ଧର୍ମେନ୍ଦ୍ର, ଜୟନାରାୟଣଙ୍କ ଆଡ଼କୁ ତଦନ୍ତ ଯାଉଛି: ପ୍ରମିଳା

ଭୁବନେଶ୍ବର, ୨୨।୨(ବ୍ୟୁରୋ): ନବ ଦାସ ହତ୍ୟା ଘଟଣାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ବିଧାନସଭାର ବଜେଟ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ବେଳେ ଏହି ଘଟଣା ଏବେ ଉଗ୍ରରୂପ ଧାରଣ କରିଛି। ଉଭୟ ଦଳର ନେତା ପରସ୍ପର ବିରୋଧରେ ବ୍ୟକ୍ତିଗତ ଆକ୍ଷେପ କରିବାକୁ ମଧ୍ୟ ପଛାଉ ନାହାନ୍ତି।
ନବ ଦାସଙ୍କ ହତ୍ୟା ଘଟଣାରେ ବିରୋଧୀ ଦଳ ନେତାଙ୍କ ବୟାନ ପରେ ବିଜେଡି ନେତ୍ରୀ ତଥା ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ପୂର୍ବରୁ ଗଞ୍ଜାମ ଓ ବରଗଡ଼ ଜିଲାରେ ଘଟିଥିବା କେତେକ ରାଜନୈତିକ ହତ୍ୟାକାଣ୍ଡରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଙ୍କ ସମ୍ପୃକ୍ତି ଥିବାର ପ୍ରମାଣ ମିଳିଛି। ପଦ୍ମପୁର ଉପନିର୍ବାଚନ ବେଳେ ନବ ଦାସଙ୍କୁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଧମକ ଦେଉଥିବା ଉଭୟ ଭାଜପାର ବରିଷ୍ଠ ନେତା ନିଜକୁ ବଞ୍ଚାଇବା ଲାଗି ମନଗଢ଼ା କାହାଣୀ ଗପୁଛନ୍ତି। ସମସ୍ତେ ଜାଣନ୍ତି ଜୟନାରାୟଣ ଜଣେ ଅଭ୍ୟାସଗତ ଅପରାଧୀ। ସେ ଏକ ହତ୍ୟା ମାମଲାରେ ଦୀର୍ଘଦିନ ଜେଲରେ ରହିବା ପରେ ଦେହ ଖରାପର ଆଳ ଦେଖାଇ ଜାମିନରେ ଆସିଛନ୍ତି। ୨୦୧୭ ସେପ୍ଟେମ୍ବର ୧୬ରେ ଗଞ୍ଜାମ ଜିଲା ଛତ୍ରପୁରରେ ଘଟିଥିବା ବହୁଚର୍ଚ୍ଚିତ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାର ଅଭିଯୁକ୍ତମାନେ ଫେରାର ହୋଇ ଉତ୍ତରାଖଣ୍ଡର ଏକ ସରକାରୀ ଗେଷ୍ଟ ହାଉସରେ ଆଶ୍ରୟ ନେଇଥିଲେ। କଲ୍‌ ରେକର୍ଡ ଯାଞ୍ଚରୁ ଜଣାପଡ଼ିଥିଲା, ଏହି ହତ୍ୟା ଅଭିଯୁକ୍ତଙ୍କୁ ଓଡ଼ିଶାରୁ ଫେରାର କରାଇବା ଏବଂ ଉତ୍ତରାଖଣ୍ଡ ନେଇ ସରକାରୀ ଗେଷ୍ଟ ହାଉସରେ ରଖିବାର ସବୁ ବ୍ୟବସ୍ଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିଁ କରିଥିଲେ। ପଦ୍ମପୁର ଉପନିର୍ବାଚନ ସମୟରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ସାଙ୍ଗଠନିକ ଦକ୍ଷତା ଓ କଠିନ ପରିଶ୍ରମ ଦେଖି ଭାଜପା ଜାଣି ସାରିଥିଲା ଯେ ସେମାନେ ଏଠାରେ ଅତ୍ୟନ୍ତ ଦୟନୀୟ ଭାବେ ହାରିବାକୁ ଯାଉଛନ୍ତି। ସେତେବେଳେ ସେ ନବ ଦାସଙ୍କୁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଧମକଦେବାକୁ ପଛାଇ ନ ଥିଲେ। ଏବେ ନବ ଦାସଙ୍କ ହତ୍ୟା ମାମଲାରେ ଜୟନାରାୟଣ ମିଶ୍ର ଓ ଧର୍ମେନ୍ଦ୍ର ପ୍ରଧାନ ଜାଣି ସାରିଛନ୍ତି ଯେ କ୍ରାଇମବ୍ରାଞ୍ଚ ତଦନ୍ତ ସେମାନଙ୍କ ଆଡ଼କୁ ଯାଉଛି। ସେଥିପାଇଁ ସେମାନେ ଏହି ହତ୍ୟାକାଣ୍ଡକୁ ନେଇ ପ୍ରତିଦିନ ମନଗଢ଼ା କାହାଣୀ ଶୁଣାଉଛନ୍ତି ବୋଲି ପ୍ରମିଳା ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ପ୍ରମିଳାଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି ଭାଜପା ନେତ୍ରୀ ସୋନାଲି ସାହୁ କହିଛନ୍ତି, ରାଜ୍ୟର ୫୦ ଲକ୍ଷରୁ ଊର୍ଦ୍ଧ୍ୱ ସ୍କୁଲ ପିଲାଙ୍କ ଖାଦ୍ୟ ଦୁର୍ନୀତି କରିଥିଲେ, ଯାହାର ମୂଲ୍ୟ ୭୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ। ଏଥିଲାଗି ୨୦୧୧ରେ ମନ୍ତ୍ରମଣ୍ଡଳରୁ ଯିଏ ତଡ଼ା ଖାଇଥିଲେ ସେହି ସଇତାନଙ୍କ ମୁହଁରେ ଏବେ ବେଦପାଠ ଶୁଣିବାକୁ ମିଳୁଛି। ନିଜ ଚାକିରି ବଞ୍ଚାଇବା ଲାଗି ଯେଉଁ ଦଳ ପାଇଁ ଓକିଲାତି କରୁଛନ୍ତି ସେହି ଦଳ ଦିନେ ତାଙ୍କୁ ତଡ଼ିଦେଇଥିଲା। ବିଜେଡି ନେତା ପ୍ରତାପ ଜେନା ୨ଟି ହତ୍ୟା ମାମଲାରେ ସମ୍ପୃକ୍ତ ଅଛନ୍ତି ବୋଲି ଅଭିଯୋଗ ଆସିଛି। ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ବିରୋଧରେ ପରକୀୟା ପ୍ରୀତିର କଥା ଆସିଲା ପରେ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଆଜି ପ୍ରଶ୍ନବାଚୀ ସୃଷ୍ଟି କରିଛି। ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସେ ସମୟର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାମ ଆସିଲା। ଯଦି ସୋନାଲିକା ଆପଣଙ୍କ ଝିଅ ହୋଇଥାନ୍ତା ତେବେ କ’ଣ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ଛାଡ଼ିଦେଇ ଥାଆନ୍ତେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଯେଉଁ ୨ଟି ଘଟଣାର ଅଭିଯୋଗ ଉଠାଇଛନ୍ତି ଛତ୍ରପୁର ମାମଲାରେ ପୋଲିସର ଚାର୍ଜଶିଟ୍‌ରେ କ’ଣ ଲେଖାହୋଇଛି, ପୋଲିସ ଡିଜିକୁ ପଚାରିବୁଝନ୍ତୁ। ବ୍ଲାକ୍‌ରୋଜ୍‌ ମାମଲାରେ କୋଟି କୋଟି ଟଙ୍କାର ଯେଉଁ ଦୁର୍ନୀତି ହୋଇଥିଲା, ତୁମର ବଡ଼ ନେତା ବୋଲାଉଥିବା ପ୍ରଣବ ପ୍ରକାଶ ଦାସଙ୍କ ସମ୍ପୃକ୍ତି କେତେ ଅଛି, ତାଙ୍କୁ ଥରେ ପଚାରନ୍ତୁ। ୫-ଟି ସଚିବ କେଉଁ କାର୍ଯ୍ୟରେ ଲିପ୍ତ ଅଛନ୍ତି ଏବଂ କେଉଁ କାର୍ଯ୍ୟ କରୁଛନ୍ତି ଥରେ ନିଜକୁ ପଚାରି ତାହାର ଉତ୍ତର ଖୋଜନ୍ତୁ ବୋଲି ସୋନାଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ଧାରରେ ରୋଗୀ, ପ୍ରତିକାର ନାହିଁ

ଚମ୍ପୁଆ,୩ା୬(ଡି.ଏନ.ଏ)- କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଡିଜି ଓ ଇନ୍‌ଭର୍ଟର ଥିଲେ ମଧ୍ୟ ବିଦ୍ୟୁତ୍‌ କାଟ୍‌ ସମୟରେ ରୋଗୀମାନେ ଅନ୍ଧାରରେ ରହୁଛନ୍ତି। ଅସହ୍ୟ ଗରମ...

ଆଉ ୩୦ କରୋନା ଆକ୍ରାନ୍ତ ସୁସ୍ଥ, ସଂଖ୍ୟା ଛୁଇଁଲା ୧୯୬

ଭୁବନେଶ୍ୱର,୧୬ା୫(ବ୍ୟୁରୋ): ରାଜ୍ୟବାସୀଙ୍କ ପାଇଁ ପୁଣି ଖୁସି ଖବର ଆସିଛି। ଶନିବାର ଆଉ ୩୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଅଦ୍ୟାବଧି  ୧୯୬...

ବୃଦ୍ଧ ବାପାଙ୍କୁ ବିଦ୍ୟୁତ୍‌ଖୁଣ୍ଟରେ ବାନ୍ଧି ପିଟିପିଟି ମାରିଦେଲେ ପୁଅବୋହୂ

କୋରାପୁଟ,୬।୮(ସ୍ବ.ପ୍ର.): ନାନାଦି ଦୁଃଖ, କଷ୍ଟ, ଯନ୍ତ୍ରଣା ସହି ପିଲାମାନଙ୍କୁ ଛୋଟରୁ ବଡ଼ କରିଥାନ୍ତି ମାତାପିତା। ହେଲେ ସେମାନେ ପରିଣତ ବୟସରେ ପିଲାମାନଙ୍କ ପାଇଁ ଅଲୋଡା ହୋଇପଡ଼ନ୍ତି।...

ବଢ଼ୁଛି ଆତ୍ମହତ୍ୟା ପ୍ରବଣତା, ଚାଲିଗଲା ଆଉ ୨ ଜୀବନ

ଭୁବନେଶ୍ୱର,୩।୮ (ବ୍ୟୁରୋ): ନୟାପଲ୍ଲୀ ଥାନା ଅଞ୍ଚଳରେ ମଙ୍ଗଳବାର ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ସେ ହେଲେ ସିବିଆଇ କାର୍ଯ୍ୟାଳୟ ନିକଟ ନୀଳପାଣିଟାଙ୍କି ବସ୍ତିର ଗଙ୍ଗାଧର ସ୍ବାଇଁ...

ବିନା ପାରିଶ୍ରମିକରେ ମାସ୍କ ତିଆରି କରୁଛନ୍ତି ବାରିପଦାର ରାଜେନ୍ଦ୍ର: ଟୁଇଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ବାରିପଦା ଅଫିସ, ୩୧ା୩- ବାରିପଦା ସହରର ତକତପୁର ଅଞ୍ଚଳର ରାଜେନ୍ଦ୍ର କବାଟଙ୍କ ପରିବାରବର୍ଗ ବିନା ପାରିଶ୍ରମିକରେ ମାସ୍କ ତିଆରି କରୁଛନ୍ତି। ଏନେଇ ମଙ୍ଗଳବାର ‘ଧରିତ୍ରୀ’ରେ ଖବର...

ପ୍ରି-ଲିଟିଗେଶନ୍‌ ଡେସ୍କ ଉଦ୍‌ଘାଟିତ: ମାମଲା ହ୍ରାସ ସହ କମିବ ଅଭିଯୋଗକାରୀଙ୍କ ଖର୍ଚ୍ଚ

ଅନୁଗୋଳ ଅଫିସ, ୧।୬: ଅନୁଗୋଳ ଜିଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟରେ ପ୍ରାକ୍‌ ବିବାଦ ସମାଧାନ କେନ୍ଦ୍ର ବା ପ୍ରି-ଲିଟିଗେଶନ୍‌ ଡେସ୍କ ଶୁକ୍ରବାର ପୂର୍ବାହ୍ନରେ ଉଦ୍‌ଘାଟିତ...

ପୁରୀ-ରଙ୍ଗପଡ଼ା ନର୍ଥ-ପୁରୀ ବିଶେଷ ଟ୍ରେନ୍‌ ସେବା ଜୁଲାଇ ୨୫ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର,୧୫ା୬(ବ୍ୟୁରୋ): ଯାତ୍ରୀଙ୍କ ସୁବିଧା ପାଇଁ ୦୫୮୭୦-୦୫୮୬୯ ରଙ୍ଗପଡ଼ା ନର୍ଥ-ପୁରୀ-ରଙ୍ଗପଡ଼ା ନର୍ଥ (ଆସାମ) ବିଶେଷ ଟ୍ରେନ୍‌ ସେବାକୁ ରଙ୍ଗପଡ଼ା ନର୍ଥଠାରୁ ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି...

ରାଜ୍ୟରେ ନିଯୁକ୍ତି ପାଇବେ ୫ ହଜାର ଡାକ୍ତର

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ଖୁବ୍‌ଶୀଘ୍ର ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ୫ ହଜାର ଡାକ୍ତର ନିଯୁକ୍ତି ପାଇବେ ବୋଲି ସୋମବାର ଘୋଷଣା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ। ରାଷ୍ଟ୍ରପତି ଦ୍ରୌପଦୀ...

Advertisement
Archives

Model This Week