ଟିକା ନେଲେ ଜରାଶ୍ରମ ଅନ୍ତେବାସୀ

ଭୁବନେଶ୍ୱର, ୩।୬(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରେ କେତେକ ସ୍ବତନ୍ତ୍ର ବର୍ଗଙ୍କ ପାଇଁ ଟିକା ବ୍ୟବସ୍ଥାକୁ ଏବେ ପ୍ରାଥମିକତା ଦିଆଯାଉଛି। ବିଶେଷକରି ବୟୋଜ୍ୟେଷ୍ଠ ବୃଦ୍ଧାବୃଦ୍ଧଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ କମିଶନର ସଞ୍ଜୟ କୁମାର ସିଂହଙ୍କ ନିର୍ଦ୍ଦେଶରେ ଜରାଶ୍ରମ ଅନ୍ତେବାସୀଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି। ବୁଧବାର ଟଙ୍କପାଣି ରୋଡ୍‌ ପାଣ୍ଡବନଗରସ୍ଥିତ କ୍ରିଷ୍ଣା ଓଲ୍‌ଡ ଏଜ୍‌ ହୋମ୍‌ର ୪୦ରୁ ଊର୍ଦ୍ଧ୍ୱ ଅନ୍ତେବାସୀଙ୍କୁ କୋଭିଡ୍‌-୧୯ ପ୍ରତିଷେଧକ ଟିକା ଦିଆଯାଇଛି। ବିଏମ୍‌ସି ଏବଂ ସ୍ବାସ୍ଥ୍ୟ ବିଭାଗର ମିଳିତ ସହଯୋଗରେ ଏହି ଟିକାକରଣ କରାଯାଇଛି।
ଦକ୍ଷିଣ-ପୂର୍ବ ଜୋନ୍‌ ପରିସରରେ ରହିଥିବା ଉକ୍ତ ଜରାଶ୍ରମର ତିନୋଟି କେନ୍ଦ୍ର ଯଥା ଟଙ୍କପାଣି ରୋଡ୍‌୍‌ ନିକଟସ୍ଥ ପାଣ୍ଡବ ନଗର କେନ୍ଦ୍ର, ପୁରୁଣା ଭୁବନେଶ୍ୱରର କେଉଟସାହି ନିକଟସ୍ଥ ଆନନ୍ଦ ଆଶ୍ରମ ଏବଂ ନୂଆଗାଁ ନିକଟସ୍ଥ କେନ୍ଦ୍ରରେ ଟିକାକରଣ ଟିମ୍‌ ପହଞ୍ଚତ୍ ସମସ୍ତ ଅନ୍ତେବାସୀଙ୍କୁ ଟିକା ଦେଇଥିଲେ। ଟିକା ଦେବା ପରେ କୌଣସି ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟାକୁ ଲକ୍ଷ୍ୟ କରିବା ପାଇଁ ପ୍ରତ୍ୟେକ କେନ୍ଦ୍ରରେ ଟିକାକରଣ ସରିବାର ୪୫ ମିନିଟ୍‌ ପର୍ଯ୍ୟନ୍ତ ଟିକାକରଣ ଦଳ ସେଠାରେ ରହି ଅନ୍ୟ କେନ୍ଦ୍ରକୁ ଯାଉଥିଲେ। ନିର୍ଭରଶୀଳ ବୟସରେ ଆମ ପାଖକୁ ଆସି ଟିକା ଦେବା ଏବଂ କୋଭିଡ୍‌ ଭଳି ମହାମାରୀରୁ ଆମକୁ ଦୂରେଇ ରଖିବାର ଯେଉଁ ପଦକ୍ଷେପ ବିଏମ୍‌ସି ପକ୍ଷରୁ ନିଆଯାଇଛି ସେଥିପାଇଁ ଆମେ କୃତଜ୍ଞ। ସରକାରଙ୍କ ଏଭଳି ପଦକ୍ଷେପ ସମାଜର ସମସ୍ତ ବର୍ଗଙ୍କ ହୃଦୟକୁ ଛୁଇଁଛି ବୋଲି ଜଣେ ଅନ୍ତେବାସୀ ତଥା ଅବସରପ୍ରାପ୍ତ ଅଧ୍ୟାପକ ପ୍ରିୟବ୍ରତ ନନ୍ଦ କହିଛନ୍ତି। । ଟିକାଦାନ ପରେ ସମୁଦାୟ ପ୍ରକ୍ରିୟାକୁ ସଂଯୋଜନା କରୁଥିବା ଦକ୍ଷିଣ ପୂର୍ବ ଜୋନ୍‌ର ଜୋନାଲ୍‌ ଡେପୁଟି କମିଶନର ଅଂଶୁମାନ ରଥ ଅନ୍ତେବାସୀମାନଙ୍କ ସୁସ୍ଥତା ଏବଂ ପରିମଳ ପ୍ରତି ସତର୍କତା ଏବଂ ଜରାଶ୍ରମର ପରିଚ୍ଛନ୍ନତା ଉପରେ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିବା ସହ ନିରନ୍ତର କୋଭିଡ୍‌ ନିୟମ ମାନିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ବିଏମ୍‌ସି ଏବଂ ସ୍ବାସ୍ଥ୍ୟ ବିଭାଗର ଏହି ସହଯୋଗ ପାଇଁ କ୍ରିଷ୍ଣା ଓଲ୍ଡଏଜ୍‌ ହୋମ୍‌ର ପ୍ରତିଷ୍ଠାତା ରାଜେଶ ମହାପାତ୍ର କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?