Posted inଜାତୀୟ

ଆଇଏନ୍‌ଏସ୍‌ ଭାଗଶୀର ଲୋକାର୍ପିତ…

ମୁମ୍ବାଇ, ୨୦।୪ : ଭାରତୀୟ ନୌସେନାର ମଜାଗାଓଁ ଡକ ଶିପବିଲ୍ଡର୍ସ ଲିମିଟେଡ ଦ୍ୱାରା ନିର୍ମିତ ପ୍ରୋଜେକ୍ଟ -୭୫ ର ଷଷ୍ଠ ସ୍କୋର୍ପିନ ଶ୍ରେଣୀର ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଭାଗଶୀର ବୁଧବାର ମୁମ୍ବାଇରେ ଲୋକାର୍ପିତ କରାଯାଇଛି। ପ୍ରୋଜେକ୍ଟ -୭୫ ଅନ୍ତର୍ଗତ ୪ ସ୍କୋର୍ପିନ ଶ୍ରେଣୀର ଅତ୍ୟାଧୁନିକ ବୁଡ଼ାଜାହାଜ ଆଇଏନ୍‌ଏସ୍‌ କାଳଭରୀ, ଆଇଏନ୍‌ଏସ୍‌ ଖଣ୍ଡେରୀ, ଆଇଏନ୍‌ଏସ୍‌ କରଞ୍ଜ ଏବଂ ଆଇଏନ୍‌ଏସ୍‌ ଭେଲା ବର୍ତ୍ତମାନ ଭାରତୀୟ ନୌସେନାରେ ସେବାରେ ନିୟୋଜିତ ଅଛନ୍ତି।

ଅପରପକ୍ଷରେ ଆଇଏନ୍‌ଏସ୍‌ ଭାଗୀର ସମୁଦ୍ର ପରୀକ୍ଷଣ ଜାରି ରଖିଛି। ବର୍ତ୍ତମାନ ଏହି ଉଚ୍ଚାଭିଳାଷୀ ପ୍ରକଳ୍ପର ଷଷ୍ଠ ତଥା ଶେଷ ସ୍କୋର୍ପିନ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଭାଗଶୀର ମଧ୍ୟ ଭାରତୀୟ ନୌସେନାରେ ସାମିଲ ହେବା ପୂର୍ବରୁ ଉଭୟ ବନ୍ଦର ଏବଂ ସମୁଦ୍ରରେ ବିଭିନ୍ନ ପରୀକ୍ଷାର ସମ୍ମୁଖୀନ ହେବ।

ଆଇଏନ୍‌ଏସ୍‌ ଭାଗଶୀର ଲୋକାର୍ପଣ ଅବସରରେ ପ୍ରତିରକ୍ଷା ସଚିବ ଅଜୟ କୁମାର କହିଛନ୍ତି ଯେ ବର୍ତ୍ତମାନ ଏହି ସ୍କୋର୍ପିନ ଶ୍ରେଣୀର ବୁଡ଼ାଜାହାଜର ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ସମୁଦ୍ର ପରୀକ୍ଷଣ ହେବ। ଏଥିରେ ସଫଳ ହେବା ପରେ ଭାରତୀୟ ନୌସେନାରେ ଏହା ସାମିଲ ହେବ। ଏହି ବୁଡ଼ାଜାହାଜର ଲୋକାର୍ପଣ ଆତ୍ମନିର୍ଭରଶୀଳ ଭାରତର ଏକ ଉତ୍ତମ ଉଦାହରଣ। ଏହି ବୁଡ଼ାଜାହାଜକୁ ମୁମ୍ବାଇର ଫ୍ରାନ୍ସ ନାଭାଲ ଗ୍ରୁପ ସହଯୋଗରେ ମଜାଗାଓଁ ଡକ ଶିପବିଲ୍ଡର୍ସ ଲିମିଟେଡ ଦ୍ୱାରା ନିର୍ମାଣ କରାଯାଇଛି। ଭାରତ ମହାସାଗରର ଗଭୀରତାରେ ମିଳୁଥିବା ମାରାତ୍ମକ ଶିକାରକାରୀ ମାଛର ନାମ ଅନୁସାରେ ଆଇ ଏନ୍‌ ଏସ୍‌ ଭାଗଶୀରର ନାମକରଣ କରାଯାଇଛି ।

ଡିସେମ୍ବର ୧୯୭୪ ରେ ଭାରତୀୟ ନୌସେନାରେ ପ୍ରଥମ ଭାଗଶୀର ବୁଡ଼ାଜାହାଜ କାର୍ଯ୍ୟକ୍ଷମ ହୋଇଥିଲା। ଏପ୍ରିଲ ୧୯୯୭ ରେ ଏହାର ସେବା ବନ୍ଦ ହୋଇଯାଇଥିଲା ।

ନୂତନ ଭାଗଶୀର ବୁଡ଼ାଜାହାଜ ହେଉଛି ଏହାର ପୁରାତନ ସଂସ୍କରଣର ସର୍ବଶେଷ ଅବତାର। ସୂଚନା ଅନୁଯାୟୀ, ଏପ୍ରିଲ ୧୯୯୭ ରେ ପ୍ରୋଜେକ୍ଟ -୭୫ ଆରମ୍ଭ ହୋଇଥିଲା। ଏହା ଅନ୍ତର୍ଗତରେ ଭାରତ ୩୦ ବର୍ଷରେ ୨୪ ଟି ବୁଡ଼ାଜାହାଜ ନିର୍ମାଣ କରିବ। ସେଥିମଧ୍ୟରୁ ୧୮ ଟି ପାରମ୍ପାରିକ ଏବଂ ୬ ଟି ଆଣବିକ ଚାଳିତ ବୁଡ଼ାଜାହାଜ ନିର୍ମାଣ କରାଯିବ। ୨୦୦୫ ରେ, ଭାରତ ଏବଂ ଫ୍ରାନ୍ସ ୬ ଆଣବିକ ଚାଳିତ ସ୍କୋର୍ପିନ ଶ୍ରେଣୀର ବୁଡ଼ାଜାହାଜ ର୍ନିମାଣ ପାଇଁ ୩.୭୫ ବିଲିୟନ ଡ଼ଲାର୍‌ ଚୁକ୍ତି ସ୍ବାକ୍ଷର କରିଥିଲେ। କିନ୍ତୁ ଏହି ପ୍ରକଳ୍ପର କାର୍ଯ୍ୟ ବହୁତ ଧୀରେ ଧୀରେ ଅଗ୍ରଗତି କରୁଥିଲା। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଗଠନ ପରେ ପ୍ରକଳ୍ପ -୭୫ର କାର୍ଯ୍ୟ ତ୍ୱରାନ୍ବିତ ହୋଇଛି।

ଆଇଏନ୍‌ଏସ୍‌ କାଳଭରୀ ୨୭ ଅକ୍ଟୋବର ୨୦୨୫ ରେ ଲୋକାର୍ପିତ କରାଯାଇଥିଲା ଏବଂ ୧୪ ଡିସେମ୍ବର ୨୦୧୭ ରେ କାର୍ଯ୍ୟକ୍ଷମ ହୋଇଥିଲା । ଆଇଏନ୍‌ଏସ୍‌ ଖଣ୍ଡେରୀ ୧୨ ଜାନୁଆରୀ ୨୦୧୭ରେ ଆରମ୍ଭ କରାଯାଇଥିଲା ଏବଂ ୨୮ ସେପ୍ଟେମ୍ବର ୨୦୧୯ରେ କାର୍ଯ୍ୟକ୍ଷମ ହୋଇଥିଲା । ଆଇଏନ୍‌ଏସ୍‌ କରଞ୍ଜ ୩୧ ଜାନୁୟାରୀ ୨୦୧୮ ରେ ଲଞ୍ଚ କରାଯାଇଥିଲା ଏବଂ ୧୦ ମାର୍ଚ୍ଚ ୨୦୨୧ ରେ କାର୍ଯ୍ୟକ୍ଷମ ହୋଇଥିଲା। ଆଇଏନ୍‌ଏସ୍‌ ଭେଲା ୬ ମେ’ ୨୦୨୯ ରେ ଲୋକାର୍ପିତ କରାଯାଇଥିଲା ଏବଂ ୨୫ ନଭେମ୍ବର ୨୦୨୧ ରେ ନୌସେନାରେ ସାମିଲ କରାଯାଇଥିଲା । ଆଇଏନ୍‌ଏସ୍‌ ଭାଗୀର ୧୨ ନଭେମ୍ବର ୨୦୨୦ ରେ ଲୋକାର୍ପିତ କରାଯାଇଥିଲା ଏବଂ ଫେବୃଆରୀ ୨୦୨୨ ରୁ ଏହାର ସମୁଦ୍ର ପରୀକ୍ଷା ଆରମ୍ଭ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?