ବାଲି ଖାଦାନ ବନ୍ଦ, ନିର୍ମାଣ କାର୍ଯ୍ୟ ମନ୍ଥର

ବୈଶିଙ୍ଗା,୨୮ା୧୦(ଡି.ଏନ.ଏ.): ପରିଚାଳନାଗତ ତ୍ରୁଟିରୁ ମୟୂରଭଞ୍ଜ ଜିଲା ବୈଶିଙ୍ଗା ଓ ବେତନଟୀ ଅଞ୍ଚଳରେ ବାଲି ଖାଦାନ ବନ୍ଦ ରହିଛି। ଫଳରେ ବିଭିନ୍ନ ପଞ୍ଚାୟତରେ ଉନ୍ନତିିମୂଳକ କାର୍ଯ୍ୟ ଠପ୍‌ ହୋଇଯାଇଛି। ଶତାଧିକ ପ୍ରଧାନମନ୍ତ୍ରୀ ଆବାସ, କଙ୍କ୍ରିଟ ରାସ୍ତା, ସରକାରୀ କୋଠାବାଡ଼ି ସମେତ ଘର ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହଛି। ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ହିତାଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆ ଯାଇଥାଏ। ମାତ୍ର ବାଲି ମିଳୁ ନ ଥିବାରୁ ବେତନଟୀ ବ୍ଲକ ଅଧୀନ ୨୪ଟି ପଞ୍ଚାୟତରେ ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମନ୍ଥର ଗତିରେ ଚାଲିଛି।
ଚୋରାରେ ବାଲି ଆଣିଲେ ଏକ ଟ୍ରାକ୍ଟର ପ୍ରତି ୩୦୦୦ ଟଙ୍କା ଏବଂ ଡମ୍ପର ପିଛା ୧୮୦୦୦ ଟଙ୍କା ପଡୁଥିବା ବେଳେ ରାଜସ୍ବ ବିଭାଗ ହାବୁଡ଼ରେ ପଡ଼ିଲେ ବାଲିର ଜରିମାନା ଗାଡ଼ିର ମୂଲ୍ୟଠାରୁ ମଧ୍ୟ ଅଧିକ ହୋଇ ଯାଉଥିବା ଦେଖିବାକୁ ମିଳୁଛି। ଫଳରେ ହିତାଧିକାରୀ ନିଜର ପୁରୁଣା ଘରକୁ ଭାଙ୍ଗି ନୂଆ ଘରେ ରହିବା ସପ୍ନ ଦିନ କେଇଟାରେ ଦିବା ସ୍ବପ୍ନରେ ପରିଣତ ହେଉଛି। ତେଣୁ ସରକାରୀ ଘର ବା ରାସ୍ତା ନିର୍ମାଣ ପାଇଁ ଯେଉଁ ବାଲି ଆବଶ୍ୟକ ତାହାପାଇଁ ସରକାରୀ ନୀତି କୋହଳ ହେବାର ଆବଶ୍ୟକତା ରହିଛି। ଏହା ବ୍ୟତୀତ ବାଲି ଉଠାଣରେ ନିୟୋଜିତ ଦିନ ମଜୁରିଆମାନେ ମଧ୍ୟ କାମ ନ ପାଇ ହତାଶ ହୋଇ ପଡ଼ିଥିବା ଲକ୍ଷ୍ୟ କରାଯାଉଛି। ପ୍ରତିବର୍ଷ ପ୍ରତି ପଞ୍ଚାୟତରେ ପାରିତ ହୋଇଥିବା ପ୍ରକଳ୍ପ ଗୁଡ଼ିକର ନିର୍ମାଣ ଶେଷ ନ ହେବା ଯୋଗୁ ବିଭାଗୀୟ ବିନିଯୋଗ ପ୍ରମାଣପତ୍ର ଦିଆଯାଇ ପାରୁନାହିଁ। ଫଳରେ ପରବର୍ତ୍ତୀ ପର୍ଯ୍ୟାୟ ସରକାରୀ ଅନୁଦାନ ମଧ୍ୟ ଆସିପାରୁନାହିଁ। ଏ ସମ୍ପର୍କରେ ବେତନଟୀ ବିଡିିଓ ଛବିରାଣୀ ସାହୁଙ୍କୁ ପଚାରିବାରୁ ସେ ଏହି ସମସ୍ୟା ସମ୍ପର୍କରେ ଅବଗତ ଅଛନ୍ତି ଏବଂ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅଚଳାବସ୍ଥା ଦେଖା ଦେଉଥିଲେ ମଧ୍ୟ ବାଲି ଖାଦାନ ନିଲାମ ପ୍ରକ୍ରିୟା ରାଜସ୍ବ ବିଭାଗର ହୋଇଥିବା ଯୋଗୁ ତାଙ୍କର କିଛି କରିବାର ନାହିଁ ବୋଲି କହିଛନ୍ତି। ଅନ୍ୟ ପକ୍ଷରେ ବେତନଟୀ ତହସିଲଦାର ଅନୀତା ନାୟକଙ୍କ ମତାମତ ନେବାରୁ ସେ କୁହନ୍ତି, ବାଲି ଖାଦାନ ନିଲାମ ପ୍ରକ୍ରିୟା ଚାଲିଛି। ମାତ୍ର ପୂର୍ବରୁ ଦୁଇ ଦୁଇ ଥର ଏଥିପାଇଁ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ କୌଣସି ଜଣେ ହେଲେ ନିଲାମ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଆବେଦନ କରି ନାହାନ୍ତି। ଏ ସଂକ୍ରାନ୍ତରେ ସେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। ତେବେ ସରକାରଙ୍କ ପକ୍ଷରୁ ବାଲିର ରୟାଲଟି ମୂଲ୍ୟ ଚଳିତ ବର୍ଷ ଅତ୍ୟଧିକ ବୃଦ୍ଧି କରାଯାଇ କ୍ୟୁବିକ ମିଟର ପ୍ରତି ୮୨୦ ଟଙ୍କା ଧାର୍ଯ୍ୟ କରାଯାଇଥିବା କାରଣରୁ ବାଲି ଘାଟ ନିଲାମ ପ୍ରକ୍ରିୟାରେ ସାମିଲ ହେବାକୁ କେହି ଆଗ୍ରହ ପ୍ରକାଶ କରୁ ନ ଥିବା ସୂଚନା ମିଳିଛି। ତେଣୁ ରାଜସ୍ବ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେବା ଜରୁରୀ ହୋଇ ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri