ବାଲି ଖାଦାନ ବନ୍ଦ, ନିର୍ମାଣ କାର୍ଯ୍ୟ ମନ୍ଥର

ବୈଶିଙ୍ଗା,୨୮ା୧୦(ଡି.ଏନ.ଏ.): ପରିଚାଳନାଗତ ତ୍ରୁଟିରୁ ମୟୂରଭଞ୍ଜ ଜିଲା ବୈଶିଙ୍ଗା ଓ ବେତନଟୀ ଅଞ୍ଚଳରେ ବାଲି ଖାଦାନ ବନ୍ଦ ରହିଛି। ଫଳରେ ବିଭିନ୍ନ ପଞ୍ଚାୟତରେ ଉନ୍ନତିିମୂଳକ କାର୍ଯ୍ୟ ଠପ୍‌ ହୋଇଯାଇଛି। ଶତାଧିକ ପ୍ରଧାନମନ୍ତ୍ରୀ ଆବାସ, କଙ୍କ୍ରିଟ ରାସ୍ତା, ସରକାରୀ କୋଠାବାଡ଼ି ସମେତ ଘର ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହଛି। ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ହିତାଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆ ଯାଇଥାଏ। ମାତ୍ର ବାଲି ମିଳୁ ନ ଥିବାରୁ ବେତନଟୀ ବ୍ଲକ ଅଧୀନ ୨୪ଟି ପଞ୍ଚାୟତରେ ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମନ୍ଥର ଗତିରେ ଚାଲିଛି।
ଚୋରାରେ ବାଲି ଆଣିଲେ ଏକ ଟ୍ରାକ୍ଟର ପ୍ରତି ୩୦୦୦ ଟଙ୍କା ଏବଂ ଡମ୍ପର ପିଛା ୧୮୦୦୦ ଟଙ୍କା ପଡୁଥିବା ବେଳେ ରାଜସ୍ବ ବିଭାଗ ହାବୁଡ଼ରେ ପଡ଼ିଲେ ବାଲିର ଜରିମାନା ଗାଡ଼ିର ମୂଲ୍ୟଠାରୁ ମଧ୍ୟ ଅଧିକ ହୋଇ ଯାଉଥିବା ଦେଖିବାକୁ ମିଳୁଛି। ଫଳରେ ହିତାଧିକାରୀ ନିଜର ପୁରୁଣା ଘରକୁ ଭାଙ୍ଗି ନୂଆ ଘରେ ରହିବା ସପ୍ନ ଦିନ କେଇଟାରେ ଦିବା ସ୍ବପ୍ନରେ ପରିଣତ ହେଉଛି। ତେଣୁ ସରକାରୀ ଘର ବା ରାସ୍ତା ନିର୍ମାଣ ପାଇଁ ଯେଉଁ ବାଲି ଆବଶ୍ୟକ ତାହାପାଇଁ ସରକାରୀ ନୀତି କୋହଳ ହେବାର ଆବଶ୍ୟକତା ରହିଛି। ଏହା ବ୍ୟତୀତ ବାଲି ଉଠାଣରେ ନିୟୋଜିତ ଦିନ ମଜୁରିଆମାନେ ମଧ୍ୟ କାମ ନ ପାଇ ହତାଶ ହୋଇ ପଡ଼ିଥିବା ଲକ୍ଷ୍ୟ କରାଯାଉଛି। ପ୍ରତିବର୍ଷ ପ୍ରତି ପଞ୍ଚାୟତରେ ପାରିତ ହୋଇଥିବା ପ୍ରକଳ୍ପ ଗୁଡ଼ିକର ନିର୍ମାଣ ଶେଷ ନ ହେବା ଯୋଗୁ ବିଭାଗୀୟ ବିନିଯୋଗ ପ୍ରମାଣପତ୍ର ଦିଆଯାଇ ପାରୁନାହିଁ। ଫଳରେ ପରବର୍ତ୍ତୀ ପର୍ଯ୍ୟାୟ ସରକାରୀ ଅନୁଦାନ ମଧ୍ୟ ଆସିପାରୁନାହିଁ। ଏ ସମ୍ପର୍କରେ ବେତନଟୀ ବିଡିିଓ ଛବିରାଣୀ ସାହୁଙ୍କୁ ପଚାରିବାରୁ ସେ ଏହି ସମସ୍ୟା ସମ୍ପର୍କରେ ଅବଗତ ଅଛନ୍ତି ଏବଂ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅଚଳାବସ୍ଥା ଦେଖା ଦେଉଥିଲେ ମଧ୍ୟ ବାଲି ଖାଦାନ ନିଲାମ ପ୍ରକ୍ରିୟା ରାଜସ୍ବ ବିଭାଗର ହୋଇଥିବା ଯୋଗୁ ତାଙ୍କର କିଛି କରିବାର ନାହିଁ ବୋଲି କହିଛନ୍ତି। ଅନ୍ୟ ପକ୍ଷରେ ବେତନଟୀ ତହସିଲଦାର ଅନୀତା ନାୟକଙ୍କ ମତାମତ ନେବାରୁ ସେ କୁହନ୍ତି, ବାଲି ଖାଦାନ ନିଲାମ ପ୍ରକ୍ରିୟା ଚାଲିଛି। ମାତ୍ର ପୂର୍ବରୁ ଦୁଇ ଦୁଇ ଥର ଏଥିପାଇଁ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ କୌଣସି ଜଣେ ହେଲେ ନିଲାମ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଆବେଦନ କରି ନାହାନ୍ତି। ଏ ସଂକ୍ରାନ୍ତରେ ସେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। ତେବେ ସରକାରଙ୍କ ପକ୍ଷରୁ ବାଲିର ରୟାଲଟି ମୂଲ୍ୟ ଚଳିତ ବର୍ଷ ଅତ୍ୟଧିକ ବୃଦ୍ଧି କରାଯାଇ କ୍ୟୁବିକ ମିଟର ପ୍ରତି ୮୨୦ ଟଙ୍କା ଧାର୍ଯ୍ୟ କରାଯାଇଥିବା କାରଣରୁ ବାଲି ଘାଟ ନିଲାମ ପ୍ରକ୍ରିୟାରେ ସାମିଲ ହେବାକୁ କେହି ଆଗ୍ରହ ପ୍ରକାଶ କରୁ ନ ଥିବା ସୂଚନା ମିଳିଛି। ତେଣୁ ରାଜସ୍ବ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେବା ଜରୁରୀ ହୋଇ ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ବଡ଼ ସଫଳତା:୫ ଶାବକ ଜନ୍ମଦେଲା ଭାରତରେ ଜନ୍ମିତ ଚିତା

ନୂଆଦିଲ୍ଲୀ,୫ା୧୦:ଭାରତରେ ଜନ୍ମିତ ଚିତା ସୋମବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି, ଯାହାକି ପ୍ରୋଜେକ୍ଟ ଚିତା ପାଇଁ ଏକ ବଡ଼ ସଫଳତା। ଶାବକମାନଙ୍କ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?