ମୃତ୍ୟୁ ପୂର୍ବରୁ ଲାଗିଛି ଆଘାତ

ବଲାଙ୍ଗୀର ଅଫିସ,୩୦ା୪: ଗତ ୨୨ ତାରିଖରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଥମ ବର୍ଷ ଏମ୍‌ବିବିଏସ୍‌ ଛାତ୍ର ନିଶାନ୍ତ କୁମାର(୧୯)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ହଷ୍ଟେଲ ଛାତରୁ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଥିବା କଲେଜ ପକ୍ଷରୁ କୁହାଯାଉଛି। କିନ୍ତୁ ନିଶାନ୍ତଙ୍କ ମୃତ୍ୟୁ ର଼୍ୟାଗିଂ ଯୋଗୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାପରେ ତାଙ୍କର ଏକ ମୋବାଇଲ ଫୋନ୍‌ ଚାଟିଂ ଭାଇରାଲ ହେବା ପରେ ହଇଚଇ ସୃଷ୍ଟି ହୋଇଛି। ମୃତ୍ୟୁର ୯ ଦିନ ପରେ ଶୁକ୍ରବାର ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଏଥିରେ ଅତ୍ୟଧିକ ଉଚ୍ଚରୁ ଟାଣ ଚଟାଣରେ ପଡ଼ିବାରୁ ଆନ୍ତଃ ଓ ବାହ୍ୟ ଆଘାତ ଲାଗିଥିଲା ଓ ଏହି ଆଘାତ ମୃତ୍ୟୁ ପୂର୍ବରୁ ହୋଇଥିବା ଉଲ୍ଲେଖ କରାଯାଇଛି। ତେବେ ଏପରି ରିପୋର୍ଟକୁ ନେଇ ନିଶାନ୍ତଙ୍କ ପରିବାର ଲୋକେ ପୂର୍ବରୁ ଅଭିଯୋଗ ଉଠାଇଛନ୍ତି। ଯେଉଁ କଲେଜ ବିରୋଧରେ ଛାତ୍ରଙ୍କ ର଼୍ୟାଗିଂଜନିତ ମୃତ୍ୟୁ ଅଭିଯୋଗ ଉଠିଛି ସେହି କଲେଜର ଡାକ୍ତରମାନେ ଯଦି ବ୍ୟବଚ୍ଛେଦ କରନ୍ତି, ତେବେ ଏହା କେତେ ନିରପେକ୍ଷ ହେବ ବୋଲି ପ୍ରଶ୍ନ କରିଛନ୍ତି। ଅନ୍ୟ କୌଣସି ହସ୍ପିଟାଲରେ ବ୍ୟବଚ୍ଛେଦ କରାଯିବାର ଆବଶ୍ୟକ ଥିଲା ବୋଲି ପରିବାର
ପକ୍ଷରୁ କୁହାଯାଇଛି। ନିଶାନ୍ତଙ୍କ ପରିବାର ଅଭିଯୋଗ ଉଠାଇଛନ୍ତି ଯେ, ହଷ୍ଟେଲ ଛାତ ଉପରୁ ପଡ଼ିଥିବା କୁହାଯାଉଥିଲେ ମଧ୍ୟ କେଉଁ ପରିସ୍ଥିତିରେ ସେ ପଡ଼ିଲେ ସେନେଇ କଲେଜ ପାଖରେ କୌଣସି ପ୍ରମାଣଗତ ତଥ୍ୟ ନାହିଁ। ନିଶାନ୍ତ ହଷ୍ଟେଲ ଛାତରୁ ଖସିପଡ଼ିବାର କେହି ପ୍ରତ୍ୟକ୍ଷଦର୍ଶୀ ନାହାନ୍ତି। ଏପରି କି ସିସିଟିଭି ଫୁଟେଜ୍‌ ନ ଥିବାରୁ ଏହା ବିଶ୍ୱାସଜନକ ନୁହେଁ ବୋଲି ସେମାନେ ଗଣମାଧ୍ୟମକୁ କହିଥିଲେ। ଏହାସହିତ କଲେଜରେ ର଼୍ୟାଗିଂ ହେଉଥିବା ବିଷୟ ନିଶାନ୍ତ ପରିବାରବର୍ଗଙ୍କୁ କହିଥିବା ଏବଂ ଏ ନେଇ ମୋବାଇଲ ଚାଟିଂ ରହିଥିବାରୁ ର଼୍ୟାଗିଂ ନେଇ କଲେଜ ପକ୍ଷରୁ କୌଣସି ତଦନ୍ତ କରାଯାଉନାହିଁ। ପୋଲିସ ଏପର୍ଯ୍ୟନ୍ତ ର଼୍ୟାଗିଂକୁ ନେଇ କ’ଣ କରିଛି ତାହା ଜଣାପଡ଼ୁନାହିଁ। ଯେଉଁ ଛାତ୍ରମାନେ ସେହି କଲେଜରେ ର଼୍ୟାଗିଂ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା କଥା ବୋଲି ପରିବାର ପକ୍ଷରୁ ଦାବି କରାଯାଇଛି। ର଼୍ୟାଗିଂ ଅଭିଯୋଗକୁ ହାଲୁକା ଭାବେ ନେଲେ ସେହି କଲେଜରେ ଅନ୍ୟ ଛାତ୍ରମାନଙ୍କ ଜୀବନ ପ୍ରତି ବିପଦ ରହିଥିବା ପରିବାର ପକ୍ଷରୁ କୁହାଯାଇଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ, ଯାହାଫଳରେ ବହୁ କଥା ଲୋକଲୋଚନକୁ ଆସିପାରିବ ବୋଲି ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡକୁ ଜିତାଇଲେ ବେଥେଲ, ୧-୦ରେ ସିରିଜ୍‌ ଆଗୁଆ

ମାଞ୍ଚେଷ୍ଟର,୪ା୭: ଜେକବ ବେଥେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୪ ଉଇକେଟରେ ଭାରତକୁ ପରାସ୍ତ କରିଛି। ସିରିଜ୍‌ର ପ୍ରଥମ…

ଦେଶୀ, ବିଦେଶୀ ମଦ ଜବତ, ମହିଳାଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଦେଶୀ ଓ ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ସାନୁ…

ବଦ୍ରିନାଥ, କେଦାରନାଥ ମନ୍ଦିରରୁ ଦାନ ଟଙ୍କା ଚୋରି ଅଭିଯୋଗ

ଡେରାଡୁନ୍‌,୪ା୭, ଅଯୋଧ୍ୟା ରାମମନ୍ଦିରରୁ ବହୁ କୋଟି ଟଙ୍କାର ଦାନ ଚୋରି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏବେ ଉତ୍ତରାଖଣ୍ଡର ବଦ୍ରିନାଥ ଓ କେଦାରନାଥ ମନ୍ଦିରରେ…

ବୀରମହାରାଜପୁର ପ୍ରବଳ ବର୍ଷା, ପୂର୍ବତନ ସରପଞ୍ଚଙ୍କ ଘରେ ପସିଲା ପାଣି

ବୀରମହାରାଜପୁର,୪।୭(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ଶନିବାର ସାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ…

ଦଶମନ୍ତପୁରରେ ରେକର୍ଡ ଭାଙ୍ଗିଲା ବର୍ଷା

କୋରାପୁଟ/ନନ୍ଦପୁର,୪ା୭(ଅମିତାଭ ବେହେରା/ତୁଷାରକାନ୍ତ ମହାନ୍ତି)-କୋରାପୁଟ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ସହରର ମିଶନ କମ୍ପାଉଣ୍ଡ ଛକରେ ଗଛ ପଡ଼ି ୨୬ ନଂ. ଜାତୀୟ ରାଜପଥ…

ଚିକିତ୍ସାରେ ଅବହେଳା, ପ୍ରସୂତିଙ୍କ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ବରଗଡ଼,୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାରେ ଅବହେଳା କରାଯାଇଥିବା ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ ଘଟଣାକୁ ଜିଲାପାଳ ଆଦିତ୍ୟ ଗୋୟଲ ଗୁରୁତ୍ୱର…

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ, ମେଡିକାଲରେ ଭର୍ତ୍ତୀ

କଲ୍ୟାଣସିଂହପୁର,୪।୭(ଦୀପକ କୁମାର ପରିଡା): କଲ୍ୟାଣସିଂହପୁର ବ୍ଲକ ସୀମାନ୍ତ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚାୟତ ଫୁକେର ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର…

ତାମିଲନାଡୁରୁ କେନ୍ଦୁଝର ଫେରିଲେ ୧୦ ଶ୍ରମିକ

କେନ୍ଦୁଝର,୨୭ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ରାଜ୍ୟ ତିରୁଭାଲ୍ଲୁର ଜିଲା ଅନ୍ତର୍ଗତ ପେରୀୟାପାଲ୍ୟମ ଅଞ୍ଚଳରେ ଥିବା ସାମୁଦ୍ରିକ ଖାଦ୍ୟ (ଚିଙ୍ଗୁଡି) ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri