ରାଣୀପଥରରେ ମେଡିକାଲ ଟିମ୍‌ର ଯାଞ୍ଚ

ଫୁଲବାଣୀ ଅଫିସ, ୨୮ା୧୦: କନ୍ଧମାଳ ଜିଲା ଖଜୁରିପଡା ବ୍ଲକ ସୁଡ୍ରୁକୁମ୍ପା ପଞ୍ଚାୟତ ରାଣୀପଥର ଗାଁରେ ଗ୍ରାମରେ କିଡ୍‌ନୀ ରୋଗୀ ସଂଖ୍ୟା ବଢ଼ିବା ଘଟଣାରେ ଜିଲା ପ୍ରଶାସନର ଚେତା ପଶିଛି। ଗୁରୁବାର ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ଗ୍ରାମକୁ ଯାଇ କିଡ୍‌ନୀ ରୋଗରେ ଆକ୍ରାନ୍ତ ରୋଗୀ, ତାଙ୍କ ପରିବାର ସଦସ୍ୟ ଏବଂ ଗ୍ରାମର ଅନ୍ୟ ଲୋକଙ୍କ ରକ୍ତ ନମୂନା ସଂଗ୍ରହ କରିଛି। କେଉଁ ପରିସ୍ଥିତିରେ ଏହି ରୋଗରେ ଲୋକେ ଆକ୍ରାନ୍ତ ହେଉଛନ୍ତି, ତାହାର କାରଣ ଖୋଜିବା ଆରମ୍ଭ ହୋଇଛି। ଦୁଇ ଦିନ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଚାଲିବ ା ପରେ ରିପୋର୍ଟକୁ ଆଧାର କରି କାରଣ ଖୋଜାଯିବ ବୋଲି ଟିମ୍‌ ପ୍ରକାଶ କରିଛି।
ଗ୍ରାମରେ କିଡ୍‌ନୀ ରୋଗୀଙ୍କ ସଂଖ୍ୟା ବଢ଼ିବା ସଂକ୍ରାନ୍ତରେ ପ୍ରଶାସନ ନିକଟରେ ରୋଗୀଙ୍କ ସମେତ ଗ୍ରାମବାସୀ ଅଭିଯୋଗ କରି ଆସୁଥିଲେ। ହେଲେ ଏହା ଉପରେ ସ୍ବାସ୍ଥ୍ୟ ବିଭାଗ ଦୃଷ୍ଟି ଦେଉ ନ ଥିଲା। ଏ ସମ୍ପର୍କିତ ଖବର ‘ଗାଁରେ ହସ ଲିଭାଇଛି କିଡ୍‌ନୀ ରୋଗ’ ଧରିତ୍ରୀରେ ବୁଧବାର ପ୍ରକାଶ ପାଇଥିଲା। ଖବର ପ୍ରକାଶିତ ହେବା ପରେ ପ୍ରଶାସନ ତପତ୍ର ହୋଇଛି। ଗୁରୁବାର ଜିଲା ମୁଖ୍ୟ ଚିକିତ୍ସାଳୟର ଏକ ଟିମ୍‌ ଏବଂ ଖଜୁରିପଡା ମେଡିକାଲର ଆଉ ଏକ ଟିମ୍‌ ଗ୍ରାମରେ ପହଞ୍ଚିଥିଲେ। ସେମାନେ ପ୍ରଥମେ ଆକ୍ରାନ୍ତ ଥିବା ପ୍ରମୋଦ ବେହେରାଙ୍କ ଘରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ପ୍ରମୋଦଙ୍କୁ ରୋଗ ସଂକ୍ରାନ୍ତରେ ବିଭିନ୍ନ ପ୍ରଶ୍ନ ପଚାରି ତଥ୍ୟ ସଂଗ୍ରହ କରିଥିଲୋ ଏହାପରେ ପ୍ରମୋଦଙ୍କ ସମେତ ତାଙ୍କ ସ୍ତ୍ରୀ ଏବଂ ପଡୋଶୀଙ୍କ ରକ୍ତ ନମୂନା ସଂଗ୍ରହ କରିଥିଲେ। ପରେ ଟୁକୁନା ବେହେରା, ବିଜୁ ବେହେରାଙ୍କ ଘରକୁ ଯାଇ କାରଣ ଖୋଜିଥିଲେ। ସେମାନଙ୍କ ଦିନ ଚର୍ଯ୍ୟା ଆଦି ବିଷୟରେ ପଚାରି ବୁଝିଥିଲେ। ବିଶେଷ କରି ଉଚ୍ଚ ରକ୍ତ ଚାପ ଥିଲେ ତାହା କିଡ୍‌ନୀ ସମସ୍ୟା ସୃଷ୍ଟି କରୁଥିବାରୁ ରୋଗୀଙ୍କ ସମେତ ପରିବାର ଏବଂ ପଡୋଶୀଙ୍କ ପରୀକ୍ଷା କରିଥିଲେ। ଏବେ ଟିମ୍‌ ଅନ୍ୟାନ ଦିଗକୁ ନେଇ ମଧ୍ୟ ବିଶ୍ଳେଷଣ କରୁଛି। ସେହିପରି ଲୋକ ପିଉଥିବା ପାନୀୟ ଜଳ ନମୂନା ମଧ୍ୟ ସଂଗ୍ରହ କରାଯାଇଛି। ଆସନ୍ତା ଦୁଇ ଦିନ ଧରି ଗ୍ରାମର ପ୍ରତ୍ୟେକ ଘରେ ଥିବା ଲୋକଙ୍କ ରକ୍ତ ନମୂନା ସଂଗ୍ରହ କରାଯିବାକୁ ଟିମ୍‌ ସ୍ଥିର କରିଛି।
ନେତୃତ୍ୱ ନେଇଥିବା ଜିଲା ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ବସନ୍ତ କୁମାର ପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଯେଉଁମାନେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି ପ୍ରଥମେ ସେମାନଙ୍କ ପରିବାରକୁ ଗୁରୁତ୍ୱ ଦିଆଯାଉଛି। ଟିମ୍‌ ପ୍ରତ୍ୟେକ ଘରକୁ ଯିବ। ଯେଉଁମାନେ ୩୦ ବର୍ଷରୁ ଅଧିକ ଅଛନ୍ତି ସେମାନଙ୍କ ରକ୍ତ ନମୂନା ସଂଗ୍ରହ କରିବେ। ଉଚ୍ଚ ରକ୍ତ ଚାପ ଏବଂ ମଧୁମେହ ଥିଲେ ସାଧାରଣତଃ ଏହି ରୋଗ ଦେଖା ଦେଇଥାଏ। ଏଥିସହ ଅନ୍ୟାନ୍ୟ ଦିଗ ଯଥା ପାନୀୟ ଜଳ, କୃଷି ଗତ କାର୍ଯ୍ୟକୁ ମଧ୍ୟ ତର୍ଜମା କରାଯାଉଛି। କୃଷି କାର୍ଯ୍ୟରେ ପେଷ୍ଟିସାଇଡ ପ୍ରୟୋଗ ପାଇଁ କିଛି ନିୟମ ରହିଛି। ମୁହଁରେ ମାସ୍କ, ହାତରେ ଗ୍ଲୋବସ୍‌ ଲଗାଇ ଏସବୁ କାର୍ଯ୍ୟ କରିବା କଥା। ଯଦି ସେପରି ହେଉ ନ ଥିବ ତାହା ମଧ୍ୟ ଏକ କାରଣ ହୋଇପାରେ ବୋଲି ଅନୁମାନ କରୁଛୁ। ହେଲେ ଏବେ କିଛି ସ୍ପଷ୍ଟ କହି ହେବ ନାହିଁ। ଯେଉଁମାନେ ଆକ୍ରାନ୍ତ ହୋଇଛନ୍ତି, ସେମାନେ ଡାକ୍ତରଙ୍କ ପରାମର୍ଶରେ ରହି ଔଷଧ ଖାଇବେ ବୋଲି କହିଛନ୍ତି। ସୁଚନାଯୋଗ୍ୟ ରାଣୀପଥର ଗାଁ ରେ ୬ରୁ ଊର୍ଦ୍ଧ୍ୱ କିଡିନୀ ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି। ଏବେ ବହୁ ରୋଗୀ ଏଥିରେ ଆକ୍ରାନ୍ତ ଅଛନ୍ତି। ବିଶେଷ କରି ଯୁବକମାନେ ଏଥିରେ ଆକ୍ରାନ୍ତ ହେଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ନୌରାଶ୍ୟ ଭାବ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

କୋରାପୁଟ,୫।୧୦(ଅମିତାଭ ବେହେରା): ମଙ୍ଗଳବାର କୋରାପୁଟ ଜିଲାର ସୁନାବେଡ଼ା ଗସ୍ତରେ ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ତାଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

‘ଅ’ ମହୋତ୍ସବ-୨୦୨୬: ରାଜ୍ୟସ୍ତରୀୟ କବିତା..

କେସିଙ୍ଗା, ୫/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡିର ଚର୍ଚ୍ଚିତ ସାହିତ୍ୟ ଅନୁଷ୍ଠାନ ‘ଅ’ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ, କଳାହାଣ୍ଡିର ଷଷ୍ଠ ବାର୍ଷିକ ମହୋତ୍ସବ ‘ଅ’ ମହୋତ୍ସବ-୨୦୨୬ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?