Posted inଜାତୀୟ

ଆଇଏନ୍‌ଏସ୍‌ ଭାଗଶୀର ଲୋକାର୍ପିତ…

ମୁମ୍ବାଇ, ୨୦।୪ : ଭାରତୀୟ ନୌସେନାର ମଜାଗାଓଁ ଡକ ଶିପବିଲ୍ଡର୍ସ ଲିମିଟେଡ ଦ୍ୱାରା ନିର୍ମିତ ପ୍ରୋଜେକ୍ଟ -୭୫ ର ଷଷ୍ଠ ସ୍କୋର୍ପିନ ଶ୍ରେଣୀର ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଭାଗଶୀର ବୁଧବାର ମୁମ୍ବାଇରେ ଲୋକାର୍ପିତ କରାଯାଇଛି। ପ୍ରୋଜେକ୍ଟ -୭୫ ଅନ୍ତର୍ଗତ ୪ ସ୍କୋର୍ପିନ ଶ୍ରେଣୀର ଅତ୍ୟାଧୁନିକ ବୁଡ଼ାଜାହାଜ ଆଇଏନ୍‌ଏସ୍‌ କାଳଭରୀ, ଆଇଏନ୍‌ଏସ୍‌ ଖଣ୍ଡେରୀ, ଆଇଏନ୍‌ଏସ୍‌ କରଞ୍ଜ ଏବଂ ଆଇଏନ୍‌ଏସ୍‌ ଭେଲା ବର୍ତ୍ତମାନ ଭାରତୀୟ ନୌସେନାରେ ସେବାରେ ନିୟୋଜିତ ଅଛନ୍ତି।

ଅପରପକ୍ଷରେ ଆଇଏନ୍‌ଏସ୍‌ ଭାଗୀର ସମୁଦ୍ର ପରୀକ୍ଷଣ ଜାରି ରଖିଛି। ବର୍ତ୍ତମାନ ଏହି ଉଚ୍ଚାଭିଳାଷୀ ପ୍ରକଳ୍ପର ଷଷ୍ଠ ତଥା ଶେଷ ସ୍କୋର୍ପିନ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଭାଗଶୀର ମଧ୍ୟ ଭାରତୀୟ ନୌସେନାରେ ସାମିଲ ହେବା ପୂର୍ବରୁ ଉଭୟ ବନ୍ଦର ଏବଂ ସମୁଦ୍ରରେ ବିଭିନ୍ନ ପରୀକ୍ଷାର ସମ୍ମୁଖୀନ ହେବ।

ଆଇଏନ୍‌ଏସ୍‌ ଭାଗଶୀର ଲୋକାର୍ପଣ ଅବସରରେ ପ୍ରତିରକ୍ଷା ସଚିବ ଅଜୟ କୁମାର କହିଛନ୍ତି ଯେ ବର୍ତ୍ତମାନ ଏହି ସ୍କୋର୍ପିନ ଶ୍ରେଣୀର ବୁଡ଼ାଜାହାଜର ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ସମୁଦ୍ର ପରୀକ୍ଷଣ ହେବ। ଏଥିରେ ସଫଳ ହେବା ପରେ ଭାରତୀୟ ନୌସେନାରେ ଏହା ସାମିଲ ହେବ। ଏହି ବୁଡ଼ାଜାହାଜର ଲୋକାର୍ପଣ ଆତ୍ମନିର୍ଭରଶୀଳ ଭାରତର ଏକ ଉତ୍ତମ ଉଦାହରଣ। ଏହି ବୁଡ଼ାଜାହାଜକୁ ମୁମ୍ବାଇର ଫ୍ରାନ୍ସ ନାଭାଲ ଗ୍ରୁପ ସହଯୋଗରେ ମଜାଗାଓଁ ଡକ ଶିପବିଲ୍ଡର୍ସ ଲିମିଟେଡ ଦ୍ୱାରା ନିର୍ମାଣ କରାଯାଇଛି। ଭାରତ ମହାସାଗରର ଗଭୀରତାରେ ମିଳୁଥିବା ମାରାତ୍ମକ ଶିକାରକାରୀ ମାଛର ନାମ ଅନୁସାରେ ଆଇ ଏନ୍‌ ଏସ୍‌ ଭାଗଶୀରର ନାମକରଣ କରାଯାଇଛି ।

ଡିସେମ୍ବର ୧୯୭୪ ରେ ଭାରତୀୟ ନୌସେନାରେ ପ୍ରଥମ ଭାଗଶୀର ବୁଡ଼ାଜାହାଜ କାର୍ଯ୍ୟକ୍ଷମ ହୋଇଥିଲା। ଏପ୍ରିଲ ୧୯୯୭ ରେ ଏହାର ସେବା ବନ୍ଦ ହୋଇଯାଇଥିଲା ।

ନୂତନ ଭାଗଶୀର ବୁଡ଼ାଜାହାଜ ହେଉଛି ଏହାର ପୁରାତନ ସଂସ୍କରଣର ସର୍ବଶେଷ ଅବତାର। ସୂଚନା ଅନୁଯାୟୀ, ଏପ୍ରିଲ ୧୯୯୭ ରେ ପ୍ରୋଜେକ୍ଟ -୭୫ ଆରମ୍ଭ ହୋଇଥିଲା। ଏହା ଅନ୍ତର୍ଗତରେ ଭାରତ ୩୦ ବର୍ଷରେ ୨୪ ଟି ବୁଡ଼ାଜାହାଜ ନିର୍ମାଣ କରିବ। ସେଥିମଧ୍ୟରୁ ୧୮ ଟି ପାରମ୍ପାରିକ ଏବଂ ୬ ଟି ଆଣବିକ ଚାଳିତ ବୁଡ଼ାଜାହାଜ ନିର୍ମାଣ କରାଯିବ। ୨୦୦୫ ରେ, ଭାରତ ଏବଂ ଫ୍ରାନ୍ସ ୬ ଆଣବିକ ଚାଳିତ ସ୍କୋର୍ପିନ ଶ୍ରେଣୀର ବୁଡ଼ାଜାହାଜ ର୍ନିମାଣ ପାଇଁ ୩.୭୫ ବିଲିୟନ ଡ଼ଲାର୍‌ ଚୁକ୍ତି ସ୍ବାକ୍ଷର କରିଥିଲେ। କିନ୍ତୁ ଏହି ପ୍ରକଳ୍ପର କାର୍ଯ୍ୟ ବହୁତ ଧୀରେ ଧୀରେ ଅଗ୍ରଗତି କରୁଥିଲା। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଗଠନ ପରେ ପ୍ରକଳ୍ପ -୭୫ର କାର୍ଯ୍ୟ ତ୍ୱରାନ୍ବିତ ହୋଇଛି।

ଆଇଏନ୍‌ଏସ୍‌ କାଳଭରୀ ୨୭ ଅକ୍ଟୋବର ୨୦୨୫ ରେ ଲୋକାର୍ପିତ କରାଯାଇଥିଲା ଏବଂ ୧୪ ଡିସେମ୍ବର ୨୦୧୭ ରେ କାର୍ଯ୍ୟକ୍ଷମ ହୋଇଥିଲା । ଆଇଏନ୍‌ଏସ୍‌ ଖଣ୍ଡେରୀ ୧୨ ଜାନୁଆରୀ ୨୦୧୭ରେ ଆରମ୍ଭ କରାଯାଇଥିଲା ଏବଂ ୨୮ ସେପ୍ଟେମ୍ବର ୨୦୧୯ରେ କାର୍ଯ୍ୟକ୍ଷମ ହୋଇଥିଲା । ଆଇଏନ୍‌ଏସ୍‌ କରଞ୍ଜ ୩୧ ଜାନୁୟାରୀ ୨୦୧୮ ରେ ଲଞ୍ଚ କରାଯାଇଥିଲା ଏବଂ ୧୦ ମାର୍ଚ୍ଚ ୨୦୨୧ ରେ କାର୍ଯ୍ୟକ୍ଷମ ହୋଇଥିଲା। ଆଇଏନ୍‌ଏସ୍‌ ଭେଲା ୬ ମେ’ ୨୦୨୯ ରେ ଲୋକାର୍ପିତ କରାଯାଇଥିଲା ଏବଂ ୨୫ ନଭେମ୍ବର ୨୦୨୧ ରେ ନୌସେନାରେ ସାମିଲ କରାଯାଇଥିଲା । ଆଇଏନ୍‌ଏସ୍‌ ଭାଗୀର ୧୨ ନଭେମ୍ବର ୨୦୨୦ ରେ ଲୋକାର୍ପିତ କରାଯାଇଥିଲା ଏବଂ ଫେବୃଆରୀ ୨୦୨୨ ରୁ ଏହାର ସମୁଦ୍ର ପରୀକ୍ଷା ଆରମ୍ଭ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଯୁକ୍ତ ୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବଡ଼ ନିଷ୍ପତ୍ତି : ଏଣିକି ହେବ…

ଭୁବନେଶ୍ୱର,୨୯।୮: ଯୁକ୍ତ ୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ ପରୀକ୍ଷା। ଥରେ…

ବୁର୍ଲାରେ ଫୁଟିଲା ଗୁଳି: ମାଂସ ବ୍ୟବସାୟୀଙ୍କ ଚାଲିଗଲା ଜୀବନ, ପରକୀୟା ପ୍ରୀତି …

ସମ୍ବଲପୁର,୨୯ା୮(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଅତ୍ୟନ୍ତ ବ୍ୟସ୍ତ ବହୁଳ ଅଞ୍ଚଳ କିର୍ବା ଛକରେ ଶନିବାର ପୂର୍ବାହ୍ନରେ ଦିନଦ୍ୱିପ୍ରହରରେ ଗୁଳିକାଣ୍ଡ ଘଟିଛି। ଏଥିରେ କିର୍ବା ଛକରେ ମାଂସ…

କାମରେ ଆସୁନି ଆଧାର କାର୍ଡ, ନିୟମଗିରିରେ ବଢୁଛି ଡଙ୍ଗରିଆଙ୍କ ଅସନ୍ତୋଷ

କଲ୍ୟାଣସିଂହପୁର,୨୯ା୮(ଦୀପକ କୁମାର ପରିଡ଼ା): ସରକାରୀ ସୁବିଧା ସୁଯୋଗ ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଥିବା ଆଧାର ଶିବିର ଏବେ ନିୟମଗିରିର ଡଙ୍ଗରିଆ କନ୍ଧମାନଙ୍କ ପାଇଁ ନୂଆ ସମସ୍ୟା…

କୋହଲିଙ୍କଠାରୁ ଶ୍ରେଷ୍ଠ ବୁମ୍‌ରା: କହୁ କହୁ ଏମିତି କହିଦେଲେ ଅଶ୍ୱିନ

ନୂଆଦିଲ୍ଲୀ,୨୯।୮: ପୂର୍ବତନ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କୁ ସମସ୍ତ ଫର୍ମାଟରେ ସର୍ବଶ୍ରେଷ୍ଠ ଭାରତୀୟ ଖେଳାଳିଙ୍କୁ ଚୟନ କରିବାକୁ…

ଆର୍‌ଟିଓ ଅଫିସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା ସବୁ

ଗଜପତି,୨୯ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଜଳିଯାଇଛି କମ୍ପ୍ୟୁଟର ପ୍ରକୋଷ୍ଠ। ଅଗ୍ନିକାଣ୍ଡର କାରଣ ଏବେବି ଅସ୍ପଷ୍ଟ…

ଆନ୍ଧ୍ରରେ ଅଟୋ ଓଲଟି ଓଡ଼ିଆ ଶ୍ରମିକଙ୍କ ଜୀବନ ଗଲା

ରାଇକିଆ,୨୯ା୮(ପ୍ରଦୀପ କୁମାର ବେହେରା): ଦାଦନ ଖଟିବାକୁ ଯାଇ ପୁଣି ଜଣେ କନ୍ଧମାଳ ଶ୍ରମିକ ପ୍ରାଣ ହରାଇଛନ୍ତି। ଆନ୍ଧ୍ରପ୍ରଦେଶର ଅଙ୍ଗୁଲୁ ଜିଲା ଅନ୍ତର୍ଗତ ମେଜରମେଣ୍ଟାଠାରେ ଚଳିତ ମାସ ୨୪…

୧ ସେପ୍ଟେମ୍ୱରରୁ ମହଙ୍ଗା ହେବ ଅନଲାଇନ ସପିଂ! ପାର୍ସଲ ପ୍ରତି ଏତେ ବଢିଯିବ ଡେଲିଭରୀ ଚାର୍ଜ

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ବି ପାର୍ୱଣ ଋତୁରେ ଅନଲାଇନ ସପିଂ (Online Shopping) କରିବାକୁ ପ୍ରସ୍ତୁତି କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ସେପ୍ଟେମ୍ୱର…

ଭାତପୁରା ସ୍କୁଲରେ ଅବ୍ୟବସ୍ଥା: ବିପଦରେ ୧୬୨ ଛାତ୍ରଛାତ୍ରୀ

ଜମନକିରା,୨୯।୮(ରବିନ୍ଦ୍ର ପ୍ରସାଦ ଦାନୀ): ଜମନକିରା ବ୍ଲକ ଡିମିରୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭାତପୁରା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମିର ଦୁରବସ୍ଥା ଯୋଗୁଁ ୧୬୨ ଛାତ୍ରଛାତ୍ରୀ ବିପଦସଙ୍କୁଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri