ଶିକ୍ଷା, ସମବାୟ, ବନ ବିଭାଗକୁ ଯାଞ୍ଚ ନିର୍ଦ୍ଦେଶ

ବଲାଙ୍ଗୀର ଅଫିସ, ୫୪: କଠିନ ପରିଶ୍ରମ କରି ବହୁ ମେଧାବୀ ଛାତ୍ରୀଛାତ୍ର, ତାଲିମପ୍ରାପ୍ତ ଯୁବତୀ, ଯୁବକ ଯୋଗ୍ୟତା ପ୍ରମାଣପତ୍ର ଧରି ବାରଦୁଆର ହେଉଛନ୍ତି। ହେଲେ ସହସ୍ରାଧିକ ଅଯୋଗ୍ୟ ଏବଂ ଅଣଛାତ୍ର ଜାଲ୍‌ ସାର୍ଟିଫିକେଟ କିଣି ସରକାରୀ ଚାକିରି ହାତେଇଛନ୍ତି। ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ଅନେକ ବିଭାଗରେ ଉପରିସ୍ଥ ଅଧିକାରୀ ଓ କର୍ମଚାରୀଙ୍କୁ ହାତ କରି ଚାକିରି ଜାରି ରଖିଛନ୍ତି। ଏନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଓ ଦଣ୍ଡାଦେଶର ଅଭାବ ଜାଲ୍‌ ସାର୍ଟିଫିକେଟ୍‌ କାରବାରକୁ ପ୍ରୋତ୍ସାହିତ କରିଆସିଛି। ବଲାଙ୍ଗୀର ଡାକବିଭାଗର ୬୦ଟି ଗ୍ରାମୀଣ ଡାକ ସେବକ ପଦବୀରେ ୩୮ଟି ଜାଲ ସାର୍ଟିଫିକେଟଧାରୀ ଧରାପଡିବା ଏବଂ ଏହାପରେ ଏହିି ରାକେଟର ପର୍ଦ୍ଦାଫାଶ ହେବା ପରେ ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ଏହି ଜାଲ୍‌ ସାର୍ଟିଫିକେଟ ମାମଲାରେ ଦୁଇ ମୁଖ୍ୟ ଅଭିଯୁକ୍ତ ବଲାଙ୍ଗୀର ରିଲାଏନ୍ସ କୋଚିଂ ସେଣ୍ଟର ମାଲିକ ମନୋଜ ମିଶ୍ର ଏବଂ ସହଯୋଗୀ ଆଲୋକ ରଞ୍ଜନ ଉଦ୍‌ଗାତାଙ୍କ ସମେତ ୧୯ ଜଣଙ୍କୁ ଗିରଫ କରିବା ପରେ ଜିଲା ପ୍ରଶାସନ ମାମଲାକୁ ଗମ୍ଭୀରତାର ସହ ନେଇଛି। ଜିଲାପାଳ ଚଞ୍ଚଳ ରାଣା ଶିକ୍ଷା, ସମବାୟ, ସ୍ବାସ୍ଥ୍ୟ ଏବଂ ବନବିଭାଗ ସମେତ ଅନ୍ୟ ବିଭାଗରେ ସାର୍ଟିଫିକେଟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ଯେଉଁ ଯୁବତୀ, ଯୁବକମାନେ ରାଜ୍ୟ ବାହାରର ମାଟ୍ରିକ୍‌, ଯୁକ୍ତ ୨, ଡିଗ୍ରୀ, ବି.ଇଡି ସାର୍ଟିଫିକେଟ ଦେଇଛନ୍ତି ତା ଉପରେ ଅଧିକ ତଦନ୍ତ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲାପାଳଙ୍କଠାରୁ ନିର୍ଦ୍ଦେଶ ପାଇବା ପରେ ଜିଲା ଶିକ୍ଷା ବିଭାଗ, ସମବାୟ ବିଭାଗ କିଛିବର୍ଷର ନିଯୁକ୍ତି ପ୍ରକ୍ରିୟା ଏବଂ ନିଯୁକ୍ତି ପାଇଥିବା ଯୁବତୀ, ଯୁବକଙ୍କ ପ୍ରମାଣପତ୍ର, ଡକ୍ୟୁମେଣ୍ଟ ଯାଞ୍ଚ ଆରମ୍ଭ କରିଛି।
ମିଳିଥିବା ତଥ୍ୟ ଅନୁସାରେ, ୨୦୨୧ ଏବଂ ୨୦୨୨ ମସିହାରେ ଶିକ୍ଷା ବିଭାଗରେ ବଡଧରଣର ନିଯୁକ୍ତି ଦିଆଯାଇଥିଲା। ଏହି ନିଯୁକ୍ତିରେ ରାଜ୍ୟର ସହସ୍ରାଧିକ ଯୁବତୀ ଯୁବକ ନିଯୁକ୍ତି ପାଇଥିଲେ। ସେମାନେ ଦେଇଥିବା ସାର୍ଟିଫିକେଟ, ଅନ୍ୟାନ୍ୟ ଡକ୍ୟୁମେଣ୍ଟଗୁଡିକର କ’ଣ ଯଥାର୍ଥତା ରହିଛି ତାକୁ ଯାଞ୍ଚ କରିବା ପାଇଁ ଶିକ୍ଷା ବିଭାଗରେ ତନାଘନା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୨୦୦ରୁ ଉର୍ଦ୍ଧ୍ୱ ଶିକ୍ଷୟିତ୍ରୀ ଏବଂ ଶିକ୍ଷକ ରାଜ୍ୟ ବାହାରର ସାର୍ଟିଫିକେଟ ଦେଇଥିବା ଚର୍ଚ୍ଚାର ବିଷୟ ହୋଇଛି। ଏହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବା ପରେ ଅନେକ ଶିକ୍ଷୟିତ୍ରୀ ଏବଂ ଶିକ୍ଷକଙ୍କ ରକ୍ତଚାପ ବୃଦ୍ଧି ପାଇଥିବା ଜଣାପଡିଛି। ଏହାସହିତ ଶିକ୍ଷା ବିଭାଗରେ ଅଣଶିକ୍ଷକ ପଦବୀରେ ମଧ୍ୟ ଜାଲ ସାର୍ଟିଫିକେଟର ବ୍ୟବହାର ହୋଇଥିତ୍ବା ଚର୍ଚ୍ଚାର ବିଷୟ ହୋଇଛି। ଶିକ୍ଷା ବିଭାଗ ଛଡା ସମବାୟ ବିଭାଗରେ ମଧ୍ୟ ଜାଲ ସାର୍ଟିଫିକେଟ ବ୍ୟବହାର କରାଯାଇ ଚାକିରି ପାଇଥିବା ଆଲୋଚନା ହେଉଛି। ବିଶେଷକରି ପାକ୍ସ ସମ୍ପାଦକ, ଯୋଗାଣ ନିରୀକ୍ଷକ, ଯୋଗାଣ ସହାୟକ, ଡାଟା ଏଣ୍ଟ୍ରି ଅପରେଟର୍ସରେ ମଧ୍ୟ ଜାଲ ସାର୍ଟିପିକେଟ ବ୍ୟବହାର ହୋଇଛି। ଅନେକ ସ୍ଥାନରେ ପୂର୍ବରୁ ମାମଲା ମଧ୍ୟ ଦାଏର ହୋଇଛି। ବନ ବିଭାଗରେ ଫରେଷ୍ଟର, ଫରେଷ୍ଟ ଗାର୍ଡ, କିରାଣି ଚାକିରିରେ ମଧ୍ୟ ଜାଲ୍‌ ସାର୍ଟିଫିକେଟ ବ୍ୟବହାର କରାଯାଇଥିତ୍ବା ଅଭିଯୋଗ ହୋଇଆସୁଛି। ମାତ୍ର ଏ ଦିଗରେ ପୂର୍ବରୁ ଯାଞ୍ଚ ହୋଇନାହିଁ। ଏବେ ଜିଲାପାଳଙ୍କ ନିର୍ଦ୍ଦେଶ ପରେ କୁନ୍ଥୁକୁନ୍ଥୁ ହୋଇ ଅଧିକାରୀମାନେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗରେ ସବୁଠୁ ବେଶୀ ଜାଲ୍‌ ସାର୍ଟିଫିକେଟ୍‌ ବ୍ୟବହାର ହୋଇଥିତ୍ବା ଆଲୋଚନାର ବିଷୟ ହୋଇଛି। ବୈଷୟିକ ତାଲିମଠାରୁ ଆରମ୍ଭ କରି ଆଇଟିଆଇ, ଡିପ୍ଳୋମା ଇଞ୍ଜିନିୟରିଂରେ ମଧ୍ୟ ଜାଲ୍‌ ସାର୍ଟିଫିକେଟ ବ୍ୟବହାର ହୋଇଥିବା ଅଭିଯୋଗ ହେଉଛି। ଜାଲ ଡିପ୍ଳୋମା ସାର୍ଟିଫିକେଟ ଦେଇ କେତେଜଣ ଯୁବକ ଠିକା ହାତଉଥିବା ମଧ୍ୟ ଅଭିଯୋଗ ହେଲାଣି। ପୂର୍ତ୍ତ ବିଭାଗରେ କେବେ ଯାଞ୍ଚ ହେବ ବୋଲି ପ୍ରଶ୍ନ ଉଠିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାକୁ ଶକ୍ତ ଝଟ୍‌କା: ଦଳରୁ ଇସ୍ତଫା ଦେଲେ କାଳୁଙ୍କ ସମେତ ୧୦୦ରୁ ଅଧିକ କର୍ମୀ

ଖୋର୍ଦ୍ଧା,୩୦।୪ (ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ପ୍ରକାଶ ସହ ନାମାଙ୍କନ ଦାଖଲ ଆରମ୍ଭ ହୋଇଛି। ଆସନ୍ତା ୨ରେ ଭାଜପା ଭୁବନେଶ୍ବର ଲୋକ...

ବିଜେଡିରୁ ସବୁ ସମ୍ପର୍କ ଛିନ୍ନ କଲେ ପୂର୍ବତନ ବିଧାୟକ

ଠାକୁରମୁଣ୍ଡା,୩୦।୪(ତାରାକାନ୍ତ ପଟ୍ଟନାୟକ): ମୟୁରଭଞ୍ଜ ଜିଲା କରଞ୍ଜିଆ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଟିକେଟ ଆଶାୟୀ ଥିବା ପୂର୍ବତନ ବିଧାୟକ ବିଜୟ କୁମାର ନାଏକ ବିଜେଡିରୁ ଇସ୍ତଫା ଦେବା...

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର ): ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମା’ଙ୍କ ନିକଟରେ...

ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ନବୀନ

ଭୁବନେଶ୍ୱର,୩୦।୪: ଗଞ୍ଜାମ ଜିଲା ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଙ୍ଗଳବାର ଦଳୀୟ କର୍ମୀ ଓ ହଜାର ହଜାର...

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ନିଶ୍ଚିତ ଯେ…

ଭୁବନେଶ୍ୱର,୩୦।୪: ସମ୍ବଲପୁର ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ କର୍ମୀ ଓ ହଜାର...

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଟ୍ବିନ୍‌ ସିଟିକୁ ରେର୍ଡ ଆର୍ଲଟ୍‌ ଜାରି

ଭୁବନେଶ୍ୱର,୩୦।୪: ରାଜ୍ୟରେ ପ୍ରବଳ ଖରାତାତି ସହ ଗୁଳୁଗୁଳି ଜାରି ରହିଛି। ଏବେ ଆହୁରି ୪ଦିନ ଏପରିସ୍ଥିତି ଲାଗି ରହିବା ସମ୍ଭାବନା ଥିବାବେଳେ ଆସନ୍ତା ଦୁଇଦିନ ଭୀଷଣ...

ବିଜେଡି ବିଧାୟକଙ୍କ ରାଲିରେ ମାଡିଗଲା ଟ୍ରକ୍‌: ୩ ଆହତ

ଭୁବନେଶ୍ୱର,୩୦।୪: କଟକ ଜିଲା ବଡମ୍ବାରେ ବିଜେଡି ବିଧାୟକଙ୍କ ରାଲି ଉପରକୁ ମାଡିଗଲା ଟ୍ରକ୍‌। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ବଡମ୍ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri