Posted inଭଦ୍ରକ

ପଥିକଙ୍କୁ ବିଭ୍ରାନ୍ତ କରୁଛି ସୂଚନାଫଳକ

ପଦ୍ମପୁର, ୯।୫ (ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକରେ ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମିତ ବିଭିନ୍ନ ରାସ୍ତାରେ ଲାଗିଥିବା ସୂଚନାଫଳକରେ ସ୍ଥାନର ନାମ ସହ ଦୂରତା ଭୁଲ୍‌ ଲେଖାଥିବା ଦେଖିବାକୁ ମିଳିଛି। ଭୁଲ୍‌ ସୂଚନା ଓ ସ୍ଥାନର ନାମ ଭୁଲ୍‌ ନେଇ ସାମାଜିକ ଗଣମାଧ୍ୟମ ଓ ଧରିତ୍ରୀରେ ବିଭିନ୍ନ ସମୟରେ ଖବର ପ୍ରକାଶ ପାଇଛି। ଏନେଇ ବିଭାଗୀୟ କର୍ତ୍ତୃପକ୍ଷ ବାରମ୍ବାର ଭୁଲ୍‌ ସ୍ବୀକାର କରିବା ସହ ସୂଚନାଫଳକ ପରିବର୍ତ୍ତନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଆଉ ଭୁଲ୍‌ ସୂଚନା ନ ରହିବା ଦିଗରେ ଦୃଷ୍ଟି ଦେବେ ବୋଲି ମଧ୍ୟ କହିଥିଲେ। ହେଲେ ଏବେ ପୁଣି ସେହି ଭୁଲ୍‌ର ପୁନରାବୃତ୍ତି ଘଟିଛି। ପଦ୍ମପୁର-ବିରସ ରାସ୍ତାରେ କନକଦୁର୍ଗା ମନ୍ଦିରଠାରେ ସନାନ୍ଦପୁର ରାସ୍ତା ବଦଳରେ ସନାନନ୍ଦପୁର, ପାଟଣା ମିଶ୍ରପୁର ଛକରେ ସାନମିଶ୍ରପୁର ଲେଖାଯାଇଛି। ବାସୁଦେବପୁରର ପ୍ରସିଦ୍ଧ ଆଙ୍କୁଡ଼େଶ୍ୱରୀ ପୀଠଠାରେ ପଦ୍ମପୁର-ବାସୁଦେବପୁର ରାସ୍ତାପାର୍ଶ୍ୱରେ ଶୁକଦେବପୁର ବଦଳରେ ସୁକେଦେଇପୁର, କମାରଗଁା ଛକରେ ବାଲିମେଦ ବଦଳରେ ବାଲିମେଡ ଲେଖାଯାଇଛି। ଏହି ଭୁଲ୍‌ ସୂଚନା ଫଳକ ପଥିକଙ୍କୁ ବିଭ୍ରାନ୍ତ କରୁଛି। ପଥଚାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ପଦ୍ମପୁର ସରପଞ୍ଚ ରାଜେନ୍ଦ୍ର ନାରାୟଣ ନାୟକ, ବାଲିମେଦ ସରପଞ୍ଚ ସଂଯୁକ୍ତା ଦାସ, ସାମାଜିକ କର୍ମୀ ଅଶୋକ କୁମାର ନାୟକ, ପ୍ରଶାନ୍ତ କୁମାର ଦଳେଇ, ପ୍ରଫୁଲ୍ଲ କୁମାର ପଳିତା, ମିନୁ ପଟ୍ଟନାୟକ ପ୍ରମୁଖ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ସୂଚନାଫଳକର ସଂଶୋଧନ କରାଯିବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଉପଖଣ୍ଡ ଅଧିକାରୀ ଧ୍ରୁବଚରଣ ସାହୁଙ୍କୁ ପଚାରିବାରୁ ଭୁଲ୍‌ ସୂଚନା ଫଳକ ହଟାଇ ଠିକ୍‌ ଫଳକ ଲଗାଇବା ପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri