ଧର୍ମେନ୍ଦ୍ର, ଜୟନାରାୟଣଙ୍କ ଆଡ଼କୁ ତଦନ୍ତ ଯାଉଛି: ପ୍ରମିଳା

ଭୁବନେଶ୍ବର, ୨୨।୨(ବ୍ୟୁରୋ): ନବ ଦାସ ହତ୍ୟା ଘଟଣାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ବିଧାନସଭାର ବଜେଟ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ବେଳେ ଏହି ଘଟଣା ଏବେ ଉଗ୍ରରୂପ ଧାରଣ କରିଛି। ଉଭୟ ଦଳର ନେତା ପରସ୍ପର ବିରୋଧରେ ବ୍ୟକ୍ତିଗତ ଆକ୍ଷେପ କରିବାକୁ ମଧ୍ୟ ପଛାଉ ନାହାନ୍ତି।
ନବ ଦାସଙ୍କ ହତ୍ୟା ଘଟଣାରେ ବିରୋଧୀ ଦଳ ନେତାଙ୍କ ବୟାନ ପରେ ବିଜେଡି ନେତ୍ରୀ ତଥା ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ପୂର୍ବରୁ ଗଞ୍ଜାମ ଓ ବରଗଡ଼ ଜିଲାରେ ଘଟିଥିବା କେତେକ ରାଜନୈତିକ ହତ୍ୟାକାଣ୍ଡରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଙ୍କ ସମ୍ପୃକ୍ତି ଥିବାର ପ୍ରମାଣ ମିଳିଛି। ପଦ୍ମପୁର ଉପନିର୍ବାଚନ ବେଳେ ନବ ଦାସଙ୍କୁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଧମକ ଦେଉଥିବା ଉଭୟ ଭାଜପାର ବରିଷ୍ଠ ନେତା ନିଜକୁ ବଞ୍ଚାଇବା ଲାଗି ମନଗଢ଼ା କାହାଣୀ ଗପୁଛନ୍ତି। ସମସ୍ତେ ଜାଣନ୍ତି ଜୟନାରାୟଣ ଜଣେ ଅଭ୍ୟାସଗତ ଅପରାଧୀ। ସେ ଏକ ହତ୍ୟା ମାମଲାରେ ଦୀର୍ଘଦିନ ଜେଲରେ ରହିବା ପରେ ଦେହ ଖରାପର ଆଳ ଦେଖାଇ ଜାମିନରେ ଆସିଛନ୍ତି। ୨୦୧୭ ସେପ୍ଟେମ୍ବର ୧୬ରେ ଗଞ୍ଜାମ ଜିଲା ଛତ୍ରପୁରରେ ଘଟିଥିବା ବହୁଚର୍ଚ୍ଚିତ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାର ଅଭିଯୁକ୍ତମାନେ ଫେରାର ହୋଇ ଉତ୍ତରାଖଣ୍ଡର ଏକ ସରକାରୀ ଗେଷ୍ଟ ହାଉସରେ ଆଶ୍ରୟ ନେଇଥିଲେ। କଲ୍‌ ରେକର୍ଡ ଯାଞ୍ଚରୁ ଜଣାପଡ଼ିଥିଲା, ଏହି ହତ୍ୟା ଅଭିଯୁକ୍ତଙ୍କୁ ଓଡ଼ିଶାରୁ ଫେରାର କରାଇବା ଏବଂ ଉତ୍ତରାଖଣ୍ଡ ନେଇ ସରକାରୀ ଗେଷ୍ଟ ହାଉସରେ ରଖିବାର ସବୁ ବ୍ୟବସ୍ଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିଁ କରିଥିଲେ। ପଦ୍ମପୁର ଉପନିର୍ବାଚନ ସମୟରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ସାଙ୍ଗଠନିକ ଦକ୍ଷତା ଓ କଠିନ ପରିଶ୍ରମ ଦେଖି ଭାଜପା ଜାଣି ସାରିଥିଲା ଯେ ସେମାନେ ଏଠାରେ ଅତ୍ୟନ୍ତ ଦୟନୀୟ ଭାବେ ହାରିବାକୁ ଯାଉଛନ୍ତି। ସେତେବେଳେ ସେ ନବ ଦାସଙ୍କୁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଧମକଦେବାକୁ ପଛାଇ ନ ଥିଲେ। ଏବେ ନବ ଦାସଙ୍କ ହତ୍ୟା ମାମଲାରେ ଜୟନାରାୟଣ ମିଶ୍ର ଓ ଧର୍ମେନ୍ଦ୍ର ପ୍ରଧାନ ଜାଣି ସାରିଛନ୍ତି ଯେ କ୍ରାଇମବ୍ରାଞ୍ଚ ତଦନ୍ତ ସେମାନଙ୍କ ଆଡ଼କୁ ଯାଉଛି। ସେଥିପାଇଁ ସେମାନେ ଏହି ହତ୍ୟାକାଣ୍ଡକୁ ନେଇ ପ୍ରତିଦିନ ମନଗଢ଼ା କାହାଣୀ ଶୁଣାଉଛନ୍ତି ବୋଲି ପ୍ରମିଳା ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ପ୍ରମିଳାଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି ଭାଜପା ନେତ୍ରୀ ସୋନାଲି ସାହୁ କହିଛନ୍ତି, ରାଜ୍ୟର ୫୦ ଲକ୍ଷରୁ ଊର୍ଦ୍ଧ୍ୱ ସ୍କୁଲ ପିଲାଙ୍କ ଖାଦ୍ୟ ଦୁର୍ନୀତି କରିଥିଲେ, ଯାହାର ମୂଲ୍ୟ ୭୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ। ଏଥିଲାଗି ୨୦୧୧ରେ ମନ୍ତ୍ରମଣ୍ଡଳରୁ ଯିଏ ତଡ଼ା ଖାଇଥିଲେ ସେହି ସଇତାନଙ୍କ ମୁହଁରେ ଏବେ ବେଦପାଠ ଶୁଣିବାକୁ ମିଳୁଛି। ନିଜ ଚାକିରି ବଞ୍ଚାଇବା ଲାଗି ଯେଉଁ ଦଳ ପାଇଁ ଓକିଲାତି କରୁଛନ୍ତି ସେହି ଦଳ ଦିନେ ତାଙ୍କୁ ତଡ଼ିଦେଇଥିଲା। ବିଜେଡି ନେତା ପ୍ରତାପ ଜେନା ୨ଟି ହତ୍ୟା ମାମଲାରେ ସମ୍ପୃକ୍ତ ଅଛନ୍ତି ବୋଲି ଅଭିଯୋଗ ଆସିଛି। ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ବିରୋଧରେ ପରକୀୟା ପ୍ରୀତିର କଥା ଆସିଲା ପରେ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଆଜି ପ୍ରଶ୍ନବାଚୀ ସୃଷ୍ଟି କରିଛି। ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସେ ସମୟର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାମ ଆସିଲା। ଯଦି ସୋନାଲିକା ଆପଣଙ୍କ ଝିଅ ହୋଇଥାନ୍ତା ତେବେ କ’ଣ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ଛାଡ଼ିଦେଇ ଥାଆନ୍ତେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଯେଉଁ ୨ଟି ଘଟଣାର ଅଭିଯୋଗ ଉଠାଇଛନ୍ତି ଛତ୍ରପୁର ମାମଲାରେ ପୋଲିସର ଚାର୍ଜଶିଟ୍‌ରେ କ’ଣ ଲେଖାହୋଇଛି, ପୋଲିସ ଡିଜିକୁ ପଚାରିବୁଝନ୍ତୁ। ବ୍ଲାକ୍‌ରୋଜ୍‌ ମାମଲାରେ କୋଟି କୋଟି ଟଙ୍କାର ଯେଉଁ ଦୁର୍ନୀତି ହୋଇଥିଲା, ତୁମର ବଡ଼ ନେତା ବୋଲାଉଥିବା ପ୍ରଣବ ପ୍ରକାଶ ଦାସଙ୍କ ସମ୍ପୃକ୍ତି କେତେ ଅଛି, ତାଙ୍କୁ ଥରେ ପଚାରନ୍ତୁ। ୫-ଟି ସଚିବ କେଉଁ କାର୍ଯ୍ୟରେ ଲିପ୍ତ ଅଛନ୍ତି ଏବଂ କେଉଁ କାର୍ଯ୍ୟ କରୁଛନ୍ତି ଥରେ ନିଜକୁ ପଚାରି ତାହାର ଉତ୍ତର ଖୋଜନ୍ତୁ ବୋଲି ସୋନାଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?