ମୃତ୍ୟୁ ପୂର୍ବରୁ ଲାଗିଛି ଆଘାତ

ବଲାଙ୍ଗୀର ଅଫିସ,୩୦ା୪: ଗତ ୨୨ ତାରିଖରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଥମ ବର୍ଷ ଏମ୍‌ବିବିଏସ୍‌ ଛାତ୍ର ନିଶାନ୍ତ କୁମାର(୧୯)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ହଷ୍ଟେଲ ଛାତରୁ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଥିବା କଲେଜ ପକ୍ଷରୁ କୁହାଯାଉଛି। କିନ୍ତୁ ନିଶାନ୍ତଙ୍କ ମୃତ୍ୟୁ ର଼୍ୟାଗିଂ ଯୋଗୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାପରେ ତାଙ୍କର ଏକ ମୋବାଇଲ ଫୋନ୍‌ ଚାଟିଂ ଭାଇରାଲ ହେବା ପରେ ହଇଚଇ ସୃଷ୍ଟି ହୋଇଛି। ମୃତ୍ୟୁର ୯ ଦିନ ପରେ ଶୁକ୍ରବାର ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଏଥିରେ ଅତ୍ୟଧିକ ଉଚ୍ଚରୁ ଟାଣ ଚଟାଣରେ ପଡ଼ିବାରୁ ଆନ୍ତଃ ଓ ବାହ୍ୟ ଆଘାତ ଲାଗିଥିଲା ଓ ଏହି ଆଘାତ ମୃତ୍ୟୁ ପୂର୍ବରୁ ହୋଇଥିବା ଉଲ୍ଲେଖ କରାଯାଇଛି। ତେବେ ଏପରି ରିପୋର୍ଟକୁ ନେଇ ନିଶାନ୍ତଙ୍କ ପରିବାର ଲୋକେ ପୂର୍ବରୁ ଅଭିଯୋଗ ଉଠାଇଛନ୍ତି। ଯେଉଁ କଲେଜ ବିରୋଧରେ ଛାତ୍ରଙ୍କ ର଼୍ୟାଗିଂଜନିତ ମୃତ୍ୟୁ ଅଭିଯୋଗ ଉଠିଛି ସେହି କଲେଜର ଡାକ୍ତରମାନେ ଯଦି ବ୍ୟବଚ୍ଛେଦ କରନ୍ତି, ତେବେ ଏହା କେତେ ନିରପେକ୍ଷ ହେବ ବୋଲି ପ୍ରଶ୍ନ କରିଛନ୍ତି। ଅନ୍ୟ କୌଣସି ହସ୍ପିଟାଲରେ ବ୍ୟବଚ୍ଛେଦ କରାଯିବାର ଆବଶ୍ୟକ ଥିଲା ବୋଲି ପରିବାର
ପକ୍ଷରୁ କୁହାଯାଇଛି। ନିଶାନ୍ତଙ୍କ ପରିବାର ଅଭିଯୋଗ ଉଠାଇଛନ୍ତି ଯେ, ହଷ୍ଟେଲ ଛାତ ଉପରୁ ପଡ଼ିଥିବା କୁହାଯାଉଥିଲେ ମଧ୍ୟ କେଉଁ ପରିସ୍ଥିତିରେ ସେ ପଡ଼ିଲେ ସେନେଇ କଲେଜ ପାଖରେ କୌଣସି ପ୍ରମାଣଗତ ତଥ୍ୟ ନାହିଁ। ନିଶାନ୍ତ ହଷ୍ଟେଲ ଛାତରୁ ଖସିପଡ଼ିବାର କେହି ପ୍ରତ୍ୟକ୍ଷଦର୍ଶୀ ନାହାନ୍ତି। ଏପରି କି ସିସିଟିଭି ଫୁଟେଜ୍‌ ନ ଥିବାରୁ ଏହା ବିଶ୍ୱାସଜନକ ନୁହେଁ ବୋଲି ସେମାନେ ଗଣମାଧ୍ୟମକୁ କହିଥିଲେ। ଏହାସହିତ କଲେଜରେ ର଼୍ୟାଗିଂ ହେଉଥିବା ବିଷୟ ନିଶାନ୍ତ ପରିବାରବର୍ଗଙ୍କୁ କହିଥିବା ଏବଂ ଏ ନେଇ ମୋବାଇଲ ଚାଟିଂ ରହିଥିବାରୁ ର଼୍ୟାଗିଂ ନେଇ କଲେଜ ପକ୍ଷରୁ କୌଣସି ତଦନ୍ତ କରାଯାଉନାହିଁ। ପୋଲିସ ଏପର୍ଯ୍ୟନ୍ତ ର଼୍ୟାଗିଂକୁ ନେଇ କ’ଣ କରିଛି ତାହା ଜଣାପଡ଼ୁନାହିଁ। ଯେଉଁ ଛାତ୍ରମାନେ ସେହି କଲେଜରେ ର଼୍ୟାଗିଂ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା କଥା ବୋଲି ପରିବାର ପକ୍ଷରୁ ଦାବି କରାଯାଇଛି। ର଼୍ୟାଗିଂ ଅଭିଯୋଗକୁ ହାଲୁକା ଭାବେ ନେଲେ ସେହି କଲେଜରେ ଅନ୍ୟ ଛାତ୍ରମାନଙ୍କ ଜୀବନ ପ୍ରତି ବିପଦ ରହିଥିବା ପରିବାର ପକ୍ଷରୁ କୁହାଯାଇଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ, ଯାହାଫଳରେ ବହୁ କଥା ଲୋକଲୋଚନକୁ ଆସିପାରିବ ବୋଲି ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri