ଟଙ୍କା ବ୍ୟାଗ୍‌ରେ ‘ଇନ୍ସପେକ୍ଟର ତିଓ୍ବାରୀ’

ବଲାଙ୍ଗୀର, ୧୦ା୧୨ (ବୀରେନ୍ଦ୍ର କୁମାର ଝାଙ୍କର): ମଦ ସାମ୍ରାଜ୍ୟ ଉପରେ ଆୟକର (ଆଇଟି) ବିଭାଗ ପକ୍ଷରୁ ଶନିବାର ଚତୁର୍ଥ ଦିନ ଧରି ମାରାଥନ୍‌ ଚଢ଼ାଉ ଜାରିରହିଛି। ବଲାଙ୍ଗୀର ସୁଦପଡ଼ା ମଦଭାଟିରୁ ଜବତ ଏକ ପଲିଥିନ୍‌ ପ୍ୟାକେଟ୍‌ରେ ୫ ଲକ୍ଷ ଟଙ୍କା ରହିଛି। ଉକ୍ତ ବ୍ୟାଗ୍‌ରେ ‘ଇନ୍ସପେକ୍ଟର ତିୱାରୀ’ ଲେଖାହୋଇଥିବା ପ୍ରଘଟ ହେବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ତିୱାରୀ ବାସ୍ତବରେ କେଉଁ ବିଭାଗର ଇନ୍ସପେକ୍ଟର ତାହା ସ୍ପଷ୍ଟ ହୋଇ ନ ଥିବାରୁ ବାବୁ ଜଣକ କିଏ ଏବଂ ସୁଦପଡ଼ା ମଦଭାଟି ସହ ତାଙ୍କର କ’ଣ ସମ୍ପର୍କ ରହିଛି, ତାକୁ ନେଇ ସାଧାରଣରେ ପ୍ରଶ୍ନ ହେଉଛି। କିଛିବର୍ଷ ତଳେ ଅବକାରୀ ବିଭାଗରେ ଉପ ଅଧୀକ୍ଷକ ର଼୍ୟାଙ୍କର ଜଣେ ତିୱାରୀ ବାବୁ ଥିଲେ। ତେବେ ସେ ଜିଲାରୁ କେବେଠୁ ଅନ୍ୟତ୍ର ବଦଳି ହୋଇଯାଇଛନ୍ତି। ଏହାବାଦ୍‌ ତିୱାରୀ ସାଙ୍ଗିଆଧାରୀ ଜଣେ ପୋଲିସ ବାବୁ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି।
ବଲାଙ୍ଗୀର ମଦଭାଟିରୁ ଅନେକ ଶହ କୋଟି ଟଙ୍କା ଜବତ ଘଟଣା କେବଳ ରାଜ୍ୟ ନୁହେଁ, ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ରାଜନେତା, ପଦାଧିକାରୀମାନେ ମଧ୍ୟ ନାନା ମନ୍ତବ୍ୟ ଦେଉଛନ୍ତି। ଏତେ ମାତ୍ରାରେ ଜବତ ଟଙ୍କା କାହାର ଏବଂ କେଉଁ ଉଦ୍ଦେଶ୍ୟରେ ମଦଭାଟିରେ ଗଚ୍ଛିତ ରହିଥିଲା, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ବଲାଙ୍ଗୀରସ୍ଥିତ କ୍ଷେତ୍ରୀୟ ବ୍ୟବସାୟିକ କାର୍ଯ୍ୟାଳୟର ପରିଚାଳକ ଭଗତ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ବଲାଙ୍ଗୀର ଏସ୍‌ବିଆଇ ଶାଖାକୁ ଆଇଟି ବିଭାଗ ବିଭିନ୍ନ ସ୍ଥାନରୁ ଟଙ୍କାଭର୍ତ୍ତି ୧୭୬ଟି ବ୍ୟାଗ୍‌ ଆଣି ପହଞ୍ଚାଇଥିଲା। ଶନିବାର ପୂର୍ବାହ୍ନ ୧୦ଟାରୁ ୫୦ଟି ମେଶିନରେ ୫୦ ଜଣ କର୍ମଚାରୀ ଟଙ୍କା ଗଣିବା ଆରମ୍ଭ କରିଥିଲେ। ସନ୍ଧ୍ୟା ସୁଦ୍ଧା ସେଥିରୁ ୧୦୨ଟି ବ୍ୟାଗ୍‌ର ଟଙ୍କା ଗଣତି ସାରିଛି। ତେବେ ଗଣତି ହୋଇଥିବା ଟଙ୍କାର ପରିମାଣ କେତେ ତାହା ବେହେରା କହି ନ ଥିବାବେଳେ ଏହା ୧୦୦ କୋଟି ଟପିଯାଇଥିବା କୁହାଯାଉଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୪୦ଟି ବ୍ୟାଗ୍‌ରୁ ୪୬ କୋଟି ଟଙ୍କା ଗଣତି ହୋଇପାରିିଥିଲା। ରାତିରେ ଆୟକର ବିଭାଗ ମଦଭାଟି

ମ୍ୟାନେଜର ବଣ୍ଟି ସାହୁଙ୍କ ସୁଦପଡ଼ା ଭଡାଘରେ ଚଢ଼ାଉ କରିବାରୁ ୧୯ଟି ବ୍ୟାଗ ଭର୍ତ୍ତି ଟଙ୍କା ମିଳିଥିଲା। ଏହା ୫୦ କୋଟି ଟଙ୍କା ହୋଇଥିବା ଅନୁମାନ କରାଯାଇଥିଲା। ପୂର୍ବରୁ ୧୫୭ଟି ବ୍ୟାଗ୍‌ ଟଙ୍କା ଜବତ କରାଯାଇଥିଲା। ବ୍ୟାଙ୍କ କ୍ଷେତ୍ରୀୟ ପରିଚାଳକ ବେହେରା କହିଛନ୍ତି ଯେ, ଏବେବି ତାଙ୍କ ପାଖରେ ୭୪ଟି ବ୍ୟାଗ୍‌ରେ ଟଙ୍କା ଗଣତି ପାଇଁ ରହିଛି। ରବିବାର ସେଗୁଡ଼ିକୁ ଗଣାଯିବ। ଶନିବାର ଓ ରବିବାର ବ୍ୟାଙ୍କ ଛୁଟି ଥିବାରୁ ଟଙ୍କା ଗଣତି କାର୍ଯ୍ୟ ତ୍ୱରାନ୍ବିତ କରାଯାଇଥିଲା। ବଲାଙ୍ଗୀର ଆଖପାଖ ଚୁଡାପାଲି, ପାଟଣାଗଡ଼, ଲୋଇସିଂହା ଓ ଅନ୍ୟ ବ୍ୟାଙ୍କରେ ଥିବା ପ୍ରାୟ ୫୦ଟି ଟଙ୍କା ଗଣତି ମେଶିନ ବଲାଙ୍ଗୀର ଏସ୍‌ବିଆଇ ମୁଖ୍ୟ ଶାଖାକୁ ଅଣାଯାଇଥିଲା।
ଶନିବାର ବ୍ୟାଙ୍କ ପରିସରରୁ କଡ଼ା ସୁରକ୍ଷା ଭିତରେ ଭାଟି ମ୍ୟାନେଜର ବଣ୍ଟି ସାହୁଙ୍କୁ ପୁଣି ଥରେ ସୁଦପଡ଼ା ଭାଟି ଓ ତାଙ୍କ ଭଡ଼ାଘରକୁ ନିଆଯାଇଥିଲା। ସେଠାରେ ତାଙ୍କୁ ମାରାଥନ୍‌ ଜେରା କରି ଆଉ କେଉଁଠି ଟଙ୍କା ରହିଛି କହିବାକୁ କୁହାଯାଇଥିଲା। ମିଳିଥିବା ସୂଚନା ମୁତାବକ ସୁଦପଡ଼ା ଭାଟିରେ ଥିବା ଏକ ଲକରକୁ ଶନିବାର ଆୟକର ବିଭାଗ ଖୋଲିବାକୁ ଚେଷ୍ଟା କରିଥିଲା। ଲକରରେ କେବଳ ଟଙ୍କା ରହିଛି ନା ସୁନାରୁପା ରହିଛି ତାହା ସ୍ପଷ୍ଟ ହେଉନାହିଁ। ଅପରାହ୍ଣରେ ବଲାଙ୍ଗୀର ଅବକାରୀ ଅଧୀକ୍ଷକ ସୀତାକାନ୍ତ ମୁଦୁଲି ସୁଦପଡ଼ା ମଦଭାଟିକୁ ଯାଇଥିଲେ। ଭାଟିରେ କେତେ ପରିମାଣର ମଦ ତିଆରି କରିବା କ୍ଷମତା ରହିଛି, କେତେ ମହୁଲ ରଖିପାରିବା ଅନୁମତି ରହିଛି, କେତେ ପରିମାଣର ମହୁଲରୁ କେତେ ପରିମାଣ ମଦ ତିଆରି ହୁଏ ଏବଂ ଏହାର ମୂଲ୍ୟ କେତେ ତାକୁ ନେଇ ଆୟକର ବିଭାଗ ଅଧିକାରୀମାନେ ଅବକାରୀ ଅଧୀକ୍ଷକଙ୍କଠାରୁ ସୂଚନା ମାଗିଥିଲେ। ସବୁତକ ସୂଚନା ଦେବା ପରେ ଅଧୀକ୍ଷକ ସେଠାରୁ ଆସିଥିଲେ।
ଅନ୍ୟପକ୍ଷରେ ଆୟକର ବିଭାଗ ପକ୍ଷରୁ ଶନିବାର ଟିଟିଲାଗଡ଼ ମଦଭାଟିରେ ପୁଣି ଥରେ ଚଢ଼ାଉ କରାଯାଇଛି। ସେଠାରେ ବାସ୍ତବରେ କେତେ ଟଙ୍କା ମିଳିଛି ଜଣାପଡୁନାହିଁ। ମଦ ବ୍ୟବସାୟୀ ସଞ୍ଜୟ ସାହୁ ଓ ଦୀପକ ସାହୁଙ୍କ ପତ୍ତା ମିଳୁ ନ ଥିବାରୁ ସେମାନେ ଫେରାର ହୋଇଥିବା ଚର୍ଚ୍ଚା ହେଉଛି। ଟଙ୍କା ଯାଞ୍ଚ କରିବାକୁ ହାଇଦ୍ରାବାଦ୍‌ରୁ ଏକ ବିଶେଷଜ୍ଞ ଦଳ ବଲାଙ୍ଗୀର ଆସୁଥିବା କୁହାଯାଉଛି। ସିଆଇଏସ୍‌ଏଫ୍‌ର ୪୦ ଜଣ ସୁରକ୍ଷା କର୍ମଚାରୀ ଏହି ଅଭିଯାନରେ ସାମିଲ ହୋଇ ବ୍ୟାଙ୍କ ଓ ମଦଭାଟି ଜଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri