ପରେ ଅଧୀକ୍ଷକ ସେଠାରୁ ଆସିଥିଲେ।
ଅନ୍ୟପକ୍ଷରେ ଆୟକର ବିଭାଗ ପକ୍ଷରୁ ଶନିବାର ଟିଟିଲାଗଡ଼ ମଦଭାଟିରେ ପୁଣି ଥରେ ଚଢ଼ାଉ କରାଯାଇଛି। ସେଠାରେ ବାସ୍ତବରେ କେତେ ଟଙ୍କା ମିଳିଛି ଜଣାପଡୁନାହିଁ। ମଦ ବ୍ୟବସାୟୀ ସଞ୍ଜୟ ସାହୁ ଓ ଦୀପକ ସାହୁଙ୍କ ପତ୍ତା ମିଳୁ ନ ଥିବାରୁ ସେମାନେ ଫେରାର ହୋଇଥିବା ଚର୍ଚ୍ଚା ହେଉଛି। ଟଙ୍କା ଯାଞ୍ଚ କରିବାକୁ ହାଇଦ୍ରାବାଦ୍‌ରୁ ଏକ ବିଶେଷଜ୍ଞ ଦଳ ବଲାଙ୍ଗୀର ଆସୁଥିବା କୁହାଯାଉଛି। ସିଆଇଏସ୍‌ଏଫ୍‌ର ୪୦ ଜଣ ସୁରକ୍ଷା କର୍ମଚାରୀ ଏହି ଅଭିଯାନରେ ସାମିଲ ହୋଇ ବ୍ୟାଙ୍କ ଓ ମଦଭାଟି ଜଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?