Posted inଭଦ୍ରକ

ପଥିକଙ୍କୁ ବିଭ୍ରାନ୍ତ କରୁଛି ସୂଚନାଫଳକ

ପଦ୍ମପୁର, ୯।୫ (ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକରେ ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମିତ ବିଭିନ୍ନ ରାସ୍ତାରେ ଲାଗିଥିବା ସୂଚନାଫଳକରେ ସ୍ଥାନର ନାମ ସହ ଦୂରତା ଭୁଲ୍‌ ଲେଖାଥିବା ଦେଖିବାକୁ ମିଳିଛି। ଭୁଲ୍‌ ସୂଚନା ଓ ସ୍ଥାନର ନାମ ଭୁଲ୍‌ ନେଇ ସାମାଜିକ ଗଣମାଧ୍ୟମ ଓ ଧରିତ୍ରୀରେ ବିଭିନ୍ନ ସମୟରେ ଖବର ପ୍ରକାଶ ପାଇଛି। ଏନେଇ ବିଭାଗୀୟ କର୍ତ୍ତୃପକ୍ଷ ବାରମ୍ବାର ଭୁଲ୍‌ ସ୍ବୀକାର କରିବା ସହ ସୂଚନାଫଳକ ପରିବର୍ତ୍ତନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଆଉ ଭୁଲ୍‌ ସୂଚନା ନ ରହିବା ଦିଗରେ ଦୃଷ୍ଟି ଦେବେ ବୋଲି ମଧ୍ୟ କହିଥିଲେ। ହେଲେ ଏବେ ପୁଣି ସେହି ଭୁଲ୍‌ର ପୁନରାବୃତ୍ତି ଘଟିଛି। ପଦ୍ମପୁର-ବିରସ ରାସ୍ତାରେ କନକଦୁର୍ଗା ମନ୍ଦିରଠାରେ ସନାନ୍ଦପୁର ରାସ୍ତା ବଦଳରେ ସନାନନ୍ଦପୁର, ପାଟଣା ମିଶ୍ରପୁର ଛକରେ ସାନମିଶ୍ରପୁର ଲେଖାଯାଇଛି। ବାସୁଦେବପୁରର ପ୍ରସିଦ୍ଧ ଆଙ୍କୁଡ଼େଶ୍ୱରୀ ପୀଠଠାରେ ପଦ୍ମପୁର-ବାସୁଦେବପୁର ରାସ୍ତାପାର୍ଶ୍ୱରେ ଶୁକଦେବପୁର ବଦଳରେ ସୁକେଦେଇପୁର, କମାରଗଁା ଛକରେ ବାଲିମେଦ ବଦଳରେ ବାଲିମେଡ ଲେଖାଯାଇଛି। ଏହି ଭୁଲ୍‌ ସୂଚନା ଫଳକ ପଥିକଙ୍କୁ ବିଭ୍ରାନ୍ତ କରୁଛି। ପଥଚାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ପଦ୍ମପୁର ସରପଞ୍ଚ ରାଜେନ୍ଦ୍ର ନାରାୟଣ ନାୟକ, ବାଲିମେଦ ସରପଞ୍ଚ ସଂଯୁକ୍ତା ଦାସ, ସାମାଜିକ କର୍ମୀ ଅଶୋକ କୁମାର ନାୟକ, ପ୍ରଶାନ୍ତ କୁମାର ଦଳେଇ, ପ୍ରଫୁଲ୍ଲ କୁମାର ପଳିତା, ମିନୁ ପଟ୍ଟନାୟକ ପ୍ରମୁଖ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ସୂଚନାଫଳକର ସଂଶୋଧନ କରାଯିବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଉପଖଣ୍ଡ ଅଧିକାରୀ ଧ୍ରୁବଚରଣ ସାହୁଙ୍କୁ ପଚାରିବାରୁ ଭୁଲ୍‌ ସୂଚନା ଫଳକ ହଟାଇ ଠିକ୍‌ ଫଳକ ଲଗାଇବା ପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ବର୍ଷ ହେଲା ଚାଲିଛି ଜାଗା ଖୋଜା

ଭଦ୍ରକ ଅଫିସ, ୨ା୮-ଭଦ୍ରକ ଜିଲାରେ କ୍ରୀଡ଼ା କ୍ଷେତ୍ରରେ ଉପଯୁକ୍ତ ଭିତ୍ତିଭୂମିର ଅଭାବ ରହିଛି। ଜିଲା ପ୍ରଶାସନ ଏନେଇ ଆବଶ୍ୟକ ତପତ୍ରତା ଦେଖାଉନାହିଁ। ସ୍ଥାନ ଅଭାବ ଆଳରେ...

ନକଲି ସାର୍ଟିଫିକେଟରେ ଷ୍ଟାଇପେଣ୍ଡ ଲୁଟ୍‌ ଘଟଣା: ପ୍ରଶାସନିକ ସ୍ତରରେ ତନାଘନା

ଭଦ୍ରକ ଅଫିସ, ୯।୧୨- ଭଦ୍ରକ ଜିଲାରେ ନକଲି ଜାତିଗତ ପ୍ରମାଣପତ୍ର ଦେଇ ସରକାରୀ ଷ୍ଟାଇପେଣ୍ଡ ଲୁଟୁଛନ୍ତି କେତେକ ଘରୋଇ ଶିକ୍ଷାନୁଷ୍ଠାନ। ଏ ସମ୍ପର୍କରେ ଗତ ନଭେମ୍ବର...

କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ କରୋନା ଆକ୍ରାନ୍ତ ଚିହ୍ନଟଙ୍କୁ ଛାଡ଼ିଲେନି ପ୍ରବାସୀ, ସମସ୍ତଙ୍କ ସ୍ବାବ୍‌ ଟେଷ୍ଟ ପାଇଁ ଅଡ଼ିବସିଲେ

ଭଣ୍ଡାରିପୋଖରୀ,୬ା୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତ ମହୁରା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପ୍ରବାସୀମାନେ ରହୁଥିଲେ ମଧ୍ୟ କାହାର ସ୍ବାବ୍‌ ଟେଷ୍ଟ କରାଯାଉ ନ ଥିବାରୁ...

୪୩ ଦିନରେ ପହଞ୍ଚିଲା ରନ୍ଧା ଖାଦ୍ୟ ବଣ୍ଟନ ପ୍ରକ୍ରିୟା

ଭଦ୍ରକ ଅଫିସ,୭।୫: ଦୀର୍ଘ ୪୩ ଦିନ ଧରି ରୋଟାରୀ କ୍ଲବ ମିଡ୍‌ଟାଉନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ରନ୍ଧା ଖାଦ୍ୟ ବଣ୍ଟନ ପ୍ରକ୍ରିୟା ଜାରି ରହିଛି।...

ନିର୍ମାଣାଧୀନ କୋଠାରୁ ମିଳିଲା ଝୁଲନ୍ତା ମୃତଦେହ

ଭଦ୍ରକ ଅଫିସ, ୨୨।୯- ଭଦ୍ରକ ଜିଲା ବନ୍ତ ଛକ ନିକଟ ଏକ ନିର୍ମାଣାଧୀନ କୋଠାର ୩ ମହଲାରୁ ରବିବାର ଅପରାହ୍ନରେ ଜଣେ ଅଚିହ୍ନା ଯୁବକଙ୍କ ଝୁଲନ୍ତା...

ମାଛ ବଦଳାଇଦେଲା ମତ୍ସଜୀବୀଙ୍କ ଭାଗ୍ୟ, ଏକାଥରକେ ଲକ୍ଷପତି

ଚାନ୍ଦବାଲି ଅଫିସ,୨୩।୭: ଭଦ୍ରକ ଜିଲା ଧାମରା ଚାନ୍ଦନୀପାଳ ଅଞ୍ଚଳରେ ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ୩୨ କିଲୋ ଓଜନର ତେଲିଆ ମାଛ ପଡ଼ିଛି। ଏହାକୁ ସେ ୩...

ଫାଇଲରେ ସୀମିତ ସିସିଟିଭି ସର୍ଭିଲାନ୍ସ ଯୋଜନା

ଭଦ୍ରକ ଅଫିସ, ୯।୯- ଭଦ୍ରକ ସହରରେ ଲୁଟ୍‌, ରାହାଜାନି, ଡକାୟତି, ଚୋରି ଘଟଣା ବୃଦ୍ଧି ପାଉଛି। ଜଣେ ମଧ୍ୟ ଅପରାଧୀ ପୋଲିସ ଦ୍ୱାରା କାବୁ ହେବାର...

ସାପ କାମୁଡ଼ାରେ ଚାଷୀଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ, ୬।୧୦ (ଡି.ଏନ.ଏ.) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ରାମଚନ୍ଦ୍ରପୁର ପଞ୍ଚାୟତ ଖଡ଼ିସିଂହା ଗ୍ରାମର ଚାଷୀ ଉଦ୍ଧବ ଜେନା(୪୨) ସାପ କାମୁଡ଼ାରେ ପ୍ରାଣ...

Advertisement
Archives

Model This Week