ଭୁଲ୍‌ ଜାଗାରେ ଇଞ୍ଜେକ୍ସନ: ଅଚଳ ହେଲା ଶିଶୁର ଗୋଡ଼

ପିପିଲି,୧୯ା୫ (ଦୁର୍ଗାମାଧବ ମିଶ୍ର/ପ୍ରଭାତ କୁମାର ମହାପାତ୍ର): ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୪ ମାସର ଶିଶୁକୁ ଭୁଲ୍‌ ଜାଗାରେ ଇଞ୍ଜେକ୍ସନ ଦେବା ଦ୍ୱାରା ଉକ୍ତ ଶିଶୁର ଡାହାଣ ଗୋଡ଼ ଏବେ ଅକର୍ମଣ୍ୟ ହୋଇଯାଇଛି। ଶିଶୁଟି ଗୋଡ଼ ସଳଖ ପକାଇପାରୁନାହିଁ। ଏଭଳି ଘଟଣା ଘଟିଛି ପିପିଲି ବ୍ଲକ ଦୁର୍ଗାଦାସପୁର ପଞ୍ଚାୟତର ବଧି ଗ୍ରାମରେ।
ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୫ ତାରିଖ ଦିନ ରମେଶ ସାହୁଙ୍କ ୧୪ ମାସର ପୁଅକୁ ଜ୍ୱର ହେବାରୁ ସେ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେହି ସମୟରେ ଆଉଟ୍‌ଡୋରରେ ଯେଉଁ ଡାକ୍ତର ଥିଲେ, ସେ ଔଷଧ ଓ ଇଞ୍ଜେକ୍ସନ ଲେଖିଥିଲେ। ସ୍ବାସ୍ଥ୍ୟକେନ୍ଦ୍ରର ନର୍ସ ଉକ୍ତ ଶିଶୁର ଜଂଘ ପରିବର୍ତ୍ତେ ପିଚାରେ ଇଞ୍ଜେକ୍ସନ ଦେବାରୁ ତା’ ପରଠାରୁ ଶିଶୁଟି ଆଉ ଗୋଡ଼ ସଳଖ କରି ଠିଆ ହୋଇପାରିଲା ନାହିଁ। ଶିଶୁଟିର ଚିକିତ୍ସା ପାଇଁ ପୁନଃ ମଙ୍ଗଳପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ନେବାରେ ଡାକ୍ତର କ୍ୟାପିଟାଲ ହସ୍ପିଟାଲ୍‌କୁ ରେଫର୍‌ କରିଥିଲେ। ମାତ୍ର ସେଠାରେ ଚିକିତ୍ସାରେ ସୁଫଳ ନ ମିଳିବାରୁ ରମେଶ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ। ଶିଶୁଟିର ଭୁଲ୍‌ ଜାଗାରେ ଇଞ୍ଜେକ୍ସନ ଦିଆଯାଇଥିବାରୁ ଅକର୍ମଣ୍ୟ ହୋଇଥିବା ଡାକ୍ତର ପ୍ରକାଶ କରିଥିଲେ। ୩ ମାସ ଚିକିତ୍ସା ପରେ ଯଦି ଗୋଡ଼ ଭଲ ନ ହୁଏ, ତେବେ ଗୋଡ଼ କଟାଯିବ ବୋଲି ଡାକ୍ତର କହିଛନ୍ତି। ରମେଶ ଏବେ ତାଙ୍କ ପୁଅକୁ ନେଇ ଘରୋଇ ଚିକିତ୍ସାଳୟରେ ଚିକିତ୍ସା କରାଉଛନ୍ତି। ରମେଶ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ମାନବାଧିକାର କମିଶନର, ମୁଖ୍ୟ ଶାସନ ସଚିବ, ଆରକ୍ଷୀ ମହାନିର୍ଦ୍ଦେଶକ, ସ୍ବାସ୍ଥ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବ, ଜିଲାପାଳ, ଏସ୍‌ପି, ଜିଲା ମୁଖ୍ୟ ଚିକିତ୍ସାଧିକାରୀ, ପିପିଲି ବିଧାୟକ, ପିପିଲି ଥାନାଧିକାରୀ, ଦୁର୍ଗାଦାସପୁର ସରପଞ୍ଚ ପ୍ରମୁଖଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଏହା ମଧ୍ୟରେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଏକ ଟିମ୍‌ ମଙ୍ଗଳପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ତଦନ୍ତ କରି ଫେରିଯାଇଛନ୍ତି। ଏ ସମ୍ପର୍କରେ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ କାଳୀପ୍ରସାଦ ମିଶ୍ର କହିଛନ୍ତି, ଏଭଳି ଘଟଣାର ପୁନରାବୃତ୍ତି ନ ହେବା ପାଇଁ କର୍ମଚାରୀଙ୍କୁ ତାଗିଦା କରାଯାଇଛି। ଶିଶୁର ଚିକିତ୍ସା ପାଇଁ ଓଲଟପୁର ନେବାକୁ ପ୍ରସ୍ତାବ ଦିଆଯାଇଛି। ସରକାରୀ ଅର୍ଥରେ ଶିଶୁର ଚିକିତ୍ସା କରାଯାଇ ସୁସ୍ଥ କରାଯିବା ପାଇଁ ରମେଶଙ୍କୁ କୁହାଯାଇଛି। ରମେଶ ନିଜ ହାତରୁ ଖର୍ଚ୍ଚ କରିଥିବା ଅର୍ଥକୁ ଫେରାଇବାର ନିୟମ ସ୍ବାସ୍ଥ୍ୟ ବିଭାଗର ନାହିଁ। ତଦନ୍ତକାରୀ ଟିମ୍‌ ରିପୋର୍ଟ ଦେବାପରେ ଜିଲାପାଳ ରେଡ୍‌କ୍ରସ ପାଣ୍ଠିରୁ ଯଦି ଚାହିଁବେ ଦେଇପାରିବେ ବୋଲି ସେ କହିଥିଲେ। ମାତ୍ର ଏହା ମଧ୍ୟରେ ୩ ମାସ ବିତିଗଲାଣି, ଶିଶୁର ଚିକିତ୍ସା ପାଇଁ ସ୍ବାସ୍ଥ୍ୟ ବିଭାଗ କୌଣସି ପଦକ୍ଷେପ ନେଇ ନ ଥିବାରୁ ରମେଶ କ୍ଷୋଭ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri